Odisha Budget 2026-27 - The Sakala

ରାଜ୍ୟକୁ ଋଣବୋଝରେ ବୁଡାଇ, ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ସରକାର: ବିଜେଡି
ଭୁବନେଶ୍ୱର: ରାଜ୍ୟ ବଜେଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଗତ ୩ ବଜେଟରେ ରାଜ୍ୟ ଉପରେ ୧.୩୮ ଲକ୍ଷ କୋଟି ଋଣବୋଝ ଲଦିଛନ୍ତି ରାଜ୍ୟ ସରକାର । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଥିବା ବେଳେ, ଆଜି ବିଜୁ ଜନତା ଦଳ ଏହି ବଜେଟ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ ବଜେଟ ବୋଲି ଅଭିହିତ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି, ରାଜ୍ୟ ସରକାର ବଜେଟର ପରିମାଣ ୩ ଲକ୍ଷ ୧୦ ହଜାର କୋଟିକୁ ବୃଦ୍ଧି କରି ବାହାଦୁରି ନେବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ । ପୂର୍ବ ବର୍ଷ ତୁଳନାରେ ମାତ୍ର ୬.୨୫% ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ପୀତିକୁ ୮% ହାରରେ ବିଚାରକୁ ନେଲେ, ବଜେଟ ପରିମାଣ ବୃଦ୍ଧି ହୋଇନାହିଁ ବରଂ ଦୁଇ ପ୍ରତିଶତ ହ୍ରାସ ପାଇଛି । ସରକାରଙ୍କ ଆୟ କମୁଛି, ତେଣୁ ଋଣ ଭାରରେ ଓଡିଶାକୁ ବୁଡାଉଛନ୍ତି । ନବୀନ ବାବୁ ରାଜ୍ୟର ଦାୟିତ୍ୱ ନେବା ପରେ ରାଜ୍ୟର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତିକୁ ସୁଧାର କରି ଓଡିଶାକୁ ଏକ ଆର୍ଥିକ ଶୃଙ୍ଖଳା ରାଜ୍ୟରେ ପରିଣତ କରିଥିଲେ । ବର୍ତ୍ତମାନର ସରକାର କେବଳ ଋଣ କରି ରାଜ୍ୟର ଆର୍ଥିକ ସ୍ଥିତିକୁ ଆଉଥରେ ବିପଦ ଆଡ଼କୁ ଠେଲି ଦେଉଛନ୍ତି । ମାତ୍ର ୩ଟି ବଜେଟରେ ବର୍ତ୍ତମାନର ସରକାର ପ୍ରାୟ ୧.୩୮ ଲକ୍ଷ କୋଟି ଋଣ କଲେଣି । ସରକାର ଋଣ ଉପରେ ନିର୍ଭର କରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ।

କୃଷକମାନଙ୍କ ସମସ୍ୟାକୁ ସମାଧାନ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ କି ଆନ୍ତରିକତା ନାହିଁ । ସ୍ୱାସ୍ଥ୍ୟ ବିଭାଗର ପରିମାଣକୁ କମାଇ ଦିଆଯାଇଛି । ବିଭିଜି ରାମଜୀ ଯୋଜନାରେ ୯୦:୧୦ ପରିବର୍ତ୍ତେ, ୬୦:୪୦ରେ ଖର୍ଚ୍ଚ ହେବ, ଯାହା ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ବଢିବ । ଏହି ବଜେଟ ଏକ ପ୍ରଚାରଧର୍ମୀ ବଜେଟ । ଅନେକ ଯୋଜନା ଘୋଷଣା କରିଛନ୍ତି, କିନ୍ତୁ ଅର୍ଥ ପ୍ରଦାନ କରାଯାଇନାହିଁ । ମୁଙ୍ଗେରିଲାଲଙ୍କ ହସିନ ସ୍ୱପ୍ନ ଭଳି ସରକାର ରାଜ୍ୟର ବିକାଶ ପାଇଁ ରାଜ୍ୟବାସୀଙ୍କୁ କେବଳ ସ୍ୱପ୍ନ ଦେଖାଉଛନ୍ତି ।

ସେହିପରି ନିରଞ୍ଜନ ପୂଜାରୀ କହିଛନ୍ତି କି, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡିଶାବାସୀଙ୍କୁ ନିରାଶ କରିଛି, କାରଣ କେନ୍ଦ୍ରୀୟ ଅନୁଦାନ ବଢ଼ୁନାହିଁ, ବରଂ କମୁଛି । ପୂର୍ବ ବଜେଟର ମାତ୍ର ୪୭% ଖର୍ଚ୍ଚ ହୋଇଛି । କେନ୍ଦ୍ର ସରକାରଙ୍କ ଅନୁଦାନ କମିବାରେ ଲାଗୁଛି । ରାଜ୍ୟର କୃଷକ ସମାଜ ହତାଶରେ ଅଛନ୍ତି । ରାଜ୍ୟ ସରକାର ଅନେକ ଯୋଜନା କେବଳ ଘୋଷଣା କରିଦେଉଛନ୍ତି, କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନାହିଁ ।

ଗୌତମବୁଦ୍ଧ ଦାସ କହିଛନ୍ତି, ବଜେଟଟି ହେଉଛି ଅନ୍ତସାର ଶୂନ୍ୟ ବଜେଟ । ଗୋଟିଏ ଦାୟିତ୍ୱହୀନ ସରକାରଙ୍କର ଦୃଷ୍ଟିହୀନ ବଜେଟ । ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ନବୀନ ବାବୁ ଓଡିଶାକୁ ଏକ ନମ୍ୱରରେ ପହଞ୍ଚାଇଥିଲେ । କିନ୍ତୁ ଋଣବୋଝ ବଢ଼ାଇବାରେ ଲାଗିଛନ୍ତି ରାଜ୍ୟ ସରକାର । ସମୁଦାୟ ଋଣ ପରିମାଣରୁ ପ୍ରାୟ ୪୦% ଖୋଲା ବଜାରରୁ ଚଢ଼ା ସୁଧ ଦରରେ ଋଣ ନିଆଯାଉଛି, ଯାହା ରାଜ୍ୟର ଆର୍ଥିକ ସ୍ଥିତିକୁ ରେଡ୍ ଜୋନ୍କୁ ନେଇଯାଉଛି । ବିଡ଼ମ୍ୱନାର ବିଷୟ ଯେ, ସରକାର ବଜେଟରେ ବିଭିନ୍ନ ବିଭାଗ ପାଇଁ ପ୍ରାବଧାନ କରିଥିବା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି, କିନ୍ତୁ ଚଢ଼ା ସୁଧରେ ଋଣ ନେଉଛନ୍ତି । ରାଜ୍ୟର ଅଭିବୃଦ୍ଧି ହାର କମୁଛି ଋଣ ବଢୁଛି । ଏହା ରାଜ୍ୟର ଅର୍ଥନୀତିକୁ ପଙ୍ଗୁ କରିଦେବ । ବିତ୍ତୀୟ ନିଅଣ୍ଟ ୧.୭%ରୁ ୩.୫%କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ, ବିଦ୍ୟାଳୟ ଓ ଗଣଶିକ୍ଷା ଇତ୍ୟାଦି ବିଭାଗରେ ରାଜ୍ୟ ସରକାର ଚଳିତ ବଜେଟରେ ଅର୍ଥ କମାଇ ଦେଇଛନ୍ତି । ଏପରିକି ସରକାର ନିଜେ ଘୋଷଣା କରିଥିବା ଫ୍ଲାଗ୍ସିପ ଯୋଜନା ଗୁଡିକ ଆରମ୍ଭ ହୋଇପାରି ନାହିଁ । ଉଦାହରଣ ସ୍ୱରୂପ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କଥା ନିଆଯାଇପାରେ, ଯାହା ଇଞ୍ଚଟିଏ ମଧ୍ୟ ଏପର୍ଯ୍ୟନ୍ତ ଆଗେଇ ପାରିନାହିଁ ।

ରାଜ୍ୟ ବଜେଟକୁ ନବୀନଙ୍କ ତୀକ୍ଷ୍ଣ କଟାକ୍ଷ: କହିଲେ- ରୋଷେଇ ଘର ଖାଲି, ଖାଦ୍ୟ ତାଲିକା ଲମ୍ବା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଜେଟ୍‌କୁ ଅତି ସଂକ୍ଷେପରେ ତୀକ୍ଷ୍ମ କଟାକ୍ଷ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ବଜେଟ ସମ୍ପର୍କରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ ରୋଷଘର ଶୂନ୍ୟ, ମାତ୍ର ଖାଦ୍ୟ ତାଲିକା ଲମ୍ବା। ସାଧାରଣତଃ ଲୋକେ ବ୍ୟଞ୍ଜନ ପ୍ରସ୍ତୁତି ସମୟରେ ରୋଷଘରେ ଥିବା ସାମଗ୍ରୀକୁ ନେଇ ବ୍ୟଞ୍ଜନ ସୂଚୀ ପ୍ରସ୍ତୁତ କରିଥାଆନ୍ତି । ମାତ୍ର ଯେଉଁଠି ରୋଷଘର ଖାଲି, ରୋଷଘରେ ବ୍ୟଞ୍ଜନ ସାମଗ୍ରୀ ନାହିଁ, ସେଠାରେ ଲମ୍ବା ଖାଦ୍ୟ ସୂଚୀର ଅର୍ଥ କ’ଣ ବୋଲି ପରୋକ୍ଷରେ ନବୀନ କହିଛନ୍ତି।

ଆଉ ଏକ ବଜେଟ୍‌ ଉପସ୍ଥାପନ କରିବା ପାଇଁ ଓଡ଼ିଶା ବିଜେପି ସରକାରଙ୍କୁ ଅଭିନନ୍ଦନ ଜଣାଇ ନବୀନ କହିଛନ୍ତି ଯେ ଡ଼ବଲ ଇଞ୍ଜିନ୍‌ ସରକାର ଓଡ଼ିଶାର ଜନସାଧାରଣଙ୍କ ହାତରେ ଜହ୍ନ ଦେବାର ପ୍ରତିଶ୍ରୁତି ଦେଇ ଏବେ ଓଲଟା ଦିଗରେ ନେଉଛନ୍ତି । ରାଜ୍ୟ ଏକ ନୂଆ ଯୁଗ ଦିଶାରେ ଗତି କରୁଛି, ଯେଉଁଠି ଜନ୍ମ ହେଉହେଉ ଓଡ଼ିଶାର ପ୍ରତ୍ୟେକ ଶିଶୁଙ୍କ ମୁଣ୍ଡରେ ୩୦ ହଜାର ଟଙ୍କାର ଋଣ ବୋଝ ପଡ଼ିବ । ଯେତେବେଳେ ବିଜେଡି ସରକାର ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଋଣ ପରିଶୋଧ ପରେ ଲୋକଙ୍କ କଲ୍ୟାଣ ଓ ବିକାଶ ପ୍ରକଳ୍ପ ପାଇଁ କମ୍‌ ପାଣ୍ଠି ବଳକା ରହୁଥିଲା। ବର୍ଷ ବର୍ଷର ସୁଚିନ୍ତିତ ଯୋଜନା ଓ ସୁସଙ୍ଗତ ବିତ୍ତୀୟ ପରିଚାଳନା ଦ୍ୱାରା ଆମେ ଋଣ ବୋଝକୁ ବହୁ ପରିମାଣରେ ହ୍ରାସ କରିଥିଲୁ । ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ ହୋଇଥିଲା। ମାତ୍ର ବିଜେପି ସରକାର  ଖୁବ୍‌ ଶୀଘ୍ର ଓଡ଼ିଶାକୁ ଏକ ଦେବାଳିଆ ରାଜ୍ୟରେ ପରିଣତ କରିବା ଦିଗରେ ଆଗେଇ ଚାଲିଛନ୍ତି । ରାଜ୍ୟର  ଋଣ ଖୁବ୍‌ ଶୀଘ୍ର ୧,୩୦,୦୦୦ କୋଟି ଟଙ୍କା ଛୁଇଁବାକୁ ଯାଉଛି। ଏହା ଓଡ଼ିଶା ଉପରେ ଆର୍ଥିକ ଚାପ ପକାଇବ, ରାଜ୍ୟର ବିକାଶ ଗତି ଏବଂ ଲୋକଙ୍କ କଲ୍ୟାଣକୁ ପଥଭ୍ରଷ୍ଟ କରିବ।

ଓଡିଶାର ଲୋକମାନେ ଆଶା କରିଥିଲେ ଯେ ଡବଲ୍‌ ଇଞ୍ଜିନ୍‌ କେନ୍ଦ୍ରରୁ ଦ୍ୱିଗୁଣିତ ଅନୁଦାନ ଓ ସହାୟତା ରାଶି ଆଣିବ। ମାତ୍ର ଦୁର୍ଭାଗ୍ୟ ହେଉଛି ବର୍ଷ ବର୍ଷ ଧରି ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଛି ଓ ଗତ ଦୁଇବର୍ଷରେ ଏହା ଚରମ ସୀମାରେ ପହଞ୍ଚିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ୍‌ ଅଭିଭାଷଣ ଚାଷୀଙ୍କୁ ଉତ୍ସର୍ଗ କରିଛନ୍ତି, କିନ୍ତୁ ବଜେଟ୍‌ ଚାଷୀଙ୍କ ପ୍ରକୃତ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି। ରାଜ୍ୟର ବିକାଶ ଉପରେ କୌଣସି ଧ୍ୟାନ ନ ଦେଇ ସମସ୍ତ ବଡ଼ ପ୍ରତିଶ୍ରୁତି ଦିଆଯାଇଛି । ଶୂନ୍ୟ ରୋଷେଇଘର କିନ୍ତୁ ଖାଦ୍ୟ ସୂଚୀ ଲମ୍ବା ବୋଲି ନବୀନ କହିଛନ୍ତି ।

ରାଜ୍ୟ ବଜେଟ୍‌ ୨୦୨୬-୨୭: କେଉଁ ବିଭାଗ ପାଇଁ କେତେ ଟଙ୍କାର ବ୍ୟୟବରାଦ ହେଲା, ଜାଣନ୍ତୁ…
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଚଳିତ ବଜେଟ୍‌ରେ କେଉଁ ବିଭାଗକୁ ମିଳିଲା କେତେ କୋଟି ଟଙ୍କା:

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟବରାଦ

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି

ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନକୁ ୫ ହଜାର ୮ କୋଟି

ରାଜ୍ୟରେ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାକୁ ୬୩୫ କୋଟି

ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି

ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ୬୩୦୯ କୋଟି

ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାକୁ ୧୦୦ କୋଟି

ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୫୦୦ କୋଟି

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି

ଅମୃତ ପ୍ରକଳ୍ପ ଯୋଜନାକୁ ୯୧୬ କୋଟି

ଫିଟ୍ ଓଡ଼ିଶା ମିଶନକୁ ୧୦ କୋଟି ଟଙ୍କା

ପଶ୍ଚିମ ଓଡ଼ିଶା ଡାଲଖାଇ ଯୋଜନା ପାଇଁ ୨୨୦ କୋଟି ଟଙ୍କା

ବାରିପଦାରେ ଛଉ ଏକାଡେମୀ ପ୍ରତିଷ୍ଠାକୁ ଗୁରୁତ୍ବ

ସୁଜଳା ଯୋଜନାକୁ ୮୨୦ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି

ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନା

1. ଭିବି ଜି ରାମ ଜି – ୫୫୭୫ କୋଟି
2. ସମୃଦ୍ଧ ଅଙ୍ଗନବାଡି ଯୋଜନା - ୬୩୫ କୋଟି
3. ମଡେଲ ମଣ୍ଡି – ୧୦୦ କୋଟି
4. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
5. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି
6. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି
7. ରେଆର ଆର୍ଥ କରିଡ଼ର - ୧୦ କୋଟି
8. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
9. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି
10. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
11. ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)
12. ଷ୍ଟେଟ ଏଆଇ ମିଶନ - ୨୩ କୋଟି
13. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ - ୧୫୦ କୋଟି
14. ଡାଲଖାଇ – ୨୨୦ କୋଟି
15. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
16. ଫିଟ୍ ଓଡ଼ିଶା ମିଶନ - ୧୦ କୋଟି