Odisha Forest and Environment Department - The Sakala

ବେଫିକର ବନ ବିଭାଗ, ସଙ୍କଟରେ କଇଁଛ: କାର୍ଯ୍ଯାଳୟ ଅନତି ଦୂରରେ ଅବାଧରେ ଚାଲିଛି କଇଁଛ ମାଂସ ବିକ୍ରି
ମହାକାଳପଡା: ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ କଇଁଛ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ନେଇ ପରିବେଶବିତ୍ ମାନେ ମତବ୍ୟକ୍ତ କରିବା ସହିତ ବିଶେଷଜ୍ଞ ମାନେ ମଧ୍ୟ ମତପୋଷଣ କରୁଛନ୍ତି । ସମୁଦ୍ର ପଥରେ ଅଲିଭ ରିଡଲେ ଭଳି କଇଁଛ ମାନେ ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଗହିରମଥା ଅଂଚଳରେ ଅଣ୍ଡାଦାନ କରିଥାନ୍ତି । ସେମାନଙ୍କଲୁ ସୁରକ୍ଷା ଦେବା ପାଇଁ ବନବିଭାଗ ସଚେତନତା କାର୍ଯ୍ଯକ୍ରମ କରିଥାଏ ଏବଂ କଇଁଛମାନଙ୍କ ଆଗମନ ସମୟରେ ସମୁଦ୍ର ଏବଂ ନଦୀରେ ମାଛମାରିବା ଏବଂ ଟ୍ରଲର ଚଳାଚଳ ନେଇ କଟକଣା ଲଗାଯାଇଥାଏ । ମାତ୍ର ବନବିଭାଗ କାର୍ଯ୍ଯାଳୟର କେଇ ମିଟର ଦୂରରେ କଇଁଛ ମକଟା ଯାଇ ଅବାଧରେ ମାଂସ ବିକ୍ରି ହେଉଥିବା ଘଟଣା ମହାକାଳପଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କଇଁଛ କଟା ଯାଇ ମାଂସ ବିକ୍ରି କରାଯାଉଥିବା ନେଇ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପ୍ରକାର ତତ୍ପରତା ଦେଖା ନ ଯିବା ପରିବେଶବିତ୍ ମାନଙ୍କୁ ଆଶ୍ଚର୍ଯ୍ଯ ଲାଗୁଛି। ବନ୍ୟପ୍ରାଣୀ ସିଡୁଲ୍‌-୨ ପାର୍ଟ୧ଶ୍ରେଣୀ ଭୁକ୍ତ ପ୍ରକାରର ୪ଟି କଇଁଛକୁ ଦୁଇଜଣ ଯୁବକ ମହାକାଳପଡାର ଛପାଲି ଗୋଡା ଅଂଚଳରେ କାଟୁଥିଲେ । ସେହି ପ୍ରଜାତିର କଇଁଛଙ୍କ ବଂଶ ଏବେ ବିପଦରେ ପଡିଛି ।ଏହି ଭଳି ପ୍ରଜାତିର କଇଁଛ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ମହାକାଳପଡା ବନାଂଚଳ ଅଧିନ ନଦୀନାଳ, ପୋଖରୀରେ ଦେଖିବାକୁ ମିଳିଥାନ୍ତି । ଏହି ପ୍ରଜାତିର କଇଁଛ ମାଂସକୁ ଚଢା ଦରରେ କିଛି ଅସାଧୁ ବ୍ୟବସାୟୀମାନେ କିଗ୍ରା ପ୍ରତି ୩୦୦ ରୁ ୫୦୦ ଟଙ୍କାରେ ବିକ୍ରି କରିବା ସହିତ ବସ୍‌ ଯାଗେ କଲିକତାକୁ ମଧ୍ୟ ଚାଲାଣ କରନ୍ତି । ଏବେ ବସ୍ ଚଳାଚଳ ବନ୍ଦ ଥିବାରୁ ସ୍ଥାନୀୟ ଅଂଚଳରେ ଖୂଲମଖୁଲା ମାଂସ କାଟି ବିକ୍ରି କରୁଥିବା ଦେଖିବାକୁ ମିଲିଛି। ସବୁଠାରୁ ଆଶ୍ଚର୍ଯ୍ଯର କଥା ବନବିଭାଗ କାର୍ୟ୍ୟାଳୟର ପାଖାପାଖୀ ଅଂଚଳରେ କଇଁଛ କଟାଯାଇ ବିକ୍ରି ହେଉଥିବା ଜଣା ପଡିବା ପରେ ବନବିଭାଗର ଦାୟିତ୍ୱହିନତା ପଦାରେ ପଡିଛି । ବର୍ତମାନ କଇଁଛ ମାନଙ୍କ ମିଳନ ଋତୁ ଆରମ୍ଭ ହୋଇଥିବାରୁ ବନବିଭାଗ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ପରିବଶେବିତ୍ ସମରେନ୍ଦ୍ର ମାହାଳି କହିଛନ୍ତି । ଅବାଧରେ କଇଁଛ ମାଂସ ବିକ୍ରି ହେଉଥିବା ନେଇ ଜମ୍ବୁ ରେଂଜ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳଙ୍କୁ ପ୍ରତିକ୍ରିୟା ମିଳି ପାରି ନାହିଁ ।