Pilot Swarajdeep Singh - The Sakala

ରାଞ୍ଚି-ଦିଲ୍ଲୀ ବିମାନ ଦୁର୍ଘଟଣା: 'ମା', ଲ୍ୟାଣ୍ଡିଂ ପରେ ଫୋନ୍ କରିବି' - ଏହା ଥିଲା ପାଇଲଟ୍ ସ୍ୱରାଜଦୀପଙ୍କ ଶେଷ କଥା
ଝାଡ଼ଖଣ୍ଡର ଚତରା ଜିଲ୍ଲାରେ ଘଟିଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ପ୍ରାଣ ହରାଇଥିବା ପାଇଲଟ୍ ସ୍ୱରାଜଦୀପ ସିଂଙ୍କ ଶେଷ କଲ୍ ଏବେ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି।

'ମା', ଲ୍ୟାଣ୍ଡିଂ ପରେ ଫୋନ୍ କରିବି'

ଦୁର୍ଘଟଣାର କିଛି ସମୟ ପୂର୍ବରୁ ପାଇଲଟ୍ ସ୍ୱରାଜଦୀପ ନିଜ ପରିବାର ସହ ଶେଷ ଥର ପାଇଁ କଥା ହୋଇଥିଲେ। ବିମାନ ଉଡ଼ାଣ ଭରିବା ପୂର୍ବରୁ ସେ ତାଙ୍କ ମା’ଙ୍କୁ ଫୋନ୍ କରି କହିଥିଲେ, "ମୁଁ ରାଞ୍ଚିରୁ ଦିଲ୍ଲୀ ଯାଉଛି, ଲ୍ୟାଣ୍ଡିଂ ପରେ ଫୋନ୍ କରିବି।" କିନ୍ତୁ ବିଧିର ବିଧାନ ଅଲଗା ଥିଲା। ସେହି ଫୋନ୍ କଲ୍ ପରେ ଆଉ କେବେବି ସ୍ୱରାଜଦୀପଙ୍କ ସ୍ୱର ଶୁଣିବାକୁ ମିଳିଲା ନାହିଁ।

ଇମେଲରେ ଆସିଲା ମୃତ୍ୟୁ ଖବର

ପରିବାର ଲୋକେ ପୁଅର ଫୋନ୍କୁ ଅପେକ୍ଷା କରିଥିଲେ। କିନ୍ତୁ ପ୍ରାୟ ଦୁଇ ଘଣ୍ଟା ପରେ ଯେତେବେଳେ ସେମାନେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ, ଫୋନ୍ ବନ୍ଦ ଆସିଥିଲା। ଏହା ପରେ ଟିଭି ଚ୍ୟାନେଲଗୁଡ଼ିକରେ ବିମାନ ଦୁର୍ଘଟଣାର ଖବର ପ୍ରସାରିତ ହେବାକୁ ଲାଗିଲା। ଶେଷରେ ଏକ ଇମେଲ୍ ମାଧ୍ୟମରେ କମ୍ପାନୀ ପକ୍ଷରୁ ସ୍ୱରାଜଦୀପଙ୍କ ମୃତ୍ୟୁର ସରକାରୀ ସୂଚନା ପରିବାରକୁ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଖରାପ ପାଗ ଯୋଗୁଁ ରାଞ୍ଚିରୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟିର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଏହା ଚତରାର ସିମାରିଆ ଜଙ୍ଗଲରେ ଖସି ପଡ଼ିଥିଲା। ଏହି ଘଟଣାରେ ପାଇଲଟ୍ଙ୍କ ସମେତ ଜଣେ ରୋଗୀ, ଡାକ୍ତର ଏବଂ ଅନ୍ୟ ସହଯୋଗୀମାନଙ୍କର ମୃତ୍ୟୁ ଘଟିଛି।