US Supreme Court - The Sakala

ଟ୍ରମ୍ପଙ୍କୁ ଆମେରିକା ବାଣିଜ୍ୟ ଅଦାଲତଙ୍କ ଶକ୍ତ ଝଟକା: ୧୦% ଟାରିଫ୍ ନିଷ୍ପତ୍ତିକୁ ଦର୍ଶାଇଲେ ବେଆଇନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତିକୁ ପୁଣି ଏକ ବଡ଼ ଝଟକା ଲାଗିଛି। ଆମେରିକାର ଏକ ସଂଘୀୟ ବାଣିଜ୍ୟ ଅଦାଲତ (US Court of International Trade) ଗୁରୁବାର ଦିନ ଟ୍ରମ୍ପ ପ୍ରଶାସନର ଅସ୍ଥାୟୀ ୧୦% ଗ୍ଲୋବାଲ୍ ଟାରିଫ୍ (ବିଶ୍ୱସ୍ତରୀୟ ଶୁଳ୍କ) କୁ ବେଆଇନ ତଥା ଅଯୌକ୍ତିକ ବୋଲି ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ୧୯୭୦ ଦଶକର ବାଣିଜ୍ୟ ଆଇନ ଅଧୀନରେ ଏହି ଶୁଳ୍କ ଲାଗୁ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ।

ଅଦାଲତଙ୍କ ରାୟ ଓ ଆଇନଗତ ଦିଗ

ନ୍ୟୁୟର୍କ ସ୍ଥିତ ଆମେରିକା ଆନ୍ତର୍ଜାତୀୟ ବାଣିଜ୍ୟ ଅଦାଲତର ତିନି ଜଣିଆ ଖଣ୍ଡପୀଠ ୨-୧ ମତରେ ଏହି ରାୟ ଶୁଣାଇଛନ୍ତି। ବିଚାରପତିମାନେ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ଦ୍ୱାରା ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା କ୍ଷମତାର ଏହା ବହିର୍ଭୂତ ଏବଂ ଏହି ଟାରିଫ୍ ସମ୍ପୂର୍ଣ୍ଣ ରୂପେ "ବେଆଇନ" ଅଟେ। ଗତ ଫେବୃଆରୀ ମାସରେ ଟ୍ରମ୍ପ ୧୯୭୪ ମସିହାର ବାଣିଜ୍ୟ ଆଇନର ଧାରା ୧୨୨ (Section 122 of the Trade Act of 1974) ବ୍ୟବହାର କରି ଏହି ନୂତନ ଶୁଳ୍କ ଲାଗୁ କରିଥିଲେ। ଏହି ଆଇନ ସାଧାରଣତଃ ଦେଶରେ 'ବ୍ୟାଲାନ୍ସ ଅଫ୍ ପେମେଣ୍ଟ' (ଭୁଗତାନ ସନ୍ତୁଳନ) ସମସ୍ୟା ଥିଲେ ବ୍ୟବହାର କରାଯାଏ, କିନ୍ତୁ ବର୍ତ୍ତମାନର ସ୍ଥିତିରେ ଏହାର ପ୍ରୟୋଗ ଭୁଲ୍ ବୋଲି କୋର୍ଟ ଦର୍ଶାଇଛନ୍ତି।

ସୀମିତ ସଂସ୍ଥାଙ୍କୁ ଆଶ୍ୱସ୍ତି, ଅନ୍ୟମାନଙ୍କ ପାଇଁ ଅପେକ୍ଷା

ଅଦାଲତଙ୍କ ଏହି ରାୟ ବର୍ତ୍ତମାନ ସମୟରେ କେବଳ ସେହି ପକ୍ଷମାନଙ୍କ ପାଇଁ ଲାଗୁ ହେବ ଯେଉଁମାନେ ଏହା ବିରୋଧରେ ମାମଲା ରୁଜୁ କରିଥିଲେ। ଡେମୋକ୍ରାଟ୍ ଶାସିତ ୨୪ଟି ରାଜ୍ୟ, ବିଶେଷ କରି ୱାଶିଂଟନ୍ ରାଜ୍ୟ ଏବଂ ଦୁଇଟି କ୍ଷୁଦ୍ର ବ୍ୟବସାୟୀ ସଂସ୍ଥା ଏହି ମାମଲା ଦାୟର କରିଥିଲେ। ଅଦାଲତ ପ୍ରଶାସନକୁ ଆଗାମୀ ୫ ଦିନ ମଧ୍ୟରେ ଏହି ଆବେଦନକାରୀଙ୍କୁ ଟାରିଫ୍ ରିଫଣ୍ଡ (ଫେରସ୍ତ) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲା ସହ ଜଡିତ ନଥିବା ଅନ୍ୟ ସମସ୍ତ ଆମଦାନୀକାରୀଙ୍କ ପାଇଁ ଏହି ୧୦% ଶୁଳ୍କ ବଳବତ୍ତର ରହିବ, ଯେପର୍ଯ୍ୟନ୍ତ ଟ୍ରମ୍ପ ପ୍ରଶାସନର ଆବେଦନ ଉପରେ ଉପର ଅଦାଲତଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନଆସିଛି। ଏହି ଅସ୍ଥାୟୀ ଟାରିଫ୍ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବାର ଅବଧି ରହିଛି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଏଡ଼ାଇବାକୁ ହୋଇଥିଲା ଉଦ୍ୟମ

ଗତ ବର୍ଷ ଟ୍ରମ୍ପ ପ୍ରଶାସନ ଇଣ୍ଟରନ୍ୟାସନାଲ୍ ଇମର୍ଜେନ୍ସି ଇକୋନୋମିକ୍ ପାୱାର୍ସ ଆକ୍ଟ (IEEPA) ଅଧୀନରେ ଅଧିକ ମାତ୍ରାରେ ଟାରିଫ୍ ଲାଗୁ କରିଥିଲେ। କିନ୍ତୁ ଆମେରିକା ସୁପ୍ରିମକୋର୍ଟ ଫେବୃଆରୀ ମାସରେ ତାହାକୁ ରଦ୍ଦ କରିଦେଇଥିଲେ। ଆବେଦନକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ, ସୁପ୍ରିମକୋର୍ଟଙ୍କ ଉକ୍ତ ରାୟକୁ ଏଡ଼ାଇବା ପାଇଁ ଟ୍ରମ୍ପ ଜାଣିଶୁଣି ପୁଣିଥରେ ଏହି ୧୦% ଗ୍ଲୋବାଲ୍ ଟାରିଫ୍ ନୂଆ ଆଇନର ଦ୍ୱାହି ଦେଇ ଲାଗୁ କରିଥିଲେ। ଏହି ରାୟ ପରେ ଆମେରିକା ନ୍ୟାୟ ବିଭାଗ ଉପର ଅଦାଲତ (US Court of Appeals) ରେ ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି ଅନୁମାନ କରାଯାଉଛି।

ଟ୍ରମ୍ପଙ୍କୁ 'ସୁପ୍ରିମ୍' ଝଟକା: ଟାରିଫ୍‌ ରଦ୍ଦ କଲେ ଆମେରିକା ସୁପ୍ରିମକୋର୍ଟ; କହିଲେ, ରାଷ୍ଟ୍ରପତିଙ୍କର ନାହିଁ ଟାରିଫ୍‌ ଲଗାଇବାର କ୍ଷମତା
ୱାଶିଂଟନ(ଏଜେନ୍ସି): ମନଇଚ୍ଛା  ଶୁଳ୍କ ଲଗାଇ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ସୁପ୍ରିମ’ ପ୍ରହାର ବାଜିଛି। ବିଶ୍ବବ୍ୟାପୀ ଟ୍ରମ୍ପ ଲଗାଇଥିବା ଶୁଳ୍କ ତଥା ଟାରିଫକୁ ଶୁକ୍ରବାର ଆମେରିକାର ସର୍ବୋଚ୍ଚ ଅଦାଲତ ରଦ୍ଦ କରିଦେଇଛନ୍ତି। ଅନ୍ୟ ଦେଶ ଉପରେ ଲଗା ଯାଇଥିବା ଏହି ଶୁଳ୍କକୁ ବେଆଇନ ଦର୍ଶାଇବା ସହିତ ଶୁଳ୍କ ଲଗାଇବାର କୌଣସି ଅଧିକାର ରାଷ୍ଟ୍ରପତିଙ୍କର ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ  ଶୁଳ୍କ ଲଗା ଯାଇଥିବା ସବୁ ଦେଶ ସହ ଆମେରିକା ଯୁଦ୍ଧରେ ଲିପ୍ତ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଶୁଳ୍କର ପରିସର, ସମୟ ଏବଂ ପରିମାଣର ମଧ୍ୟ କୌଣସି ସୀମା ନାହିଁ। କଂଗ୍ରେସ କ୍ଷମତା ଦେବା ପରେ ଯାଇ ସତର୍କତାର ସହ ଏଭଳି ଶୁଳ୍କ ଲଗାଇବାର ଥିଲା; ମାତ୍ର ରାଷ୍ଟ୍ରପତି ଲଗାଇଥିବା ଶୁଳ୍କରେ ଏଭଳି କିଛି କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପଟେ ଶୁଳ୍କ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରାଷ୍ଟ୍ରପତି ଟ୍ରମ୍ପ ସମାଲୋଚନା କରିଛନ୍ତି। ଏହା ଉପରେ ଅସନ୍ତୋଷ ପ୍ରକାଶ କରି ମୋ ପାଖରେ ‘ବ୍ୟାକଅପ୍‌ ପ୍ଲାନ’ ତଥା ଅନ୍ୟ ଯୋଜନା ଅଛି ବୋଲି ଟ୍ରମ୍ପ କହିଛନ୍ତି।

ଜରୁରୀକାଳୀନ ସାମ୍ବିଧାନିକ କ୍ଷମତାର ବ୍ୟବହାର କରି ଟ୍ରମ୍ପ ଏହି ଶୁଳ୍କ ଲଗାଇ ଥିଲେ। ଏହି କ୍ଷମତା କେବଳ ଜରୁରୀ ସ୍ଥିତି ସମୟରେ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ପରିପ୍ରେକ୍ଷୀରେ ଶୁଳ୍କ ଉପରେ ସୁପ୍ରିମକୋର୍ଟଙ୍କ ଆସନ୍ନ ରାୟକୁ ନେଇ ଟ୍ରମ୍ପ ମଧ୍ୟ ଭୟଭୀତ ଥିଲେ। ଯଦି ମାମଲା ହାରିଯାଏ, ତେବେ ଦେଶ ବର୍ବାଦ ହୋଇଯିବ କହି ଟ୍ରମ୍ପ ସୁପ୍ରିମକୋର୍ଟଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ କୋର୍ଟଙ୍କ ଏହି ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ଆର୍ଥିକ ନୀତି ପାଇଁ ଶକ୍ତ ଚାପୁଡ଼ା ସଦୃଶ ହୋଇଛି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଏପ୍ରିଲରେ ଟ୍ରମ୍ପ ରାଷ୍ଟ୍ରୀୟ ସୁରକ୍ଷାକୁ ଆଧାର କରି ବିଶ୍ବର ଅନେକ ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲଗାଇଥିଲେ। ମାତ୍ର ଟ୍ରମ୍ପ ଏହି ଶୁଳ୍କ ପାଇଁ ବ୍ୟବହାର କରିଥିବା ନିୟମକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ସେ ଇଣ୍ଟରନ୍ୟାସନାଲ ଏମର୍ଜେନ୍ସି ଇକୋନମିକ୍‌ ପାୱାର୍ସ ଆକ୍ଟ (ଆଇଇଇପିଏ) ବ୍ୟବହାର କରି ଶୁଳ୍କ ଲଗାଇ ଥିଲେ। ଏହି ଆଇନ ୧୯୭୭ର। ଦେଶ ପ୍ରତି ଗମ୍ଭୀର ବିପଦ କିମ୍ବା ଯୁଦ୍ଧ ଭଳି ସ୍ଥିତି, ବିଦେଶୀ ଶତ୍ରୁ ଦ୍ବାରା ବଡ଼ ଆର୍ଥିକ ବିପଦ ଦେଖାଗଲେ, ଅନ୍ତର୍ଜାତୀୟ ସଙ୍କଟ ସମୟରେ ଏହାକୁ ବ୍ୟବହାର କରାଯାଇଥାଏ। ମାତ୍ର ଦେଶରେ ଶାନ୍ତି ଥିବାବେଳେ ଟ୍ରମ୍ପ ଏହି ଅଧିକାର ପ୍ରୟୋଗ କରି ଅନ୍ୟ ଦେଶ ଉପରେ ଦାଉ ସାଧିଥିଲେ। ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ଅନେକ ବ୍ୟବସାୟୀ ଏବଂ ୧୨ ରାଜ୍ୟ ମାମଲା ଦାଏର କରିଥିଲେ। ପୂର୍ବରୁ ନିମ୍ନ କୋର୍ଟ ମଧ୍ୟ ଟ୍ରମ୍ପଙ୍କ ଟାରିଫକୁ ବେଆଇନ ଦର୍ଶାଇବା ସହ ଶୁଳ୍କ ଲଗାଇବାର ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ନ ଥିବା ରାୟ ଦେଇଥିଲେ।

ଏହି ଶୁଳ୍କ ମାମଲାର ବିଚାର କରି ସୁପ୍ରିମକୋର୍ଟଙ୍କ ପୀଠର  ୬-୩ ମତରେ ରାୟ ପ୍ରକାଶ ପାଇଛି। ୧୯୭୭ର ଏହି ଆଇନରେ ଅନ୍ୟ ଦେଶ ଉପରେ ଶୁଳ୍କ ଲଗାଇବାକୁ ଅନୁମତି ଦିଆଯାଉ ନାହିଁ ବୋଲି ସୁପ୍ରିମକୋର୍ଟ ଅନୁଧ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କଂଗ୍ରେସ ଆଇଇଇପିଏ ସହିତ ଶୁଳ୍କ ଲାଗୁ କରିବାର ସ୍ବତନ୍ତ୍ର ଏବଂ ଅସାଧାରଣ କ୍ଷମତା ପ୍ରଦାନ କରିବାକୁ ଚାହୁଁଥିଲା, ତେବେ ଅନ୍ୟାନ୍ୟ ଶୁଳ୍କ ଭଳି ଏଥିପାଇଁ ମଧ୍ୟ ଆଇନ ଅଣାଯାଇପାରିଥାନ୍ତା। ଆମେରିକା ସମ୍ବିଧାନ ଏହି ଶୁଳ୍କ ଲଗାଇବାକୁ ରାଷ୍ଟ୍ରପତିଙ୍କୁ ନୁହେଁ; ବରଂ ୟୁଏସ କଂଗ୍ରେସକୁ ଅଧିକାର ଦେଇଛି। କଂଗ୍ରେସ ହିଁ ଶୁଳ୍କ ଏବଂ ଟିକସ ସମ୍ବନ୍ଧରେ ନିଷ୍ପତ୍ତି ନେଇପାରିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ରାଷ୍ଟ୍ରପତି ଏକପାଖିଆ ଭାବେ ଶୁଳ୍କର ପରିସର, ପରିମାଣ ଏବଂ ସମୟସୀମା ଉପରେ ନିଷ୍ପତ୍ତି ନେଉଛନ୍ତି। ଅଧିକାର କ୍ଷେତ୍ର, ଇତିହାସ, ସାମ୍ବିଧାନିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ଶୁଳ୍କକୁ କାର୍ଯ୍ୟକାରୀ କରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ କଂଗ୍ରେସଠାରୁ ଅନୁମତି ନେବାର ଥିଲା। ଶାନ୍ତି ସମୟରେ ରାଷ୍ଟ୍ରପତି ଅଖଣ୍ଡ କ୍ଷମତା ଉପଭୋଗ କରିପାରିବେ ନାହିଁ। ଏହା ସରକାର ମାନୁଛନ୍ତି ଏବଂ ମାନିବା ବି ଉଚିତ। ବିରୋଧ କରାଯାଇଥିବା ଏହି ଶୁଳ୍କକୁ ଯୁଦ୍ଧ ସମୟରେ ମିଳିଥିବା କ୍ଷମତା ଭାବେ ଦେଖାଯାଉ ନାହିଁ।

ସୂଚନାଯୋଗ୍ୟ ଯେ ଟ୍ରମ୍ପ ଭାରତ ଉପରେ ଆଗ ୨୫ ପ୍ରତିଶତ ଶୁଳ୍କ ଲଗାଇ ଥିଲେ। ପରେ ରୁଷ ଠାରୁ ଅଶୋଧିତ ତୈଳ କ୍ରୟକୁ ନେଇ ଦଣ୍ଡ ସ୍ବରୂପ ଆଉ ୨୫ ଶୁଳ୍କ ଲଗାଇ ଥିଲେ। ମାତ୍ର ଭାରତ ସହ ବାଣିଜ୍ୟ ଚୁକ୍ତି ହେବା ପରେ ଶୁଳ୍କକୁ ହ୍ରାସ କରି ୧୮ ପ୍ରତିଶତ କରି ଦେଇଥିଲେ। ଏବେ ଏହା ରଦ୍ଦ ହୋଇଯାଇଛି। କିନ୍ତୁ ଆମେରିକା ସହ ଭାରତର ହୋଇଥିବା ବାଣିଜ୍ୟ ଚୁକ୍ତିକୁ ନେଇ ବିରୋଧୀଦଳଗୁଡ଼ିକ ବିରୋଧ କରୁଛନ୍ତି। ଭାରତ ସରକାର ଚାପର ବଶବର୍ତ୍ତୀ ହୋଇ ଟ୍ରମ୍ପଙ୍କ ଆଗରେ ନଇଁ ଯାଇଛନ୍ତି ବୋଲି କହୁଛନ୍ତି। ଏହି ଚୁକ୍ତି ଦ୍ବାରା ଭାରତର କ୍ଷତି ଏବଂ ଆମେରିକାର ଲାଭ ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସବୁ ଶୁଳ୍କ ରଦ୍ଦ ହେବ ନାହିଁ। ଷ୍ଟିଲ ଏବଂ ଆଲୁମିନିୟମ ଉପରେ ଲଗା ଯାଇଥିବା ଶୁଳ୍କ ଅଲଗା ଆଇନ ଅଧୀନରେ ଲାଗୁ କରାଯାଇଥିଲା। ତେଣୁ ଏହା ପୂର୍ବ ଭଳି କାର୍ଯ୍ୟକାରୀ ହେବ। ମାତ୍ର ଅଲଗା ଅଲଗା ଦେଶ ଉପରେ ଟ୍ରମ୍ପ ଲଗାଇ ଥିବା ରେସିପ୍ରୋକାଲ ଟାରିଫ(ଜବାବୀ ଶୁଳ୍କ) ରଦ୍ଦ ହୋଇଯିବ। ସେହିପରି କାନାଡ଼ା, ଚୀନ୍‌ ଏବଂ ମେକ୍ସିକୋରୁ ଆସୁଥିବା କିଛି ସାମଗ୍ରୀରେ ଟ୍ରମ୍ପ ଲଗାଇଥିବା ୨୫ ପ୍ରତିଶତ ଶୁଳ୍କ ମଧ୍ୟ ହଟିଯବ।