solar-powered tubewell - The Sakala

କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜଳ ବିଶୋଧନାଗାର ସହିତ ସୌର-ଚାଳିତ ନଳକୂପ ସ୍ଥାପନ
ରାୟଗଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର 'ଜଳ, ପରିମଳ ଏବଂ ସ୍ୱଚ୍ଛତା' (ୱାଶ) ପଦକ୍ଷେପ ମାଧ୍ୟମରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ଜଳ ବିଶୋଧନ ବ୍ୟବସ୍ଥା ସହିତ ସୌର-ଚାଳିତ ନଳକୂପ ସ୍ଥାପନ କରି ଗୋଷ୍ଠୀ ସ୍ୱାସ୍ଥ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି। ଚୁଲବାଡି, ସୁଙ୍ଗେର, ଧାମନଘାଟି, ଡୁମେରପାଦର, ସାଗବାରୀ, ଲଦାଖମାନ ଏବଂ ସିୟାଡିମାଲରେ ଅବସ୍ଥିତ ଏହି ଜଳେଯାଗାଣ ବ୍ୟବସ୍ଥା ୩୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସ୍ୱଚ୍ଛ ଏବଂ ନିରାପଦ ପାନୀୟ ଜଳ ଯୋଗାଇ ଦେଉଛି ।

ଗୋଷ୍ଠୀ ମାଲିକାନା ଏବଂ ସ୍ଥାୟୀତ୍ୱକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ନୂତନ ଜଳେଯାଗାଣ ବ୍ୟବସ୍ଥାକୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ସ୍ଥାନୀୟ ସରପଞ୍ଚ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ଗୋଷ୍ଠୀ ସଦସ୍ୟମାନେ ବ୍ୟବସ୍ଥାର ବ୍ୟବହାର ଏବଂ ରକ୍ଷଣାବେକ୍ଷଣ ସଂକ୍ରାନ୍ତରେ ଅବଗତ ହୋଇଛନ୍ତି ।
ପ୍ରତ୍ୟେକ ନଳକୂପ ୧.୫ କିଲୋୱାଟ୍ ସୌରଶକ୍ତି ୟୁନିଟ୍ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ଏହା ୧ ଏଚପି ଭୂତଳ ପାଣି ପମ୍ପକୁ ଚଳାଇଥାଏ ଯାହା ଗଭୀର ଜଳଭଣ୍ଡାରରୁ ଜଳ ଉତ୍ତୋଳନକୁ ସକ୍ଷମ କରି ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିଥାଏ। ବିଶୁଦ୍ଧିକରଣ ୟୁନିଟ୍ ଟିଏସ୍ଆରଏଫ୍ ନାନୋ ଟେକ୍ନୋଲୋଜି ବ୍ୟବହାର କରେ, ଯାହା ହାନିକାରକ ଜୀବାଣୁକୁ ମାରିଥାଏ । ବହୁ-ସ୍ତରୀୟ ମାଇକ୍ରୋ ପ୍ରଣାଳୀରେ ଜଳକୁ ଛଣାଯିବା ଫଳରେ ଏଥିରେ ଥିବା ଦୂଷିତ ପଦାର୍ଥକୁ ଅପସାରଣ କରାଯାଇଥାଏ, ଯେତେବେଳେ କି ମାଧ୍ୟାକର୍ଷଣ-ଆଧାରିତ ବିଶୋଧନ ପ୍ରଣାଳୀ ସର୍ବନିମ୍ନ ଶକ୍ତି ସଂରକ୍ଷଣ ସହିତ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିଥାଏ। ପ୍ରତ୍ୟେକ ବ୍ୟବସ୍ଥା ଘଣ୍ଟାକୁ ୫୦୦ ଲିଟର ପର୍ଯ୍ୟନ୍ତ ଜଳକୁ ବିଶୁଦ୍ଧ କରିବାର କ୍ଷମତା ରହିଛି ।

ସ୍ଥାୟୀ ବିକାଶ ପ୍ରତି କମ୍ପାନୀର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, "ବେଦାନ୍ତ ଆଲୁମିନିୟମରେ, ଆମର ଗୋଷ୍ଠୀଗତ ଉଦ୍ୟମ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ସହିତ ଘନିଷ୍ଠ ଭାବରେ ଯୋଡ଼ି ହୋଇଛି, ବିଶେଷ କରି ଏସଡିଜି ୬, ଯାହା ସ୍ୱଚ୍ଛ ଜଳ ଏବଂ ପରିମଳ ଉପରେ ଧ୍ୟାନ ଦେଇଥାଏ। ଏହି ଅଞ୍ଚଳରେ ନିରାପଦ ପାନୀୟ ଜଳର ଉପଲବ୍ଧତା ବୃଦ୍ଧି କରିବା ଏବଂ ପରିମଳ ଭିତ୍ତିଭୂମିରେ ଉନ୍ନତି ଆଣିବା ସହିତ ସୁସ୍ଥ, ସହନଶୀଳ ଗୋଷ୍ଠି ସୃଷ୍ଟି ମାଧ୍ୟମରେ ସ୍ଥାୟୀ ବିକାଶ ହାସଲ କରିବା ଆମର ଲକ୍ଷ୍ୟ।"

ସୁଙ୍ଗେର ସରପଞ୍ଚ ଗୁଣସିଂହ ମାଝୀ କହିଛନ୍ତି, "ଭୂତଳ ଜଳରେ ଅଧିକ ଲୌହଅଂଶ ଥିବାରୁ ଆମ ଅଞ୍ଚଳରେ ପାନୀୟ ଜଳର ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସୌର-ଚାଳିତ ସୁବିଧା ଜଳର ଗୁଣବତ୍ତା ଏବଂ ଉପଲବ୍ଧତା ସମ୍ବନ୍ଧୀୟ ଦୀର୍ଘ ଦିନର ସମସ୍ୟାକୁ ସମାଧାନ କରିଥାଏ, ବିଶେଷ କରି ଖରାଦିନ ପୂର୍ବରୁ । ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ସାମଗ୍ରିକ କଲ୍ୟାଣରେ ଉନ୍ନତି ଆଣିବା ଦିଗରେ ଏକ ବଡ ପଦକ୍ଷେପ ।“
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡା, ସଂସ୍କୃତି ଏବଂ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ସମନ୍ବୟ ରକ୍ଷା କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ କାର୍ଯ୍ୟ କ୍ଷେତ୍ରରେ ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତି ଦିଗରେ ଆଗେଇ ନେବ।