transport department - The Sakala

ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ଲକ୍ଷ୍ୟ: ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଅନ୍ୟ ରୁଟ୍‌ ବସଙ୍କୁ ଅସ୍ଥାୟୀ ପରମିଟ୍‌
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ପାଇଁ ବୁଧବାର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ଭୁବନେଶ୍ୱର-୧ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁମାନେ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ, ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍ ସେବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରାଯାଇଛି । ୧ ହଜାର ବସ୍ ଚଳାଚଳ ପାଇଁ ବସ୍‌ଗୁଡ଼ିକୁ ସ୍ୱତନ୍ତ୍ର ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ ।

ଯାତ୍ରୀଙ୍କ ଚାହିଦା ପୂରଣ ପାଇଁ ପୁରୀକୁ ବହୁ ସଂଖ୍ୟାରେ ଷ୍ଟେଜ୍‌ କ୍ୟାରେଜ୍‌ ବସ୍‌ ଚଳାଚଳ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅସ୍ଥାୟୀ ପରମିଟ୍‌ ପ୍ରଦାନ କରାଯିବ। ରଥଯାତ୍ରାର ପୂର୍ବଦିନ ପାଇଁ ମଧ୍ୟ ଏହି ଅସ୍ଥାୟୀ ପରମିଟ୍‌ ମିଳିପାରିବ। ପୁରୀ ବାହାର ରୁଟ୍‌ ର କୌଣସି ବି ବସ୍‌ ମାଲିକ ଏଥିପାଇଁ ଆବେଦନ କରିପାରିବେ। ଏବେ ପୁରୀକୁ ପ୍ରତିଦିନ ପ୍ରାୟ ୨୦୦ ଘରୋଇ ବସ୍‌ ଚଳାଚଳ କରୁଥିବା ବେଳେ ରଥଯାତ୍ରା ସମୟରେ ଏହି ସଂଖ୍ୟାକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପୁରୀକୁ ଓଏସଆରଟିସି ଏବଂ କ୍ରୁଟ୍‌ ସରକାରୀ ବସ୍‌ ସଂଖ୍ୟା ମଧ୍ୟ ଏହି ସମୟରେ ବୃଦ୍ଧି କରାଯିବ। ରଥଯାତ୍ରା ସମୟରେ ପୁରୀଠାରେ ଏକ ସୂଚନା କେନ୍ଦ୍ର ତଥା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ନମ୍ୱର ଜାରି ହେବ। ତାଳବଣିଆରେ ମଧ୍ୟ ଏକ ହେଲ୍ପଡେସ୍କ କାର୍ଯ୍ୟ କରିବ। ଏହା ସହ ଏସଟିଏର ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ୱର ମଧ୍ୟ ସୂଚନା ପ୍ରଦାନ ପାଇଁ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି। ସେହିଭଳି ତାଳବଣିଆ ଓ ଅନ୍ୟ ପ୍ରମୁଖ ପାର୍କିଂ ସ୍ଥାନରୁ ନିଃଶୁଳ୍କ ଇ-ରିକ୍ସା ସୁବିଧା ପରିବହନ ବିଭାଗ ଦ୍ୱାରା କରାଯିବ। ଏଥିପାଇଁ ୪୫୦ଟି ଇ-ରିକ୍ସା ନିୟୋଜିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତି ବସରେ ଭଡ଼ା ଚାର୍ଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ବସ୍‌ ଯେପରି ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ? ଆଦାୟ ନ କରନ୍ତି, ସେଥିପାଇଁ ପରିବହନ ବିଭାଗ ସହ ବସ୍‌ ମାଲିକ ସଂଘ ମଧ୍ୟ କଡ଼ା ଦୃଷ୍ଟି ଦେବେ।

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ପିପିଲି ଟୋଲ୍ ଗେଟ୍‌ରେ ବସ୍‌ ସମେତ ଅନ୍ୟ କୌଣସି ଗାଡିରୁ ଟୋଲ୍ ଫି ଆଦାୟ ହେବ ନାହିଁ । ଫଳରେ ଟୋଲ୍ ପ୍ଲାଜାରେ ଗାଡ଼ି ଅଟକିବ ନାହିଁ ଏବଂ ଯାତାୟାତ ସୁଗମ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ସୂଚନା ଦେଇଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରତ୍ୟେକ ବସ୍‌ରେ ଫାଷ୍ଟ ଏଡ୍ କିଟ୍ ରହିବ ।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱରରୁ ପୁରୀ ରାସ୍ତାରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ରେନ୍‌ ଏବଂ ଆମ୍ୱୁଲାନ୍ସ ମୁତୟନ କରାଯିବ। ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରାଯିବ। ରଥଯାତ୍ରା ସମୟରେ ଭୁବନେଶ୍ୱର-ପୁରୀ ଏବଂ ପୁରୀ-କୋଣାର୍କ ରାଜପଥରେ ଯଦି କୌଣସି ଗାଡ଼ି ଖରାପ ହୁଏ, ତେବେ ତୁରନ୍ତ ମରାମତି ସେବା ଯୋଗାଇଦେବା ପାଇଁ ଗାଡ଼ି ନିର୍ମାତା ଓ ଡିଲରମାନଙ୍କୁ କୁହାଯାଇଛି। ବୈଠକରେ ଭୁବନେଶ୍ୱର ଓ କଟକ ଡିସିପି, ଟ୍ରାଫିକ ଡିସିପି, ପୁରୀର ଅତିରିକ୍ତ ଏସପି, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବସ୍‌ ମାଲିକ ସଂଘର କର୍ମକର୍ତ୍ତା, ଓଏସଆରଟିସି ଏବଂ କ୍ରୁଟ୍‌୍‌ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭର୍ଚ୍ଚୁଆଲ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଯୋଗ ଦେଇଥିଲେ।

ଫାଇନ ଆଦାୟ ନାଁରେ ଜନତାଙ୍କ ଠାରୁ ଜିଜିଆ କର ଆଦାୟ କରୁଛନ୍ତି ସରକାର: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ରାଜଧାନୀ ଭୁବନେଶ୍ୱର ସଡ଼କ ଦୁର୍ଘଟଣାର ପେଣ୍ଠସ୍ଥଳୀ ପାଲଟି ଥିବାବେଳେ ପରିବହନ ବିଭାଗ ଦୁର୍ଘଟଣା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛି ବିଜୁ ଜନତା ଦଳ ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ପରିବହନ ବିଭାଗର ଅପାରଗତା କାରଣରୁ ରାଜ୍ୟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି । ସାଧରଣ ଜନତାଙ୍କ ସୁରକ୍ଷାକୁ ବେଖାତିର କରି ପରିବହନ ବିଭାଗ ଯେଣତେଣ ଉପାୟରେ କେମିତି ଲୋକଙ୍କ ଠାରୁ ଫାଇନ ଆଦାୟ କରାଯିବ, ସେଥିରେ ବ୍ୟସ୍ତ ରହୁଛି । ରାଜ୍ୟରେ ଚାଲୁଥିବା ସମସ୍ତ ଗାଡ଼ି ଓ ସାଧରଣ ଜନତା ଭୁଲ୍ କରନ୍ତୁ ବା ନ କରନ୍ତୁ ତାକୁ ତର୍ଜମା ନ କରି ଫାଇନ ଆଦାୟରେ ମାତିଛି ପରିବହନ ବିଭାଗ ।

ଡ଼ ମହାନ୍ତି ଆହୁରି କହିଛନ୍ତି, ପରିବହନ କମିଶନର ତଥା ଅଧ୍ୟକ୍ଷ, ରାଜ୍ୟ ପରିବହନ ପ୍ରାଧିକରଣ ରାଜ୍ୟର ସମସ୍ତ ଆରଟିଓ ମାନଙ୍କ ପାଇଁ ଏକ ନିଦେ୍ର୍ଦଶାନାମା ଜାରି କରି ଅର୍ଥ ଆଦାୟ ପାଇର୍ ଟାର୍ଗେଟ ଦେଇଛନ୍ତି, ସେଥିପାଇଁ ଲୋକଙ୍କ ଠାରୁ ମୋଟା ଅଙ୍କର ଫାଇନ ବିଭିନ୍ନ ଆଳ ଦେଖାଇ ଆଦାୟ କରାଯାଉଛି । ଟ୍ରାଫିକ ବ୍ୟବସ୍ଥା ରାଜ୍ୟରେ ଠିକ୍ ଭାବେ ଚାଲୁଛି କି ନ ଚାଲୁଛୁ ତାକୁ ଅନୁଧ୍ୟାନ ନ କରି କେମିତି ସାଧାରଣ ଜନତାଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ ହେବ ସେଥିପାଇଁ ପରିବହନ କମିଶନର ଖସଡ଼ା ପ୍ରସ୍ତୁତ କରିଛନ୍ତି । ଦୁଃଖ ଓ ପରିତାପର ବିଷୟ ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅକାଳରେ ନିରୀହ ଜୀବନ ଚାଲିଯାଉଛି । ସରକାରଙ୍କ ଏଥିପ୍ରତି ତିଳେ ହେଲେ ନିଘା ନାହିଁ । ରାତି ୧୦ଟା ପରେ ଭାରିଯାନ ସହର ମଧ୍ୟକୁ ପବେଶ କରିବାର ନିୟମ ଥିବାବେଳେ ସନ୍ଧ୍ୟା ହେଲେ ପୋଲିସ୍କୁ ହାତଗୁଞ୍ଜା ବେଧଡ଼କ ଭାବେ ଭାରିଯାନ ସହର ମଧ୍ୟକୁ ପ୍ରବେଶ କରୁଛି । କିଛି ଦିନ ତଳେ ଏକ ହାଇୱା ସହର ମଧ୍ୟରେ ୩ ଜଣ ନିରୀହ ପିଲାଙ୍କ ଉପରେ ଚଢ଼ାଇ ମାରିଦେଲା । ପରିବହନ କମିଶନର, ପୋଲିସ୍ କମିଶନର ଓ ସହରରେ ପ୍ରତି ଛକରେ ଲାଗିଥିବା ଏଆଇ କ୍ୟାମେରା ଏପର୍ଯ୍ୟନ୍ତ ସେ ଗାଡ଼ିଟିକୁ ଧରିବାକୁ ସକ୍ଷମ ହେଲେ ନାହିଁ । ଗାଡ଼ିଟି କାହାର, କାହିଁକି ସେ ୩ଟି ଅମୂଲ୍ୟ ଜୀବନ ନେଇଗଲା, ତାହା ଉପରେ ସ୍ପଷ୍ଟୀକରଣ ନ ଦେଇ ବିଭିନ୍ନ ଆଳ ଦେଖାଇ କେମିତି ଫାଇନ ଆଦାୟ କରାଯିବ ସେଥିରେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର ।

କନ୍ଭିକସନ ରେଟ୍ ୫%ରୁ ୪୦% ପ୍ରତିଶତ ବଢ଼ିଥିବା ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ । ଛୋଟ ଛୋଟ ଭୁଲ୍ ପାଇଁ ଗାଡ଼ି ଚାଳକ ମାନେ ଲୋକଅଦାଲତରେ ଦୋଷ ସ୍ୱୀକାର କରି ଦେଉଥିବା ଫାଇନକୁ ଆଇନ ମନ୍ତ୍ରୀ କନଭିକ୍ସନ୍ ରେଟ୍ ବଢ଼ିଥିବା ନେଇ ଗଣମାଧ୍ୟମରେ ସୂଚନା ଦେବା ନିନ୍ଦନୀୟ । ଫାଇନ ଆଦାୟ ନାଁରେ ସରକାର ସାଧାରଣ ଜନତାଙ୍କ ଠାରୁ ଜିଜିଆ କର ଆଦାୟ କରିବା ବନ୍ଦ କରନ୍ତୁ । ନଚେତ୍ ଆଗାମୀ ଦିନରେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

ଯେଉଁ ଗାଡ଼ିର ଫିଟନେସ ନାହିଁ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପରିବହନ ବିଭାଗରେ ଚାଲୁଥିବା ଗାଡିର ନାହିଁ ପ୍ରଦୂଷଣ ପ୍ରମାଣପତ୍ର । ବିନା PUCC ରେ ଗଡୁଛି ମାଳ ମାଳ ଗାଡ଼ି । ଆଜି ବିଧାନସଭାର ଏକ ଅଣତାରକା ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସରକାରଙ୍କ ନିଜସ୍ୱ ଓ ଭଡ଼ାରେ ପରିବହନ ବିଭାଗରେ ଚାଲୁଛି ୨୪୨ଟି ଗାଡ଼ି। ଏସବୁ ଗାଡ଼ିର ପ୍ରଦୂଷଣ ପ୍ରମାଣ ପତ୍ର ବା PUCC ଗତ ଡିସେମ୍ବର ୨୨ ତାରିଖରୁ ସରିଗଲାଣି। ସେପଟେ ରାଜ୍ୟରେ ଗଡ଼ୁଥିବା ସ୍କୁଲ ଅଧିକାଂଶ ସ୍କୁଲ ବସ ଗୁଡ଼ିକର ଫିଟନେସ ସରିଗଲାଣି। ତଥାପି ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ବିନା ଫିଟନେସ ପ୍ରମାଣ ପତ୍ରରେ ଗାଡ଼ି ଚଳାଉଛନ୍ତି। ଏବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଯେଉଁ ଗାଡ଼ିର ଫିଟନେସ ନାହିଁ ତା ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସ୍କୁଲ ବସର ଫିଟନେସ ଓ PUCC ଆବଶ୍ୟକ । ଏସବୁର ଯାଞ୍ଚ ହେବ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ ସେହି ଗାଡିଗୁଡିକର RC ବାତିଲ ହେବ ବୋଲି ମନ୍ତ୍ରୀ ସଚେତନ କରାଇଦେଇଛନ୍ତି । ତେବେ ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି ବୋଲି ଡେଡଲାଇନ ଦିଆଯାଉନି ବୋଲି ମନ୍ତ୍ରୀ କଟାକ୍ଷ କରିଛନ୍ତି ।