World - The Sakala
ଭାରତର ୧୦ଟି ମନ୍ଦିରରେ ୯ ଲକ୍ଷ କୋଟିର ସମ୍ପତ୍ତି; ତିରୁପତି ବାଲାଜୀ ବିଶ୍ୱର ତୃତୀୟ ଧନୀ ଧର୍ମପୀଠ
ନୂଆଦିଲ୍ଲୀ: ଭାରତର ୧୦ଟି ମନ୍ଦିର ପାଖରେ ୯ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏକଥା ବିଶ୍ୱାସ ନହେଲେ ବି ସତ। ଗ୍ଲୋବାଲ ୱେଲଥ ଇଣ୍ଡେକ୍ସ-୨୦୨୬ର ରିପୋର୍ଟ ଅନୁଯାୟୀ, ଭାରତର ଶୀର୍ଷ ୧୦ଟି ଧନୀ ମନ୍ଦିରର ସମୁଦାୟ ସମ୍ପତ୍ତିର ମୂଲ୍ୟ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ। ଏଥିମଧ୍ୟରୁ ତିରୁପତି ବାଲାଜୀ ମନ୍ଦିର ବିଶ୍ୱର ତୃତୀୟ ସବୁଠାରୁ ଧନୀ ଧର୍ମପୀଠ ଭାବେ ମାନ୍ୟତା ପାଇଛି। ତିରୁପତି ବାଲାଜୀ ମନ୍ଦିର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏହା  ଅନେକ ଦେଶର ଜଡିପିଠାରୁ ବି ଅଧିକ। ଏଠାରେ ପ୍ରତିଦିନ ହାରାହାରି ୧ରୁ ୫ କୋଟି ଟଙ୍କା ଦାନ ମିଳିଥାଏ। ଚଳିତବର୍ଷ ମାର୍ଚ୍ଚ ୧୭ରେ ଗୋଟିଏ ଦିନରେ ୪.୮୮ କୋଟି ଟଙ୍କାର ଦାନ ମିଳିଥିଲା।
ସେହିପରି କେରଳର ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ପ୍ରାଚୀନ ସମ୍ପତ୍ତି ଦୃଷ୍ଟିରୁ ସବୁଠାରୁ ଧନୀ ବିବେଚିତ ହୋଇଛି। ଏହାର ୯୯ ପ୍ରତିଶତ ସମ୍ପତ୍ତି ସୁନା ମୂର୍ତ୍ତି, ମୁଦ୍ରା ଏବଂ ହୀରା ଆଦି ପ୍ରାଚୀନ ସମ୍ପତ୍ତି ଆକାରରେ ରହିଛି, ଯାହାର ବର୍ତ୍ତମାନ ବଜାରର ମୂଲ୍ୟ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ। ସେହିଭଳି ଓଡ଼ିଶାର ଶ୍ରୀ ଜଗନ୍ନାଥ ମନ୍ଦିରର ସମ୍ପତ୍ତି ମଧ୍ୟ ବହୁତ ଅଧିକ। ଏହି ମନ୍ଦିର ପାଖରେ ୬୦,୦୦୦ ଏକରରୁ ଅଧିକ ଜମି ରହିଛି। ଏହାଛଡ଼ା ୬ଟି ରାଜ୍ୟରେ ୩୯୫ ଏକର ଜମି ରହିଛି। ମନ୍ଦିରର ରତ୍ନଭଣ୍ଡାର, ଜମି ଏବଂ ଅନ୍ୟାନ୍ୟ ସ୍ଥାବର-ଅସ୍ଥାବର ସମ୍ପତ୍ତିିର ମୂଲ୍ୟ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ହେବ ବୋଲି ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି୤  ଅନ୍ୟପଟେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରର ସମ୍ପତ୍ତି ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ  କୋଟିଏ ଟଙ୍କାରୁ ଅଧିକ ଦାନ ମିଳୁଛି୤  ମନ୍ଦିରର ସମ୍ପତ୍ତିି ୬,୦୦୦ରୁ ୮,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଅବଶ୍ୟ ଏହି ମନ୍ଦିର ନିର୍ମାଣରେ ୧,୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି ।
ବିଶ୍ବର ଟପ୍-୨୦ ଧନୀ ତାଲିକାରେ ପୁଣି ସାମିଲ ହେଲେ ଗୌତମ ଆଦାନୀ
ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ବଢିଛି ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିର ପରିମାଣ । ସମ୍ପତ୍ତିରେ ସଦ୍ୟତମ ବୃଦ୍ଧି ପରେ ଆଦାନୀ ବିଶ୍ବର ଟପ୍-୨୦ ଧନୀ ତାଲିକାକୁ ଫେରିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୨.୯୨ ବିଲିୟନ ଡ଼ଲାର (୨୪,୨୬୮କୋଟି) ବୃଦ୍ଧି ପାଇଛି ।
ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଆଦାନୀ ସମ୍ପ୍ରତି ଏହି ତାଲିକାରେ ୨୦ତମ ସ୍ଥାନରେ ରହିଛନ୍ତି । ଗତ କିଛି ଦିନ ଧରି ଆଦାନୀଙ୍କ ତାଲିକାଭୁକ୍ତ ୧୦ଟି କମ୍ପାନୀ ଷ୍ଟକ୍ ବଜାରରେ ବଢ଼ିଆ ପ୍ରଦର୍ଶନ କରିଥିଲା । ସେୟାର ବୃଦ୍ଧି ଯୋଗୁଁ ଆଦାନୀ ଗ୍ରୁପର ମାର୍କେଟ କ୍ୟାପିଟାଲାଇଜେସନ ମଧ୍ୟ ୧୧ ଲକ୍ଷ କୋଟି ଟପିଛି ।
ଚଳିତ ବର୍ଷ ଆରମ୍ଭରେ ଆମେରିକାର ସର୍ଟ ସେଲର ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ବଜାର କ୍ୟାପ୍ ପୂରା କମିଯାଇଥିଲା। ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ପ୍ରଥମ ଥର ପାଇଁ ବଜାର ମୂଲ୍ୟର ଏହି ସଂଖ୍ୟା ଅତିକ୍ରମ କରିଛି । ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ର ସମସ୍ତ କମ୍ପାନୀର ସେୟାର କ୍ରାସ୍ ହୋଇଥିଲା ।
ଲିଭିଗଲା ଆଲୁଅ, ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ; ବିଶ୍ୱ ପାଳିଲା ଆର୍ଥ ଆୱାର
ଭୁବନେଶ୍ୱର: ବିଶ୍ୱ ପାଳିଲା ଆର୍ଥ ଆୱାର। ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହୋଇଛି ଆର୍ଥ ଆୱାର । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍‌ ରହିଛି ‘Invest on Our planet’ । ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
ଦେଶର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯାଇଛି। କୋଲକତାର ହଓ୍ଵାରା ବ୍ରିଜ୍‌, ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନ, ଅକ୍ଷରଧାମ ମନ୍ଦିର, ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ଲାଇଟକୁ ବନ୍ଦ ରଖାଯାଇଥିଲା। ନବୀନ ନିବାସରେ ମଧ୍ୟ ଆର୍ଥ ଆୱାର ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଗଲା ନବୀନ ନିବାସ । ବନ୍ଦ ରହିଲା ସମସ୍ତ ଲାଇଟ୍ । ଆର୍ଥ ଆଓ୍ବାର ପାଇଁ ଲାଇଟ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ଆହ୍ବାନ । ତାଙ୍କ ଆହ୍ବାନ କ୍ରମେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ନବୀନ ନିବାସର ସମସ୍ତ ଲାଇଟ୍ ବନ୍ଦ ରହିଥିଲା ।
କେବଳ ନବୀନ ନିବାସର ଲାଇଟ୍ ବନ୍ଦ ରହି ନଥିଲା । ଏହି ସମୟରେ ଲାଇଟ୍ ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ତାଙ୍କ ଆହ୍ବାନ କ୍ରମେ ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ ସହ ଲୋକମାନେ ଏହି ସମୟରେ ଲାଇଟ ବନ୍ଦ ରଖିଥିଲେ ।
ଭୁବନେଶ୍ବର କମିଶନରେଟ ଅଫିସରେ ଲାଇଟ୍ ବନ୍ଦ ରହିଥିବା ବେଳେ ଷ୍ଟିଲ୍ ସିଟି ରାଉରକେଲା ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଯାଇଥିଲା ।
ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ୨୦୦୪ରୁ ଆର୍ଥ ଆଓ୍ବାର ପାଳିତ ହୋଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଜୁଳି ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ଦେଇଥିଲେ ଆହ୍ବାନ ।
ବିଶ୍ଵ ଧନୀ ତାଲିକାରେ ୭ମ ସ୍ଥାନକୁ ଖସିଲେ ଶିଳ୍ପପତି ଗୌତମ ଆଦାନୀ
ନୂଆଦିଲ୍ଲୀ: ବିଶ୍ଵ ଧନୀ ତାଲିକାରୁ ଖସିଲେ ଦେଶର ଅନ୍ୟତମ ଶିଳ୍ପପତି ଆଦାନୀ । ବହୁ ଚର୍ଚ୍ଚିତ ହିଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ପରିମାଣ ୨୨.୫ ମିଲିୟନ ଡଲାର ହ୍ରାସ ପାଇଥିବା ଜଣାପଡ଼ିଛି । ଫଳରେ ମାତ୍ର ୨ ଦିନ ଭିତରେ ସେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ।
ଗତ ସେପ୍ଟେମ୍ବର ୨୦୨୨ରେ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଥିଲେ । ଫୋର୍ବସ ଡାଟା ଅନୁଯାୟୀ ଜାନୁଆରୀ ୨୦୨୩ ସୁଦ୍ଧା ତାଙ୍କ ମୋଟ ସଂପତ୍ତିର ପରିମାଣରେ ଶତକଡ଼ା ୧୯ ଭାଗ ହ୍ରାସ ପାଇଛି । ଆଦାନୀ ଏବେ ଧନୀ ତାଲିକାର ୭ ନମ୍ବର ସ୍ଥାନକୁ ଖସିବା ପରେ ଧନୀ ତାଲିକାରେ ମାଇକ୍ରୋସଫ୍‌ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ତଳକୁ ଖସି ଆସିଛନ୍ତି । ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି । କଂପାନୀର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ଏଭଳି ବିପର୍ଯ୍ୟୟ ଘଟିଥିବା କୁହାଯାଉଛି । ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟରେ ଆଦାନୀ ଗ୍ରୁପର ସେୟାର ପ୍ରାଇସରେ ହେରଫେର, ସେଲ୍ କମ୍ପାନୀରେ କାରବାର, ଆକାଉଣ୍ଟରେ ଅନିୟମିତତା ଭଳି ସାଂଘାତିକ ଅଭିଯୋଗ ରହିଛି ।
ପୂର୍ବରୁ ବିଶ୍ୱର ଧନୀ ତାଲିକାରେ ଆଦାନୀ ଦ୍ରୁତ ଗତିରେ ଉପରକୁ ଉଠୁଥିଲେ । ଗତବର୍ଷ ସେପ୍ଟେମ୍ବରରେ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଥିଲେ।ଏପ୍ରିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଙ୍କର ନେଟ ୱର୍ଥ ୧୦୦ ବିଲିୟନ ଡଲାର ଟପିଥିଲା । ପରେ ସେ ବିଲ୍‌ ଗେଟ୍ସଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିବା ପରେ ଅଗଷ୍ଟରେ ୩ୟ ସ୍ଥାନକୁ ଉଠିଥିଲେ ।
ବିଶ୍ବ ନିୟନ୍ତାଙ୍କ ସୃଷ୍ଟି ବେଶ୍‌ ରହସ୍ୟମୟ । ଏହି ରହସ୍ୟମୟ ସୃଷ୍ଟିର ସମସ୍ତ  ଜୀବଜଗତ ନିୟତିର ବିଧି ନିର୍ଦ୍ଦିଷ୍ଟ ନିତିନିୟମରେ  ପରିଚାଳିତ। ସମସ୍ତ ଗ୍ରହ ନକ୍ଷତ୍ର ନିୟତିର ଅଧୀନ  ଓ ମଣିଷର ଭାଗ୍ୟ ଦୈବର ଅଧୀନ। ଭାଗ୍ୟ ଫଳତି ସର୍ବତ୍ରଂ ନ ଚ ବିଦ୍ୟା ନ ଚ ପୌରୁଷମ୍‌। ସୌରଜଗତର ଗ୍ରହ ନକ୍ଷତ୍ରଙ୍କୁ କେନ୍ଦ୍ରୀଭୂତ କରି ଜ୍ୟୋତିଷିକ ଗଣନାକୁ ସୀମିତ କରି ସାରା ବିଶ୍ବରେ ଆଗାମୀ  ୨୦୨୩ ମସିହାରେ କ’ଣ ଘଟିବାକୁ ଯାଉଛି, ଯାହାର ଏକ ସମ୍ୟକ ବିବରଣୀ ଏଠାରେ ଉପସ୍ଥାପନା କରାଯାଇଛି।
ବିଶ୍ୱ ସମାଚାର
ନବବର୍ଷର  ଗ୍ରହ ସ୍ଥିତି ଅନୁଯାୟୀ ୨୦୨୩ ମସିହା ବିଶ୍ବ ପାଇଁ ମିଶ୍ରିତ ଫଳ ରହିବ। ମେ’ ମାସ ମଧ୍ୟରେ  ବିଶ୍ବବାତାୟନ ତଥା ବାତାବରଣ ସରଗରମ ହେବ। ପ୍ରାୟ ଅଧିକାଂଶ ଦେଶରେ ଜନତା ଜନାର୍ଦ୍ଦନ  ଶାସନ  ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିବା ସହ କ୍ରୋଧରେ ଜର୍ଜରିତ ହେବେ। ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଶାସନ ବିରୁଦ୍ଧରେ  ଆନ୍ଦୋଳନ ଜାରି ରଖିବେ। ଦେଶ ଦେଶ ମଧ୍ୟରେ ବୈଦେଶିକ ସଂପର୍କ ଓ ବ୍ୟବସାୟିକ ଆମଦାନି ରପ୍ତାନିକୁ  ନେଇ ଅଚଳାବସ୍ଥା ଦେଖାଦେବ। ଜୁନ୍‌ଠାରୁ ଅଗଷ୍ଟ ମଧ୍ୟରେ ଶନିକୁ ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବହୁ ଦେଶର ରାଜନେତାମାନଙ୍କର  ଯୁଦ୍ଧଖୋର ମନୋଭାବ ଦେଖାଦେବ। ଏହି ମାସ  ଅଚାନକ ଘୂର୍ଣ୍ଣିବାତ୍ୟା, ଅଂଶୁଘାତ, ଅଗ୍ନିଦାହ, ରାସାୟନିକ ବିସ୍ଫୋରଣଜନିତ ବିଭିନ୍ନ ଦୁର୍ଘଟଣାମାନ ଘଟିବାର ବହୁ ସମ୍ଭାବନା ରହିଛି।
ରୁଷିଆ, ଆରବ ଦେଶ ସମୂହ ସ୍ବିଡେନ୍‌ ଓ ପୋଲାଣ୍ଡ ଆଦି ଦେଶ ସମୂହରେ ଅନାହାର ଓ ଖାଦ୍ୟାଭାବ ଦେଖାଦେବ। ସବୁଆଡ଼େ ଆନ୍ଦୋଳନ, ପୋଡ଼ାଜଳା ସହ ବିସ୍ଫୋରଣ ଓ ଆକସ୍ମିକ ଭୂମିକମ୍ପ ସହ ଘୂର୍ଣ୍ଣିବାତ୍ୟା ଦେଖାଦେବ। କର୍ମ ସଂସ୍ଥାନର ଘୋର ଅଭାବ ସହ ବିଭିନ୍ନ ମାରାତ୍ମକ ରୋଗ ଦେଖାଦେବ। ଜନତାଙ୍କ ଅନ୍ଦୋଳନାତ୍ମକ ମନୋଭାବ ହେତୁ ସରକାରୀ କର୍ମଚାରୀମାନେ ଦ୍ବନ୍ଦ୍ବରେ ପଡ଼ି ହନ୍ତସନ୍ତ ହେବେ। ଶୁକ୍ର ଓ ବୃହସ୍ପତିଙ୍କ  ପୂର୍ଣ୍ଣଦୃଷ୍ଟି  ହେତୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା , ଉତ୍ତର ଆଫ୍ରିକା, ବେଲ୍‌ଜିୟମ୍‌, ଲଣ୍ଡନ, ମେଲ୍‌ବର୍ଣ୍ଣ ଆଦି ଦେଶରେ ଦୁରାରୋଗ୍ୟ ବ୍ୟାଧି ଦେଖାଦେବ। ସବୁଆଡ଼େ  ଅରାଜକତା, ଗୃହଯୁଦ୍ଧ, ରାଜନୈତିକ ବିଶୃଙ୍ଖଳା ସହ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଅଚାନକ ଦୈବୀ ଦୁର୍ବିପାକ ସହ ଜୈବିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ, ଅସ୍ତ୍ରଶସ୍ତ୍ର କାରବାର ବୃଦ୍ଧ଄ ସହ ବାରମ୍ବାର ପ୍ରତିକୂଳ ପରିବେଶ ଓ ପରିସ୍ଥିତି ଉଭୟ ଶାସକ ଓ  ଶାସନ କଳ ବହୁବିଧ  ବାଧାବିଘ୍ନର ସମ୍ମୁଖୀନ ହେବେ। ମେ’ ମାସଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡ, ବ୍ରିଟେନ୍‌, ଜର୍ମାନୀ, ପାଲେଷ୍ଟାଇନ୍‌ ତଥା ଭାରତର ଯାବତୀୟ  ବହୁବିଧ ସୁନାମ ପ୍ରତିଷ୍ଠାର ସୁଯୋଗ ଥିଲେ  ମଧ୍ୟ ବିରୋଧୀମାନଙ୍କ ବିରୋଧାଭାସ, ଅସହଯୋଗ ଯୋଗୁଁ ବହୁ କ୍ଷେତ୍ରରେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେବେ। ଚଳିତବର୍ଷ ଜାନୁଆରୀ, ଜୁଲାଇ, ଅକ୍ଟୋବର ଓ ଡିସେମ୍ବରରେ ବିଶ୍ବର ସର୍ବୋଚ୍ଚ ନେତୃ ସ୍ଥାନୀୟ ବ୍ୟକ୍ତି କିମ୍ବା ଧର୍ମପ୍ରଚାରକଙ୍କ ହଠାତ୍‌ ସ୍ବାସ୍ଥ୍ୟହାନି ଅଥବା ପ୍ରାଣହାନି ହେବାର ଆଶଙ୍କା ରହିଛି। ଜୁନ୍‌,ଜୁଲାଇ,  ଅଗଷ୍ଟ ଓ ଡିସେମ୍ବରରେ ସାରା ବିଶ୍ବ ଏକ ବିଷାକ୍ତ ବାତାବରଣ ଦେଇ ଗତି କରିବ। ଜାନୁଆରୀଠାରୁ ମାର୍ଚ୍ଚ ମଧ୍ୟରେ ଲଗ୍ନାଧିପତି ବୁଧ ମିତ୍ରଗ୍ରହ ରବିଙ୍କ ସହ  ଯୁକ୍ତ ହୋଇ ଅଗ୍ନିରାଶି ଧନୁରେ ଅବସ୍ଥାନ କରୁଥିବାରୁ ସାରା ଦେଶବିଦେଶ ମଧ୍ୟବର୍ତ୍ତୀକାଳୀନ ଏକ ସଂକଟଜନକ ପରିସ୍ଥିତିର ସମ୍ମୁଖୀନ ହେବେ। ସବୁଆଡ଼େ  ଶସ୍ୟହାନି ଦେଖାଦେବ। ଖାଦ୍ୟ ସମସ୍ୟା ଚିନ୍ତାଜନକ ରହିବ। ଷ୍ଟକ୍‌ମାର୍କେଟ୍‌ରେ ଅଚଳାବସ୍ଥା ସୃଷ୍ଟି ହେବ। ରାଷ୍ଟ୍ରନୀତିଜ୍ଞଙ୍କ ଯୁଦ୍ଧଖୋର ମନୋଭାବ ରହିବ। ସାମରିକ କୌଶଳ ପ୍ରଣୟନ ଓ ପ୍ରୟୋଗ ଯୋଗଁୁ ବହୁ ରାଷ୍ଟ୍ର ନିଜ ନିୟନ୍ତ୍ରଣରେ ଥିବା ବିଭାଗଗୁଡ଼ିକ ସୁପରିଚାଳିତ ନ କରିବା ହେତୁ ସବୁଆଡ଼େ ମୃତାହତ ସଂଖ୍ୟା ବୃଦ୍ଧି ପାଇବ। ତା’ ସହିତ  ଦଙ୍ଗା ହଙ୍ଗମା ଅନଳ ପରି ଅଣାୟତ୍ତ ହେବ। ସାମ୍ପ୍ରଦାୟିକ ଦୁଃଖଦ ପରିସ୍ଥିତି ତଥା ଆଇନଗତ ବିଶୃଙ୍ଖଳା ଦେଖାଦେବ। ବିଶେଷ କରି ଆମେରିକା ଓ ଉତ୍ତର ଆଫ୍ରିକା ଦେଶଗୁଡ଼ିକ ପଡ଼ୋଶୀ ସେନାବାହିନୀର  ଦୌରାତ୍ମ୍ୟ ଯୋଗୁଁ ରାଷ୍ଟ୍ରଗୁଡ଼ିକର ବିକାଶରେ ବାଧା ସୃଷ୍ଟି କରିବେ। ସେହିପରି ଭୟ ଓ ଆତଙ୍କର ବାତାବରଣ ଦେଖାଦେବ।
ଜୁନ୍‌, ଜୁଲାଇ, ଅଗଷ୍ଟ ଓ ଡିସେମ୍ବରରେ ଶନିଙ୍କୁ ମଙ୍ଗଳପୂର୍ଣ୍ଣ ଦୃଷ୍ଟି ତଥା ମେଷସ୍ଥ ବୃହସ୍ପତି ରାହୁଙ୍କ ସ୍ଥିର ଗୁରୁଚାଣ୍ଡାଳ ଯୋଗ ସୃଷ୍ଟି ହୋଇ ଶନିଙ୍କ ପୂର୍ଣ୍ଣଦୃଷ୍ଟି ଥିଲେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଶାନ୍ତି ରକ୍ଷା ପାଇଁ ମନୋଭାବର ଅଭାବ ଦେଖାଦେବ। ବହିଃଶତ୍ରୁମାନଙ୍କ ବାରମ୍ବାର ଅାକ୍ରମଣାତ୍ମକ ମନୋଭାବ ଯୋଗଁୁ ସର୍ବଦା ସବୁ ରାଷ୍ଟ୍ରମାନଙ୍କ ଦୌରାତ୍ମ୍ୟ, ଗୃହଯୁଦ୍ଧ, ଖଣ୍ଡଯୁଦ୍ଧ ବିସ୍ଫୋରଣ, ଦଙ୍ଗା ଆଦି ବିଶୃଙ୍ଖଳତା ଦେଖାଯିବ। ଏହା ରାଷ୍ଟ୍ରମୁଖ୍ୟଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ବିଶ୍ବର ଅଧିକାଂଶ ଦେଶରେ ଖାଦ୍ୟର ଅଭାବ ପରିଲକ୍ଷିତ ହେବ।  ଖାଦ୍ୟଶସ୍ୟ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହେବେ। ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ରୁଷ, ଚୀନ୍‌, ଜାପାନ୍‌, ଇଂଲଣ୍ଡ, ମେଲ୍‌ବର୍ଣ୍ଣ ଆଦିରେ ସମୟୋଚିତ ପଦକ୍ଷେପର ଅଭାବ ଯୋଗଁୁ ଅଜଣା ରୋଗବ୍ୟାଧି ବ୍ୟାପୀ ଅନେକ ଧନ ଜୀବନ ନଷ୍ଟ ହେବ।
ଭାରତ  ଖବର
ଇଂରାଜୀ ନବବର୍ଷ ୨୦୨୩ ମସିହା, ପୌଷ ମାସ ଶୁକ୍ଳ ଦଶମୀ ତିଥି ରବିବାର  ମଧ୍ୟ ରାତ୍ରକୁ କନ୍ୟାଲଗ୍ନ। ଶାସକ ଦଳ (କନ୍ୟା ଲଗ୍ନ)କୁ ଜନତା ତଥା ବିରୋଧୀ ଦଳର ଅଧିପତି (ବୃହସ୍ପତି)ଙ୍କ ପୂର୍ଣ୍ଣଦୃଷ୍ଟି ରହିଛି। ଫଳରେ ମେ ମାସ ପର୍ଯ୍ୟନ୍ତ ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ। ଭାରତରେ ଜନଅସନ୍ତୋଷ ବୃଦ୍ଧି ପାଇବ। ଅପ୍ରେଲ, ଜୁଲାଇ, ଅଗଷ୍ଟ, ଅକ୍ଟୋବର ମାସଗୁଡ଼ିକରେ ବିରୋଧୀ ଦଳଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେବ। କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ମତପାର୍ଥକ୍ୟ ତଥା ରାଜନୈତିକ ବିଦ୍ରୋହ ତଥା ଆନ୍ଦୋଳନ ବାରମ୍ବାର ଦେଖାଦେବ। ଶାସନ କ୍ଷେତ୍ରରେ  ରାଜନୈତିକ ଦ୍ବନ୍ଦ୍ବ, ଉନ୍ନୟନ କାର୍ଯ୍ୟରେ ବାଧା, ରାଜନୈତିକ ଅସ୍ଥିରତା, ସୀମାନ୍ତ ସଂଘର୍ଷ, ଜନ ଅସନ୍ତୋଷ, ଆଭ୍ୟନ୍ତରୀଣ ବିଦ୍ରୋହ, ଶ୍ରମିକ ଆନ୍ଦୋଳନ, ଶାସକୀୟ କ୍ଷେତ୍ରରେ ନେତୃତ୍ବ ପରିବର୍ତ୍ତନ ତଥା ବହୁ ଅଶୁଭ ଫଳ ମିଳିବ।
ଅର୍ଥନୈତିକ ଅବସ୍ଥା: ଚତୁର୍ଥସ୍ଥ ରବିବୁଧ, ପଞ୍ଚମସ୍ଥ ଶୁକ୍ର ଶନି ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶର ଶିଳ୍ପସଂସ୍ଥାମାନେ ନିଜର ବାଣିଜ୍ୟ ଅଭିବୃଦ୍ଧି ପାଇଁ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗେଇ ଆସି ନିଜର ଆଧିପତ୍ୟ ବିସ୍ତାର କରିବେ। ବିଦେଶ ଶିଳ୍ପସଂସ୍ଥା ସହ ଦେଶୀୟ ଶିଳ୍ପ ସଂସ୍ଥାମାନେ ଭାଗୀଦାରି ବ୍ୟବସାୟରେ ପ୍ରଭୂତ ଉନ୍ନତି କରିବେ। ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆଶାତୀତ ଭାବରେ ସୁଫଳ ପ୍ରଦାନ କରିବ। ମେ ମାସ ପର୍ଯ୍ୟନ୍ତ ଅର୍ଥନୈତିକ ସ୍ଥିତି ବିଗିଡ଼ି ଯିବ।
କୃଷି: ପ୍ରାୟ ସମୟ ଦେଶର ବହୁ ପ୍ରାନ୍ତରେ ବୃଷ୍ଟିହୀନତା ତଥା ପରିବେଶ ଅସନ୍ତୁଳ ଅବସ୍ଥା ହେତୁ କୃଷି ଉତ୍ପାଦନ ହ୍ରାସ ପାଇବ। ଅତିବୃଷ୍ଟି ତଥା ଅନାବୃଷ୍ଟି ହେତୁ କୃଷି ଦିଗରେ ଆଶାନୁରୂପ ଲାଭ ମିଳିବ ନାହିଁ। କୃଷିଜାତ ଦ୍ରବ୍ୟ ଅହେତୁକ ବୃଦ୍ଧି ପାଇବ। ବନ୍ୟା, ବାତ୍ୟା ତଥା ମରୁଡ଼ି ଯୋଗୁଁ ପ୍ରଭୂତ କୃଷିହାନି ହେବାର ସମ୍ଭାବନା। ଆମଦାନୀ ରପ୍ତାନୀ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ଖାଦ୍ୟାଭାବ ଦେଖାଦେବ। କୃଷି ସମ୍ପଦ ନଷ୍ଟ ହେବ।
ସ୍ବାସ୍ଥ୍ୟ: ଷଷ୍ଠପତି ଷଷ୍ଠ ସ୍ଥାନରେ ଥିବା ହେତୁ ବହୁ ଅଜଣା ରୋଗର ପାଦୁର୍ଭାବ ଦେଖାଦେବ।  ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବ। ଚିକିତ୍ସକମାନେ ରୋଗ ନିଦାନରେ ବହୁ କ୍ଷେତ୍ରରେ ଅବହେଳା କରିବେ। ସ୍ବାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ଅର୍ଥ ବାଟମାରଣା ହେବ।  ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ନ ହୋଇ ଅଧୂରା ରହିବ। ବହୁ ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ ବଜାରରୁ ଅନ୍ତର୍ଦ୍ଧାନ ହେବ। ନକଲି ଔଷଧର କାରବାର ବୃଦ୍ଧି ପାଇବ। ମେ ମାସ ପରଠାରୁ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ। ଜନସ୍ବାସ୍ଥ୍ୟର ସୁରକ୍ଷା ନିମନ୍ତେ ନୂତନ ଔଷଧ ଉଦ୍ଭାବନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଭାରତ ଅଦ୍ଭୁଦ ସଫଳତା ପାଇବ। କାରିଗରୀ ଓ ବୈଷୟିକ ଶିକ୍ଷା, ଚିକିତ୍ସା ପଦ୍ଧତି , ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଯଥେଷ୍ଟ ବିକାଶ ଘଟିବ। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନର ଅଭିବୃଦ୍ଧି ଘଟିବା ଦ୍ବାରା ବିଶ୍ବର ପ୍ରତ୍ୟେକ କ୍ଷେତ୍ରରେ ଭାରତ ପ୍ରଶଂସିତ ହେବ। ବୈଦିକ ଶିକ୍ଷାର ପୁନଃପ୍ରଚଳନ ହେବ।
ରାଜନୈତିକ ପରିସ୍ଥିତି: ନିଃସ୍ବାର୍ଥ ଦେଶସେବାର ନେତୃତ୍ବର ଅଭାବ ପରିଲକ୍ଷିତ ହେବ। ଆଭ୍ୟନ୍ତରୀଣ ବିଦ୍ରୋହ ତଥା ଶାସକ ଦଳର ଦୂର ବାରମ୍ବାର ମତ ପରିବର୍ତ୍ତନ ହେତୁ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷମାନେ ବାରମ୍ଭାର ସମାଲୋଚିତ ହେବେ। ନେତୃତ୍ବକୁ ନେଇ ବିବାଦ, କ୍ଷମତା କନ୍ଦଳ, ଅନାସ୍ଥା ପ୍ରସ୍ତାବ, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମତଭେଦ ତଥା ଆରୋପ ପ୍ରତ୍ୟାରୋପ ହେତୁ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ରାଜନୈତିକ ବ୍ୟକ୍ତି ବିଶେଷମାନଙ୍କ ଦୂରଦୃଷ୍ଟିର ଅଭାବ ତଥା ମତଭେଦ ହେତୁ ସରକାର ପ୍ରତିଷ୍ଠା ନେଇ ଘୋଡ଼ା ବେପାର ଦେଖାଦେବ। ବିଭିନ୍ନ ଅଘଟଣା ଓ ବାକ୍‌ଯୁଦ୍ଧକୁ ନେଇ ରାଜନୀତିକୁ ସର୍‌ଗରମ୍‌ କରିବ। ବୈଦେଶିକ ନୀତିରେ ଭାରତ ଶୀର୍ଷ ସ୍ଥାନରେ ପହଞ୍ଚିବ। ବହୁ ଦେଶ ଭାରତ ସହ ମିତ୍ରତା ସ୍ଥାପନ କରିବେ। ବିରୋଧିମାନଙ୍କ ବିରୋଧାଭାସ ସ୍ବାର୍ଥକୈନ୍ଦ୍ରିକ ତଥା ହୀନ ଉଦ୍ଦେଶ୍ୟ ଯୋଗୁଁ ବିକାଶରେ ବାଧାପ୍ରାପ୍ତ ହେବ। କାଶ୍ମିରୀ ସମସ୍ୟାର ସ୍ଥାୟୀ ସମାଧାନ ହେବ।
ଓଡ଼ିଶା ଖବର
ଚଳିତ ଶକାବ୍ଦଃ ଇଂରାଜୀ ନବ ବର୍ଷ ତା ୦୧/୦୧/୨୦୨୩ ମଧ୍ୟରାତ୍ର ସମୟରେ  ଜନ୍ମକୁଣ୍ଡଳୀରେ ଲଗ୍ନ କନ୍ୟା, ରବି ପୂର୍ବାଷାଢ଼ା ନକ୍ଷତ୍ର ଧନୁ ରାଶିରେ , ଚନ୍ଦ୍ର ଅଶ୍ବିନୀ ନକ୍ଷତ୍ର ମେଷରେ ମଙ୍ଗଳ ରୋହିଣୀ ନକ୍ଷତ୍ର ବୃଷ ରାଶିରେ, ବୁଧ ଉତ୍ତରାଷାଢ଼ା ନକ୍ଷତ୍ର ଧନୁ ରାଶିରେ, ବୃହସ୍ପତି,  ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ରାଶିରେ, ଶୁକ୍ର ଉତ୍ତରାଷାଢ଼ା ନକ୍ଷତ୍ର ମକର ରାଶିରେ, ଶନି ଧନିଷ୍ଠା ନକ୍ଷତ୍ର ମକର ରାଶିରେ, ରାହୁ ଦ୍ୱିଜା ନକ୍ଷତ୍ର ମେଷ ରାଶିରେ ଓ କେତୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଅବସ୍ଥାନ କରୁଛନ୍ତି। ଶିବ ଯୋଗ ଓ ତୈତିଳ କରଣ ଥିବାରୁ ନିମ୍ନରେ  ଓଡ଼ିଶାର ରାଜନୈତିକ  ଅର୍ଥନୈତିକ, ସାମାଜିକ, କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରର ସ୍ଥୂଳ ବିବରଣୀ ପ୍ରଦାନ କରାଯାଇଛି। ରାଜନୈତିକ ଲଗ୍ନାଧିପ ବୁଧଙ୍କୁ ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଶାସନ କ୍ଷେତ୍ରରେ ସେଭଳି କୌଣସି ଆଖିଦୃଶିଆ ବିପର୍ଯ୍ୟୟ ଘଟିବାର ଆଶଙ୍କା ନାହିଁ। ସପ୍ତମ ଭାବ ବିରୋଧୀ ଦଳ ଭାବ ହୋଇଥିବାରୁ ବୃହସ୍ପତି ଲଗ୍ନକୁ (ଶାସକ ଦଳ)କୁ ପୂର୍ଣ୍ଣ ଦୃଷ୍ଟି ଦେଉଥିବାରୁ ଉପରସ୍ତରରେ ରାଜନୈତିକ ବ୍ୟକ୍ତିମାନେ ପରସ୍ପର ପ୍ରତି ଆକ୍ରୋଶ ମନୋଭାବ ରଖିଥିଲେ ମଧ୍ୟ ଅନ୍ତର ମଧ୍ୟରେ ପରସ୍ପର ପ୍ରତି ଦୁର୍ବଳତା ରହିବ। ବିରୋଧୀ ଦଳଗୁଡ଼ିକ ଲୋକମାନଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ଶାସକ ଦଳ ନିକଟରେ ସତସାହସ ପୂର୍ବକ ଠିକ୍ ଭାବରେ ଉପସ୍ଥାପନ କରି ପାରିବେ ନାହିଁ। ତାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବାଦାନୁବାଦ ଲାଗି ରହିବ। ଏପ୍ରିଲ, ଜୁଲାଇ, ଅକ୍ଟୋବର ତଥା ଡିସେମ୍ବର ମାସ ମଧ୍ୟରେ ବରିଷ୍ଠ ଶାସକ ମୁଖ୍ୟଙ୍କ ଅଚାନକ ଗୁରୁତର ସ୍ୱାସ୍ଥ୍ୟହାନି, ଜୀବନହାନି ଘଟିବାର ବହୁତ ସମ୍ଭାବନା ରହିଛି।
ଏପ୍ରିଲ, ଜୁଲାଇ, ଅଗଷ୍ଟ, ଅକ୍ଟୋବର ଓ ଡିସେମ୍ବର ମାସଗୁଡ଼ିକରେ ରାଜନୈତିକ ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟ, ଦଙ୍ଗା ହଙ୍ଗାମା, ବିଭିନ୍ନ ପ୍ରକାର ଦୁର୍ଘଟଣା ଆଦି ବୃଦ୍ଧି ପାଇବାର ଆଶଙ୍କା ରହିଅଛି। ଏହି ସମୟ ମଧ୍ୟରେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିବିଶେଷ ଜନତାଙ୍କ ଦ୍ୱାରା ଅପମାନ ତଥା ସମାଲୋଚନାର ପାତ୍ର ହେବେ। କୃଷି କ୍ଷେତ୍ରରେ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହଯୋଗ ମିଳିଲେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିବ ନାହିଁ। କୃଷି ଉତ୍ପାଦନ ହ୍ରାସ ପାଇବ। ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଅପ୍ରତ୍ୟାଶିତ ଭାେବ ପ୍ରଗତି ଘଟିବ। ରୁଗ୍‌ଣ ଶିଳ୍ପର ପୁନରୁଦ୍ଧାର ହେବ। ନୂତନ ଶିଳ୍ପ ପ୍ରତିଷ୍ଠା ହେବ। ଶିକ୍ଷା କ୍ଷେତ୍ରରେ, ଶାସକ ଦଳ, ବିରୋଧୀ ଦଳ, ଶିକ୍ଷାବିତ୍‌ ଓ ନେତୃତ୍ବ ନେଇଥିବା ବ୍ୟକ୍ତି ବିଶେଷମାନଙ୍କର ଆନ୍ତରିକ ବୁଝାମଣାର ଅଭାବ ଓ ମତପାର୍ଥକ୍ୟ ଯୋଗଁୁ ଶିକ୍ଷା କ୍ଷେତ୍ରରେ ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହିବ। ଷଷ୍ଠପତି ଷଷ୍ଠରେ ଥିବା ହେତୁ ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ସରକାର ବଦନାମ ହେବେ। ସ୍ୱାସ୍ଥ୍ୟ ତଥା ଚିକିତ୍ସା ସମସ୍ୟା ଅଣାୟତ୍ତ ହେବ। ମହିଳାମାନଙ୍କର ଅର୍ଥନୈତିକ ବିକାଶ ହେବା ସହ  ସାମାଜିକ ତଥା ସାଂଗଠନିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।
ସୂର୍ଯ୍ୟପରାଗ- ୨୦୨୩
ମାସ            ତାରିଖ        ଦିନ            ସମୟ
ଅପ୍ରେଲ            ୨୦ ତାରିଖ          ଗୁରୁବାର       ସକାଳ ୭ଟା ୪ରୁ ଦ୍ବିପ୍ରହର ୧୨.୨୯ମିନିଟ୍‌
ଅକ୍ଟୋବର        ୧୪ ତାରିଖ       ଶନିବାର          ଭାରତରେ ଦୃଶ୍ୟମାନ ନୁହେଁ
ଚନ୍ଦ୍ରଗ୍ରହଣ – ୨୦୨୩
ମେ’                 ୫ ତାରିଖ        ଶୁକ୍ରବାର            ରାତି ୮ଟା ୪୫ରୁ ମଧ୍ୟରାତ୍ରି ୧ ଘଟିକା
ଅକ୍ଟୋବର        ୨୯ ତାରିଖ      ରବିବାର   ମଧ୍ୟରାତ୍ରି  ୧ଟା ୬ ମିନିଟ୍‌ରୁ ମଧ୍ୟରାତ୍ରି ୨ଟା ୨୨ ମିନିଟ୍‌
ଜାପାନୀ ଅରବପତିଙ୍କ ‘ଡିୟରମୁନ୍‌’ ଅଭିଯାନ; ଚନ୍ଦ୍ରକୁ ଯିବେ ୮ କଳାକାର, ଟିମ୍‌ରେ ଭାରତୀୟ ଅଭିନେତା ଦେବ ଯୋଶୀ ସାମିଲ
ନୂଆଦିଲ୍ଲୀ(ଏଜେନ୍ସି): ଏ ପର୍ଯ୍ୟନ୍ତ କେବଳ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ନର୍ସ,ପ୍ରୋଗ୍ରାମର, ଗଣିତଜ୍ଞ ଚନ୍ଦ୍ରପୃଷ୍ଠକୁ ଯିବା ଦୌଡ଼ରେ ସାମିଲ ହୋଇଥିଲେ। କିନ୍ତୁ ପ୍ରଥମ ଥର ପାଇଁ କଳାକାରଙ୍କ ଏକ୍‌ ଟିମ୍‌ (ରାପର, ନୃତ୍ୟ ନିର୍ଦ୍ଦେଶକ, ଫଟୋଗ୍ରାଫର ଏବଂ ଅଭିନେତା)ଚନ୍ଦ୍ରକୁ ଯିବେ। ଜାପାନୀ ଅରବପତି ୟାସୁକା ମିଜାଭାଙ୍କ ‘ଡିୟରମୁନ୍‌’ ଅଭିଯାନରେ ଏମାନେ ସାମିଲ ହୋଇଛନ୍ତି। ସେ ଟ୍ବିଟ କରି ତାଙ୍କ ସହ ଯାଉଥିବା କଳାକାରଙ୍କ ନାମ ଘୋଷଣା କରିଛନ୍ତି। ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସ ମାଧ୍ୟମରେ ୟାସୁକାଙ୍କ ଏହି ଘରୋଇ ଯାତ୍ରୀ ଉଡ଼ାଣ ସମ୍ପନ୍ନ ହେବ। ୟାସୁକାଙ୍କ ଟିମ୍‌ରେ ଆମେରିକାର ଡିଜେ ଷ୍ଟିଭ ଆଓକା, ଦକ୍ଷିଣ କୋରିଆର ରାପର ଚୋଇ ସେଉଙ୍ଗ ହ୍ୟୁନ, ଚେକ୍‌ ରିପବ୍ଲିକର ନୃତ୍ୟଶିଳ୍ପୀ ୟେମି ଏଡି, ଆୟରଲାଣ୍ଡର ଫଟୋଗ୍ରାଫର ରିଆନନ ଆଦମ, ବ୍ରିଟେନର ୱାଇଲ୍ଡଲାଇଫ ଫଟୋଗ୍ରାଫର କରିମ ଇଲିୟା, ଆମେରିକା ଚଳଚ୍ଚିତ୍ର ନିର୍ମାତା ବ୍ରେଣ୍ଡେନ ହଲ୍‌, ଭାରତୀୟ ଅଭିନେତା ଦେବ ଯୋଶୀ ସାମିଲ ଅଛନ୍ତି। ଆଉ ଦୁଇ ଜଣ ଆମେରିକାର ଅଲମ୍ପିକ୍‌ ସ୍ନୋବୋର୍ଡର କ୍ୟାଟଲିନ୍‌ ଫରିଙ୍ଗଟନ ଏବଂ ଜାପାନର ନୃତ୍ୟଶିଳ୍ପୀ ମିୟୁଙ୍କୁ ସଂରକ୍ଷିତ ତାଲିକାରେ ରଖାଯାଇଛି।
୨୦୧୮ରେ ଜାପାନୀ ଅରବପତି ୟାସୁକା ଚନ୍ଦ୍ରକୁ ଯିବାକୁ ଥିବା ରକେଟ୍‌ର ସମସ୍ତ ସିଟ୍‌ କିଣି ନେଇଥିଲେ। ସେ ତାଙ୍କ ସହ ଯିବାକୁ ୮ ଜଣ ଲୋକଙ୍କୁ ଖୋଜୁଥିବା କହିଥିଲେ। ଏହି ଘୋଷଣା ପରେ ସାରା ବିଶ୍ବର ପ୍ରାୟ ୩ ଲକ୍ଷ ଲୋକ ଚନ୍ଦ୍ରକୁ ଯିବା ପାଇଁ ଆବେଦନ କରିଥିଲେ। ଏଥିପାଇଁ ସବୁଠାରୁ ଅଧିକ ଭାରତୀୟ ଆବେଦନ କରିଥିଲେ ବୋଲି ୟାସୁକା କହିଥିଲେ। ଏହା ପରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନର ଲୋକେ ଯାତ୍ରା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ୨୦୨୩ ପ୍ରାରମ୍ଭିକ ସପ୍ତାହରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ ହେବାର ଥିଲା। କିନ୍ତୁ ପରେ ଅନେକ ଲୋକଙ୍କୁ ଏଥିରେ ସାମିଲ ହେବାକୁ ସୁଯୋଗ ଦିଆଯାଇଥିଲା। ଚନ୍ଦ୍ରକୁ ବୁଲିଯିବା ପାଇଁ ସ୍କ୍ରିନିଂ, କାର୍ଯ୍ୟ ଦାୟିତ୍ବ, ପରୀକ୍ଷଣ, ମେଡିକାଲ ଟେଷ୍ଟ ଏବଂ ୟାସୁକାଙ୍କ ସହ ସାକ୍ଷାତକାର ପରେ ନାମ ଚୂଡ଼ାନ୍ତ ହୋଇଥିଲା।
ଆସନ୍ତା ବର୍ଷ ଏହି ଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି। ଏପରି ହେଲେ ୧୯୭୨ ପରେ ପ୍ରଥମ ଥର ପାଇଁ ମନୁଷ୍ୟ ଟିମ୍‌ ଚନ୍ଦ୍ରକୁ ଯିବ। ତେବେ ଆମେରିକା ନିୟାମକ ଏ ପର୍ଯ୍ୟନ୍ତ ଏହି ଯାତ୍ରା ପାଇଁ ମସ୍କଙ୍କ ଷ୍ଟାର୍‌ସିପ୍‌ ରକେଟ୍‌କୁ ଅନୁମତି ଦେଇନାହିଁ। ଏହାକୁ ପୃଥିବୀ ନିକଟସ୍ଥ କକ୍ଷରେ ପରିଭ୍ରମଣ ପାଇଁ ମଧ୍ୟ ଅନୁମତି ମିଳିନାହିଁ। ଗତ ବର୍ଷ ହୋଇଥିବା ପରୀକ୍ଷଣ ପରେ ଏହି ଷ୍ଟାରସିପ୍‌ ଟେକ୍ସାସରେ ରହିଛି।
ସୁସ୍ଥ ହେବେ ଏଡସ୍‌ ରୋଗୀ ! ଖୁବ ଶୀଘ୍ର ମିଳିପାରେ ଏଚଆଇଭି ଟିକା, କ୍ଲିନିକାଲ ଟ୍ରାଏଲରେ ୯୭ ପ୍ରତିଶତ ସଫଳ ହେଲା ଟିକା
ନୂଆଦିଲ୍ଲୀ: ବିଶ୍ୱ ପାଇଁ ଖୁସି ଖବର । ସୁସ୍ଥ ହେବେ ମାରାତ୍ମକ ଏଚଆଇଭି ଏଡସ୍‌ରେ ଆକ୍ରାନ୍ତ ରୋଗୀ । ଏଚଆଇଭି ରୋଗୀଙ୍କ ପାଇଁ ଆସିପାରେ ରାମବାଣ। ବିଶ୍ବକୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଚଆଇଭି ଟିକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ଏବେ ୯୭ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ଟେକ୍ସସାସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି କି ସଂକ୍ରମଣରେ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହାସ୍ର ପାଇଥାଏ ।
ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଏଡସ୍‌ରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି । ସଂକ୍ରମଣ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହ୍ରାସ ପାଇଥାଏ। ଏହାର କୌଣସି ଚିକିତ୍ସା ପଦ୍ଧତି ନଥିବାରୁ ପ୍ରାଣ ହରାଇଥାନ୍ତି ଲୋକେ । ତେବେ ଏଚଆଇଭିକୁ ନେଇ ଏବେ ବଡ଼ ଖବର ଆସିଛି । ବିଶ୍ବବାସୀଙ୍କୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଡସ୍‌ ଟିକା । ଏଚଆଇଭି ଭ୍ୟାକ୍ସନକୁ ନେଇ ବୈଜ୍ଞାନିକମାନେ କରିଥିବା କ୍ଲିନିକାଲ ଟ୍ରାଏଲରେ ସୁଫଳ ମିଳିଛି । ୯୭ପ୍ରତିଶତ ଲୋକଙ୍କ ଦେହରେ ଏଡସ୍‌ ବିରୋଧରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଛି ।
ବୈଜ୍ଞାନିକମାନେ ୩୬ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଏଚଆଇଭି ଟିକାକୁ ପରୀକ୍ଷାମୂଳକ ଭାବେ ଟ୍ରାଏଲ କରିଥିଲେ । ଏଥିରେ ୩୫ଜଣଙ୍କ ଶରୀରରେ ରୋଗ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହା ଏଚଆଇଭି ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନି ।
୪୮୫୦୦ ବର୍ଷ ତଳର ଭୂତାଣୁକୁ ପୁଣି ଜୀବିତ କଲେ ବୈଜ୍ଞାନିକ
କ୍ରାଷ୍ଣୋୟାର୍ରସ୍କ(ଏଜେନ୍ସି): ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ୪୮,୫୦୦ ବର୍ଷ ହେଲା ଥିବା ଅନେକ ଭୂତାଣୁକ ବୈଜ୍ଞାନିକମାନେ ପୁନର୍ଜିବୀତ କରିଦେଇଛନ୍ତି। ଏହି ସବୁ ୫ଟି ଅଲଗା ଅଲଗା ପ୍ରଜାତି ସହ ସମ୍ବନ୍ଧ ରହିଛି। ଏହାର ନାମ ‘ମେଗାଭାଇରସ ମାମଥ୍‌’ ରହିଛି। ଏହି ଭୂତାଣୁ ହାତୀର ପୂର୍ବଜ ମାମଥ୍‌ ଥିବା ସମୟରେ ଥିଲେ। ସେତେବେଳେ ହିମ ଯୁଗର ସମୟ ଥିଲା। ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ହିମଯୁଗ ସମୟର ଅନେକ ଭୂତାଣୁ ଚାପି ହୋଇ ରହିଛନ୍ତି। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରୁ କିଛି ଭୂତାଣକୁ ବାହାର କରି ପୁନର୍ଜୀବିତ କରିଛନ୍ତି।
ବୈଜ୍ଞାନିକଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏଭଳି ସ୍ଥିତିରେ ଅଚାନକ୍‌ ଭୂତାଣୁ ସଂକ୍ରମଣ ହେଲେ ବିପଦ ସୃଷ୍ଟି ହେବ। ତେଣୁ ପୂର୍ବରୁ ଏହି ଭୂତାଣୁ ଉପରେ ଅଧ୍ୟୟନ କରିବା ଜରୁରୀ। ଏହା ଦ୍ବାରା ସଂକ୍ରମଣରୁ ରକ୍ଷା ପାଇବାର ଉପାୟ ଜାଣିହେବ।
ବିଶ୍ୱରେ ୫୦ କୋଟି ଲୋକଙ୍କ ହ୍ବାଟସଆପ୍ ଡାଟା ଲିକ୍, ବିପଦରେ ଭାରତର ୬୦ ଲକ୍ଷ ୟୁଜର
ନୂଆଦିଲ୍ଲୀ: ହ୍ବାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ବିଶ୍ୱର ପ୍ରାୟ ୮୦ ଦେଶର ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ତଥା ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି । ଏଥିରେ ଏହି ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଫୋନ ନମ୍ବର ଅନଲାଇନରେ ବିକ୍ରି ପାଇଁ ରଖାଯାଇଛି । ଏହାମଧ୍ୟରେ ଭାରତର ୬୦ ଲକ୍ଷ ୟୁଜରଙ୍କ ଡାଟା ରହିଛି । ଡାଟା ଲିକ୍ ପରେ ଭାରତର ୬୦ ଲକ୍ଷ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ବିପଦରେ । ସାଇବର ନ୍ୟୁଜର ତଥ୍ୟ ଅନୁସାରେ ଏକ ସ୍ବତନ୍ତ୍ର ହ୍ୟାକିଂ ଫୋରମରେ ଏହି ଡାଟା ଲିକ୍ ହୋଇଛି ।
ଯେଉଁ ଦେଶର ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଛି ସେହି ରାଷ୍ଟ୍ର ମଧ୍ୟରେ ରହିଛନ୍ତି ଭାରତ, ବ୍ରିଟେନ, ଆମେରିକା, ଇଜିପ୍ଟ, ଇଟାଲୀ, ଫ୍ରାନ୍ସ, ଋଷ ଆଦି ରାଷ୍ଟ୍ର । ଆମେରିକାର ଡାଟାସେଟର ଦାମ୍ ୭ ହଜାର ଡଲାର ରହିଥିବା ବେଳେ ବ୍ରିଟେନର ଡାଟାସେଟର ଦାମ୍ ରହିଛି ଅଢ଼େଇ ହଜାର ଡଲାର । ଯେଉଁ ବିକ୍ରେତା ଏହି ଡାଟା ହ୍ୟାକ୍ କରିଛନ୍ତି ତାଙ୍କ ସହ ସାଇବର ନ୍ୟୁଜ ଯୋଗାଯୋଗ କରିବା ପରେ ବ୍ରିଟେନର ୧ ହଜାର ୯୭ ଜଣଙ୍କ ତଥ୍ୟ ପ୍ରମାଣ ସ୍ବରୂପ ବିକ୍ରେତା ଦେଇଥିବା କୁହାଯାଇଛି ।
ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଥିଲା ସେହି ୧ ହଜାର ୯୭ ଜଣ ହେଉଛନ୍ତି ବାସ୍ତବରେ ହ୍ବାଟସ ଆପ୍ ୟୁଜର । ତେବେ ଏତେ ସଂଖ୍ୟକ ତଥ୍ୟ କିପରି ହ୍ୟାକ୍ କରାଗଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ବିଶେଷ କରି ସ୍ମିସିଂ ଓ ଭିସିଂ ଜରିଆରେ ସାଇବର ଅପରାଧ ଘଟାଯାଉଥିବା ବେଳେ, ଏହି ବୃହତ ଲିକ୍ କାହା ଜରିଆରେ ହୋଇଛି ତାହାର ସୂଚନା ମିଳିନାହିଁ । ପ୍ରଥମେ ହ୍ବାଟସଆପ୍ ୟୁଜରଙ୍କ ନିକଟକୁ ଏକ ଟେକ୍ସଟ ମେସେଜ ପଠାଇବା ପରେ ଏକ ଲିଙ୍କ୍ ଉପରେ କ୍ଳିକ କରିବା ଲାଗି ସାଇବର ଅପରାଧୀ କହିଥାନ୍ତି । ପରେ କ୍ରେଡିଟ କାର୍ଡ ବା ଅନ୍ୟାନ୍ୟ ତଥ୍ୟ ମଗାଯିବା ପରେ ଆକାଉଣ୍ଟ ହ୍ୟାକ କରାଯାଇଥାଏ । ଗତବର୍ଷ ମଧ୍ୟ ପ୍ରାୟ ୫୦ କୋଟି ଫେସବୁକ ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଥିଲା । ସେଥିରେ ଥିଲା ଭାରତୀୟ ୟୁଜରଙ୍କ ପ୍ରାୟ ୬୦ ଲକ୍ଷ ରେକର୍ଡ ।
ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ରିପୋର୍ଟ: ପ୍ରତିରାତିରେ ଭୋକିଲା ରୁହନ୍ତି ବିଶ୍ବର ୮୨ କୋଟି ଲୋକ, ଚିନ୍ତା ବଢ଼ାଉଛି ଖାଦ୍ୟ ସଙ୍କଟ,ଦରଦାମ୍‌ ବୃଦ୍ଧି
ୱାଶିଂଟନ୍‌(ଏଜେନ୍ସି): ସମ୍ପ୍ରତି ସାରା ବିଶ୍ବର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି। ନିକଟରେ ମିଳିତ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ସୂଚନା ଦିଆଯାଇଛି। ବିଗତ କିଛି ଦଶନ୍ଧି ଧରି ବିଶ୍ବରେ ବ୍ୟାପକ ଅଭିବୃଦ୍ଧି ଘଟିଛି ଏବଂ ଆଗାମୀ ଦଶନ୍ଧିରେ ମଧ୍ୟ ଏହି ଅଭିବୃଦ୍ଧି ଜାରି ରହିବ। ଯେହେତୁ ଜନସଂଖ୍ୟା ଏବେ ୮୦୦ କୋଟି ଛୁଇଁବାକୁ ଯାଉଛି। ତେଣୁ ବିଶ୍ବରେ ବର୍ତ୍ତମାନ ଖାଦ୍ୟ ଅଭାବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଏବେ ବଡ଼ ଚିନ୍ତାର ବିଷୟ ବୋଲି ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ଦୈନିକ ରାତିରେ ସାରା ବିଶ୍ବରେ ପ୍ରାୟ ୮୨ କୋଟିରୁ ଅଧିକ ଲୋକ ଭୋକିଲା ରହିଥାନ୍ତି।
୨୦୧୯ଠାରୁ ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ୧୩.୫ କୋଟିରୁ ୩୪.୫ କୋଟିକୁ ବୃଦ୍ଧି ପାଇଛି। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ୟୁଏନ୍ ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ବିଶ୍ୱ ନେତାମାନଙ୍କୁ କହିଛନ୍ତି ଯେ ପାଞ୍ଚଟି ପୃଥକ ସ୍ଥାନରେ ଲୋକମାନେ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ୧୯୫୦ ଦଶକଠାରୁ ବିଶ୍ବ ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଳାଗିଛି, ଯାହା ୨୦୨୦ରେ ୧%ରୁ କମ୍ ହ୍ରାସ ପାଇଛି। ମିଳିତ ଜାତିସଂଘ ଦ୍ବାରା କରାଯାଇଥିବା ସର୍ବଶେଷ ଆକଳନରୁ ଜଣାପଡିଛି ଯେ ୨୦୩୦ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୫୦ କୋଟିରେ ପହଞ୍ଚିବ। ୨୦୫୦ ବେଳକୁ ଏହା ୯୭୦ କୋଟିରେ ପହଞ୍ଚିଯାଇଥିବ। ୨୦୮୦ ଦଶକ ବେଳକୁ ଏହା ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ, ଜନସଂଖ୍ୟା ବିଭାଗ ଅନୁଯାୟୀ ଭାରତ ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବରେ ଚାଇନାକୁ ଅତିକ୍ରମ କରିବ। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ରିପୋର୍ଟ ଅନୁଯାୟୀ, ସାରା ବିଶ୍ବରେ ବାର୍ଷିକ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଉତ୍ପାଦନ ହୋଇଥାଏ। ଏହାର ପରିମାଣ ପାଖାପାଖି ୪ ବିଲିୟନ ଟନ୍ ହେବ, କିନ୍ତୁ ଏହି ଉତ୍ପାଦିତ ଖାଦ୍ୟର ପ୍ରାୟ ଏକ ତୃତୀୟାଂଶ ଅର୍ଥାତ୍‌ ୧.୩ ବିଲିୟନ ଟନ୍ ଫଳ, ପନିପରିବା, ଦୁଗ୍ଧ ଏବଂ ମାଂସ ନଷ୍ଟ ହୋଇଯାଇଥାଏ। ବିଶ୍ବ ବନ୍ୟପ୍ରାଣୀ ପାଣ୍ଠିର କହିବାନୁଯାୟୀ, ପୁଷ୍ଟିକର ଖାଦ୍ୟ ପାଉ ନ ଥିବା ଲୋକଙ୍କୁ ଖାଇବାକୁ ଦେବା ପାଇଁ ଏହା ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀ ହେବ।
ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟ ନିରାପତ୍ତା ସମସ୍ୟା ବୃଦ୍ଧି ଘଟାଉଥିବା ଅନ୍ୟ ଦିଗଟି ହେଉଛି ଖାଦ୍ୟ ସାମଗ୍ରୀର ଅତ୍ୟଧିକ ମୂଲ୍ୟ। ଶସ୍ତା ଖାଦ୍ୟ ଖାଇବା ଦ୍ବାରା ପୁଷ୍ଟିହୀନତା ବୃଦ୍ଧି ପାଇବ ଯାହା ମହିଳା ଏବଂ ଶିଶୁମାନଙ୍କ ପାଇଁ ଅଧିକ କ୍ଷତିକାରକ। ସାଧାରଣତଃ ଖାଦ୍ୟ ମୂଲ୍ୟ ଅଧିକ ରହିଥିବାରୁ ଫଳ, ପନିପରିବା, ଦୁଗ୍ଧ ଏବଂ ମାଂସ ଭଳି ପୁଷ୍ଟିକର ଖାଦ୍ୟ ସେମାନେ ପାଇବାରୁ ବଞ୍ଚିତ ହେଉଛନ୍ତି। ଖାଦ୍ୟର ମୂଲ୍ୟ ବୃଦ୍ଧି ହେଲେ ପରିବାରମାନେ ଅଧିକ ପୁଷ୍ଟିକର ଖାଦ୍ୟ କିଣିବା ପରିବର୍ତ୍ତେ ଶସ୍ତା ମୁଖ୍ୟ ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟକୁ କ୍ରୟ କରିଥାନ୍ତି, ଯାହା ଫଳରେ ପୁଷ୍ଟିଯୁକ୍ତ ଖାଦ୍ୟର ଗୁଣବତ୍ତା ହ୍ରାସ ପାଇବ। ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥର ଏକ ରିପୋର୍ଟ ଅନୁଯାୟୀ, ପୁଷ୍ଟିହୀନତା, ବିଶେଷକରି ପିଲାମାନଙ୍କଠାରେ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। , ଏହାକୁ ଲୁକ୍କାୟିତ କ୍ଷୁଧା କୁହାଯାଇଥାଏ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ବରେ ଖାଦ୍ୟ ସମାଗ୍ରୀ ମୂଲ୍ୟ ଢ଼େର ବଢ଼ିଯାଇଛି। ଉଭୟ ଦେଶ ଗହମ, ବାର୍ଲି, ମକା ଏବଂ ସୂର୍ଯ୍ୟମୁଖୀ ତେଲର ବିଶ୍ବରେ ବୃହତ୍‌ ଯୋଗାଣକାରୀ।
ବିଶ୍ବବ୍ୟାଙ୍କ ରିପୋର୍ଟ: ୨୦୩୦ ପର୍ଯ୍ୟନ୍ତ ବିଶ୍ବକୁ ଘାରିବ ଉତ୍କଟ ଦାରିଦ୍ର୍ୟ ସମସ୍ୟା
ନୂଆଦିଲ୍ଲୀ: ମହାମାରୀ କରୋନା ସମେତ ଅନ୍ୟାନ୍ୟ କାରଣକୁ ନେଇ ବିଶ୍ବ ଅର୍ଥନୀତି ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ଏହାକୁ ନେଇ ବିଭିନ୍ନ ଭାଗରେ ଦାରିଦ୍ର୍ୟ ସ୍ଥିତି ଉତ୍କଟ ହୋଇଛି। ବର୍ତ୍ତମାନ ସ୍ଥିତିକୁ ସ୍ବାଭାବିକ କରିବା ନେଇ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଥିଲେ ହେଁ ୨୦୩୦ ସୁଦ୍ଧା ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଶ୍ବବ୍ୟାଙ୍କ କହିଛି।
ସାଂପ୍ରତିକ ବୈଶ୍ବିକ ଅର୍ଥ ବ୍ୟବସ୍ଥାକୁ ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରେ କୁହାଯାଇଛି ଯେ, ବର୍ତ୍ତମାନ ବିଶ୍ବର ୯.୩ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। କରୋନା ମହାମାରୀ ପରେ ପରେ ରୁଷ-ୟୁକ୍ରେନ ଯୁଦ୍ଧ, ଚୀନ ଅର୍ଥନୀତିରେ ମାନ୍ଦା ଏବଂ ଖାଦ୍ୟ ସାମଗ୍ରୀ ଓ ପେଟ୍ରୋଲିୟମ ସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁଁ ବିଶ୍ବ ସ୍ତରରେ ସୃଷ୍ଟି ହୋଇଥିବା ଅସ୍ବାଭାବିକ ପରିସ୍ଥିତି ବିଶ୍ବ ଅର୍ଥନୀତିକୁ ଦୋହଲାଇ ଦେଇଛି। ଏହି ସ୍ଥିତିରେ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଉଥିଲେ ହେଁ ୨୦୩୦ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ବର୍ତ୍ତମାନ ବିଶ୍ବ ଜନସଂଖ୍ୟାର ୭ ପ୍ରତିଶତ ଭାବେ ମୋଟ ୫୭୪ ନିୟୁତ ଲୋକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। କିନ୍ତୁ ଆଗାମୀ ଦିନରେ ମଧ୍ୟ ସେମାନଙ୍କ ସ୍ଥିତିରେ କିଛି ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ। ୨୦୩୦ ପର୍ଯ୍ୟନ୍ତ ଦୈନିକ ମାତ୍ର ୨.୧୫ ଡଲାରର ଅର୍ଥ ମଧ୍ୟରେ ଏହି ସଂଖ୍ୟକ ଲୋକଙ୍କୁ ନିଜ ଜୀବନ ନିର୍ବାହ କରିବାକୁ ପଡ଼ିବ। ବର୍ତ୍ତମାନ ୯.୩ ପ୍ରତିଶତ ଭାବେ ମୋଟ ୭୧୯ ନିୟୁତ ଲୋକ ଏହି ସ୍ଥିତି ଦେଇ ଗତି କରୁଥିବା ବେଳେ ୨୦୩୦ ପର୍ଯ୍ୟନ୍ତ ୫୭୪ ନିୟୁତ ଲୋକ ଏହି ସ୍ବଳ୍ପ ଅର୍ଥ ମଧ୍ୟରେ ଦୈନନ୍ଦିନ ଜୀବନ କାଟିବେ ବୋଲି ବିଶ୍ବବ୍ୟାଙ୍କ କହିଛି। ତେବେ ଏମାନଙ୍କ ମଧ୍ୟରେ ସର୍ବାଧିକ ଲୋକ ଆଫ୍ରିକୀୟ ରାଷ୍ଟ୍ରର ରହିବେ। ଆଫ୍ରିକା ଏବଂ ସାହାରା ମରୁଭୂମି ଅଞ୍ଚଳରେ ଦାରିଦ୍ର୍ୟ ହାର ୩୫ ପ୍ରତିଶତ ରହିଥିବା ବେଳେ ଏଠାକାର ୬୦ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟ ଦେଇ ଜୀବନ କାଟିଥାଆନ୍ତି ବୋଲି ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଏଭଳି ସ୍ଥିତିରେ ଦୀର୍ଘସୂତ୍ରୀ ଅଭିବୃଦ୍ଧି ହାସଲ ପାଇଁ ବିଶ୍ବବ୍ୟାଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ଏହାର ସଭାପତି ଡେଭିଡ୍‌ ମାଲପାସ୍‌ କହିଛନ୍ତି। ଏଥିସହିତ ବିଶ୍ବସ୍ତରରେ ପାରସ୍ପାରିକ ସହଯୋଗ ସ୍ଥାପନ ଲାଗି ମଧ୍ୟ ଉଦ୍ୟମ କରାଯାଉଥିବା ସେ କହିଛନ୍ତି।
ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ଓ କୋଲକାତା
ନୂଆଦିଲ୍ଲୀ : ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୮ ସହର ରହିଛି। ତେବେ ଦିଲ୍ଲୀ ଏବଂ କୋଲକାତା ଭଳି ଦୁଇ ସହରର ପ୍ରଦୂଷଣ ହାର ସବୁଠୁ ଅଧିକ। ବିଶେଷକରି ଦିଲ୍ଲୀର ସ୍ଥିତି ସବୁଠୁ ଉଦବେଗଜନକ ବୋଲି ଆମେରିକାର‘ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ(ଏଚଇଆଇ)’ ପକ୍ଷରୁ କରାଯାଇଥିବା ଏକ ସର୍ବଶେଷ ଅନୁଧ୍ୟାନରୁ ଜଣାପଡ଼ିଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସଂସ୍ଥା ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ କୋଲକାତା ପ୍ରଦୂଷଣ ତାଲିକାର ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଏହିସବୁ ସହରରେ ପ୍ରଦୂଷଣ ବୃଦ୍ଧି କରୁଥିବା ବିପଦପୂର୍ଣ୍ଣ  ‘ଫାଇନ୍‌  ପାର୍ଟିକିଲ ପଲ୍ୟୁଟାଣ୍ଟ  (ପିଏମ୨.୫)ର ମାତ୍ରା ସବୁଠୁ ଅଧିକ ରହିଛି। ୨୦୧୦ ରୁ ୨୦୧୯ ମଧ୍ୟରେ ବିଶ୍ବର ବିଭିନ୍ନ ପ୍ରଦୁଷିତ ସହରଗୁଡିକରେ ରହୁଥିବା ଏହି କଣିକାକୁ ନେଇ ଅନୁଧ୍ୟାନ କରାଯାଇଥିଲା। ହେଲେ ଦିଲ୍ଲୀରେ ଏହି କଣିକା ହାର ସବୁଠୁ ଅଧିକ ରହିଥିବା କୁହାଯାଇଛି।  ପିଏମ୨.୫ ସହ ବାୟୁମଣ୍ଡଳରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ (ଏନଓ୨)ର ସ୍ତର ମଧ୍ୟ ଦିଲ୍ଲୀରେ ଉଦବେଗଜନକ ରହିଛି। ବାୟୁମଣ୍ଡଳକୁ ଏନଓ୨ ନିର୍ଗତ କରୁଥିବା ସହର ତାଲିକାରେ ଚୀନ୍‌ର ସାଂଘାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ମସ୍କୋ ଦ୍ବିତୀୟ ସ୍ଥାନରେ ରହିଛି। ବୁଧବାର ଏଚଇଆଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ୨୦୧୦ରୁ ୨୦୧୯ ମଧ୍ୟରେ ସହରଗୁଡ଼ିକର ବାୟୁର ଗୁଣବତ୍ତା ଓ ସ୍ୱାସ୍ଥ୍ୟଜନିତ ତଥ୍ୟକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି।
ତଥ୍ୟରୁ ଜଣାପଡ଼ିଛି ଯେ, ଦୁଇ ପ୍ରକାରର ପ୍ରଦୂଷଣ ବାୟୁମଣ୍ଡଳରେ ବଢ଼ିବାରେ ଲାଗିଛି। ସ୍ୱଳ୍ପ ଓ ମଧ୍ୟମ ଆୟ କରୁଥିବା ଦେଶଗୁଡ଼ିକର ବିଭିନ୍ନ ସହରରେ ପିଏମ ୨.୫ ପ୍ରଦୂଷଣ ଅଧିକ ରହୁଛି। ସେହିପରି ବିକଶିତ ରାଷ୍ଟ୍ରଗୁଡ଼ିକରେ ଥିବା ସହରଗୁଡ଼ିରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌(ଏନଓ୨) ଜନିତ ପ୍ରଦୂଷଣ ଅଧିକ ଦେଖିବାକୁ ମିଳୁଛି। କିଛି ସ୍ୱଳ୍ପ ଓ ମଧ୍ୟମ ଧରଣର ଆୟକାରୀ ଦେଶର ସହରଗୁଡ଼ିକରେ ମଧ୍ୟ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ଜନିତ ପ୍ରଦୂଷଣ ବୃଦ୍ଧି ପାଉଛି। ଏହି ରିପୋର୍ଟ ପ୍ରସ୍ତୁତ କରାଯିବା ପୂର୍ବରୁ ବଶ୍ୱର ୭୦୦ରୁ ଅଧିକ ସହରର ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପର୍କିତ ତଥ୍ୟକୁ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲା। ଜୀବଜଗତ ପାଇଁ ଘାତକ ସାଜୁଥିବା ପିଏମ ୨.୫ ଓ ଏନ୍‌ଓ୨ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।
୨୦୧୯ରେ ୧.୭ ନିୟୁତ ଲୋକ ପିଏମ ୨.୫ ଜନିତ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଥିଲେ।୭,୨୩୯ଟି ସହରରେ ଏହି ସଂଖ୍ୟକ ଲୋକ ବାୟୁରେ ଥିବା ପିଏମ ୨.୫ ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡ଼ିଥିବା କୁହାଯାଇଛି। ଏସିଆ, ଆଫ୍ରିକା, ପୂର୍ବ ଓ କେନ୍ଦ୍ରୀୟ ୟୁରୋପରେ ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି। ଏହାପୂର୍ବରୁ ଏଚ୍‌ଇଆଇ କହିଥିଲା ଯେ ୨୦୧୯ରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ୬.୭ ନିୟୁତ ଲୋକଙ୍କ ଜୀବନ ନେଇଥିଲା। ବାୟୁ ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ଯୁବବର୍ଗ, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଉପରେ ପଡ଼ୁଛି।
ଏହି ରିପୋର୍ଟରେ କୁହାଯାଇଛି ଯେ ପିଏମ ୨.୫କୁ ନେଇ ବିଶ୍ୱର ସବୁଠୁ ଅଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ, କୋଲକାତା, କାନୋ (ନାଇଜେରିଆ), ଲିଆମ (ପେରୁ), ଢାକା (ବାଂଲାଦେଶ), ଜାକର୍ତ୍ତା (ଇଣ୍ଡୋନେସିଆ), ଲାଗୋସ (ନାଇଜେରିଆ), କରାଚି (ପାକିସ୍ତାନ), ବେଜିଂ(ଚାଇନା) ଓ ଆଙ୍କାରା(ଘାନା) ରହିଛି। ସେହିପରି ନାଇଟ୍ରୋଜେନ ଡାଇଅକ୍ସାଇଡଜନିତ  ସବୁଠୁ ଅଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ସାଂଘାଇ, ମସ୍କୋ, ତେହରାନ, ସେଣ୍ଟ ପିଟର୍ସବର୍ଗ, ବେଜିଂ, କାଇରୋ, ଅଶଗାବଟ (ତୁର୍କୀସ୍ତାନ), ମିନସ୍କ (ବେଲାରୁଷ), ଇସ୍ତାନବୁଲ (ତୁର୍କୀ) ଓ ହୋ ଚି ମିନ ସିଟି (ଭିଏତନାମ) ରହିଛି।