law and order situation - The Sakala

ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ଓ ୧୦ଟି ହାଜତ ମୃତ୍ୟୁର ଅପବାଦ ମୁଣ୍ଡାଇଲା ପରେ, ପୋଲିସ ଡିଜି ୧୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ୧୭ଟି ଜିଲ୍ଲାକୁ ସୁପରଭାଇଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସ୍ପଷ୍ଟ କରୁଛି ରାଜ୍ୟରେ ପୋଲିସ ପ୍ରଶାସନ ଠିକ୍ ଭାବେ କାର୍ଯ୍ୟ କରୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଏକ ପ୍ରେସ୍ ବିବୃତ୍ତିରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ପୋଲିସ୍ ଷ୍ଟେସନ ଗୁଡ଼ିକ ଯେମିତି ଶାସକ ଦଳର ଅଫିସ୍ ଭଳି କାମ କରୁଛି, ସେଥିରେ ପରିବର୍ତ୍ତନ ଆସିବା ଆବଶ୍ୟକ । ସାରା ରାଜ୍ୟରେ ଶାସକ ଦଳର ପ୍ରୋତ୍ସାହନରେ ଅବୈଧ ଲଘୁ ଖଣିଜ (ବାଲି, ଗୋଡ଼ି, ମୋରମ) ଉତ୍ତୋଳନ ଯେପରି ନିର୍ବିଘ୍ନରେ ଚାଲିଛି, ତଦ୍ଦ୍ୱାରା ନିଷ୍ଠାପର ପୋଲିସ୍ ଅଧିକାରୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଏବଂ ଅନେକ କ୍ଷେତ୍ରରେ ସେମାନେ ମାଫିଆମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି । କିଛି ଦିନ ତଳେ କଟକରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ବାଲି ମାଫିଆ ମାନେ ମାରି ଦେଇଥିବାର ନଜିର ଅଛି । ଅପରପକ୍ଷରେ ଶାସକ ଦଳର ଇଙ୍ଗିତରେ କାମ କରୁଥିବା ପୋଲିସ୍ ଅଧିକାରୀ ମାନେ ମାଲାମାଲ୍ ହେବା ସହ ମାନବିକ ଅଧିକାର ଉଲ୍ଲଙ୍ଘନର ସବୁ ସୀମା ଅତିକ୍ରମ କରୁଛନ୍ତି ।

ଡ. ମହାନ୍ତି କହିଛନ୍ତି, ଅନେକ କ୍ଷେତ୍ରରେ ପୋଲିସ୍ର ବର୍ବରତା ଓ ଅମାନବୀୟ ଆଚରଣ ଲୋକେ ଦେଖୁଛନ୍ତି । ବାରଙ୍ଗ, ବାଲିଅନ୍ତା, କବିସୂର୍ଯ୍ୟନଗର ଏବଂ ଆଜି ଭଦ୍ରକ ପୋଲିସ୍ର ଅମାନବୀୟ ଆଚରଣରେ ରାଜ୍ୟବାସୀ ସ୍ତବ୍ଧ । ଡିଜି ମହାଶୟଙ୍କ ଆଜିର ନିଷ୍ପତ୍ତି ଦ୍ୱାରା ଯଦି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ପୋଲିସ୍ର ଥାର୍ଡ ଡିଗ୍ରୀ ବ୍ୟବହାର ବନ୍ଦ ହୋଇପାରିବ, ତେବେ ନିଶ୍ଚିତ ଭାବେ ରାଜ୍ୟବାସୀ ଆଶ୍ୱସ୍ତ ହେବେ । ଆଜି ମଧ୍ୟ ବେଆଇନ ବାଲି ଉତ୍ତୋଳନ ସାରା ରାଜ୍ୟରେ ଖୋଲାଖୋଲି ଚାଲିଛି । ଯଦିଓ ଡିଜି ଏବଂ ମୁଖ୍ୟମନ୍ତ୍ରୀ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବିଷୟରେ କହିଆସୁଛନ୍ତି, ପୋଲିସ ବ୍ୟବସ୍ଥା ପ୍ରତି ଶାସକ ଦଳର ନେତା ଓ ମାଫିଆ ମାନେ ଭ୍ରୁକ୍ଷେପ କରୁନାହାନ୍ତି ।

ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସୁପରଭିଜନ ଦ୍ୱାରା ରାଜ୍ୟର ଆଇନ ଶୃଙ୍ଖଳା ଓ ପୋଲିସ୍ର ବ୍ୟବହାରରେ ପରିବର୍ତ୍ତନ ଆସିବା ଆବଶ୍ୟକ । ନଚେତ ସରକାରଙ୍କ ଏହା ଆଉ ଗୋଟିଏ ଧୂଅାଁବାଣ ବୋଲି ସାବ୍ୟସ୍ତ ହେବ । ବିଳମ୍ବରେ ହେଲେ ମଧ୍ୟ ପୋଲିସ୍ ଡିଜି ଏହି ନିଷ୍ପତ୍ତି ନେଇ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ନାହିଁ ବୋଲି ସ୍ୱୀକାର କରିଛନ୍ତି । ଆମେ ଆଶା କରୁଛୁ ଏହି ନିଷ୍ପତ୍ତି ଦ୍ୱାରା ପରିସ୍ଥିତିରେ ନିଶ୍ଚିତ ସୁଧାର ଆସିବ  ବୋଲି ଡ. ମହାନ୍ତି କହିଛନ୍ତି ।

ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ପ୍ରତିବାଦରେ ଆସନ୍ତା ୧୪ରେ ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି
କଟକ: ଓଡିଶାରେ ଡବଲ ଇଂଜିନ ସରକାର କ୍ଷମତାରେ ଆସିବା ଦିନଠାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଆସନ୍ତା ୧୪ ତାରିଖରେ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । କଟକରେ ପ୍ରେସମିଟ କରି ବର୍ଷିଲା ବିଜେଡି। ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବୀଭତ୍ସ ହତ୍ୟା ଘଟଣାରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବିଜେଡି ଅଭିଯୋଗ କରିଛି । ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଢେଙ୍କାନାଳ ଭାପୁର, ପୁରୀ ବଳଙ୍ଗା, ଗଞ୍ଜାମ ହିଞ୍ଜଳି, ବାଲିଅନ୍ତା ଓ ନୟାଗଡ଼ ଘଟଣାକୁ ନେଇ ପୋଲିସ ଉପରେ ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟିଛି । ଏଭଳି ଅମାନୁଷିକ ଘଟଣାମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସରକାରଙ୍କ ଏକ ପ୍ରକାର ସ୍ଥାଣୁତା ଓ ଅପାରଗତା ସଭ୍ୟ ସମାଜକୁ ଚକିତ ଓ ବିଚଳିତ କରୁଛି ବୋଲି ବିଜେଡି ଉପସଭାପତି ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଅଭିଯୋଗ ଆଣିଛନ୍ତି । ପ୍ରତିବାଦରେ ଆସନ୍ତା ୧୪ ତାରିଖରେ ବିଜେଡି ରାଜ୍ୟ ପୋଲିସ ମୁଖ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି ।

ବିଜେପି ଶାସନରେ ସାଧାରଣ ଲୋକ ଆତଙ୍କିତ ଥିବା ବେଳେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ବଢିଛି। ଓଡ଼ିଶାରେ ବିଜେପି ଦଳ କ୍ଷମତାସୀନ ହେବା ପରଠାରୁ ସର୍ବସାଧାରଣରେ ପୋଲିସ କର୍ମୀଙ୍କ ସହ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଧର୍ଷଣ ଓ ଲୁଣ୍ଠନ ଆଦି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି । ତୁରନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସମିଟରେ ବିଜେଡି ନେତା ସୂଚନା ଦେଇଛନ୍ତି ।

ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିବାରେ ଓଡିଶା ଏକ ନମ୍ବର : ଅରୁଣ ସାହୁ
ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁଙ୍କ । ସେ କହିଛନ୍ତି, ନିର୍ବାଚନ ସମୟରେ ବିଜେପି ନେତା କହିଥିଲେ ଓଡିଶାକୁ ଭାରତ ବର୍ଷରେ ୧ନମ୍ବର ରାଜ୍ୟରେ ପରିଣତ କରିବୁ । ହେଲେ ବିଜେପି ସରକାର ଓଡିଶାକୁ କେଉଁଥିରେ ୧ନମ୍ବର କରୁ କି ନ କରୁ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିବାରେ ୧ନମ୍ବର କରିଛି । ଏଥିପାଇଁ ବିଜେପି ସରକାରକୁ ଧନ୍ୟବାଦ । ରିଲରେ ଯାହା ଦେଖିଥିଲେ ଏବେ ରିଏଲରେ ଏମିତି ଦେଖିବାକୁ ମିଳୁଛି ବୋଲି କହିଛନ୍ତି ଅରୁଣ ସାହୁ ।

ଅପରାଧୀ ମାନେ ଅପରାଧ ଘଟାଇ ଭିଡିଓ କରି ପଠାଉଛନ୍ତି । ଓଡିଶା ଏବେ ଉତ୍ତର ପ୍ରଦେଶ ଓ ବିହାର ପରି ହୋଇଯାଇଛି । ଆଜି ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଏ ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ସୁରକ୍ଷା ଏବେ ବଡ଼ ପ୍ରଶ୍ନବାଚୀ ସୁଷ୍ଟି କରିଛି । ରାଜ୍ୟ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ଅରୁଣ । ଶାସନ ଚଳାଇପାରୁନଥିବାରୁ ଶାସନ ଛାଡିଦେବା ଆବଶ୍ୟକ । ଓଡିଶାବାସୀ ଏବେ ଅସହାୟତା ପ୍ରକାଶ କରୁଛନ୍ତି ।ସରକାର ଏବେ ସଜାଗ ହୁଅ, ନହେଲେ ଶାସନ ଛାଡ଼ । ଓଡିଶାବାସୀଙ୍କୁ ସରକାର ନୁହେଁ, ଭଗବାନ ଭରଷା ଏବେ । ରାଜଧାନୀ ଏବେ ସବୁଠାରୁ ଅସୁରକ୍ଷିତ ହୋଇପଡିଛି । ଦୁଃଖର କଥା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିପଡିଥିବା ବେଳେ ବିଜେପି ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ନା ସମୀକ୍ଷା କରୁଛନ୍ତି, ନା କୌଣସି ପଦକ୍ଷେପ ନେଉଛନ୍ତି ।

ରାଜ୍ୟପାଳଙ୍କ ବାର୍ତ୍ତା ଭାଷଣରେ ଲମ୍ବା ଥିଲା, ହେଲେ କାମରେ କମ୍: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ଅଭିଭାଷଣରେ ଶବ୍ଦ ଅଧିକା କିନ୍ତୁ କାର୍ଯ୍ୟ ଶୂନ । ରାଜ୍ୟରେ ଭୁଶୁଡି ପଡିଲାଣି ଆଇନଶୃଙ୍ଖଳା । ଏକଥା ବାରମ୍ବାର କୁହାଗଲେ ବି ସରକାର ତତ୍ପର ହେଉନାହାଁନ୍ତି । ଅନ୍ୟ କୌଣସି ରାଜ୍ୟରୁ ଏପରି ହିଂସା ଖବର ଆସୁନି ଯେପରି ଓଡ଼ିଶାରୁ ଆସୁଛି ।