Upcoming Movie Circus - The Sakala

‘ସର୍କସ୍‌’ରେ ଜିମ୍ନାଷ୍ଟଙ୍କ ସହ ନଜରକୁ ଆସିବେ ରଣବୀର
ଖୁବ୍‌ ଅଳ୍ପ ଦିନ ମଧ୍ୟରେ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ତାଙ୍କ ଦମଦାର୍ ଅଭିନୟ ପାଇଁ ସମସ୍ତଙ୍କ ହୃଦୟକୁ ଜିତିଛନ୍ତି। ରଣବୀରଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ଅଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇଥିବା ରଣବୀର ତାଙ୍କ ଆଗାମୀ ଫିଲ୍ମ ‘ସର୍କସ୍‌’କୁ ନେଇ ମଧ୍ୟ ବେଶ୍‌ ଖୁସି ଅଛନ୍ତି। କାରଣ ଏହା ଏକ କମେଡି ଭିତ୍ତିକ ଫିଲ୍ମ ହୋଇଥିବାବେଳେ ଏଥିରେ ରଣବୀର ପ୍ରଥମ ଥର ଲାଗି ଡବଲ ରୋଲ୍‌ରେ ନଜର ଆସିବେ। ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ‘ସର୍କସ’କୁ ଅଧିକ ଆକର୍ଷଣୀୟ କରିବା ପାଇଁ ୧୫୦ରୁ ଅଧିକ ଦକ୍ଷ ଜିମ୍ନାଷ୍ଟଙ୍କୁ ଏଥିରେ ସାମିଲ କରାଇଛନ୍ତି। ୯୦ ଦଶକରେ ସର୍କସଗୁଡ଼ିକରେ ଯେଉଁ ଚମତ୍କାର ସାହସିକ ଖେଳ ଆଉ ଯାଦୁ ପ୍ରଦର୍ଶନ କରାଯାଉଥିଲା, ତାହା କ୍ରମଶଃ ଲୋପ ପାଇଯାଇଛି। ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବଲିଉଡ଼ ଅଭିନେତା ରଣବୀର ସିଂହଙ୍କ ଚରିତ୍ର ଜରିଆରେ ବିଲୁପ୍ତ ହୋଇଯାଉଥିବା ସର୍କସ ସଂସ୍କୃତିକୁ ଲୋକଲୋକଚନକୁ ଆଣିବାକୁ ପ୍ରୟାସ କରୁଛନ୍ତି। ଏକ ସର୍କସ କମ୍ପାନୀରେ କାମ କରୁଥିବା ଲୋକଙ୍କ ଜୀବନକୁ ନେଇ ଫିଲ୍ମର କାହାଣୀ। ରୋହିତ୍ ଏହି ଜିମ୍ନାଷ୍ଟମାନଙ୍କ ସହ ଲଗାତର ୧୫ଦିନ ଧରି ସୁଟିଂ କରିବେ। ରଣବୀରଙ୍କ ସହିତ ଲିଡ୍‌ ରୋଲ୍‌ରେ ନଜର ଆସିବେ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍ ଓ ପୂଜା ହେଗ୍‌ଡେ। ଏହି ଫିଲ୍ମର ସୁଟିଂ ପ୍ରାୟତଃ ରାତିରେ କରାଯାଉଛି।