Repo Rate - The Sakala

ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍‌ରେ ହେଲାନି ପରିବର୍ତ୍ତନ, ୫.୨୫%ରେ ରହିଲା ସ୍ଥିର
ନୂଆଦିଲ୍ଲୀ: ରେପୋ ରେଟ୍ ଅପରିବର୍ତ୍ତିତ । ରେପୋ ରେଟ୍ ୫.୨୫% ଅପରିବର୍ତ୍ତିତ ରଖିଲା ଆରବିଆଇ । ଆରବିଆଇର ମନିଟାରୀ ପଲିସି କମିଟିର ବୈଠକରେ ଅପରିବର୍ତ୍ତିତ ନେଇ ନିଷ୍ପତ୍ତି ହୋଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏନେଇ ସୂଚନା ଦେଇଛନ୍ତି । ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଆରବିଆଇ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ମୁଦ୍ରାନୀତି କମିଟି (MPC) ବୈଠକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏକ ବଡ଼ ଘୋଷଣା କରିଛନ୍ତି। ବଜାରର ଆଶା ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ (Repo Rate) ରେ କୌଣସି ପରିବର୍ତ୍ତନ ନକରି ଏହାକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଛଅ ଜଣିଆ ମୁଦ୍ରାନୀତି କମିଟିର ଦୁଇ ଦିନିଆ ବୈଠକ ପରେ ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ 'ଦ୍ୱିପାକ୍ଷିକ ଯୁଦ୍ଧବିରାମ' ଘୋଷଣା କରିବାର କିଛି ଘଣ୍ଟା ପରେ ଏହି ନିଷ୍ପତ୍ତି ଆସିଛି, ଯାହା ଫଳରେ ବିଶ୍ୱ ବଜାରରେ ଏକ ବଡ଼ ଉତ୍ସାହ ଦେଖିବାକୁ ମିଳିଛି। ଭାରତୀୟ ସେୟାର ବଜାର ମଧ୍ୟ ଆଜି ବୃଦ୍ଧି ସହ ଖୋଲିଛି। ପୂର୍ବରୁ ଅଗଷ୍ଟ, ଅକ୍ଟୋବର ଏବଂ ଫେବୃଆରୀ ୨୦୨୬ ର ମୁଦ୍ରାନୀତିରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟକୁ ସ୍ଥିର ରଖିଥିଲା।

ବ୍ୟବସାୟିକ କାର୍ଯ୍ୟକଳାପକୁ ସହଜ କରିବା ଦିଗରେ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ନେଇଛି। ବିଭିନ୍ନ ବାଣିଜ୍ୟ ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ ହେବା ପାଇଁ ଏମଏସଏମଇ (MSME) ଗୁଡିକ ପାଇଁ ଲାଗୁ ହେଉଥିବା 'ଡ୍ୟୁ-ଡିଲିଜେନ୍ସ' ଆବଶ୍ୟକତାକୁ ନିଲମ୍ବିତ କରାଯାଇଛି ବୋଲି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ଦେଇଛନ୍ତି।

ଭାରତର ମାକ୍ରୋ-ଇକୋନୋମିକ୍ ସ୍ଥିତି ଦୃଢ଼ ରହିଛି, କିନ୍ତୁ ଇରାନ ଯୁଦ୍ଧ କାରଣରୁ ମାର୍ଚ୍ଚ ମାସରେ ପରିସ୍ଥିତି ଆହ୍ୱାନପୂର୍ଣ୍ଣ ଥିଲା ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ଶକ୍ତି ଦର ବୃଦ୍ଧି କାରଣରୁ ବିଶ୍ୱ ଅଭିବୃଦ୍ଧି ପ୍ରତି ବିପଦ ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୬-୨୭ (FY27) ପାଇଁ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବା ନେଇ ଆକଳନ କରିଛି। ପ୍ରଥମ ତ୍ରୈମାସିକରେ ଏହା ୬.୮%, ଦ୍ୱିତୀୟରେ ୬.୭%, ତୃତୀୟରେ ୭% ଏବଂ ଚତୁର୍ଥ ତ୍ରୈମାସିକରେ ୭.୨% ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ତ୍ତମାନ ୬୯୭.୧ ବିଲିୟନ ଡଲାରରେ ସୁଦୃଢ଼ ରହିଛି। ଏସଡିଏଫ (SDF) ରେଟ୍ ୫ ପ୍ରତିଶତ ରହିଥିବା ବେଳେ ଏମଏସଏଫ (MSF) ଏବଂ ବ୍ୟାଙ୍କ ରେଟ୍ ୫.୫ ପ୍ରତିଶତ ରହିଛି।

ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ; ଏହିସବୁ ସୁବିଧା ପାଇବେ ସାଧାରଣ ଲୋକ...
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି । କମିଲା ରେପୋ ରେଟ୍ । ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ ।  ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଆଗରୁ ଏହା ୫.୫ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ରହିଛି ୫.୨୫ ପ୍ରତିଶତ। ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ କମିବା ପରେ ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ ।  EMI ଶସ୍ତା ହେବା ସହ ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ ।

ରେପୋ ରେଟ୍ କମିବା ଦ୍ୱାରା ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ ।  ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ ।  ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ ।

ରେପୋ ରେଟ୍‌ ୬.୫% , ଅପରିବର୍ତ୍ତିତ ରଖିଲା ଆରବିଆଇ
ମୁମ୍ବାଇ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।  ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ।

ତୃତୀୟ ଥର ପାଇଁ ‘ରେପୋ’ ରେଟ୍‌ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌
ମୁମ୍ବାଇ: କ୍ରମାଗତ ୩ୟ ଥର ପାଇଁ ‘ରେପୋ’ ରେଟ୍‌ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌। ଏହି ଘୋଷଣା ପରେ ଘର, କାର ଋଣ ସମେତ ସମସ୍ତ ପ୍ରକାର ଋଣ ନେଇଥିବା ଋଣଦାତାଙ୍କୁ ଆଶ୍ୱସ୍ତୀ ମିଳିଛି। ପୂର୍ବ ଭଳି ୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ ରହବି। ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସଂମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି।

ଦେଶବାସୀଙ୍କୁ ଆରବିଆଇର ଝଟ୍‌କା : ପୁଣି ବଢିଲା ରେପୋ ରେଟ୍, ମହଙ୍ଗା ହେବ EMI
ନୂଆଦିଲ୍ଲୀ : ଦେଶର ସାଧାରଣ ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଝଟକା ଦେଇଛି। ନୂଆ ବର୍ଷ ୨୦୨୩ରେ ପୁଣିଥରେ ରେପୋ ରେଟ୍‌ ବଢାଇ କୋଟି କୋଟି ଦେଶବାସୀଙ୍କୁ ପୁଣି ଥରେ ଚକିତ କରିଛି ଆରବିଆଇ। ଗତବର୍ଷ ଏବଂ ଚଳିତ ବର୍ଷରେ ଆଜି ରୋପା ରେଟ୍‌ ବୃଦ୍ଧି ସହ କ୍ରମାଗତ ଷଷ୍ଠଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ରେ ବୃଦ୍ଧି ନେଇ ଘୋଷଣା କରିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୨୫ ବେସିସ୍‌ ପ‌ଏଣ୍ଟ୍‌ ବଢ଼ାଇବା ଫଳରେ ଏବେ ରେପୋ ରେଟ୍ ୬.୨୫ରୁ ବଢି ୬.୫୦ ପ୍ରତିଶତ ହୋଇଛି। ବିଶ୍ବ ଅର୍ଥନୈତିକ ଚିନ୍ତାଧାରା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଆରବିଆଇ ରେପୋ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଆରବିଆଇର ମୁଦ୍ରା ସମୀକ୍ଷା ନୀତି ପରେ ରେପୋ ହାରରେ ଏହି ପରିବର୍ତ୍ତନ ଘୋଷଣା କରିଛିନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଗଣମାଧ୍ୟମକୁ ଏନେଇ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି

ମୁଦ୍ରା ନୀତି କମିଟି ବୈଠକରେ ମୂଲ୍ୟାଙ୍କନକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି । ମୁଦ୍ରାସ୍ଫୀତି ବୃଦ୍ଧି ପାଇବାରେ ଲାଗିଛି।  ମୁଦ୍ରାସ୍ଫୀତିଜନିତ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସଂଗ୍ରାମ ମଧ୍ୟ ଚାଲିଛି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରେ ବୈଶ୍ବିକସ୍ତରରେ ମୁଦ୍ରାସ୍ଫୀତି ବ୍ୟାପକ ଆକାରରେ ବୃଦ୍ଧି ପାଇ ଚାଲିଛି।  ଯେଉଁଥି ପାଇଁ ଆମେ ମଧ୍ୟ ରେପୋ ରେଟ୍‌ ବୃଦ୍ଧି ପରିବା ଭଳି କଠୋର ନିଷ୍ପତ୍ତି ନେଉଛୁ।

ମହଙ୍ଗା ହେବ EMI

ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ରେପୋ ହାର ବୃଦ୍ଧି ପରେ ବର୍ତ୍ତମାନ ଘର, କାର୍‌ ଏବଂ ପର୍ସନାଲ ଋଣ ମହଙ୍ଗା ହେବ ଏବଂ EMI ଭାର ବୃଦ୍ଧି ହେବ।  ଆରବିଆଇ ତରଫରୁ ରେପୋ ହାର ବୃଦ୍ଧି କରିବାର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ । ରେପୋ ରେଟ୍ ବୃଦ୍ଧି ସହିତ ଗ୍ରାହକଙ୍କୁ ବ୍ୟାଙ୍କଗୁଡିକ ଦେଇଥିବା ଲୋନ୍‌ ମହଙ୍ଗା ହେବ । ସୁଧ ହାର ବୃଦ୍ଧିର ପ୍ରଭାବ EMI ଉପରେ ରହିବ ।

ରେପୋ ରେଟ୍ କ’ଣ?

ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍‌ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ହାରର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ ଉପରେ ସୁଧ ହାର ବୃଦ୍ଧି ପାଇବ।  ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ।

ପୁଣି ରେପୋ ରେଟ୍ ବଢାଇଲା ଆରବିଆଇ
ମୁମ୍ବାଇ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। ଆରବିଆଇର ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ରେପୋ ହାର ୪.୯% ରୁ ୫.୪୦% କୁ ବୃଦ୍ଧି ପାଇଛି।  ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା  କୁହାଯାଇଛି।  ରେପୋ ରେଟ ବଢ଼ାଇବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ  । ରେପୋ ରେଟ ବୃଦ୍ଧି ପାଇବା ପରେ ମୁଦ୍ରାସ୍ପୀତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି ।

ଗତ ୪ମାସ ଭିତରେ ରେପୋରେଟ ୧.୪ ପ୍ରତିଶତ ବଢ଼ିଲାଣି  । ଜୁନ୍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା  ଏହାକୁ ଦେଖି ମନ୍ଥଲି ପଲିସି କମିଟି ରେପୋରେଟ ବଢାଇବାକୁ ନିଷ୍ପତ୍ତି ନେଇଥିଲା  ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରି ପଲିସି କମିଟିର ୬ ଜଣିଆ ସଦସ୍ୟ ରେପୋରେଟ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ ।  ତେବେ ରେପୋରେଟ ବଢ଼ାଇବା ପରେ  ୨୦୨୨-୨୩ରେ ମୁଦ୍ରାସ୍ପିତି ୬.୭ ପ୍ରତିଶତକୁ ଖସିବ ବୋଲି ଆଶା ରଖିଛି ଆରବିଆଇ ।

ଆରବିଆଇ ମୁଦ୍ରାନୀତି ୨୦୨୧ : ଲଗାତାର ଷଷ୍ଠ ଥର ପାଇଁ ଅପରିବର୍ତ୍ତିତ ରହିଲା ସୁଧହାର, ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫%ରେ ସ୍ଥିର
ଲଗାତର ଷଷ୍ଠଥର ପାଇଁ ରେପୋ ରେଟ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ, ଏପ୍ରିଲ ଏବଂ ମେ ମାସରେ ଦେଶର ଅନେକ ସ୍ଥାନରେ ଲାଗୁ କରାଯାଇଥିବା କଠୋର ପ୍ରତିବନ୍ଧକ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି | ଏପ୍ରିଲ-ଜୁନ୍ ତ୍ରୈମାସିକ ସମୀକ୍ଷା ପରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।

ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ରିଜର୍ଭ ବ୍ୟାଙ୍କର ଏମପିସି ହାରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇର ଏମପିସି ନିଷ୍ପତ୍ତି ନେଇଛି ଯେ, କରୋନାର ପ୍ରଭାବ ଶେଷ ନହେବା ପର୍ଯ୍ୟନ୍ତ କେବଳ ଆବାସିକ ପଦ୍ଧତି ହିଁ ବଜାୟ ରହିବ। କରୋନା ମହାମାରୀ ହେତୁ ଆର୍ଥିକ ପରିସ୍ଥିତି ନସୁଧୁରିବା ଯାଏଁ ଏବଂ ପୁନରୁଦ୍ଧାର ଜାରି ରଖିବା ପାଇଁ ଏହି ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ । ତେଣୁ ଦରରେ କୌଣସି ପରିବର୍ତ୍ତନ ନକରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି ।