Farmers Problem - The Sakala

ଚାଷୀ ସମସ୍ୟାକୁ ନେଇ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି
ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ। ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟନି  ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ହୋହାଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସରକାର ଚାଷୀଙ୍କଠାରୁ ଧାନ ନକିଣିବା ଯାଏ ବିଧାନସଭାରେ ଗୃହ ଅଚଳ ରହିବ ବୋଲି କହୁଛନ୍ତି ବିରୋଧୀ।

ଆଜି ବିଧାନସଭା ବଜେଟ୍‌ ଅଧିବେଶନର ୫ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟାକୁ ନେଇ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏପିରିକି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ସକାଳ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହାପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହୋଇଥିଲା ହଙ୍ଗାମା । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।

ଡବଲ ଇଞ୍ଜିନ ସରକାରରେ ଚାଷୀଙ୍କୁ ଡବଲ ଧୋକ୍କା: ଦିବ୍ୟଶଙ୍କର ମିଶ୍ର
ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଗୃହ ଭିତରେ ବିରୋଧୀ ସଦସ୍ୟମାନେ ନାରାବାଜି କରୁଥିବାରୁ ଆଜି ମଧ୍ୟ ବିଧାନସଭା ଠିକରେ ଚାଲିପାରି ନାହିଁ । ତେଣୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗତ ଦୁଇଦିନ ଧରି ବିଜେଡି ବିଧାନସଭାରେ ଚାଷୀ ପ୍ରସଙ୍ଗ ଉଠାଇଥିବା ଦେଖିବାକୁ ମିଳୁଛି । ଡବଲ ଇଞ୍ଜିନ ସରକାର ଠିକ୍ ଦିଗରେ ଯାଇ ପାରୁନାହିଁ । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । କଳାହାଣ୍ଡି, ବରଗଡ଼ ପରି ସବୁ ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ମନ୍ତ୍ରୀମାନଙ୍କର ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହା ସରକାରଙ୍କ ଦାୟିତ୍ବହୀନତାକୁ ସୂଚାଉଛି । ଗରିବ ଚାଷୀଟିଏ ଯଦି ତା’ର ଉତ୍ପାଦିତ ଫସଲ ବିକ୍ରି କରିପାରିବ ନାହିଁ, ତେବେ ସେ ଚଳିବ କିପରି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ  କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି: ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ
ଭୁବନେଶ୍ୱର: ଧାନ କିଣା ନେଇ ବିଜେଡି ଆଣିଛି ସଂଗୀନ ଅଭିଯୋଗ। ଚାଷୀଙ୍କ ଧାନ ନ କିଣିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି। ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଚାଷୀଙ୍କୁ ହଇରାଣ କରିବାକୁ ଏପରି କରାଯାଇଛି। କିନ୍ତୁ ଚାଷୀଙ୍କ ସପକ୍ଷରେ ସଂଗ୍ରାମ କରିବ ବିଜେଡି। ସବୁ ଚାଷୀଙ୍କୁ ସବୁ ଧାନ କିଣିବା ଯାଏ ସଂଗ୍ରାମ ଜାରି ରହିବ ବୋଲି କହିଛି ଦଳ। ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ଧାନ କିଣା ବିଭ୍ରାଟ ପାଇଁ ବିଧାନସଭା ଅଚଳ। ଆଜି ୫ ମିନିଟ ବି ଚାଲି ପାରିଲା ନାହିଁ ଗୃହ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ। ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଶାନ୍ତି ଶୃଙ୍ଖଳା ରକ୍ଷା କରି ନିଜ ନିଜ ସିଟକୁ ଫେରି ଯିବାକୁ ବାରମ୍ଵାର ଅନୁରୋଧ ପରେ ବି ସୁଧୁରିନଥିଲା ସ୍ଥିତି। ତେଣୁ ବାଚସ୍ପତି ପ୍ରଥମେ ଗୃହକୁ ସକାଳେ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଥିଲେ। ସାଢ଼େ ୧୧ଟା ପରେ ବି ସ୍ଥିତି ସୁଧୁରିନଥିଲା। ତେଣୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।

ଆର୍‌ଡିସି କାର୍ଯ୍ୟାଳୟ ଆଗରେ ବିଜେଡିର ଗର୍ଜନ: ‘ଚାଷ କଲେ ବିକ୍ରି ନାହିଁ, ପାଠ ପଢ଼ିଲେ ଚାକିରି ନାହିଁ’
ବ୍ରହ୍ମପୁର: ଖରିଫ ଧାନକିଣା ସମୟରେ ଚାଷୀକୁଳ ନାହିଁ ନ ଥିବା ସମସ୍ୟାରେ ଘାଣ୍ଟି ହେଉଛି। ରାଜ୍ୟରେ କଟ୍‌ନୀଛଟ୍‌ନୀ ବନ୍ଦ ହେବାର ନାଁ ଧରୁନି। ଟୋକନ ବିଳମ୍ବରେ ଆସୁଛି। ନାମକୁ ମାତ୍ର ମଣ୍ଡି ଖୋଲିଛି। ମିଲ୍‌ ମାଲିକଙ୍କ ମର୍ଜିରେ ଧାନ କିଣା ଚାଲିଛି। ଫଳରେ ଛାଷୀକୁଳ ହତାଶ ହେଉଛନ୍ତି। ଦିନକୁ ଦିନ ଚାଷୀଙ୍କ ପ୍ରତି ସରକାର ଘୋର ଅବହେଳା କରୁଛନ୍ତି । ‘ଚାଷ କରିଲେ ବିକ୍ରି ନାହିଁ, ପାଠ ପଢ଼ିଲେ ଚାକିରି ନାହିଁ’ ବୋଲି ଦର୍ଶାଇ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ(ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ଘେରଉ କରାଯାଇଛି।

ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ କଡ଼ା ସମାଲୋଚନା କରି ବିକ୍ଷୋଭ ପ୍ରଦର୍ଶନ ପରେ ଏକ ପ୍ରତିନିଧି ଦଳ ଆର୍‌ଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ ଭଲ ଏଫଏକ୍ୟୁ ମାନର ଧାନ ହୋଇଥିଲେ ବି କଟ୍‌ନୀଛଟ୍‌ନୀ ବନ୍ଦ ହେଉନି। କୁଇଣ୍ଟାଲ ପିଛା ୮ରୁ ୧୦ କେଜି ପର୍ଯ୍ୟନ୍ତ କଟ୍‌ନୀଛଟନୀ କରାଯାଉଛି। ଏପର୍ଯ୍ୟନ୍ତ ପଞ୍ଜିକୃତ ବହୁ ଚାଷୀଙ୍କୁ ଟୋକନ୍‌ ମିଳିନି। ପଞ୍ଜୀକରଣ ବେଳେ ପ୍ରକୃତ ଚାଷୀ ମଧ୍ୟ ବାଦ୍‌ ପଡ଼ିଛନ୍ତି। ଜିଲ୍ଲାପାଳ ୮୫ ପ୍ରତିଶତ ଧାନ କିଣାଯାଇଥିବା କହୁଥିବା ବେଳେ ଉତ୍ପାଦନର ଅଧା ପଞ୍ଜୀକରଣ କରାଯାଇଛି। ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ କେବଳ ଅଧା ଚାଷୀଙ୍କୁ ହିଁ ଟୋକନ୍‌ ମିଳିଛି। ପୁଣି ଟୋକନ ମିଳିଥିବା ଅଧା ଚାଷୀଙ୍କଠାରୁ ହିଁ ଧାନ କିଣାଯାଇଛି, ଯାହା ଦୁର୍ଭାଗ୍ୟର ବିଷୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ବିଜେଡିର ନେତାମାନେ ଅଭିଯୋଗ କିରଛନ୍ତି ଯେ ଜିଲ୍ଲାରେ କେଉଁଠି ମଣ୍ଡି ନାହିଁ। ମିଲ୍‌ରଙ୍କ ମିଲ୍‌ ହିଁ ଧାନକିଣା କେନ୍ଦ୍ର। ପ୍ରାଥମିକ ସେବା ସମବାୟ ସମିତିରେ କୌଣସି କାର୍ଯ୍ୟ ହେଉନି। ପରିବହନ, ଅଖା, ସୁତୁଲିର ଖର୍ଚ୍ଚ ସରକାର ଦେଉନାହାନ୍ତି। ତେଣୁ ମିଲରମାନଙ୍କ ମର୍ଜିରେ ଧାନକିଣା ଚାଲିଛି। ଧାନକିଣା ସମୟରେ ଛୋଟ ଅଖା ଦିଆଯାଉଛି। ଫଳରେ ଚାଷୀମାନେ ଉଚିତ ଧାନ ମଣ୍ଡିରେ ବିକ୍ରି କରୁପାରୁ ନାହାନ୍ତି। ଏହାଦ୍ୱାରା ଚାଷୀମାନେ ମୂଲିଆ ଖର୍ଚ୍ଚ ବହନ କରି ମିଲ୍‌କୁ ନେବାକୁ ବାଧ୍ୟ ହେଉଛନ୍ତି।

ବିଜୁ ଜନତା ଦଳର ସରକାର ଥିବା ସମୟରେ ଧାନକିଣାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିଲା। ୨୪ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ଟଙ୍କା ଆସୁଥିଲା। ସମ୍ପ୍ରତି ଏଥିରେ ସମସ୍ୟା ଦେଖାଦେଇଛି। ଏପରିକି ଦଳୀୟ ଭିତ୍ତିରେ ପ୍ରାଥମିକତା ଦେଇ ଧାନ କିଣାଯାଉଥିବା ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ବିଜେପି ଦଳର ଆଗଧାଡ଼ିର ନେତାଙ୍କ ଧାନ ପ୍ରଥମେ କିଣାଯାଉଥିବା କୁହାଯାଇଛି। ଫଳରେ ସାଧାରଣ ଚାଷୀ ସମସ୍ୟା ଭୋଗିବା ସହ ସରକାରଙ୍କ ବିଦ୍ୱେଷ ନୀତି ଯୋଗୁ ଚାଷ କାର୍ଯ୍ୟରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଥିବା ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଚାଷୀକୁଳ ପ୍ରତି ସରକାର ବିଶେଷ ଗୁରୁତ୍ୱ ନ ଦେଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି।

କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଲେନିନ୍‌ ମହାନ୍ତି, ତୁମ୍ବନାଥ ପଣ୍ଡା, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବରିଷ୍ଠ ନେତ୍ରୀ ରୀତାଞ୍ଜଳି ପ୍ରଧାନ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,  ଡେ଼ପୁଟି ମେୟର ଇ. ବିବେକ ରେଡ଼ୀ, ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ବିଜେଡି ନେତ୍ରୀ ରଞ୍ଜିତା ସାହୁ, ସୁଲକ୍ଷଣା ଗୀତାଞ୍ଜଳି ଦେବୀ, କାର୍ଯ୍ୟକାରୀ ସଭାପତି ଭଗବାନ ଗନ୍ତାୟତ, ଯୁବନେତା ଅଜୟ ମହାରଣା,  ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ, ଯୁବ ବିଜୁ ଜନତା ଦଳ ସଭାପତି ନଚିକେତା ସ୍ୱାଇଁଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଧାନମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି
ଭୁବନେଶ୍ୱର: ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଧାୟକମାନେ ଗୃହ ମଧ୍ୟରେ ଧାନ ବସ୍ତା ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଛନ୍ତି।

ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ଚାଷୀ ତାତି ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳରେ ଚାଷୀ ସମସ୍ୟା ଉଠାଇଥିଲେ ବିରୋଧୀ ଦଳ । ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିଜେଡି ପ୍ରତିବାଦ କରିଥିଲା । ନକଲି ଚାଷୀ କହି କାହିଁକି ଚାଷୀଙ୍କୁ ଅପମାନ କରୁଛନ୍ତି ସରକାର ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । କଂଗ୍ରେସ ବି ପ୍ରତିବାଦରେ ସାମିଲ ହୋଇଛି । ଗୃହ ମଧ୍ୟ ଭାଗରେ ଥିବା ଟେବୁଲରେ ଧାନ ରଖି ପ୍ରତିବାଦ କରିଥିଲେ ବିଜେଡି ଏବଂ ପ୍ରତିବାଦରେ ବାମପନ୍ଥୀ ବିଧାୟକ ବି ସାମିଲ ହୋଇଥିଲେ । ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହକୁ ଅପରାହ୍ନ ୪ଟା ଯାଏଁ ମୂଲତବି ଘୋଷଣା କରିଛନ୍ତି ବାଚସ୍ପତି ।