Puri Swargadwar - The Sakala

ସ୍ୱର୍ଗଦ୍ୱାରରେ ଶୋଷଣ: ଝୁଣା ନାଁରେ ବିକୁଛନ୍ତି କାଠଗୁଣ୍ଡ! ଶୋକାକୁଳ ପରିବାରଙ୍କ ବିଶ୍ୱାସ ସହ ପ୍ରତାରଣା
ପୁରୀ: ସ୍ୱର୍ଗଦ୍ୱାର ପ୍ରତିଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ। ବିଶ୍ୱାସ ରହିଛି, ଏଠାରେ ମୃତଦେହ ଦାହ କଲେ ଆତ୍ମା ମୋକ୍ଷପ୍ରାପ୍ତି ହୁଏ। ଏହି ବିଶ୍ୱାସ ଓ ଭକ୍ତି ନେଇ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲୋକେ ନିଜ ପ୍ରିୟଜନଙ୍କ ମୃତଦେହ ଧରି ଏଠାକୁ ଧାଇଁ ଆସନ୍ତି। କିନ୍ତୁ ଶୋକରେ ଭାଙ୍ଗିପଡ଼ିଥିବା ପରିବାର ଏଠାରେ ମଧ୍ୟ ଶୋଷଣର ଶିକାର ହେଉଥିବା ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ଶେଷକୃତ୍ୟ ପାଇଁ ଆବଶ୍ୟକ ଝୁଣା ନାଁରେ କାଠଗୁଣ୍ଡ ବିକ୍ରି କରାଯାଉଛି। ସ୍ୱର୍ଗଦ୍ୱାରକୁ ଆସୁଥିବା ମୃତଦେହ ମଧ୍ୟରୁ ଅନେକ ସମୟରେ କେତେକ ମରଶରୀର ଠିକ୍‌ ଭାବେ ଜଳି ନ ଥାଏ। ଡାକ୍ତରଖାନାରେ ଚିକିତ୍ସାଧୀନ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ପରେ ଯଦି ତାଙ୍କୁ ଅଣାଯାଇଥାଏ ତାଙ୍କ ଶରୀରରୁ ଅଧିକ ପାଣି ବାହାରେ। ସାଲାଇନ୍‌ ଲାଗିଥିଲେ ପାଣି ବାହାରିଥାଏ। ଏମିତି ବି କେତେଜଣଙ୍କ ଶରୀରରୁ ଅଧିକ ପାଣି ବାହାରେ, ଯେଉଁଥିପାଇଁ କାଠ ଜଳି ନ ଥାଏ। ତେଣୁ ସଂସ୍କାର ସେବକ ତାଙ୍କ ସମ୍ପର୍କୀୟଙ୍କୁ ଝୁଣା ଆଣିବା ପାଇଁ କହିଥା’ନ୍ତି। ଯେହେତୁ ସ୍ୱର୍ଗଦ୍ୱାର ପରିସରରେ ଓର୍‌ମାସ ପକ୍ଷରୁ ବିଭିନ୍ନ ପ୍ରକାର ପଥଶ୍ରାଦ୍ଧ ସାମଗ୍ରୀ ଉପଲବ୍ଧ, ତେଣୁ ସମସ୍ତେ ପ୍ରଥମେ ପରିସରରୁ ହିଁ କିଣିଥା’ନ୍ତି। ଝୁଣା ମାଗିବା ପରେ ସେମାନଙ୍କ ହାତକୁ ଏକ ପ୍ୟାକେଟ୍‌ ବଢ଼ାଇ ଦିଆଯାଉଛି, ଯେଉଁଥିରେ ସ୍ୱର୍ଗଧାମ ଅନ୍ତିମ ସଂସ୍କାର ସାମଗ୍ରୀ ଲେଖାଯାଇଛି। ଏହାକୁ କିଏ ତିଆରି କରିଛି, କେଉଁ କେଉଁ ସାମଗ୍ରୀ ମିଶି ଏହା ପ୍ରସ୍ତୁତ କରାଯାଇଛି ଏଭଳି ନାଁ, ଠିକଣା କିଛି ନାହିଁ। ୩୫୦ ଗ୍ରାମ୍‌ର ଦାମ୍‌ ରହିଛି ୧୫୦ ଟଙ୍କା। ସମ୍ପର୍କୀୟଙ୍କୁ ହରାଇ ଦୁଃଖରେ ଥିବା କୌଣସି ଲୋକେ ମୂଲଚାଲ କିମ୍ବା ପ୍ୟାକେଟ୍‌ରେ କ’ଣ ଲେଖାଯାଇଛି, କିଛି ପଢ଼ନ୍ତି ନାହିଁ। ସେମାନେ ମୂଲ୍ୟ ଦେଇ ପ୍ୟାକେଟ୍‌ କିଣି ସଂସ୍କାର ସେବକଙ୍କ ହାତକୁ ବଢ଼ାଇ ଦିଅନ୍ତି। ତେବେ ଜଣେ ବ୍ୟକ୍ତି ସେହି ପ୍ୟାକେଟ୍‌କୁ ଖୋଲିବା ପରେ ଧୋକ୍କା ଖାଇଥିଲେ। ଝୁଣା ବଦଳରେ କାଠର ଗୁଣ୍ଡ ଓ କିଛି ଶୁଖିଲା ପତ୍ର ମିଶା ସାମଗ୍ରୀ ତା’ ଭିତରେ ଥିବା ଦେଖିବାକୁ ପାଇଥିଲେ। ସ୍ୱର୍ଗଦ୍ୱାର ଭଳି ସ୍ଥାନରେ ପଇସା ପାଇଁ ଲୋକେ ଏତେ ତଳକୁ ଖସିଗଲେଣି ବୋଲି ସେ ପ୍ରଶ୍ନ କରିଛନ୍ତି?

କେବଳ ସମ୍ପୃକ୍ତ ବ୍ୟକ୍ତି ନୁହନ୍ତି, ଅନ୍ୟମାନେ ବି ଅଭିଯୋଗ ରଖିଛନ୍ତି। ସମ୍ପର୍କୀୟଙ୍କୁ ହରାଇବା ଦୁଃଖ ଗୋଟେ ପଟେ, ଆଉ ଗୋଟେ ପଟେ ଅଧିକ ଦାମ୍‌ ଦେଇ ନକଲି ସାମଗ୍ରୀକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଝୁଣା ପୋଡ଼ିଲେ ସୁଗନ୍ଧ ବାହାରେ, କିନ୍ତୁ ଏହା ପୋଡ଼ିଲା ବେଳେ କେବଳ ଧୂଅାଁ ବାହାରିଲା। ଆମ ଭାବାବେଗ ସହ ଖେଳାଯାଉଛି ବୋଲି ସେ କହିଛନ୍ତି। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ସ୍ୱର୍ଗଦ୍ୱାର କେବଳ ଏକ ଶ୍ମଶାନ ନୁହେଁ, ଏହା କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସର କେନ୍ଦ୍ର। ଏଠାରେ ଶୋଷଣ ଅର୍ଥ ହେଉଛି ସେହି ବିଶ୍ୱାସର ମୂଳରେ କୁଠାରାଘାତ।

ତେବେ ଏହି ଅଭିଯୋଗକୁ ସ୍ୱର୍ଗଦ୍ୱାର ପରିସରରେ ସାମଗ୍ରୀ ବିକ୍ରି କରୁଥିବା ଓର୍‌ମାସ ଅଧିକାରୀ ଅସ୍ୱୀକାର କରିଛନ୍ତି। ଓର୍‌ମାସର ଡେପୁଟି ସିଇଓ ନିଗମ ଦାସ କହିଛନ୍ତି, ଆମେ ଝୁଣା ବିକ୍ରି କରୁନାହୁଁ। ଆମେ ଯାହା ବିକୁଛୁ ତାହା ଏକ ସୁଗନ୍ଧିତ ଦ୍ରବ୍ୟ। ଏଥିରେ ଘିଅ, ଗୁଗୁଳ ଆଦି ଦ୍ରବ୍ୟ ମିଶାଯାଉଛି। ଏହା ପାରମ୍ପରିକ ଝୁଣା ନୁହେଁ। ଏହାର ବାସ୍ନା ବହୁତ ଭଲ। ଶେଷକୃତ୍ୟରେ ବ୍ୟବହାର ପାଇଁ ପ୍ରସ୍ତୁତ ଏକ ସାମଗ୍ରୀ। ଗଞ୍ଜାମର ଏକ ଏସ୍‌ଏଚ୍‌ଜି ଏହାକୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ଉପାଦାନର ନାମ ଏବଂ ପ୍ରସ୍ତୁତ କରୁଥିବା ଏସ୍‌ଏଚ୍‌ଜିଙ୍କ ଠିକଣା ତାହା ଆଗାମୀ ଦିନରେ ପ୍ୟାକେଟ୍‌ରେ ରହିବ।

ସୋସିଆଲ ମିଡିଆରେ ଭାଇରାଲ୍ ପୁରୀ ସ୍ୱର୍ଗଦ୍ୱାରର ଏକ ମର୍ମସ୍ପର୍ଶୀ କାହାଣୀ: ପିତାଙ୍କ ପ୍ରେମ ଆଗରେ ହାର ମାନିଲା ପୁଅର ଅହଂକାର
ପୁରୀ: ସୋସିଆଲ ମିଡିଆରେ ପୁରୀ ସ୍ୱର୍ଗଦ୍ୱାରର ଏକ ହୃଦୟସ୍ପର୍ଶୀ ଘଟଣା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି କାହାଣୀ ବାପା ଓ ପୁଅର ସମ୍ପର୍କ, ଅର୍ଥର ଅହଂକାର ଏବଂ ପିତାମାତାଙ୍କ ନିସ୍ୱାର୍ଥପର ଭଲପାଇବା ଉପରେ ଆଧାରିତ। ଘଟଣାଟି ସତ କି କାଳ୍ପନିକ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏହା ଅନେକଙ୍କ ଆଖିରେ ଲୁହ ଆଣିଦେଇଛି।

ଅନ୍ତ୍ୟେଷ୍ଟି ପାଇଁ ପୁଅର ତରବରିଆ ଭାବ

ସୂଚନା ଅନୁଯାୟୀ, ଆମେରିକାର ଏକ ବଡ଼ ସଫ୍ଟୱେୟାର କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ ଥିବା ସବ୍ୟସାଚୀ (୩୫) ନିଜ ବାପା ପ୍ରଦୀପ୍ତ ମିଶ୍ରଙ୍କ (୭୫) ଦେହାନ୍ତ ଖବର ପାଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ହାତରେ ଦାମୀ ଲାପଟପ୍ ବ୍ୟାଗ୍ ଓ ଆଖିରେ ରେ-ବ୍ୟାନ୍ ଚଷମା ପିନ୍ଧିଥିବା ସବ୍ୟସାଚୀ ବହୁତ ବ୍ୟସ୍ତ ଥିବା ପରି ମନେ ହେଉଥିଲେ। ସେ ସେଠାରେ ଉପସ୍ଥିତ ଥିବା ଫ୍ୟୁନେରାଲ୍ ସର୍ଭିସ୍ ମ୍ୟାନେଜର ତରୁଣଙ୍କୁ କହିଥିଲେ ଯେ, ସନ୍ଧ୍ୟା ୬ଟାରେ ତାଙ୍କର ରିଟର୍ଣ୍ଣ ଫ୍ଲାଇଟ୍ ଅଛି ଏବଂ ପରଦିନ ଏକ ଜରୁରୀ ମିଟିଂ ଥିବାରୁ କାମ ଶୀଘ୍ର ଶେଷ କରିବାକୁ ହେବ।

ବାପା କରିଯାଇଥିଲେ 'ପ୍ରି-ପେଡ୍' ବ୍ୟବସ୍ଥା

ମୁଖାଗ୍ନି ଦେବା ପରେ ସବ୍ୟସାଚୀ ଯେତେବେଳେ ଚେକ୍ ବୁକ୍ ବାହାର କରି ଟଙ୍କା ଦେବାକୁ ଚାହିଁଲେ, ସେତେବେଳେ ତରୁଣ ଯାହା କହିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତରୁଣ କହିଥିଲେ ଯେ, "ସାର୍, ଆପଣଙ୍କୁ କିଛି ଦେବାକୁ ପଡ଼ିବ ନାହିଁ। ଆପଣଙ୍କ ବାପା ୫ ବର୍ଷ ତଳେ ନିଜର ଅନ୍ତ୍ୟେଷ୍ଟି ପାଇଁ ୫୦ ହଜାର ଟଙ୍କା ଆଡଭାନ୍ସ ଜମା କରିଯାଇଛନ୍ତି।" ପ୍ରଦୀପ୍ତ ବାବୁ ଜାଣିଥିଲେ ଯେ ତାଙ୍କ ପୁଅ ବହୁତ ବ୍ୟସ୍ତ, ତେଣୁ ସେ ନିଜ ମୃତ୍ୟୁ ପରେ ପୁଅ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଏ, ସେଥିପାଇଁ ପୂର୍ବରୁ ସବୁ ବ୍ୟବସ୍ଥା କରିଯାଇଥିଲେ।

It was 3 pm at Swargadwar cremation ground in Puri.

Sabyasachi, 35 years old, who was a Vice President in a big software company in America, came straight from the airport to the cremation ground. His father, Pradipta Mishra, 75 years old, had passed away the previous night.… pic.twitter.com/myMEN94VDr

— Sann (@san_x_m) February 24, 2026

ହୃଦୟ ବିଦାରକ ଚିଠି

ମ୍ୟାନେଜର ତରୁଣ, ସବ୍ୟସାଚୀଙ୍କ ହାତରେ ତାଙ୍କ ବାପା ଛାଡ଼ି ଯାଇଥିବା ଏକ ଚିଠି ଧରାଇ ଦେଇଥିଲେ। ଚିଠିରେ ଲେଖାଥିଲା, "ପୁଅ, ମୁଁ ଜାଣେ ତୁ ବହୁତ ବ୍ୟସ୍ତ। ମୋ ମୃତ୍ୟୁ ଖବର ଶୁଣି ତୁ ଛୁଟି ଏବଂ ଟିକେଟ୍ ପାଇଁ ଚିନ୍ତିତ ହେବୁ। ତୋର କ୍ୟାରିୟର ଓ ସମୟ ବହୁତ ମୂଲ୍ୟବାନ। ତେଣୁ ମୁଁ ମୋ ମୃତ୍ୟୁର ସମସ୍ତ ବ୍ୟବସ୍ଥା ଆଗୁଆ କରିଦେଇଛି। ମୋର କେବଳ ଗୋଟିଏ ଅନୁରୋଧ, ପିଲାଦିନେ ଯେମିତି ମୁଁ ତୋ ହାତ ଛାଡ଼ିନଥିଲି, ଆଜି ମୁଖାଗ୍ନି ଦେବା ବେଳେ ତୋ ହାତ ଯେମିତି ନ ଥରେ।"

ବାପାଙ୍କ ଚିଠି ପଢ଼ିବା ପରେ ସବ୍ୟସାଚୀଙ୍କ ହାତରୁ ଚେକ୍ ବୁକ୍ ଖସି ପଡ଼ିଥିଲା। ସେ ସେହିଠାରେ ଆଣ୍ଠୁମାଡ଼ି ବସି କାନ୍ଦିବାକୁ ଲାଗିଲେ। କୋଟି କୋଟି ଟଙ୍କା ରୋଜଗାର କରୁଥିବା ପୁଅ ନିଜକୁ ଜଣେ ଭିକାରୀ ମନେ କଲେ। ସେ ନିଜର ରିଟର୍ଣ୍ଣ ଫ୍ଲାଇଟ୍ ବାତିଲ କରି ସାରା ରାତି ଜଳୁଥିବା ଚିତା ପାଖରେ ବସି ରହିଲେ। ଏହି ଘଟଣା ଶିକ୍ଷା ଦେଇଛି ଯେ, ଦୁନିଆରେ ସବୁକିଛି 'ପ୍ରି-ପେଡ୍' ହୋଇପାରେ, କିନ୍ତୁ ବାପା-ମା’ଙ୍କ ଭଲପାଇବା କେବେ ମୂଲ୍ୟ ଦେଇ କିଣାଯାଇପାରେ ନାହିଁ।