Mohan Bhagwat - The Sakala

ଜାତିପ୍ରଥା ଆମ ସମାଜରୁ ବିଲୋପ ହୋଇଯିବା ଉଚିତ୍‌-ଆରଏସଏସ ମୁଖ୍ୟ
ନୂଆଦିଲ୍ଲୀ: ‘ବର୍ଣ୍ଣ’ ଓ ‘ଜାତି’ ପ୍ରଥାକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଣ୍ଣ ଓ ଜାତି ପରି ଧାରଣାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯିବା ଉଚିତ । ନାଗପୁରରେ ଏକ ପୁସ୍ତିକା ଉନ୍ମୋଚନ ସମୟରେ ସେ ଏହି ମନ୍ତବ୍ଯ ଦେଇଛନ୍ତି ମୋହନ ଭାଗବତ । ସମାଜର କୌଣସି ପାର୍ଥକ୍ୟ ନାହିଁ, ଦେଶରେ ସମସ୍ତେ ସମାନ। ଜାତିପ୍ରଥାକୁ ନେଇ ଦେଶରେ ଏକ ପ୍ରକାର ଭ୍ରମାତ୍ମକ ବାର୍ତ୍ତା ପ୍ରସାରଣ କରାଯାଉଛି। ଏହି ଜାତିପ୍ରଥା ଆମ ସମାଜରୁ ବିଲୋପ ହୋଇଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ବର୍ଣ୍ଣ ବ୍ୟବସ୍ଥାରେ ସମସ୍ତଙ୍କୁ ସବର୍ଣ୍ଣ କୁହାଯାଉଥିଲା। କିନ୍ତୁ ଏହି ବର୍ଣ୍ଣ ବ୍ୟବସ୍ଥାରେ ଦଳିତ ଏବଂ ଆଦିବାସୀ ବାଦ ପଡ଼ିଥିଲେ। ଏମାନଙ୍କୁ ଅବର୍ଣ୍ଣ କୁହାଯାଉଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଜାତିଭେଦ ଆଳରେ ଆମ ପୂର୍ବଜମାନେ ଆମରି ଭାଇଭଉଣୀଙ୍କୁ ଅମାନବିକ ନିର୍ଯାତନା ଦେଇ ଯେଉଁ ପାପ କରିଥିଲେ ତାହାର ପ୍ରାୟଶ୍ଚିତ ଆବଶ୍ୟକ। ବର୍ତ୍ତମାନ ସମୟରେ ଜାତି ଓ ବର୍ଣ୍ଣ ବ୍ୟବସ୍ଥା ଅପ୍ରାସଙ୍ଗିକ ବୋଲି କହିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ସବୁଆଡେ ପୂର୍ବଜମାନେ ଭୁଲ କରିଥିଲେ। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ । ସେହି ଭୁଲଗୁଡ଼ିକୁ ଗ୍ରହଣ କରିବାରେ କୌଣସି ଅସୁବିଧା ହେବା ଉଚିତ୍ ନୁହେଁ। ଯଦି ଆପଣ ଭାବୁଥିବେ ଯେ ଆମର ପୂର୍ବପୁରୁଷମାନେ ଭୁଲ୍ କରିଛନ୍ତି ତାହା ଗ୍ରହଣ କଲେ ସେମାନେ କମ୍ ହୋଇଯିବେ, ତାହା ଘଟିବ ନାହିଁ କାରଣ ସମସ୍ତଙ୍କର ପୂର୍ବପୁରୁଷମାନେ ଭୁଲ୍ କରିଥିଲେ ବୋଲି ଆରଏସଏସ ମୁଖ୍ୟ ମୋହନ ଭଗବତ କହିଛନ୍ତି।

ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ, ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ : ମୋହନ ଭାଗବତ
ନୂଆଦିଲ୍ଲୀ : ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ, ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ। ମେଘାଳୟର ଶିଲଂ ଠାରେ ଅନୁଷ୍ଠିତ ନାଗରିକ ସମ୍ମିଳନୀରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ହିମାଳୟର ଦକ୍ଷିଣ, ଭାରତ ମହାସାଗରର ଉତ୍ତର ଓ ସିନ୍ଧୁ ନଦୀ କୂଳର ବାସିନ୍ଦାଙ୍କୁ ପାରମ୍ପାରିକ ଭାବରେ ହିନ୍ଦୁ କୁହାଯାଏ। ଭାରତରେ ଇସଲାମ ଧର୍ମ ବିସ୍ତାର କରୁଥିବା ମୋଗଲ ଏବଂ ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରୁଥିବା ବ୍ରିଟିଶ ଶାସକମାନଙ୍କ ପୂର୍ବରୁ ମଧ୍ୟ ହିନ୍ଦୁମାନେ ଏଠାରେ ବିଦ୍ୟମାନ ଥିଲେ। ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ, ବରଂ ଜୀବନଶୈଳୀ।

ଭାଗବତ ଆହୁରି କହିଛନ୍ତି ଯେ, ହିନ୍ଦୁ ଶବ୍ଦ ଭାରତ ମାତାର ସମସ୍ତ ସନ୍ତାନ, ଭାରତୀୟ ପିତୃପୁରୁଷଙ୍କ ବଂଶଧର ଏବଂ ଯେଉଁମାନେ ଭାରତୀୟ ସଂସ୍କୃତି ଅନୁଯାୟୀ ଜୀବନଯାପନ କରନ୍ତି ସେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରେ । ଜଣେ ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ, କାରଣ ଭାରତରେ ବାସ କରୁଥିବା ସମସ୍ତ ଲୋକ ହିନ୍ଦୁ ଅଟନ୍ତି । ଆମେ ସଭିଏଁ ହିନ୍ଦୁ। ହିନ୍ଦୁଙ୍କର କୌଣସି ନିର୍ଦ୍ଦିଷ୍ଟ ପରିଭାଷା ନାହିଁ। ଏହା ଆମର ପରିଚୟ। ଭାରତୀୟ ଏବଂ ହିନ୍ଦୁ ଶବ୍ଦ ଉଭୟ ପର୍ୟ୍ୟାୟବାଚୀ। ଭାରତରେ ରହୁଥିବା ସମସ୍ତ ଲୋକ ପରିଚୟ ଦୃଷ୍ଟିରୁ ହିନ୍ଦୁ ଅଟନ୍ତି। ଏହା ଏକ ଭୌଗୋଳିକ-ସାଂସ୍କୃତିକ ପରିଚୟ। ଭାରତ ଏକ ପାଶ୍ଚାତ୍ୟ ଧାରଣା ଦେଶ ନୁହେଁ। ପ୍ରାଚୀନ କାଳରୁ ଏହା ଏକ ସାଂସ୍କୃତିକ ଦେଶ ଭାବେ ପରିଚିତ।

ବାସ୍ତବରେ, ଏହା ଏକ ଦେଶ ଯିଏ ବିଶ୍ୱକୁ ମାନବିକତାର ଶିକ୍ଷା ଦେଇଛି । ଭାରତର ଏକତା ହେଉଛି ଏହାର ଶକ୍ତି। ଭାରତ ଦାବି କରୁଥିବା ବିବିଧତା ଗର୍ବର ବିଷୟ। ଏହା ହେଉଛି ଭାରତର ବିଶେଷତା ଯାହା ଶତାବ୍ଦୀ ଧରି ଚାଲିଆସୁଛି। ଆମେ ସବୁବେଳେ ଏକ ହୋଇ ଆସିଛୁ। ଯେତେବେଳେ ଆମେ ଏହାକୁ ଭୁଲିଯିବା ସେତେବେଳେ ଆମେ ଆମର ସ୍ବାଧୀନତା ହରାଇବା। ତେଣୁ, ଆମେ ନିଶ୍ଚିତ ହେବା ଉଚିତ ଯେ ଆମେ ଏକ ହୋଇ ଆମ ଦେଶକୁ ଅଧିକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ କରିବା। ଏହି ଏକତା ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡିବ ବୋଲି ସେ କହିଛନ୍ତି।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି, ‘ଭାରତର ଏକତା ହେଉଛି ଏହାର ଶକ୍ତି । ଭାରତ ଦାବି କରୁଥିବା ବିବିଧତା ଗର୍ବର ବିଷୟ । ଏହା ହେଉଛି ଭାରତର ବିଶେଷତା ଯାହା ଶତାବ୍ଦୀ ଧରି ଚାଲିଆସୁଛି । ଆମେ ସବୁବେଳେ ଏକ ହୋଇ ଆସିଛୁ । ଯେତେବେଳେ ଆମେ ଏହାକୁ ଭୁଲିଯିବା ସେତେବେଳେ ଆମେ ଆମର ସ୍ୱାଧୀନତା ହରାଇଥାଉ । ତେଣୁ, ଆମେ ନିଶ୍ଚିତ ହେବା ଉଚିତ ଯେ ଆମେ ଏକ ହୋଇ ଆମ ଦେଶକୁ ଅଧିକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ କରିବା । ଏହି ଏକତା ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡିବ । ପ୍ରାଚୀନ କାଳରୁ ଭାରତ ଏକ ପ୍ରାଚୀନ ରାଷ୍ଟ୍ର ଭାବେ ରହିଛି । ଭାରତ ନିଜର ସ୍ୱାଧୀନତା ହରାଇଥିଲା କାରଣ ଏହାର ଲୋକମାନେ ସଭ୍ୟତାର ଆଦର୍ଶ ବାକ୍ୟ ଓ ମୂଲ୍ୟବୋଧ ଭୁଲି ଯାଇଥିଲେ।

ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ର ଋଷି ବୋଲି ସମ୍ବୋଧିତ କଲେ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ
ନୂଆଦିଲ୍ଲୀ: ଆଜି ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ ଡ.ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି। ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ସ୍ଥିତ ମସଜିଦରେ ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି  ଆଲୋଚନା ହୋଇଥିଲା। ସଜିଦରେ ମୁସଲମାନ ଧାର୍ମିକ ସଂଗଠନର ମୁଖ୍ୟଙ୍କ ସହ ଆରଏସଏସ ମୁଖିଆଙ୍କ ଏହା ପ୍ରଥମ ବୈଠକ।

ଡକ୍ଟର ଇଲିଆସି କହିଛନ୍ତି ଯେ, ଆମର ଡିଏନ୍ଏ ସମାନ। କେବଳ ପ୍ରାର୍ଥନା କରିବାର ଉପାୟ ଅଲଗା । ଆରଏସଏସ ମୁଖ୍ୟ ତାଙ୍କ ନିମନ୍ତ୍ରଣ କ୍ରମେ ଉତ୍ତର ଦିଲ୍ଲୀର ମାଡ୍ରାସା ତାଜଭିଦୁଲ କୁରାନ ପରିଦର୍ଶନ କରିଥିଲେ। ସେଠାରେ ସେ ପିଲାମାନଙ୍କୁ ମଧ୍ୟ ଭେଟିଥିଲେ। ବୈଠକ ପରେ ଇମାମଙ୍କୁ ପଚାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ମୋହନ ଭଗବତଙ୍କୁ ରାଷ୍ଟ୍ର ଋଷି ବୋଲି ବର୍ଣ୍ଣନା କରିଥିଲେ।

ଭାଗବତଙ୍କ ସହ ସାକ୍ଷାତ ସମୟରେ ଆରଏସ୍ଏସ୍ ଯୁଗ୍ମ ସମ୍ପାଦକ ଡ.କୃଷ୍ଣ ଗୋପାଳ ଏବଂ ବରିଷ୍ଠ ପ୍ରଚାରକ ଇନ୍ଦ୍ରେଶ କୁମାର, ରାମଲାଲ ଏବଂ ହରିଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ଏବଂ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଥିବା ତିକ୍ତ ହେଉଥିବା ସମ୍ପର୍କ ସୁଧାରିବା ପାଇଁ ଆରଏସ୍ଏସ୍ ର ଏହା ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି ।

ଡକ୍ଟର ଉମର ଅହମ୍ମଦଙ୍କୁ ଭେଟିବା ପରେ ସଂଘ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ, ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି। ଏହା ସଂଘର ସାଧାରଣ ଆଲୋଚନା ପ୍ରକ୍ରିୟାର ଏକ ଅଂଶ ବିଶେଷ।

ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ବିଟର
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପରେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାହାର କରିନେଇଛି ଟ୍ବିଟର। କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଟ୍ବିଟର ହଟାଇଥିବା କୁହାଯାଉଥିବା ବେଳେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାର କରିଥିବା ଜଣାପଡ଼ିଛି। ଟ୍ୱିଟରରେ ମୋହନ ଭାଗବତଙ୍କର ୨୦.୭୬ ଲକ୍ଷ ଅନୁସରଣକାରୀ ଅଛନ୍ତି।

ସୂଚନା ଅନୁଯାୟୀ, କେବଳ ଭଗବତ ନୁହନ୍ତି ଆରଏସଏସର ପୂର୍ବତନ ସରକାର୍ୟ୍ୟବାହକ ଭୟାଜି ଜୋଷୀ,ପୂର୍ବତନ ସହ ସରକାର୍ୟ୍ୟବାହକ ସୁରେଶ ସୋନି ଓ ସର କାର୍ୟ୍ୟବାହକ ଅରୁଣ କୁମାରଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅନଭେରିଫାଇଡ୍ କରିଦେଇଛି ।

ସେହିପର ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିବା ପରେ ହଙ୍ଗାମା ହୋଇଥିଲା । ବ୍ଲୁଟିକ୍ ହଟିବାର ୨ ଘଣ୍ଟା ପରେ ଟ୍ୱିଟର ପୁଣିଥରେ ଆକାଉଣ୍ଟକୁ ବ୍ଲୁଟିକ୍ ଦେଇଥିଲା । ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ, ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ଗତ ୬ ମାସ ଧରି ଅପଡେଟ୍ ହେଉନଥିବାରୁ ବ୍ଲୁଟିକ୍ ହଟାଯାଇଥିଲା । ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ଅସନ୍ତୁଷ୍ଟ ଥିଲା ବୋଲି କୁହାଯାଉଥିଲା । ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଲଢେଇର ଏହା ଅଂଶ ବୋଲି କୁହାଯାଉଛି ।