Janjgir Champa - The Sakala

ପୁଅର ମୃତ୍ୟୁ ଶୋକ ସହିପାରିଲେନି ବାପା-ମା’: ୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଭିଡିଓ ଛାଡି ଆତ୍ମହତ୍ୟା କଲେ ଦମ୍ପତି
ଛତିଶଗଡ଼: ପୁଅର ମୃତ୍ୟୁ ପରେ ଜୀବନ ବଞ୍ଚିବାର ରାହ ହରାଇ ବସିଥିଲେ ବାପା-ମା’। ପୁଅ ବିନା ସଂସାର ଶୂନ୍ୟ ହୋଇଯାଇଥିଲା। ଶେଷରେ ପୁଅର ବିଚ୍ଛେଦ ସହି ନପାରି ଏକ ଦମ୍ପତି ଆତ୍ମହତ୍ୟା କରିଥିବା ଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ର ଜାଞ୍ଜଗିରି-ଚମ୍ପା ଜିଲ୍ଲାର ଧାରଦେଇ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। କୃଷ୍ଣ ପଟେଲ ଏବଂ ତାଙ୍କ ପତ୍ନୀ ରମା ବାଈ ନିଜ ଘର ଅଗଣାରେ ଥିବା ଏକ ନିମ୍ବ ଗଛରେ ଶାଢ଼ୀ ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ୨୦୨୪ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଏହି ଦମ୍ପତିଙ୍କ ଏକମାତ୍ର ପୁଅ ଆଦିତ୍ୟ ପଟେଲଙ୍କ ମୃତ୍ୟୁ ଘଟିଥିଲା। ୨୧ ବର୍ଷର ପୁଅକୁ ହରାଇବା ପରେ କୃଷ୍ଣ ଏବଂ ରମା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ। ପେଶାରେ ଜଣେ ଶ୍ରମିକ ଥିବା କୃଷ୍ଣଙ୍କ ପାଇଁ ପୁଅ ହିଁ ଦୁନିଆ ଥିଲା। ପୁଅର ମୃତ୍ୟୁ ପରେ ଗତ ବର୍ଷେ ଧରି ସେମାନେ ନିଜକୁ ସମାଜରୁ ଦୂରେଇ ରଖିଥିଲେ ଏବଂ ସବୁବେଳେ ଶୋକରେ ବୁଡି ରହିଥିଲେ।

ନିଜକୁ ଦାୟୀ କରିଥିଲେ ପିତା

କୃଷ୍ଣ ଲେଖିଥିବା ୪ ପୃଷ୍ଠାର ସୁସାଇଡ୍ ନୋଟରେ ନିଜର କୋହ ଉଗାରିଛନ୍ତି। ସେ ଲେଖିଛନ୍ତି ଯେ, ପୁଅ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦିନ ସେ ଜଣେ ପୂଜାରୀଙ୍କ ସହ ମନ୍ଦିର କାମରେ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲା। କିନ୍ତୁ କୃଷ୍ଣ ହିଁ ତାଙ୍କୁ ଭଗବାନଙ୍କ କାମ କହି ବାଧ୍ୟ କରି ପଠାଇଥିଲେ। ସେହି ଦିନ ହିଁ ଦୁର୍ଘଟଣା ଘଟିଥିଲା, ଯାହାକୁ କୃଷ୍ଣ ନିଜ ଜୀବନର ସବୁଠାରୁ ବଡ ଭୁଲ ବୋଲି ବର୍ଣ୍ଣନା କରିଛନ୍ତି। ପୁଅ ବିନା ସେମାନେ ଜୀବିତ ଥାଇ ମଧ୍ୟ ମୃତ ସମାନ ବୋଲି ନୋଟରେ ଉଲ୍ଲେଖ କରିଛନ୍ତି।

ମୃତ୍ୟୁ ପୂର୍ବରୁ ରେକର୍ଡ କରିଥିଲେ ଭିଡିଓ

ଆତ୍ମହତ୍ୟା କରିବା ପୂର୍ବରୁ ଏହି ଦମ୍ପତି ଏକ ଭିଡିଓ ମେସେଜ ମଧ୍ୟ ଛାଡିଛନ୍ତି। ସେଥିରେ ସେମାନେ ନିଜର ଜଣେ ଓକିଲଙ୍କୁ ଅନୁରୋଧ କରିଛନ୍ତି ଯେ, ପୁଅର ମୃତ୍ୟୁ ପରେ ମିଳିବାକୁ ଥିବା ବୀମା ବା କ୍ଷତିପୂରଣ ଅର୍ଥ ଯେପରି ତାଙ୍କର ବଡ ଭାଇଙ୍କୁ ହସ୍ତାନ୍ତର କରାଯାଏ। ଏହି ଚରମ ନିଷ୍ପତ୍ତି ପାଇଁ ସେମାନେ କାହାକୁ ଦାୟୀ କରିନାହାନ୍ତି। ସେମାନେ ଭଗବାନ ଶିବଙ୍କ ପାଖକୁ ଯାଉଛନ୍ତି ଏବଂ ତାଙ୍କୁ ଖୁସି ମନରେ ବିଦାୟ ଦେବାକୁ ଗ୍ରାମବାସୀଙ୍କୁ କହିଛନ୍ତି।

ସୋମବାର ସକାଳେ ପଡୋଶୀମାନେ ଶବ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଶିବରିନାରାୟଣ ଥାନା ଅନ୍ତର୍ଗତ ରାହୌଦ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଫାଣ୍ଡି ଅଧିକାରୀ ସତ୍ୟମ ଚୌହାନଙ୍କ କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି ଏବଂ ସୁସାଇଡ୍ ନୋଟ୍ ଆଧାରରେ ତଦନ୍ତ ଜାରି ରହିଛି।