Drug Lord Killed - The Sakala

ସେନା ଯବାନଙ୍କ ଏନକାଉଣ୍ଟରରେ ମେକ୍ସିକୋର କୁଖ୍ୟାତ ଡ୍ରଗ୍ସ ମାଫିଆ ଏଲ ମେଞ୍ଚୋ ମୃତ
ନୂଆଦିଲ୍ଲୀ: ମେକ୍ସିକୋର କୁଖ୍ୟାତ ଡ୍ରଗ୍ସ ମାଫିଆ ତଥା ଆମେରିକାର 'ମୋଷ୍ଟ ୱାଣ୍ଟେଡ୍' ତାଲିକାରେ ଥିବା ଏଲ ମେଞ୍ଚୋ ନିହତ ହୋଇଛି। ରବିବାର ଦିନ ମେକ୍ସିକୋ ସେନା ଦ୍ୱାରା କରାଯାଇଥିବା ଏକ ସ୍ୱତନ୍ତ୍ର ଅପରେସନ୍‌ରେ ତା’ର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଠାରେ କାର୍ଟେଲ ସଦସ୍ୟମାନେ ଗାଡିରେ ନିଆଁ ଲଗାଇବା ସହ ରାସ୍ତା ଅବରୋଧ କରିଛନ୍ତି।

ମେକ୍ସିକୋର ପ୍ରତିରକ୍ଷା ବିଭାଗ ଅନୁଯାୟୀ, ଜାଲିସ୍କୋ ରାଜ୍ୟର ଦକ୍ଷିଣାଞ୍ଚଳରେ ଏହି ଅପରେସନ୍ କରାଯାଇଥିଲା। ଏଥିରେ ମେକ୍ସିକୋ ବାୟୁସେନା ଏବଂ ସ୍ପେଶାଲ ଫୋର୍ସ ସାମିଲ ଥିଲେ। ସେନା ଏବଂ କାର୍ଟେଲ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ଜଣ ଅପରାଧୀ ନିହତ ହୋଇଥିବାବେଳେ ମେଞ୍ଚୋ ସମେତ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଚିକିତ୍ସା ପାଇଁ ମେକ୍ସିକୋ ନିଆଯାଉଥିବା ବେଳେ ବାଟରେ ମେଞ୍ଚୋର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ସେନା ରକେଟ୍ ଲଞ୍ଚର୍ ଜବତ କରିଛି, ଯାହା ବିମାନ ଖସାଇବାର କ୍ଷମତା ରଖିଥିଲା।

ଏଲ୍ ମେଞ୍ଚୋର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତା’ର ସମର୍ଥକମାନେ ରାଜପଥ ଅବରୋଧ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପର୍ଯ୍ୟଟନ ସହର Puerto Vallarta ରେ ଧୂଆଁମୟ ପରିସ୍ଥିତି ଦେଖାଦେଇଥିଲା, ଯାହା ଫଳରେ ଏୟାର କାନାଡା ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ ଭଳି ଅନେକ ବିମାନ ସେବା ବାତିଲ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।

୫୯ ବର୍ଷୀୟ ମେଞ୍ଚୋ ଗତ ୩୦ ବର୍ଷ ଧରି ସଂଗଠିତ ଅପରାଧ ସହ ଜଡିତ ଥିଲା। ଆମେରିକା ସରକାର ତା’ର ଗିରଫଦାରୀ ପାଇଁ ୧୫ ମିଲିୟନ୍ ଡଲାର (ପ୍ରାୟ ୧୨୫ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଥିଲେ। ଆମେରିକାର ଗୁଇନ୍ଦା ସୂଚନା ଏହି ଅପରେସନ୍‌ରେ ମେକ୍ସିକୋ ସେନାକୁ ସାହାଯ୍ୟ କରିଥିଲା ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।