Labor Exploitation - The Sakala

ଥାଇଲ୍ୟାଣ୍ଡରେ ପୁଣି ଫସିଛନ୍ତି ୬ ଓଡ଼ିଆ ଶ୍ରମିକ: ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ
ବିଦେଶରେ କାମ କରିବାକୁ ଯାଇ ପୁଣି ଥରେ ଫସିଛନ୍ତି ଓଡ଼ିଆ ଶ୍ରମିକ। ଥାଇଲ୍ୟାଣ୍ଡର ଏକ ପ୍ଲାଇଉଡ୍ କମ୍ପାନୀରେ କାର୍ଯ୍ୟ କରୁଥିବା ୬ ଜଣ ଓଡ଼ିଆ ଶ୍ରମିକ ଏବେ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୫ ଜଣ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ହୋଇଥିବା ବେଳେ ଜଣେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର। ଗତ ୨୦୨୪ ଅଗଷ୍ଟ ମାସରେ ସେମାନେ ରୋଜଗାର ଆଶାରେ ଥାଇଲ୍ୟାଣ୍ଡ ଯାଇଥିଲେ।

ଏହି ଶ୍ରମିକମାନେ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜର ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗତ ୪ ମାସ ହେବ କମ୍ପାନୀ ସେମାନଙ୍କୁ କୌଣସି ପାରିଶ୍ରମିକ ଦେଇନାହିଁ। ଦରମା ମାଗିଲେ ମାଲିକ ସେମାନଙ୍କୁ ଧମକ ଚମକ ଦେଉଛନ୍ତି। ଏମିତିକି ଗତ ୪ ଦିନ ହେବ ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଉନାହିଁ। ଭୋକ ଉପାସରେ ଏହି ଶ୍ରମିକମାନେ ଏବେ ସେଠାରେ ଗୃହବନ୍ଦୀ ଭଳି ଜୀବନ କାଟୁଛନ୍ତି।

ବାରମ୍ବାର ସମାନ ଘଟଣା

ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାର ଅନେକ ଶ୍ରମିକ ଥାଇଲ୍ୟାଣ୍ଡରେ ଫସି ରହିଥିବାର ଖବର ସାମ୍ନାକୁ ଆସିଛି। ୨୦୨୩ ମସିହାରେ ପ୍ରାୟ ୩୮ ଜଣ ଶ୍ରମିକ ଏବଂ ପରେ ୨୦୨୪ ଜୁଲାଇ ମାସରେ ଆଉ ୭ ଜଣ ଶ୍ରମିକ ସେଠାରେ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଅନେକ କ୍ଷେତ୍ରରେ ଦଲାଲମାନେ ଶ୍ରମିକଙ୍କୁ ଟୁରିଷ୍ଟ ଭିସାରେ ବିଦେଶ ପଠାଇ ଦେଉଛନ୍ତି, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ଭିସା ଅବଧି ସରିବା ପରେ ପୁଲିସ୍ ଭୟରେ ଶ୍ରମିକମାନେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି।

ଫେବୃଆରୀ ୨୦୨୬ - ୬ଜଣ

ଜୁଲାଇ ୨୦୨୪ - ୭ଜଣ

ଅକ୍ଟୋବର ୨୦୨୩ - ୩୮ଜଣ

ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅବଗତ କରାଯାଇଛି। ଶ୍ରମିକମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ କିପରି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ସେ ନେଇ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରାଯାଉଛି।