Mahakalapada - The Sakala
କେନ୍ଦ୍ରାପଡ଼ା: ନାବାଳିକା ଝିଅକୁ ଖୋଜିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ୱନ କରିବାରୁ ଶେଷରେ ନିରାଶ ହୋଇ ବାପା ବିଷ ପିଇ ଦେଇଛନ୍ତି। ଏହିଭଳି ଅଭାବନୀୟ ଘଟଣା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଚକଡ଼ା ଗୋଗୁଆ ଗ୍ରାମର କଳ୍ପତରୁ ଓଝା(୪୮)ଙ୍କ ୧୬ ବର୍ଷୀୟ ନାବାଳିକା ଝିଅଙ୍କୁ ସେହି ଗ୍ରାମର ଅଜୟ ଜେନାଙ୍କ ଭଣଜା ରାଜେଶ ଜେନା (ଚଗଲା) ବିବାହର ପ୍ରତିଶ୍ରୁତି ଦେଇ କେଉଁଆଡେ଼ ଅପହରଣ କରି ନେଇଛନ୍ତି। ଏନେଇ ନାବାଳିକାଙ୍କ ବାପା ଅଜୟ ୨୭ ମେରେ ତନ୍ତିଆପାଳ ଥାନାରେ ଅଭିଯୋଗ କରିଥିଲେ। ହେଲେ ଘଟଣାକୁ ୨ ମାସ ବିତିଯାଇଥିଲେ ମଧ୍ୟ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଛି। ଝିଅକୁ ଖୋଜିବାରେ ବିଳମ୍ୱ କରିବାରୁ ୯ ଜୁନ୍‌ରେ ପୁଲିସର ଅସହଯୋଗ ସମ୍ୱନ୍ଧରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ମଧ୍ୟ ଅଭିଯୋଗ କରିଥିଲେ। ନାବାଳିକାକୁ ଖୋଜିବାରେ ସମସ୍ତଙ୍କୁ ଗୁହାରି କରିବା ପରେ କିଛି ସୁଫଳ ନମିଳିବାରୁ ଶେଷରେ ସେ ବାଧ୍ୟ ହୋଇ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ବେଳେ କଟକ ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ସମାଜସେବୀ ସୌଭାଗ୍ୟ ପରିଡ଼ା ସାମାଜିକ ଗଣମାଧ୍ୟମରେ ଭିଡିଓ କରି ପୁଲିସର ଅବହେଳା ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହେଲା ବୋଲି ଅଭିଯୋଗ କରିଛନ୍ତି।
ବନଦୁର୍ଗା ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାର ଦେବା ସହ ସ୍ୱାବଲମ୍ୱୀ କରିଛି ମାଟିରେ ତିଆରି ଟେରାକୋଟା ରାକ୍ଷୀ
ମହାକାଳପଡ଼ା(ବିଚିତ୍ରାନନ୍ଦ ବେହେରା): ମାଟିରେ ପୁଣି ରାକ୍ଷୀ… ଶୁଣିବା ପାଇଁ ଟିକେ ଅଡୁଆ ଲାଗୁଥାଇପାରେ। ହେଲେ ଏହି ମାଟିରେ ତିଆରି ଟେରାକୋଟା ରାକ୍ଷୀର ତାଲିମ ନେଇ ଶତାଧିକ ମହିଳା ଏବେ ସ୍ୱାବଲମ୍ୱୀ। ଏହି ମାଟି ରାକ୍ଷୀର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ସରକାରଙ୍କ ହସ୍ତଶୀଳ୍ପ ବିଭାଗ ଦ୍ୱାରା ତାଲିମନେବା ପରେ ଏହି ରାକ୍ଷୀ ତିଆରି କରି ରୋଜଗାରର ନୂଆ ଆଶା ସୃଷ୍ଟି ହୋଇଛି।
ସରକାରୀ ତାଲିମ ନେଇ ରୋଜଗାରକ୍ଷମ ହୋଇପାରିଛନ୍ତି ମହାକାଳପଡ଼ା ବ୍ଲକ ତେରଗାଁ ଗ୍ରାମର ବନଦୁର୍ଗା ଉତ୍ପାଦିକା ଗୋଷ୍ଠୀର ୧୦ ଜଣ ମହିଳା। ଏହି ଗୋଷ୍ଠୀର ମହିଳାମାନେ କଞ୍ଚା ମାଟିରେ ଗଣେଶ, ମୟୁର, ଫୁଲ, ବନ୍ଧୁତାପୂର୍ଣ୍ଣ ସଂକେତ, ଜଗନ୍ନାଥ, ସ୍ୱସ୍ତିକ, ଓଁ ଆଦିର କାରୁକାର୍ଯ୍ୟ ପୂର୍ଣ୍ଣ ମଡେଲ ତିଆରି କରି ତାକୁ ଭାଟିରେ ପୋଡିଥାନ୍ତି। ମାଟିର ସେହି କଳାକୃତିକୁ ବିଭିନ୍ନ ରଙ୍ଗରେ ଚିତ୍ରିତ କରି ସେଥିରେ ରେଶମର ଡୋରି ଲଗାଇ ରାକ୍ଷୀ ପ୍ରସ୍ତୁତ କରାଯାଇଥାଏ। ରାକ୍ଷୀ ପ୍ରସ୍ତୁତ ପରେ ଜରିରେ ପ୍ୟାକିଙ୍ଗ କରି ମାର୍କେଟରେ ବିକ୍ରି କରିଥାନ୍ତି। ୫ ଟଙ୍କାରୁ ଆରମ୍ଭ କରି ୧ ଶହ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ରହିଥିବା ରାକ୍ଷୀ ତିଆରି କରୁଛନ୍ତି।
ତିନି ବର୍ଷ ହେବ ଏଭଳି ମାଟିର ଟେରାକୋଟା ରାକ୍ଷୀ ତିଆରି କରୁଥିବା ବେଳେ ଚଳିତ ବର୍ଷ ଭଲ ବିକ୍ରୀବଟା ହେବାର ଆଶା ରଖିଛନ୍ତି ଗୋଷ୍ଠୀର ସଭାନେତ୍ରୀ ସବିତା ବେହେରା। ଏହି ଗୋଷ୍ଠୀରେ ମମତା ବେହେରା, ତଅପୋଇ ସାହୁ, ମଞ୍ଜୁଲତା ପରିଡ଼ା, ଚନ୍ଦ୍ରିକା ବେହେରା, କମଳିନୀ ବେହେରା, ସେବତୀ ବେହେରା, ସୁପ୍ରଭା ବେହେରା, ପ୍ରତିମା ବେହେରା, ସସ୍ମିତା ମୁଦୁଲି ପ୍ରମୁଖ ମହିଳାମାନେ ପ୍ରାୟ ଏକ ମାସ ହେବ ରାକ୍ଷୀ ତିଆରିରେ ଲାଗିପଡ଼ିଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ରହୁଥିବା ଜଣାପଡ଼ିଛି। ମହିଳା କାରିଗରମାନଙ୍କ ରାକ୍ଷୀ ବିକ୍ରି ପାଇଁ ସରକାରଙ୍କ ହସ୍ତଶୀଳ୍ପ ବିଭାଗ ଏବଂ ଓରମାସ ପକ୍ଷରୁ କେନ୍ଦ୍ରାପଡ଼ାରେ ମଧ୍ୟ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଥିବା ହସ୍ତଶୀଳ୍ପ ସହକାରୀ ନିର୍ଦ୍ଦେଶକ ଅଜିତ କୁମାର ଭୋଇ କହିଛନ୍ତି।
ମହାକାଳପଡା: ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ଘଟଣାରେ କଙ୍ଗାରୁ କୋର୍ଟ କରାଯିବା ସହ ବାପପୁଅକୁ ମାଡ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଗିରଫ ହୋଇଥିବା ପମ୍ପର କର୍ମଚାରୀ ତଥା ମହାକାଳପଡା ବ୍ଲକ ବିଜୟନଗର ଗ୍ରାମର ସୁଜିତ ବିଶ୍ୱାଳଙ୍କ ଗିରଫଦାରୀ ଖବର ଶୁଣି ତାଙ୍କ ମାଆଙ୍କୁ ହୃଦଘାତ ହୋଇଥିଲା । ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା ।
ସୂଚନା ଅନୁସାରେ, ସୁଜିତ ବିଶ୍ୱାଳ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଥିଲେ । କଙ୍ଗାରୁ କୋର୍ଟରେ ମାଡ ଘଟଣାରେ ପଟ୍ଟାମୁଣ୍ଡାଇ ପୋଲିସ ୬ ଜଣଙ୍କୁ ଗିରଫ କରିଛି, ସେମାନଙ୍କ ମଧ୍ୟରେ ସୁଜିତ ବିଶ୍ୱାଳ ଥିବା ଖବର ଗୁରୁବାର ସକାଳେ ତାଙ୍କ ମାଅ ଅନ୍ନପୂର୍ଣ୍ଣା ବିଶ୍ୱାଳ(୪୬) ଜାଣିବାକୁ ପାଇଥିଲେ । ଖବର ଜାଣିବା ପରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କେନ୍ଦ୍ରାପଡା ମେଡିକାଲକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ।କଟକରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସୁଜିତ୍ ତାଙ୍କ ପରିବାରରେ ଏକମାତ୍ର ପୁଅ ଅଟେ,ପୁଅକୁ ପୋଲିସ ଉଠାଇ ନେଇ ଗିରଫ କରିବା ଖବର ଶୁଣି ମାଆ ଅନ୍ନପୂର୍ଣ୍ଣା ମ୍ରିୟମାଣ ହୋଇପଡିଥିଲେ । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯିବା ସହିତ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ଗ୍ରାମବାସୀ କହିଛନ୍ତି ।
ବେଫିକର ବନ ବିଭାଗ, ସଙ୍କଟରେ କଇଁଛ: କାର୍ଯ୍ଯାଳୟ ଅନତି ଦୂରରେ ଅବାଧରେ ଚାଲିଛି କଇଁଛ ମାଂସ ବିକ୍ରି
ମହାକାଳପଡା: ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ କଇଁଛ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ନେଇ ପରିବେଶବିତ୍ ମାନେ ମତବ୍ୟକ୍ତ କରିବା ସହିତ ବିଶେଷଜ୍ଞ ମାନେ ମଧ୍ୟ ମତପୋଷଣ କରୁଛନ୍ତି । ସମୁଦ୍ର ପଥରେ ଅଲିଭ ରିଡଲେ ଭଳି କଇଁଛ ମାନେ ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଗହିରମଥା ଅଂଚଳରେ ଅଣ୍ଡାଦାନ କରିଥାନ୍ତି । ସେମାନଙ୍କଲୁ ସୁରକ୍ଷା ଦେବା ପାଇଁ ବନବିଭାଗ ସଚେତନତା କାର୍ଯ୍ଯକ୍ରମ କରିଥାଏ ଏବଂ କଇଁଛମାନଙ୍କ ଆଗମନ ସମୟରେ ସମୁଦ୍ର ଏବଂ ନଦୀରେ ମାଛମାରିବା ଏବଂ ଟ୍ରଲର ଚଳାଚଳ ନେଇ କଟକଣା ଲଗାଯାଇଥାଏ । ମାତ୍ର ବନବିଭାଗ କାର୍ଯ୍ଯାଳୟର କେଇ ମିଟର ଦୂରରେ କଇଁଛ ମକଟା ଯାଇ ଅବାଧରେ ମାଂସ ବିକ୍ରି ହେଉଥିବା ଘଟଣା ମହାକାଳପଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
କଇଁଛ କଟା ଯାଇ ମାଂସ ବିକ୍ରି କରାଯାଉଥିବା ନେଇ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପ୍ରକାର ତତ୍ପରତା ଦେଖା ନ ଯିବା ପରିବେଶବିତ୍ ମାନଙ୍କୁ ଆଶ୍ଚର୍ଯ୍ଯ ଲାଗୁଛି। ବନ୍ୟପ୍ରାଣୀ ସିଡୁଲ୍‌-୨ ପାର୍ଟ୧ଶ୍ରେଣୀ ଭୁକ୍ତ ପ୍ରକାରର ୪ଟି କଇଁଛକୁ ଦୁଇଜଣ ଯୁବକ ମହାକାଳପଡାର ଛପାଲି ଗୋଡା ଅଂଚଳରେ କାଟୁଥିଲେ । ସେହି ପ୍ରଜାତିର କଇଁଛଙ୍କ ବଂଶ ଏବେ ବିପଦରେ ପଡିଛି ।ଏହି ଭଳି ପ୍ରଜାତିର କଇଁଛ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ମହାକାଳପଡା ବନାଂଚଳ ଅଧିନ ନଦୀନାଳ, ପୋଖରୀରେ ଦେଖିବାକୁ ମିଳିଥାନ୍ତି । ଏହି ପ୍ରଜାତିର କଇଁଛ ମାଂସକୁ ଚଢା ଦରରେ କିଛି ଅସାଧୁ ବ୍ୟବସାୟୀମାନେ କିଗ୍ରା ପ୍ରତି ୩୦୦ ରୁ ୫୦୦ ଟଙ୍କାରେ ବିକ୍ରି କରିବା ସହିତ ବସ୍‌ ଯାଗେ କଲିକତାକୁ ମଧ୍ୟ ଚାଲାଣ କରନ୍ତି । ଏବେ ବସ୍ ଚଳାଚଳ ବନ୍ଦ ଥିବାରୁ ସ୍ଥାନୀୟ ଅଂଚଳରେ ଖୂଲମଖୁଲା ମାଂସ କାଟି ବିକ୍ରି କରୁଥିବା ଦେଖିବାକୁ ମିଲିଛି। ସବୁଠାରୁ ଆଶ୍ଚର୍ଯ୍ଯର କଥା ବନବିଭାଗ କାର୍ୟ୍ୟାଳୟର ପାଖାପାଖୀ ଅଂଚଳରେ କଇଁଛ କଟାଯାଇ ବିକ୍ରି ହେଉଥିବା ଜଣା ପଡିବା ପରେ ବନବିଭାଗର ଦାୟିତ୍ୱହିନତା ପଦାରେ ପଡିଛି । ବର୍ତମାନ କଇଁଛ ମାନଙ୍କ ମିଳନ ଋତୁ ଆରମ୍ଭ ହୋଇଥିବାରୁ ବନବିଭାଗ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ପରିବଶେବିତ୍ ସମରେନ୍ଦ୍ର ମାହାଳି କହିଛନ୍ତି । ଅବାଧରେ କଇଁଛ ମାଂସ ବିକ୍ରି ହେଉଥିବା ନେଇ ଜମ୍ବୁ ରେଂଜ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳଙ୍କୁ ପ୍ରତିକ୍ରିୟା ମିଳି ପାରି ନାହିଁ ।