Temple - The Sakala
ପୋଲିସର କଡ଼ା ପହରା ସତ୍ତ୍ୱେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା
ଭୁବନେଶ୍ୱର: ରଥଯାତ୍ରାରେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା । ପୋଲିସର କଡ଼ା ପହରାକୁ ବେଖାତିର କରି ମନ୍ଦିରରୁ ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଲୁଟେରା । ନିକୋ ପାର୍କ ନିକଟରେ ଥିବା ମନ୍ଦିରରୁ ଭୋର ସମୟରେ ହୋଇଛି ଲୁଟ୍ । ମଧୁସୂଦନ ନଗର ସୁନାଦେଇ ମନ୍ଦିରରୁ ନେଇଗଲେ ଅଳଙ୍କାର । ପ୍ରାଙ୍ଗଣରେ ଥିବା ରାମ ଓ ଗଣେଶ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଛି । ରୂପା ମୁକୁଟ, ସୁନା ଅଳଙ୍କାର, ନଗଦ ଟଙ୍କା, ଘଣ୍ଟ ଘଣ୍ଟା ଲୁଟ୍ ହୋଇଥିବା ଜଣାପଡିଛି ।
ଲୁଟ ସାମଗ୍ରୀ ମଧ୍ୟରେ ମା’ ଙ୍କ ମନ୍ଦିରରେ ଥିବା ୧୨ ଟି ସୁନା ଆଖି ମଧ୍ୟ ରହିଛି । ଗ୍ୟାସ କଟରରେ କାଟି ଲୁଟେରା ଲୁଟ୍ କରିଥିବା ସ୍ପଷ୍ଟ । ଲୁଟର ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସହିଦନଗର ଥାନା ପକ୍ଷରୁ ଜାରି ରହିଛି ତଦନ୍ତ । ମନ୍ଦିର କମିଟି ପକ୍ଷରୁ ଏନେଇ ସହିଦନଗର ଥାନାରେ ଏତଲା ଦାୟର ହୋଇଛି ।
ଆପଣ ଜାଣନ୍ତି କି ଦେଶର ଏପରି ଏକ ରହସ୍ୟମୟ ମନ୍ଦିର ବିଷୟରେ ଯାହା କେବଳ ରାକ୍ଷୀ ପୂର୍ଣ୍ଣିମାରେ ହିଁ ଖୋଲିଥାଏ
ଭାରତରେ ଅନେକ ରହସ୍ୟମୟ ମନ୍ଦିର ଅଛି। ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଉନ୍ମୋଚନ କରିପାରନ୍ତି ନାହିଁ। ଏମିତି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅଛି। ଏହି ମନ୍ଦିରର ନାମ ବଂଶୀ ନାରାୟଣ ମନ୍ଦିର। ଏହି ମନ୍ଦିର ବର୍ଷର ୩୬୪ ଦିନ ବନ୍ଦ ରହୁଥିବାବେଳେ କେବଳ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋଲାଯାଏ। ଏହିଦିନ ବିଶେଷ ପୂଜାର୍ଚ୍ଚନା କରାଯାଏ ଓ ସୂର୍ଯ୍ୟାସ୍ତ ପରେ ମନ୍ଦିରକୁ ପୁନଃ ବନ୍ଦ କରିଦିଆଯାଏ। ପୌରାଣିକ ମାନ୍ୟତା ଅନୁସାରେ, ଏହି ମନ୍ଦିର ପାଣ୍ଡବମାନଙ୍କ ଦ୍ବାରା ସ୍ଥାପନା କରାଯାଇଥିଲା। ଦେବର୍ଷି ନାରଦ ୩୬୪ ଦିନ ଏଠାରେ ବଂଶୀ ନାରାୟଣଙ୍କ ପୂଜା କରନ୍ତି ବୋଲି ବିଶ୍ବାସ ରହିଛି। ଏହି ମନ୍ଦିରରେ କେବଳ ଗୋଟିଏ ଦିନ ଭକ୍ତମାନଙ୍କୁ ଭଗବାନ ବଂଶୀ ନାରାୟଣଙ୍କୁ ପୂଜା କରିବା ପାଇଁ ଅନୁମତି ଦିଆଯାଇଥାଏ।
୧୦ ଫୁଟ ଉଚ୍ଚ ଏହି ମନ୍ଦିରର ଗର୍ଭଗୃହ ବର୍ଗାକାର ଅଟେ। ଏଠାରେ ଭଗବାନ ବିଷ୍ଣୁ ଚତୁର୍ଭୁଜ ସ୍ବରୂପ ବିଦ୍ୟମାନ। ମନ୍ଦିରରେ ଥିବା ପ୍ରତିମାରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ଏକାଠି ଦର୍ଶନ କରିହୁଏ। ଶ୍ରଦ୍ଧାଳୁ ଗୋଟିଏ ଦିନ ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି। କିମ୍ବଦନ୍ତୀ ଅନୁଯାୟୀ, ଥରେ ରାଜା ବଳି ଭଗବାନ ବିଷ୍ଣୁଙ୍କୁ ତାଙ୍କ ଦ୍ୱାରପାଳ ହେବାକୁ ଅନୁରୋଧ କରିଥିଲେ। ଭଗବାନ ବିଷ୍ଣୁ ରାଜା ବଳିଙ୍କ ଏହି ଅନୁରୋଧ ରକ୍ଷା କରି ପାତାଳ ଲୋକକୁ ଚାଲିଗଲେ। ଭଗବାନ ବିଷ୍ଣୁଙ୍କର ଦର୍ଶନ ନ ପାଇ ମାତା ଲକ୍ଷ୍ମୀ ବିଚଳିତ ହୋଇଗଲେ। ସେ ନାରଦ ମୁନିଙ୍କ ପାଖକୁ ଗଲେ ଏବଂ ନାରଦଙ୍କୁ ପ୍ରଶ୍ନ କଲେ ଭଗବାନ ବିଷ୍ଣୁ କେଉଁଠାରେ ଅଛନ୍ତି। ନାରଦ କହିଲେ ଭଗବାନ ବିଷ୍ଣୁ ପାତାଳ ଲୋକରେ ଅଛନ୍ତି, ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ସେଠାକୁ ଯାଇ ରାଜା ବଳିଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଭଗବାନ ବିଷ୍ଣୁଙ୍କୁ ଫେରାଇ ଆଣନ୍ତୁ। ଏହି କଥାରେ ମାତା ଲକ୍ଷ୍ମୀ ନାରଦଙ୍କୁ କୁହନ୍ତି, ମୋତେ ପାତାଳଲୋକର ମାର୍ଗ ଜଣାନାହିଁ। ମାତା ଲକ୍ଷ୍ମୀଙ୍କ ସହ ନାରଦ ପାତାଳଲୋକକୁ ଆସିଥିଲେ। ସେହିଦିନଠାରୁ କଳଗୋଠ ଗ୍ରାମରେ ବଂଶୀ ନାରାୟଣ ପୂଜା ଚାଲି ଆସୁଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନ ନାରାୟଣଙ୍କ ପୂଜା ପାଇଁ କଳଗୋଠ ଗାଁର ପ୍ରତ୍ୟେକ ଘରୁ ଲହୁଣି ଆସିଥାଏ। ଏହି ଲହୁଣିରେ ପ୍ରସାଦ ପ୍ରସ୍ତୁତ ହୋଇଥାଏ। ଏହି ଦିନ ଭଗବାନ ବଂଶୀ ନାରାୟଣଙ୍କ ଶୃଙ୍ଗାର ମଧ୍ୟ କରାଯାଏ। ଏହାପରେ ଗାଁର ଲୋକମାନେ ଭଗବାନଙ୍କୁ ରକ୍ଷାସୂତ୍ର ବାନ୍ଧିଥାନ୍ତି।
ଆମ ଦେଶରେ ଏପରି ଅନେକ ପ୍ରାଚୀନ ଏବଂ ପ୍ରସିଦ୍ଧ ମନ୍ଦିର ଅଛି, ଯାହା ସେମାନଙ୍କର ବିଶେଷତ୍ବ ପାଇଁ ବେଶ୍‌ ଜଣାଶୁଣା। ଏହି ମନ୍ଦିରଗୁଡ଼ିକରେ ଘଟୁଥିବା ଚମତ୍କାରିତା ଦେଖିବା ପାଇଁ ଲୋକମାନେ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି। ଏପରି ଏକ ମନ୍ଦିର ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଅଛି। ମୁକ୍ତାଗିରି ନାମରେ ଏହି ପ୍ରସିଦ୍ଧ ମନ୍ଦିରରେ କେଶର ଓ ଚନ୍ଦନ ବର୍ଷା ହୋଇଥାଏ। ଏହି ସ୍ଥାନଟି ଜୈନ ତୀର୍ଥସ୍ଥାନ ଭାବେ ଜଣାଶୁଣା। ଏହି ମନ୍ଦିର ସାତପୁରା ରେଞ୍ଜର ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏହି ମନ୍ଦିରରେ ଅଷ୍ଟମୀ ଓ ଚତୁର୍ଦ୍ଦଶୀ ତିଥିରେ ଚନ୍ଦନ ଓ କେଶର ବର୍ଷା ହୋଇଥାଏ। ଲୋକକଥା ଅନୁସାରେ, ଦିନେ ଜଣେ ଜୈନ ମୁନୀ ବସି ଏଠାରେ ଧ୍ୟାନ କରୁଥିଲେ। ସେହି ସମୟରେ ଏକ ବେଙ୍ଗ ପାହାଡରୁ ଖସି ତାଙ୍କ ସାମ୍ନାରେ ପଡ଼ି ମରିଗଲା। ମୁନି ଜଣଙ୍କ ବେଙ୍ଗ କାନରେ ମନ୍ତ୍ରୋଚାରଣ କରିବା ଦ୍ବାରା ତାକୁ ମୋକ୍ଷ ପ୍ରାପ୍ତି ହୋଇଥିଲା। ତେବେ ମୃତ୍ୟୁ ପରେ ବେଙ୍ଗଟି ମୁନିଙ୍କ ଦର୍ଶନ ପାଇଁ ଆସିଥିଲା, ଏହି ସମୟରେ କେଶର ଓ ଚନ୍ଦନ ବର୍ଷା ହୋଇଥିଲା। ସେବେଠାରୁ ମାନ୍ୟତା ରହିଆସିଛି ଯେ, ଅଷ୍ଟମୀ ଓ ଚତୁର୍ଦ୍ଦଶୀ ତିଥିରେ କେଶର ଓ ଚନ୍ଦନ ବର୍ଷା ହୋଇଥାଏ। ତେଣୁ ଏହିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଏହି ମନ୍ଦିରଙ୍କୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କୁ ୬୦୦ ପାହାଚ ଚଢିବାକୁ ହୋଇଥାଏ।