Jai Odisha - The Sakala
ଭୁବନେଶ୍ବର: ୟୁନିଟ୍ ୩ ଖାରବେଳ ନଗର ପାର୍କ ନିକଟରେ ବାସ କରୁଥିବା ଜଣେ ୧୪ ବର୍ଷୀୟ ଶାରୀରିକ ଅକ୍ଷମତା ବାଳକକୁ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ ହୁଇଲ ଚେୟାର ପ୍ରଦାନ କରିଛନ୍ତି। ଉକ୍ତ ବାଳକର ନାଁ ସଞ୍ଜୟ ପଣ୍ଡା । ଛୁଆଟି ବେଳୁ ସେ ଶାରୀରିକ ଅକ୍ଷମତା ଯୋଗୁ ବାହାର ଦୁନିଆ ଦେଖି ନ ଥିଲା । ଘରର ଗୋଟିଏ କୋଣରେ ରହୁଥିବାରୁ ପିଲାଟିର ଜୀବନ ଅନ୍ଧକାରମୟ ସଦୃଶ ହୋଇଯାଇଥିଲା। ଏହି ହୁଇଲ ଚେୟାରଟି ସଞ୍ଜୟ ଓ ତାଙ୍କ ପରିବାରବର୍ଗଙ୍କ ପାଇଁ ଆଶାର ଆଲୋକ ସାଜିଛି । ସଞ୍ଜୟଙ୍କ ପରିବାର ସମେତ ପାଖ ପଡ଼ିଶା ଓ ସାହିର ସମସ୍ତ ବାସିନ୍ଦା ଜୟ ଓଡ଼ିଶାର ସଭାପତିଙ୍କୁ ଅନେକ କୃତଜ୍ଞତା ଜଣାଇବା ସହ ସଞ୍ଜୟଙ୍କ ପାଇଁ ସେ ଭଗବାନଙ୍କର ଜଣେ ଦୂତ ସଦୃଶ୍ୟ ବୋଲି କହି ଭାବବିହ୍ବଳ ହୋଇଯାଇଥିଲେ।
ଖବର ଅନୁଯାୟୀ, ହୃଷୀକେଶ ବେହେରା ନାମକ ଜଣେ ବ୍ୟକ୍ତି ସଞ୍ଜୟଙ୍କ ଘର ପାଖକୁ କାମ କରିବାକୁ ଆସନ୍ତି । ସେ ଏହି ଖବର ଜାଣିବା ପରେ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟଙ୍କୁ ଜଣାଇଥିଲେ। ଏହା ଶୁଣି ରୁଦ୍ର ସାମନ୍ତରାୟ ଓ ଜୟ ଓଡ଼ିଶାର ସ୍ଵେଚ୍ଛାସେବୀ ମାନେ ସଙ୍ଗେସଙ୍ଗେ ସଞ୍ଜୟଙ୍କ ଘରକୁ ଯାଇ ଭେଟିଥିଲେ। ତାଙ୍କୁ ଏକ ହୁଇଲ ଚେୟାର ମିଳିଲେ ସେ ଚଳପ୍ରଚଳ ହୋଇପାରିବେ ବୋଲି ହୃଦୟଙ୍ଗମ କରିଥିଲେ। ଜୟ ଓଡ଼ିଶାର “ସହାୟତା” କାର୍ଯ୍ୟକ୍ରମ ଜରିଆରେ ସଞ୍ଜୟଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରିଥିଲେ।
ଜୟ ଓଡ଼ିଶାର “ସହାୟତା” କାର୍ଯ୍ୟକ୍ରମ ଜରିଆରେ ବିଗତ ୬ ମାସ ମଧ୍ୟରେ ପ୍ରାୟ ୭୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପକୃତ ହୋଇଛନ୍ତି । ଏହାର ଉଦେଶ୍ୟ ହେଉଛି ସହୃଦୟ ବ୍ୟକ୍ତି ନିଜର ପୁନଃ ବ୍ୟବହାରଯୋଗ୍ୟ ମେଡିକାଲ ସରଞ୍ଜାମ ଗୁଡିକ ଜୟ ଓଡ଼ିଶାକୁ ଦାନ କରିଥାନ୍ତି। ସେହି ସରଞ୍ଜାମ ଗୁଡିକ ଅନେକ ଲୋକଙ୍କ କାମରେ ଲାଗିଥାଏ। ଏହାଛଡା ନିଜର କିଛି ବିଶେଷ ଦିନ ଗୁଡିକ ସ୍ମରଣୀୟ କରିବା ନିମନ୍ତେ ମଧ୍ୟ ନିଜ ଜନ୍ମଦିନ, ନିଜ ପିତାମାତାଙ୍କ ଜନ୍ମଦିନ ମାନଙ୍କରେ ଏହି ଭଳି ମହତ୍ ଦାନ କରି ଅନେକ ଆଶୀର୍ବାଦ ସାଉଁଟି ପାରୁଛନ୍ତି। ଏଣୁ ହୁଇଲ ଚେୟାର, ୱାକର, ମେଡିକାଲ ବେଡ୍ ଆଦି ଭଳି କିଛି ବି ସରଞ୍ଜାମ ଦାନ କରି ସଞ୍ଜୟଙ୍କ ଭଳି ପିଲା ବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟେଇବାକୁ ଚାହୁଁଥିଲେ 9853220023 ନମ୍ବର ରେ ଯୋଗାଯୋଗ କରିବା ପାଇଁ ଜୟ ଓଡ଼ିଶାର ସଭାପତି  ସାମନ୍ତରାୟ କହିଛନ୍ତି।
ଆସୁଛି ପାର୍ବଣ ରତୁ, ଗୋଟିଏ କଲ୍ କଲେ ମିଳିବେ ପୂଜାରୀ
ଭୁବନେଶ୍ବର: ଆସୁଛି ପାର୍ବଣ ରତୁ । ପୂଜା ପାଇଁ ନନାଙ୍କ ଘରକୁ ଯିବାକୁ ପଡିବନି । ଗୋଟିଏ କଲ୍ କଲେ ଫଟାଫଟ ମିଳିବେ ପୂଜାରୀ । ପୂଜାକୁ ନଜରରେ ରଖି ଜୟ ଓଡିଶା ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି । ଗିରିଦୁର୍ଗା ମନ୍ଦିରରେ ଉନ୍ମୋଚନ ହୋଇଛି ମୋ ପୁଜାରୀ ଡଟ କମ । ଓ୍ବେବସାଇଟ ଶୁଭାରମ୍ଭ ଅବସରରେ ଏକ ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଅବସରରେ ପୂଜାରୀଙ୍କୁ ତୁଳସୀ ଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହିତ ତୁଳସୀ ଯାତ୍ରା ଆୟୋଜନ ହୋଇଥିଲା । ଭୁବନେଶ୍ବରରେ ଯେଉଁ ଅଞ୍ଚଳରେ ଚାହିଁବେ ଘରେ ବସି ନିଜ ଅଞ୍ଚଳ ଓ ବିଭିନ୍ନ ପୂଜା କାର୍ୟ୍ୟ ପାଇଁ ପୁଜାରୀ ମାନଙ୍କ ସହ ଯୋଗଯୋଗ କରିପାରିବେ । ଓ୍ବେବସାଇଟରେ ପୂଜାରୀଙ୍କ ପୂରା ଠିକଣା ଉପଲବ୍ଧ ରହିଛି । ପ୍ରାଥମିକ ପାର୍ୟ୍ୟୟରେ ୪୦୦ ପୂଜାରୀ ଯୋଡି ହୋଇଛନ୍ତି । ଆଗାମୀ ଦିନରେ ଅନ୍ୟ ପୂଜାରୀ ଯୋଡ଼ିହେବା ପାଇଁ ସ୍ବତନ୍ତ୍ର ନମ୍ବର ୯୮୫୩୨୨୦୦୨୩ ଜାରି ହୋଇଛି । ଆଗକୁ ସାରା ରାଜ୍ୟ ଏହି ଓ୍ବେବସାଇଟକୁ କାର୍ୟ୍ୟକାରୀ କରିବା ପାଇଁ ଯୋଜନା କରାଯାଇଛି । ଏହା ଦ୍ବାରା ପୂଜାରୀ ମାନଙ୍କୁ ରୋଜଗାର ଯୋଗାଇବା ସହିତ ଗ୍ରାହକ ମାନଙ୍କୁ ସୁବିଧାରେ ସେବା ମିଳିବ ବୋଲି ଜୟ ଓଡିଶାର ସଭାପତି କହିଛନ୍ତି ।
କରୋନା ସଙ୍କଟ କାଳରେ ସଂଜୀବନି ଯୋଗାଉଛି ଜୟ ଓଡ଼ିଶା ଫାଉଣ୍ଡେସନ
ଭୁବନେଶ୍ୱର: କରୋନା ସଙ୍କଟ କାଳରେ ଅକ୍ସିଜେନ୍ ଅଭାବରୁ ଯେପରି ଜଣେ ହେଲେ ରୋଗୀଙ୍କ ମୃତ୍ଯୁ ନ ହୁଏ ସେଥି ପାଇଁ ଅଣ୍ଟା ଭିଡିଛି ଜୟ ଓଡ଼ିଶା ଫାଉଣ୍ଡେସନ। ଗୁରୁତର ରୋଗୀଙ୍କୁ କିପରି ଏହାର ଅଭାବ ନିରୁହେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟାକୁ ଆଉଟିକେ ସରଳ କରିବାକୁ ଆଗେଇ ଆସିଛି ଜୟ ଓଡ଼ିଶା ଫାଉଣ୍ଡେସନ ।
ଆଜି ଯାଜପୁରରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ସହ ଅକ୍ସିଜେନ କନସନଟ୍ରେଟର ଦାନ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଯାଜପୁର ଜିଲା ପ୍ରଶାସନକୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି ।
ଜୟ ଓଡିଶାର ଏଭଳି ମହାନତା ପାଇଁ ଅନେକ ରୋଗୀଙ୍କ ଜୀବନ ବଂଚିବା ବୋଲି କୁହାଯାଇଛି । ଆଗକୁ ଆହୁରି କନନସଟ୍ରେଟର ଯୋଗାଇ ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଜୟ ଓଡ଼ିଶାର ଏପରି ବଦାନ୍ୟତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।