Fire in Supermart - The Sakala

ଲିଭୁନି ସୁପରମାର୍ଟ ନିଆଁ; ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ, ନାକେଦମ ଅଗ୍ନିଶମ ଟିମ୍
ଭୁବନେଶ୍ୱର: ଲିଭୁନି ସୁପରମାର୍ଟ ନିଆଁ । ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ହୁତୁହୁତୁ ହୋଇ ଜଳୁଛି ସୁପରମାର୍ଟ ବିଲ୍ଡିଂ । ନିଆଁ ଲିଭାଇବାକୁ ଆଡଭାନ୍ସ ଟେକ୍ନୋଲୋଜି ସହ ୪୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆୟତ୍ତକୁ ଆସିନି ନିଆଁ । ନାକେଦମ ହେଲେଣି ଅଗ୍ନିଶମ ଟିମ୍ । ଅତ୍ୟଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତକୁ ଆସୁନି। କାଲି ରାତିରୁ ବିଲ୍ଡିଂରେ ନିଆଁ ଜଳୁଥିବାରୁ ତରଳିଗଲାଣି ଛାତ ରଡ୍, କାନ୍ଥ ଫାଟି ବାହାରୁଛି ନିଆଁ। କେଉଁ ସମୟରେ ବି ଭୁଶୁଡ଼ିଯିବ ସୁପରମାର୍ଟ ବିଲ୍ଡିଂ।

ସୂଚନାଯୋଗ୍ୟ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ଭୁବନେଶ୍ୱରର ଶିଶୁପାଳ ଗଡ଼ ସ୍ଥିତ ନୂଆଗାଁ ନିକଟରେ ଥିବା ସୁପରମାର୍ଟରେ ଲାଗିଛି ନିଆଁ। ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଛି । ଜଳିପୋଡ଼ି ପାଉଁଶ ହୋଇଗଲାଣି ୪ ରୁ ୫ କୋଟି ଟଙ୍କାର ସାମଗ୍ରୀ। ସେପଟେ ସୁପରମାର୍ଟ ଭିତରକୁ ପାଣି ମାଡ଼ କରିବାକୁ ବାଟ ନଥିବାରୁ କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି। ଫୋମ୍ ସାହାଯ୍ୟରେ ସୁପରମାର୍ଟର ନିଆଁ ଲିଭାଯାଉଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାକୁ ଆହୁରି ୪ ଘଣ୍ଟା ସମୟ ଲାଗିପାରେ ବୋଲି ଡିଜି କହିଛନ୍ତି।

ଦୀର୍ଘ ଘଣ୍ଟା ବ୍ୟାପି ଅଗ୍ନିଶମ ବାହିନୀର କର୍ମଚାରୀମାନେ କାମ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବିଦ୍ୟୁତ୍ ଶର୍ଟସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି।