ASSAM - The Sakala

ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ
ନୂଆଦିଲ୍ଲୀ: ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍ । ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ Su-30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି। ମୃତ ପାଇଲଟ ଦୁଇଜଣ ହେଲେ ସ୍କ୍ୱାଡ୍ରନ୍ ଲିଡର୍ ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୁର୍ବେଶ ଦୁରଗକର। ଶୁକ୍ରବାର ଦିନ ଭାରତୀୟ ବାୟୁସେନା (IAF) ପକ୍ଷରୁ ଏହି ସୂଚନା ସ୍ପଷ୍ଟ କରାଯାଇଛି।

ଭାରତୀୟ ବାୟୁସେନା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ଜରିଆରେ ନିଜର ଶୋକ ବ୍ୟକ୍ତ କରିଛି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ, "Su-30 ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର୍ ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୁର୍ବେଶ ଦୁରଗକରଙ୍କ ବିୟୋଗରେ ଆମେ ମର୍ମାହତ। ଏହି ଦୁଃଖଦ ସମୟରେ ବାୟୁସେନାର ସମସ୍ତ କର୍ମଚାରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି।"

ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ଦିନ ଏହି ଯୁଦ୍ଧ ବିମାନଟି ଏକ ନିୟମିତ ତାଲିମ ମିଶନରେ ଥିଲା। ଉଡ଼ାଣ ସମୟରେ ହଠାତ୍ ରାଡାର୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନଟି ଯୋରହାଟ ଠାରୁ ପ୍ରାୟ ୬୦ କିଲୋମିଟର ଦୂର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ପରେ ତୁରନ୍ତ ବାୟୁସେନା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।

Sukhoi-30MKI ଭାରତୀୟ ବାୟୁସେନାର ଏକ ପ୍ରମୁଖ ଲଢୁଆ ବିମାନ। ଏହା ଦେଶର ବାୟୁ ସୁରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ପୂର୍ବରୁ ମଧ୍ୟ ଆସାମର ତେଜପୁର ନିକଟରେ ସୁଖୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ନଜିର ରହିଛି। ୨୦୧୯ ଏବଂ ୨୦୧୫ ମସିହାରେ ଅନୁରୂପ ଘଟଣା ଘଟିଥିଲେ ମଧ୍ୟ ସେତେବେଳେ ପାଇଲଟମାନେ ସୁରକ୍ଷିତ ଭାବେ ବାହାରି ପାରିଥିଲେ, କିନ୍ତୁ ଏଥର ଦୁଇ ଜଣ ବୀର ଅଧିକାରୀଙ୍କୁ ବାୟୁସେନା ହରାଇଛି।

ରାଜପଥ ପାଲଟିଲା ଏୟାରଷ୍ଟ୍ରିପ୍: ଅବତରଣ କଲା 'ହରକ୍ୟୁଲିସ୍' ବିମାନ, ଆସାମରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ଶନିବାର ଦିନ ଭାରତୀୟ ପ୍ରତିରକ୍ଷା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଡିବ୍ରୁଗଡ଼ସ୍ଥିତ ମୋରାନ ବାଇପାସ୍‌ରେ ନିର୍ମିତ ଏମରଜେନ୍ସି ଲ୍ୟାଣ୍ଡିଂ ଫାସିଲିଟି (ELF) ବା ଜରୁରୀକାଳୀନ ଅବତରଣ କେନ୍ଦ୍ରରେ C-130J ସୁପର ହରକ୍ୟୁଲିସ୍ ବିମାନ ଯୋଗେ ଅବତରଣ କରିଛନ୍ତି। ଉତ୍ତର-ପୂର୍ବ ଭାରତ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା, କାରଣ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏକ ରାଜପଥ ରନ୍‌ୱେରେ ଅବତରଣ କରିଛନ୍ତି। ଏହା ଭାରତର ବାୟୁସେନା ଶକ୍ତି ଏବଂ ରଣନୈତିକ କ୍ଷମତାର ଏକ ବଳିଷ୍ଠ ପ୍ରଦର୍ଶନ।

ସାରା ଦେଶରେ ବିକଶିତ ହେଉଥିବା ୨୮ଟି ELF ମଧ୍ୟରୁ ମୋରାନ ବାଇପାସ୍ ଅନ୍ୟତମ। ଏହି ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ରାଜପଥଗୁଡ଼ିକୁ ଭାରତୀୟ ବାୟୁସେନା ସହଯୋଗରେ ନିର୍ମାଣ କରାଯାଇଛି। ଏଗୁଡ଼ିକ ଏତେ ଶକ୍ତିଶାଳୀ କଂକ୍ରିଟରେ ନିର୍ମିତ ଯେ, ଏହା ୭୪ ଟନ୍ ଓଜନର ପରିବହନ ବିମାନର ଭାର ଏବଂ ଯୁଦ୍ଧ ବିମାନର ପ୍ରଚଣ୍ଡ ଉତ୍ତାପକୁ ସହ୍ୟ କରିପାରିବ। ଏଠାରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି, ଯାହା ଆବଶ୍ୟକ ସମୟରେ ଏକ ସମ୍ପୂର୍ଣ୍ଣ ରନ୍‌ୱେ ଭଳି କାମ କରିବ।

ମୋରାନ ହାଇୱେ ଏୟାରଷ୍ଟ୍ରିପ୍ ପୂର୍ବ ଭାରତରେ ସେନାର କ୍ଷମତାକୁ ବହୁଗୁଣିତ କରିଛି। ଏହା ଅରୁଣାଚଳ ପ୍ରଦେଶ ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଥିବାରୁ ଚୀନ୍ ସହ ସୀମା ବିବାଦ ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱ ଅଧିକ। ଯୁଦ୍ଧ ସମୟରେ ଶତ୍ରୁପକ୍ଷ ସାଧାରଣତଃ ଏୟାରବେସ୍ ଗୁଡ଼ିକୁ ଟାର୍ଗେଟ କରିଥାନ୍ତି, କିନ୍ତୁ ଏଭଳି ହାଇୱେ ଏୟାରଷ୍ଟ୍ରିପ୍ ବାୟୁସେନାକୁ ବିକଳ୍ପ ଯୋଗାଇବ। ଏଠାରୁ ଅଳ୍ପ ସମୟ ମଧ୍ୟରେ ସୈନ୍ୟ, ଯୁଦ୍ଧ ସାମଗ୍ରୀ ଏବଂ ଯାନବାହନ ସୀମାନ୍ତକୁ ପଠାଯାଇପାରିବ।

କେବଳ ଯୁଦ୍ଧ ନୁହେଁ, ଶାନ୍ତି ସମୟରେ ମଧ୍ୟ ଏହି ELF ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସାମ ଭଳି ବନ୍ୟାପ୍ରବଣ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ କାର୍ଯ୍ୟ ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଏହା ବ୍ୟବହାର କରାଯାଇପାରିବ। ବିଶେଷଜ୍ଞ ବ୍ରହ୍ମା ଚେଲାନିଙ୍କ ମତରେ, ଏହି ଭିତ୍ତିଭୂମି ଭାରତର ପ୍ରତିରକ୍ଷା ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଯାହା ଦ୍ୱାରା ଯୁଦ୍ଧ ସମୟରେ ଦ୍ରୁତ ଗତିରେ ସେନା ମୁତୟନ ସମ୍ଭବ ହେବ।

ଟ୍ରାକ୍ ପାର୍ ହେଉଥିବା ବେଳେ ହାତୀପଲଙ୍କୁ ଧକ୍କାଦେଲା ରାଜଧାନୀ ଏକ୍ସପ୍ରେସ୍; ୮ ହାତୀ ମୃତ, ଇଞ୍ଜିନ୍ ସମେତ ୫ଟି କୋଚ୍ ଲାଇନଚ୍ୟୁତ
ନୂଆଦିଲ୍ଲୀ: ଟ୍ରେନ୍ ଧକ୍କାରେ ୮ ହାତୀ ମୃତ । ରେଲୱେ ଟ୍ରାକ୍ ପାର୍ ହେଉଥିବା ବେଳେ ହାତୀପଲଙ୍କୁ ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ୍ । ଟ୍ରେନ୍ ଧକ୍କାରେ ୮ ହାତୀ ମୃତ୍ୟୁବରଣ କରିଥିବାବେଳେ ରାଜଧାନୀ ଏକ୍ସପ୍ରେସର ୫ କୋଚ୍ ଓ ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି । ତେବେ ସୌଭାବ୍ୟବସତଃ କେହି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଆସାମରେ ଯମୁନାମୁଖର ସାନରୋଜା ଅଞ୍ଚଳରେ ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା ଦେଇଥିଲା ।

ସୂଚନା ଅନୁସାରେ, ଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ ପ୍ରାୟ ୨ଟା ୧୭ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ନାଗାଓଁ ଡିଭିଜନର ଅନେକ ବନ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳରେ ବାଧା ଦେଖାଯାଇଛି। ପ୍ରଭାବିତ ଜମୁନାମୁଖ-କାମ୍ପୁର ସେକ୍ସନରେ ନିର୍ଦ୍ଧାରିତ ଟ୍ରେନଗୁଡ଼ିକୁ ୟୁପି ଲାଇନ ଦେଇ ସ୍ଥାନାନ୍ତର କରାଯାଯାଇଛି। ରେଳ ଚଳାଚଳ ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ ଚାଲିଛି ।

ବାଲ୍ୟ ବିବାହ କରିଥିବା ଓ କରାଉଥିବା ଘଟଣାରେ ୧୮୦୦ଜଣଙ୍କୁ ଗିରଫ କଲା ଆସାମ ପୁଲିସ
ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ।  ନିର୍ଦ୍ଦେଶ ପରେ ବର୍ତ୍ତମାନ ସୁଦ୍ଧା ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ଆସାମ ପୁଲିସ । ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନ ଦେଇଛନ୍ତି ।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ନ୍ତି, ‘ ଆମର ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି। ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହର ୪୦୦୪ ମାମଲା ରୁଜୁ କରିଛନ୍ତି। ଏଦିଗ‌ରେ ପୁଲିସର କାର୍ଯ୍ଯା ନୁଷ୍ଠାନ ଫେବ୍ରୁଆରି ୩ ତାରିଖରୁ ଆରମ୍ଭ ହୋଇଯାଇଛି। ମୁଁ ସମସ୍ତଙ୍କୁ ସହଯୋଗର ନିବେଦନ କରୁଛି। ଗତ ମାସରେ କ୍ୟାବିନେଟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ବିଶ୍ୱା ଶର୍ମା ଆହୁରି କହିଥିଲେ ଯେ, ମହିଳାଙ୍କ ବିବାହର ଆଇନଗତ ବୟସ ହେଲା ୧୮ ବର୍ଷ। କମ୍‌ ବୟସର ଝିଅଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ୧୪ବର୍ଷରୁ କମ ବୟସର ପିଲାଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଜରିଆରେ ଯାଞ୍ଚ ହେବା ନେଇ ମଞ୍ଜୁରୀ ମିଳିଯାଇଛି। ଅନେକ ବ୍ୟକ୍ତିଙ୍କୁ ଏଥିପାଇଁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ ବୋଲି ସେ କହିଥିଲେ। କମ୍‌ ବୟସରେ ବିବାହ ଏବଂ ମାତୃତ୍ୱକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଛନ୍ତି।

ମେଧାବୀ ବିଦ୍ୟାର୍ଥୀଙ୍କୁ ମାଗଣାରେ ୩୫,୮୦୦ ସ୍କୁଟର୍‌ ବାଣ୍ଟିବେ ଆସାମ ସରକାର
ଗୌହାଟୀ: ଆସାମର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର ଯୋଗାଇ ଦେବାକୁ ଆସାମ ସରକାର ଘୋଷଣା କରିଛନ୍ତି।ଚଳିତ ବର୍ଷ ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଥିବା ୩୫,୮୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର୍‌ ଯୋଗାଇ ଦେବା ପାଇଁ ଆସାମ ସରକାର ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ୬୦ ପ୍ରତିଶତ ଏବଂ ତା’ଠାରୁ ଅଧିକ ନମ୍ବର ରଖିଥିବା ୨୯,୭୪୮ ଛାତ୍ରୀ ଓ ୭୫ ପ୍ରତିଶତ ଓ ତା’ଠାରୁ ଅଧିକ ନମ୍ବର ରଖିଥିବା ୬,୦୫୨ ଛାତ୍ରଙ୍କୁ ସ୍କୁଟର୍‌ ମିଳିବ।

ନିକଟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ନଭେମ୍ବର ମାସ ୩୦ ତାରିଖରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଟର୍‌ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ କାମରୁପ (ମେଟ୍ରୋ) ଏବଂ କାମରୁପ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେବଳ ସେତିକି ନୁହେଁ, ନୋଡାଲ୍‌ ପ୍ରିନ୍‌ସିପାଲଙ୍କ ଜରିଆରେ ଉଚ୍ଚଶିକ୍ଷା ବିଭାଗ ହିତାଧିକାରୀମାନଙ୍କୁ ପଞ୍ଜିକରଣ ଓ ବୀମା ବାବଦକୁ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କୁହାଯାଇଛି। ସ୍କୁଟର ବଣ୍ଟନ ଯୋଜନା ବାବଦରେ ରାଜ୍ୟ ସରକାର ମୋଟ ୨୫୮.୯ କୋଟି ଟଙ୍କା ବ୍ୟୟ କରିବେ ବୋଲି ଜଣାପଡ଼ିଛି।

ଆସାମର ବଡ଼ ଧରଣର ଭୂସ୍ଖଳନ, ୩ମୃତ
ଆସାମ: ଆସାମର ଡିମାହାସା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଜିଲ୍ଳାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏବେ ବି ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭୂସ୍ଖଳନ ଯୋଗୁ ୧୨ଟି ଗାଁର ପ୍ରାୟ ୮୦ରୁ ଊର୍ଦ୍ଧ୍ଵ ଘର ମାଟିରେ ମିଶିଯାଇଛି । ତେବେ କୁହାଯାଉଛି କି ଏହି ଭୂସ୍ଖଳନ ଆସାମରେ ହୋଇଥିବା ବନ୍ୟା ଯୋଗୁ ହୋଇଛି । ବନ୍ୟାରେ ୬ଟି ଜିଲ୍ଲାର ୯୪ଟି ଗାଁ ଧୋଇଯାଇଛି । ଯାହାଫଳରେ ପ୍ରାୟ ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । । ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବାରୁ ଲୋକଙ୍କୁ ଯାତ୍ରା ଠାରୁ ଦୂରେଇ ରହିବାକୁ ଡିମା ହାସାଓଙ୍କ ଡେପୁଟି କମିଶନର ନାଜରିନ୍ ଅହମ୍ମଦ ଏକ ପରାମର୍ଶ ଦେଇଛନ୍ତି।

ଆସାମରେ ବଜ୍ରପାତ ନେଲା ୧୪ ଜୀବନ
ଗୌହାଟୀ : ଆସାମରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଝଡ ବର୍ଷା ସହ ବଜ୍ରାଘାତ ହେବା ଯୋଗୁଁ  ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ମହିଳାଙ୍କ ସମେତ ଶିଶୁ ମଧ୍ୟ ସାମିଲ ରହିଛନ୍ତି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଭୂତ କ୍ଷୟକ୍ଷତି ଘଟିଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ପ୍ରାଧିକରଣ ସୂଚନା ଅନୁଯାୟୀ, ବିଗତ ଦୁଇ ଦିନ ଧରି ପ୍ରବଳ ବଜ୍ରପାତ ଏବଂ ବର୍ଷା ଯୋଗୁଁ  ଗୋଲପାରା, ବାରପେଟା, ଦିବ୍ରୁଗଡ଼, ନଲବାଡି ଜିଲ୍ଲାରେ ଅନେକ ଘର ନଷ୍ଟ ହୋଇଯିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟିଛି।

ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ି ରହିଥିବାରୁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି।  ଏହାବ୍ୟତୀତ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଅସହ୍ୟ ଗରମ ମଧ୍ୟରେ ଲୋକଙ୍କୁ ରହିବାକୁ ପଡ଼ୁଛି। ଅନ୍ୟପକ୍ଷରେ ଆଗାମୀ ଦୁଇ ଦିନରେ ପାଗ ଆହୁରି ଖରାପ ରହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି। ଆଇଏମଡି ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶ, ଆସାମ, କେରଳ, ତାମିଲନାଡୁରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସାମରୁ ମିଳିଲା ଦୁବାଇରୁ ଚୋରି ହୋଇଥିବା ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ଦାମୀ ଘଡି
ନୂଆଦିଲ୍ଲୀ:ଦୁବାଇରେ ହଜିଥିବା ଜିନିଷ ମିଳିଲା ଆସାମରୁ । ଭାରତର ଆସାମରୁ ମିଳିଲା ଫୁଟବଲ କିମ୍ବଦନ୍ତୀ ସ୍ୱର୍ଗତ ଡିଏଗୋ ମାରୋଡୋନାଙ୍କର ଦାମୀ ଘଣ୍ଟା, ଯେଉଁଟା କି ଦୁବାଇରୁ ଚୋରି ହୋଇଯାଇଥିଲା । ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି । ଏହି ଦୁଇ ପୋଲିସ ଏଜେନ୍ସି ସହାୟତାରେ ଆର୍ଜୋଣ୍ଟିନାର କିମ୍ବଦନ୍ତି ଫୁଟବଲର ସ୍ୱର୍ଗତ ଡିଏଗୋ ମାରାଡୋନାଙ୍କ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ମାରାଡୋନାଙ୍କ ଘଣ୍ଟାକୁ ମଧ୍ୟ ଜବତ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ଏଜେନ୍‌ସି ମାଧ୍ୟମରେ ଦୁବାଇ ପୁଲିସ ଠାରୁ ସୂଚନା ପାଇ ଆସାମ ପୁଲିସ ଆଜି ଭୋର ୪ଟା ବେଳେ ଅଭିଯୁକ୍ତ ୱାଜିଦ୍‌ ହୁସେନଙ୍କୁ ତାଙ୍କ ଶିବନଗର ବାସଭବନରୁ ଗିରଫ କରିଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି।

In an act of international cooperation @assampolice has coordinated with @dubaipoliceHQ through Indian federal LEA to recover a heritage @Hublot watch belonging to legendary footballer Late Diego Maradona and arrested one Wazid Hussein. Follow up lawful action is being taken. pic.twitter.com/9NWLw6XAKz

— Himanta Biswa Sarma (@himantabiswa) December 11, 2021

ଆସାମ ପୋଲିସ ଡିଜିପି ଭାସ୍କର ଜ୍ୟୋତି ମହନ୍ତ ଦୁବାଇ ପୋଲିସ ସହ ମିଶି ହୋଇଥିବା ଏହି ମିଶନର ସୂଚନା ଦେଇଛନ୍ତି । ଡିଜିପି କହିଛନ୍ତି କି ଆମେ ଓ୍ୱାଜିଦ୍ ହୁସେନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛୁ । ଯାହାଙ୍କ ପାଖରୁ ଦିବଙ୍ଗତ ଫୁଟବଲର ଡିଏଗୋ ମାରାଡୋନାଙ୍କ Hublot କମ୍ପାନୀର ଲିମିଟେଡ ଏଡିସନର ଘଣ୍ଟା ଜବତ କରାଯାଇଛି। ଡିଜିପି ଆହୁରି କହିଛନ୍ତି କି ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେ ଆସାମର ଶିବସାଗର ଜିଲ୍ଲାର ଅଟନ୍ତି । ଡିଜିପିଙ୍କ ବ୍ୟତୀତ ଶିବସାଗର ଜିଲ୍ଲାର ଏସପି ଏହି ଘଟଣା ସମ୍ପର୍କରେ କହିଛନ୍ତି କି ଗିରଫ ହୋଇଥିବା ଓ୍ୱାଜିଦ୍ ହୁସେନ ଦୁବାଇରେ କାମ କରୁଥିଲେ । ସେ ଅଗଷ୍ଟ ୨୦୨୧ରେ ଦୁବାଇରୁ ଭାରତ ଫେରି ଆସିଥିଲେ । ଶିବସାଗର ଏସପି ରାକେଶ ରୋଶନ କହିଛନ୍ତି କି ଆମେ ଓ୍ୱାଜିଦ୍ ହୁସେନଙ୍କୁ ତାଙ୍କ ଶଶ୍ୱର ଘରୁ ଗିରଫ କରିଛୁ । ତାଙ୍କ ପାଖରୁ ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲର ଡିଏଗୋ ମାରାଡୋନାଙ୍କ Hublot ଏଡିସନର ଘଣ୍ଟା ମଧ୍ୟ ଜବତ କରିଛୁ ବୋଲି କହିଛନ୍ତି ଶିବସାଗର ଏସପି ରାକେଶ ରୋଶନ ।

ଆସାମ: ଟ୍ରକ -ଅଟୋ ମୁହାଁମୁହିଁ ଧକ୍କା, ୧୦ ମୃତ
ଆସାମ : ଆସାମ-ତ୍ରୀପୁରା ନିକଟବର୍ତ୍ତୀ କରମଗଞ୍ଜ ଜିଲ୍ଲା ପଥରଖଣ୍ଡି ଥାନା ଅନ୍ତର୍ଗତ ବୈଠକଖାଲି ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ ଟ୍ରକ ସହ ଏକ ଅଟୋ ଧକ୍କା ହେବାରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀସ ଲୋକମାନେ ଛଟ ପୂଜା ସାରି ଅଟୋରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟପିଲା ଅଛନ୍ତି।ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଡାକ୍ତରଖାନା ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନା ଅନୁସାରେ,  ମୃତବ୍ୟକ୍ତି ମାନଙ୍କ ମଧ୍ୟରେ ୫ ଜଣ ମହିଳା ୩ ଜଣ ପୁରୁଷ ଓ ୨ ଜଣ ପିଲା ଅଛନ୍ତି।

ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଡଙ୍ଗା ମୁହାଁମୁହିଁ ଧକା , ୫୦ରୁ ଅଧିକ ଯାତ୍ରୀ ନିଖୋଜ
ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଡଙ୍ଗା ମୁହାଁମୁହିଁ ଧକା । ୫୦ରୁ ଅଧିକ ଯାତ୍ରୀ ନିଖୋଜ ସୂଚନା । SDRF ଟିମର ଉଦ୍ଧାର କାର୍ଯ୍ୟ ଜାରି । ଦୁଇଟି ଡଙ୍ଗାରେ ୧୨୦ରୁ ଅଧିକ ଲୋକ ଥିଲେ । ମୁହାଁମୁହିଁ ଧକା ପରେ ଓଲଟିଲା ଦୁଇଟି ଯାକ ଡଙ୍ଗା । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଏଥିସହିତ ସେ ମାଜୁଲା ଓ ଜୋରହାଟ ଜିଲ୍ଲା ପ୍ରଶାସନକୁ NDRF ଓ SDRF ସହାୟତାରେ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ସେ ମନ୍ତ୍ରୀ ବିମଳ ବୋରାହଙ୍କୁ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଗତକାଲି ସ୍ଥିତି ଅନୁଧ୍ୟାନ ପାଇଁ ସେ ଘଟଣାସ୍ଥଳକୁ ଯିବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

I am pained at the tragic boat accident near Nimati Ghat, Jorhat.

Directed Majuli & Jorhat admin to undertake rescue mission expeditiously with help of @NDRFHQ & SDRF. Advising Min @BimalBorahbjp to immediately rush to the accident site. I'll also visit Nimati Ghat tomorrow.

— Himanta Biswa Sarma (@himantabiswa) September 8, 2021

ଆସାମରେ 5.2 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁୁଭୂତ ହୋଇଛି, ଏହାର ପ୍ରଭାବ ମେଘାଳୟରେ ମଧ୍ୟ ଅନୁଭୂତ ହୋଇଛି
ବୁଧବାର ସକାଳେ ଆସାମରେ 5.2 ଭୂକମ୍ପ ଅନୁଭୂତ ହୋଇଛି। ପଡୋଶୀ ମେଘାଳୟ ଏବଂ ଉତ୍ତର ପଶ୍ଚିମବଙ୍ଗ ତଥା ବାଂଲାଦେଶର କିଛି ଅଂଶରେ କମ୍ପନ ଅନୁଭୂତ ହୋଇଥିଲା। ସକାଳ 8.45 ରେ ଏହି ଭୂକମ୍ପ ଘଟିଛି ବୋଲି ଜାତୀୟ ଭୂକମ୍ପ କେନ୍ଦ୍ର କହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଗୋଲପାରାଠାରେ 14 କିଲୋମିଟର ଗଭୀରରେ ଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର (ଆରଏମସି) ଅନୁଯାୟୀ, ମେଘାଳୟର ତୁରା ଠାରୁ 71 କିଲୋମିଟର ଉତ୍ତରରେ ଭୂକମ୍ପ କାର୍ଯ୍ୟକଳାପ ପଞ୍ଜିକୃତ ହୋଇଥିଲା। ଏହି ଅସନ୍ତୋଷ ଲୋୟର ଆସାମ ଜିଲ୍ଲା ଏବଂ ମେଘାଳୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଗୁଆହାଟୀ ସମେତ ଅନେକ ସ୍ଥାନରେ ଲୋକମାନେ ଘରୁ ଦଉଡ଼ି ପଳାଇଥିଲେ ବୋଲି ଗଣମାଧ୍ୟମ ରିପୋର୍ଟ କରିଛି। ପଶ୍ଚିମବଙ୍ଗରେ, ଆଲିପୁରଦାର ଏବଂ ଜାଲପାଇଗୁରି ସମେତ ଉତ୍ତର ଜିଲ୍ଲା ଏହି ଭୂକମ୍ପ ପ୍ରଭାବ ଅନୁଭବ କରିଥିଲେ | ବାଙ୍ଗଲାଦେଶରେ ସ୍ଥାନୀୟ ମେଡ ଅନୁଯାୟୀ ଢାକା , ଗାଇବାନ୍ଧା, ବୋଗୁରା ଏବଂ ରାଜଶାହୀରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା ।

ମହାମାରୀ ସମୟରେ ସାମ୍ନାକୁ ଆସିଲା ପ୍ରେରଣା ଦାୟକ ଘଟଣା: କରୋନା ସଂକ୍ରମିତ ଶ୍ବଶୁରଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ବୋହୂ
ଆସାମ: କରୋନା ମହାମାରୀ ସମୟରେ ଏପରି ଅନେକ କାହାଣୀ ଅଛି ଯାହା କେବଳ ପ୍ରେରଣାଦାୟକ ନୁହେଁ ବରଂ ଖରାପ ସମୟରେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିବ ତାହା ମଧ୍ୟ ଶିକ୍ଷା ଦିଏ। ଆସାମର ରାହା ଭାଟିଗାଁରୁ କରୋନା  ମହାମାରୀ ବେଳେ ଏଭଳି ଏକ ପ୍ରରଣା ଦାୟକ ଘଟଣା ସାମ୍ନାକୁ ଆସିଛି। ବୋହୂ ତା’ ଦାୟିତ୍ବକୁ ଟିକେ ହେଲେ ବି ହେଳା କରିନି। ନିଜ କରନୋ ସଂକ୍ରମିତ ଶ୍ବଶୁରଙ୍କୁ କାନ୍ଧରେ ବୋହି ନେଇ ମେଡିକାଲରେ ପହଞ୍ଚାଇଛନ୍ତି। ଡେରି ନ କରି ଠିକ ସମୟରେ ପହଞ୍ଚାଇଥିବାରୁ ଏକ ଅମୂଲ୍ୟ ଜୀବନ ବଞ୍ଚିଯାଇଛି। ଯାହାଫଳରେ ସେ ଠିକ୍ ସମୟରେ ଚିକିତ୍ସିତ ହୋଇପାରିଛନ୍ତି। ଏହି ଘଟଣା ଏବେ ଆଧୁନିକ ଯୁଗୋର ବୋହୂ ମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

ସୂଚନା ଅନୁଯାୟୀ, ୭୫ ବର୍ଷିୟ ଥୁଲେଶ୍ୱର ଦାସଙ୍କ ପୁଅ ସୁରଜ ସହରରେ ରହି ଚାକିରୀ କରନ୍ତି। ସ୍ୱାମୀଙ୍କ ଅନୁପସ୍ଥିତ ଯୋଗୁଁ ଶ୍ବଶୁରଙ୍କର ଦେଖାଶୁଣା ବୋହୂ କରନ୍ତି। ଯେତେବେଳେ ଥୁଲେଶ୍ୱର ଦାସ କରୋନାରେ ସଂକ୍ରମିତ ହୋଇଥିଲେ, ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଖାନା ଘରୁ କିଛି ଦୂରରେ ଥିଲା, ନିହାରିକା ତାଙ୍କ ଶ୍ୱଶୁରଙ୍କୁ ନେବାକୁ ଚେଷ୍ଟା କରିଥିଲେ। ହେଲେ କାହାରି ସାହାଯ୍ଯ ପାଇ ନ ଥିଲେ। ପରେ ସେ ନିଜେ ଦାୟିତ୍ବ ଗ୍ରହଣ କଲେ। ଶେଷରେ ବୋହୂ ନିହାରିକା ନିଜ କାନ୍ଧରେ ବସାଇ ଶ୍ବଶୁରଙ୍କୁ ମେଡିକାଲରେ ପହଞ୍ଚାଇଥିଲେ। ହେଲେ ଦୁଃଖର କଥା ଶ୍ବଶୁରଙ୍କୁ କାନ୍ଧରେ ନେବା ପରେ ନିହାରିକା ବି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଥୁଲେଶ୍ୱର କରୋନା ସଂକ୍ରମିତ ଚିହ୍ନଟ ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଥୁଲେଶ୍ୱରଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ହେଲେ ନିହାରିକା ତାହା ମାନିବାକୁ ରାଜି ହୋଇ ନ ଥିଲେ। ତାଙ୍କ ଶ୍ୱଶୁରଙ୍କୁ ଡାକ୍ତରଖାନାରେ ଏକୁଟିଆ ଛାଡିବାକୁ ପ୍ରସ୍ତୁତ ନଥିଲେ।ସେ କହିଥିଲେ ଯେ ଘର ପାଖର ଚିକିତ୍ସା ହେଲେ ସେ ତାଙ୍କ ଶ୍ବଶୁରଙ୍କର ଦେଖାଶୁଣା କରିପାରିବେ। ଶେଷରେ ଡାକ୍ତର ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କୁ ତାଙ୍କ ଘର ନିକଟସ୍ଥ ନଙ୍ଗାବ ଭୋଗେଶ୍ୱରୀ ଫୁକନାନୀଙ୍କ କୋଭିଡ ୱାର୍ଡକୁ ପଠାଇଥିଲେ। ନିହାରିକା କଠିନ ସମୟରେ ତାଙ୍କ ଶ୍ୱଶୁରଙ୍କ ପ୍ରତି ଯେଉଁ ଦାୟିତ୍ୱ ତୁଲାଇଛନ୍ତି ଏହି ମହାମାରୀ ସମୟରେ ନିହାତି ଅନ୍ଯମାନଙ୍କ ପାଇଁ ପ୍ରେରଣା ଯୋଗାଇବ।