Anti-Modi Protest - The Sakala

ନୂଆଦିଲ୍ଲୀ AI ସମ୍ମିଳନୀରେ ସାର୍ଟ ଖୋଲି ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ, ଦେଲେ ମୋଦୀ ବିରୋଧୀ ନାରାବାଜି
ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ୟୁଥ କଂଗ୍ରେସର ହଙ୍ଗାମା । ସାର୍ଟ ଖୋଲି ପ୍ରତିବାଦ କରିବା ସହ ମୋଦୀ ବିରୋଧୀ ନାରାବାଜି ଦେଲେ ଯୁବ କଂଗ୍ରେସର କର୍ମକର୍ତ୍ତା । ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଚାଲିଥିବା 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ୍ ୨୦୨୬'ରେ ଶୁକ୍ରବାର ଦିନ ଇଣ୍ଡିଆନ ୟୁଥ କଂଗ୍ରେସର କର୍ମୀମାନେ ସୁରକ୍ଷା ବ୍ୟବସ୍ଥା ଭେଦ କରି ସମ୍ମିଳନୀ ସ୍ଥଳରେ ସାର୍ଟ ଖୋଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନାରାବାଜି କରିବା ସହ ନିକଟରେ ହୋଇଥିବା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ତୀବ୍ର ବିରୋଧ କରିଥିଲେ।

ଏହି ଘଟଣାକୁ ଗୁରୁତର ସହ ନେଇ ଦିଲ୍ଲୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ୪ରୁ ୫ ଜଣଙ୍କୁ ଅଟକ ରଖାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏତେ ବଡ଼ ଆନ୍ତର୍ଜାତୀୟ ସମ୍ମିଳନୀରେ ସେମାନେ କିପରି ପ୍ରବେଶ କଲେ, ସେମାନଙ୍କ ପାଖରେ ବୈଧ ପାସ୍ କିମ୍ବା QR କୋଡ୍ ଥିଲା କି ନାହିଁ, ସେ ନେଇ ଅଧିକାରୀମାନେ ଯାଞ୍ଚ ଚଳାଇଛନ୍ତି।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଏହି ଘଟଣାକୁ କଡ଼ା ନିନ୍ଦା କରି କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କଂଗ୍ରେସକୁ "ଆଣ୍ଟି-ନ୍ୟାସନାଲ କଂଗ୍ରେସ" ବୋଲି ସମ୍ବୋଧନ କରି କହିଛନ୍ତି ଯେ, କଂଗ୍ରେସ ପାଇଁ 'AI' ର ଅର୍ଥ ହେଉଛି 'ଆଣ୍ଟି ଇଣ୍ଡିଆ'। ବିଶ୍ୱସ୍ତରରେ ଭାରତର ସଫଳତାକୁ କଂଗ୍ରେସ ସହ୍ୟ କରିପାରୁନାହିଁ। ରାହୁଲ ଗାନ୍ଧୀଙ୍କ ଇଶାରାରେ ହୋଇଥିବା ଏହି ପ୍ରଦର୍ଶନକୁ ସେ "ଚରିତ୍ରହୀନ, ବୁଦ୍ଧିହୀନ ଏବଂ ଭାବନାହୀନ" ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ଇଣ୍ଡିଆନ ୟୁଥ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବ ଏହି ପ୍ରଦର୍ଶନକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କର୍ପୋରେଟ୍ ସ୍ୱାର୍ଥ ପାଇଁ ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ବାଣିଜ୍ୟ ଚୁକ୍ତିକୁ ବିରୋଧ କରି କହିଛନ୍ତି ଯେ, ଏହି ଚୁକ୍ତି ନାଁରେ ଦେଶର ଚାଷୀମାନଙ୍କ ସହ ବିଶ୍ୱାସଘାତକତା କରାଯାଉଛି ଏବଂ ଏହା କୃଷିର ଭବିଷ୍ୟତ ସହ ଜଡ଼ିତ ପ୍ରସଙ୍ଗ।