Gold Mines in Odisha - The Sakala

ରାଜ୍ୟରେ ରହିଛି ମାଳ ମାଳ ସୁନା ଖଣି: ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଭୁବନେଶ୍ୱର: ରାଜ୍ୟରେ ରହିଛି ମାଳ ମାଳ ସୁନା ଖଣି । ଗୃହରେ ଏକଥା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିଧାୟକ ବିଜୟ ଦଳବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ଖଣି ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ, କେଉଁଝର ଜିଲ୍ଲାର ଗୋପୁର-ଜଳଡ଼ିହି ଅଞ୍ଚଳ ଓ ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି । ଏଠାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ।

ଏହାବାଦ ଓଡିଶା ଖଣି ନିଗମ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ ପରେ ବିଭିନ୍ନ ସ୍ଥାନ ଗୁଡିକରେ ସୁନା ଥିବା ଅନୁମାନ କରାଯାଉଛି । ସେଗୁଡିକ ହେଲା କେନ୍ଦୁଝର ଜିଲ୍ଲାର ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମରେଡ଼ିହି ଓ ସୁଲେଇପାଟ ବା ଧୂସୁରା ପାହାଡ ଏବଂ ବାଦାମ ପାହାଡ ଅଞ୍ଚଳରେ ସୁନା ଥିବା ଅନୁମାନ କରାଯାଉଛି । ସେହିପରି ସୁନ୍ଦରଗଡ ଜିଲ୍ଲାର ଦିଗଝରଣ, ମାଲଡ଼ିହି, ଘୋଗର ଓ ଗିରିଙ୍ଗିକେଳା, କୋରାପୁଟ ଜିଲ୍ଲାର ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର, ମାଲକାନଗିରି ଜିଲ୍ଲାର ସୁନାପଦର, କ୍ୟାଙ୍ଗ ଓ ଗୋବିନ୍ଦପଲ୍ଲୀ, ଅନୁଗୁଳ ଜିଲ୍ଲାର ମାଙ୍କଡଚୁଆଁ, ଟିକିର, ସୋମାକୋଇ, ବୌଦ୍ଧ ଜିଲ୍ଲାର କୁଦଗାଁ, ଜହ୍ନପଙ୍କ ଓ ରାମଗଡ ଅଞ୍ଚଳ, ସମ୍ବଲପୁର ଜିଲ୍ଲାର କେନ୍ଦୁଖୁଣ୍ଟି ଓ କୁନ୍ତରବାହଲ , ଦେବଗଡ ଜିଲ୍ଲାର ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନାପଥର ବିକ୍ଷିପ୍ତ ଭାବରେ ଥିବାର ଅନୁମାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।