simulia - The Sakala
ବିବାହରୁ ଫେରିବାବେଳେ ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୧୫ ଆହତ
ବାଲେଶ୍ଵର: ବିବାହରୁ ଫେରିବା ବେଳେ ଘଟିଲା ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ମାଟିଆପଡ଼ା ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଗଛକୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ସିମୁଳିଆ ମେଡିକାଲରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଡ୍ରାଇଭରକୁ ନିଦ ଆସିଯାଇଥିବାରୁ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ପଡ଼ିଥିଲା ବୋଲି ଯାତ୍ରୀ ମାନେ ସୂଚନା ଦେଇଛନ୍ତି ।
ତଣ୍ଟି ଚିପି ନିଜ ମାଆକୁ ହତ୍ୟା କଲା ନୃଶଂସ ପୁଅ
ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ତଣ୍ଟି ଚିପି ନିଜ ମାଆକୁ ହତ୍ୟା କରିଛି  ନୃଶଂସ ପୁଅ। ଏ ନେଇ ବୋହୁ କବିତା ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ପରେ ସିମୁଳିଆ ପୁଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମୃତ ମାଆଙ୍କ ନାଁ ଆରତୀ ମହାନ୍ତି ହୋଇଥିବାବେଳେ ପୁଅର ନାଁ ଅରୁଣ ମହାନ୍ତି ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ତାଳପଦା ଗାଁର ଅରୁଣ ମହାନ୍ତି ଗତକାଲି ରାତିରେ ମାଆ ଆରତୀ ମହାନ୍ତିଙ୍କୁ ଖାଇବାକୁ ମାଗିଥିଲେ। ମାଆ ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମାଆଙ୍କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା। ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଛଡ଼େଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ। ତଣ୍ଟି ଚିପିବା ପରେ ମାଆ ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ସ୍ଥଳରୁ ୨ଟି ଖୋକା ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍
ବାଲେଶ୍ୱର: ଗତକାଲି ବାଲେଶ୍ୱର ସିମୁଳିଆ ନିକଟରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯିବାପରେ ଆଜି ଘଟଣାସ୍ଥଳରୁ ଦୁଇଟି ଖୋକା ମିଳିଛି । ବାଲେଶ୍ୱର ଏସ୍‌ଡିପିଓ ଶ୍ରୀହର୍ସ ମିଶ୍ର ଓ ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ୨ଟି ଖୋକା ଜବତ ହୋଇଛି। ସେପଟେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ହାଇଆଲର୍ଟ। ଗତକାଲି ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ବାରିମୁଳ, କପଳେଶ୍ୱର, ଗୁଲନଗର ଏବଂ ଜାମଧରରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ।
ଏପଟେ ଆଜି ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ କରାଯିବ। ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନି ମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି । ସହରର ପରିସ୍ଥିତି ଉପରେ ପୋଲିସ କଡା ନଜର ରଖିଛି। ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ କଟକରୁ ବାରିପଦା ଜେଲକୁ ସ୍ଥାନାନ୍ତରିତ କରାଯାଉଥିଲା।
ସୂଚନା ମୁତାବକ, ଅପରାହ୍ନ ପାଖାପାଖି ୩ଟା ୨୦ରେ ପରିସ୍ରା ବାହାନାରେ ସିମୁଳିଆ ନିକଟରେ ପୋଲିସ ଭ୍ୟାନରୁ ଓହ୍ଲାଇଥିଲା ହାଇଦର। ଆଗରେ ଥିବା ଏସକର୍ଟ ଟିମ ପାଖରେ ମଧ୍ୟ ଜଗି ରହିଥିଲା। ସେତିକି ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା ହାଇଦର । ଏତିକିବେଳେ ତାକୁ କାବୁ କରିବାକୁ ଏସକର୍ଟ ଟିମ୍ ଉଦ୍ୟମ କରିଥିଲା । ସବୁ ପ୍ରୟାସ ସତ୍ତ୍ୱେ ହାଇଦର ଫେରାର ହେବାକୁ ଜୋରଦାର ପ୍ରୟାଶ କରିଥିଲା। ଶେଷରେ ପୋଲିସ ବାଧ୍ୟ ହୋଇ ଗୁଳି ଚଳାଇଥିଲା । ଏଥିରେ ହାଇଦର ଦେହରେ ଚାରୋଟି ଗୁଳି ବାଜିଥିଲା। ଦୁଇଟି ଛାତିରେ, ଗୋଟିଏ ବାମ ହାତରେ, ଅନ୍ୟ ଗୁଳିଟି ଅଣ୍ଟା ତଳେ ବାଜିଥିବା ସୂଚନା ରହିଛି। ଫାଇରିଂ ପରେ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ହାଇଦରକୁ ମୃତ ଘୋଷଣା କରିଥିଲେ ଡାକ୍ତର।
ସିମୁଳିଆ: ମାର ମୃତ୍ୟୁ ପରେ ବାପା ଜେଲରେ, ନାତିକୁ ପାଇବାକୁ ଦୁଇ ପରିବାର ମଧ୍ୟରେ ଟଣା ଓଟରା ,ମାତ୍ର ନାତି ସାଇ ଏବେ ଶିଶୁ ମଙ୍ଗଳ ଅଧିନରେ, ଧର୍ମଦଣ୍ଡି କହିବ ସାଇ କାହାର ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳରେ।
ବିବରଣୀରୁ ପ୍ରକାଶ, ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର ରାମକୃଷ୍ନପୁର ଗ୍ରାମର ସୁକୁମାର ଜେନାଙ୍କ ପୁଅ ପ୍ରଫୁଲ୍ଲ ସେହି ଥାନା ଅଞ୍ଚଳରେ କାଞ୍ଚପଡ଼ା ପଞ୍ଚାୟତ ଗୋପିବିନ୍ଧା ଗ୍ରାମର ଗୌରାଙ୍ଗ ଜେନାଙ୍କ ଝିଅ ରୀନାରାଣୀଙ୍କୁ ୨୦୧୪ମସିହାରେ ପ୍ରେମବିବାହ କରିଥିଲେ। ମାତ୍ର ଏ ବିବାହ ରୀନାରାଣୀଙ୍କ ପରିବାର ଅରାଜି ଥିଲେ। ତାଙ୍କ ଔରସରୁ ୨୦୧୫ମସିହାରେ ପୁତ୍ର ସାଇରାମର ଜନ୍ମ। କୌଣସି କାରଣରୁ ରୀନାରାଣୀଙ୍କର ମୃତ୍ୟୁ ହୋଇଥିଲା। ରୀନାରାଣୀ ପରିବାର ପକ୍ଷରୁ ଅଭିଯୋଗକ୍ରମେ ପ୍ରଫୁଲ୍ଲକୁ ଜେଲ ହୋଇଗଲା। ଏଭଳି ଅବସ୍ଥାରେ ସାଇର ଲାଳନପାଳନ ଜେଜେବାପା ସୁକୁମାର ଓ ଜେଜେମାଆ ବାସନ୍ତୀ କରୁଥିଲେ।
ସେତେବେଳେ ସିମୁଳିଆ ପୁଲିସ ସାହାଯ୍ଯରେ ସାଇକୁ ତାଙ୍କ ଅଜା ଗୌରାଙ୍ଗ ନେଇଯାଇଥିଲେ। ଆଉ ନାତିକୁ ଦେଖିବା ପାଇ ଜେଜେମାଆ ଗଲେ ଗୈାରାଙ୍ଗର ପରିବାରକୁ ବିଭିନ୍ନ ଗାଳିଗୁଲଜ କରୁଥିବାର ଅଭିଯୋଗ କରିଥିଲେ। ଉଭୟପକ୍ଷ ମଧ୍ୟସ୍ଥିକୁ ହେଲେ ଫଲ କିଛି ମିଳି ନ ଥିଲା। ନାତିକୁ ପାଇବାକୁ ସେହିଦିନଠାରୁ ଆରମ୍ଭ ହୋଇଥିଲା ଜେଜେମାର ଅଭିଯାନ।
ନାତିକୁ ପାଇବାକୁ ବାରଦୁଆର ହେବାକୁ ପଡ଼ିଥିଲା ଜେଜେମାଆ ବାସନ୍ତୀକୁ। ନାତିକୁ ପାଇବାକୁ ସିମୁଳିଆ ଥାନାଠାରୁ ଆରମ୍ଭକରି ବାଲେଶ୍ୱର ଜିଲ୍ଲା ଶିଶୁମଙ୍ଗଳ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଖଇରା ଚାଇଲଡ ଲାଇନ ପକ୍ଷରୁ ସିମୁଳିଆ ଥାନାରେ ଅବଗତ କରାଇ ସାଇରାମ ତାମିଲନାଡୁରେ ଥିବାର ସୂଚନା ମିଳିଥିଲା। ତାକୁ ଉଦ୍ଧାର କରାଯାଇ ଜେଜେମାକୁ ହସ୍ତାନ୍ତର କରିବାକୁ କାର୍ଯ୍ୟକ୍ରମ ଥିଲା। ମାତ୍ର ତାହା ସୁବିଧା ହୋଇପାରି ନ ଥିଲା ନାତିକୁ ପାଇବାକୁ ବିଳମ୍ବ ହୋଇଥିଲା। ନାତିକୁ କେଉଁଆଡେ ଅର୍ନ୍ତଧ୍ୟାନ କରି ଦିଆଯାଇଥିଲା। ଏହି ଅଭିଯୋଗକ୍ରମେ ଦୀର୍ଘ ଦେଢବର୍ଷ ପରେ ଖଇରା ଚାଇଲଡ ଲାଇନକୁ ମିଳିଲା ବଡ ସଫଳତା, ଖବର ପାଇ ଖଇରା ଚାଇଲଡ ଲାଇନର ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଚାଇଲଡ ଲାଇନର ମୁଖ୍ୟ ତପସ୍ୱନୀ ରାଉତ, ସଦସ୍ୟ ପଞ୍ଚାନନ ତ୍ରିପାଠୀ ଓ ଜ୍ୟୋତିପ୍ରକାଶ କର ବସ୍ତା ଥାନା ପୁଲିସ ସହଯାଗରେ ସାଇରାମ ବସ୍ତା ଥାନା ଅନ୍ତର୍ଗତ ପଞ୍ଚୁପଡ଼ା ଗ୍ରାମର ଶମ୍ଭୁନାଥଙ୍କ ପୃଷ୍ଠିଙ୍କ ଘରୁ ଉ଼ଦ୍ଧାର କରିଥିଲେ। ସାଇରାମକୁ ଉଦ୍ଧାର ପରେ ଜିଲ୍ଲା ଶିଶୁମଙ୍ଗଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ନାତି ସାଇରାମକୁ ନେବାକୁ ଅଜା ଗୈାରାଙ୍ଗ ଜେନାଙ୍କ ପରିବାର ଜିଦ ଧରୁଥିବାବେଳେ ଜେଜେମାଆ ସୁକାନ୍ତୀ ନାତିକୁ ପାଇବାକୁ ଆଖିରୁ ଲୁହ ସୁଖୁନି। ଶେଷରେ ଜିଲ୍ଲା ଶିଶୁମଙ୍ଗଳ ନିର୍ଦ୍ଧାରଣ କରିବ ସାଇରାମର ଶିକ୍ଷା,ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଯତ୍ନବାନ ହୋଇପାରିବ ନାତି ତାହାର ହୋଇପାରିବ।