Road Accident - The Sakala

ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ
ନୟାଗଡ଼: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରରୁ ନୟାଗଡ଼ ଯାଉଥିବା ଏହି ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଏହି ଘଟଣାରେ ବସ୍ ଡ୍ରାଇଭର ନିରଞ୍ଜନ ସ୍ୱାଇଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ନିରଞ୍ଜନଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ପିଚୁକୁଳି ଗାଁରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଗାଡ଼ି ମଧ୍ୟରେ ଚାପି ହୋଇ ରହିଯାଇଥିବା ଡ୍ରାଇଭରଙ୍କ ମୃତଦେହକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା।

ଖବର ପାଇ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଉପ-ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଅନ୍ୟପକ୍ଷରେ, ପୋଲିସ ଏହି ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଧକ୍କାରେ ବାପା ମୃତ, ପୁଅ ଗୁରୁତର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଗୋଟେ ବାଇକ୍‌କୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ ଓଭରବ୍ରିଜ୍ ଉପରେ ଗାଡ଼ିମୋଟରର ପ୍ରବଳ ଭିଡ଼ ରହିଥିଲା। ଏହି ସମୟରେ ଏକ ବସ୍ ବାପା ଓ ପୁଅ ଯାଉଥିବା ଦୁଇଚକିଆ ଯାନକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ବାପା ଏବଂ ପୁଅ ଉଭୟ ଗାଡ଼ିରୁ ଛିଟିକି ଯାଇ ରାସ୍ତା କଡ଼ରେ ପଡ଼ିଥିଲେ।

ଖବର ପାଇ ଖଣ୍ଡଗିରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବାପାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ବର୍ତ୍ତମାନ ଗୁରୁତର ଅବସ୍ଥାରେ ଥିବା ପୁଅଙ୍କର ଚିକିତ୍ସା ଜାରି ରହିଛି।

ଅନ୍ୟପକ୍ଷରେ, ଏହି ଦୁର୍ଘଟଣା ଯୋଗୁଁ ଓଭରବ୍ରିଜ୍ ଏବଂ ତଳ ରାସ୍ତାରେ ଲୋକଙ୍କର ପ୍ରବଳ ଭିଡ଼ ଜମିବା ସହ ବ୍ୟାପକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଯାନଗୁଡ଼ିକୁ ଜବତ କରିବା ସହ ଘଟଣାର ଏକ ବିସ୍ତୃତ ତଦନ୍ତ ଆରମ୍ଭ କରିଛି।

ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ
ଚମ୍ପୁଆ/କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ନିକଟରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଅସୁସ୍ଥ ବାପାଙ୍କୁ ରିମୁଳିରୁ ଚମ୍ପୁଆ ହସ୍ପିଟାଲକୁ ଆଣୁଥିବା ବେଳେ ଗାଡି ଟି ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ମୃତକମାନେ ହେଲେ ଭାସ୍କର ଅପଟ (୫୫), କଇଫୁଲ ଅପଟ (୬୦) ଏବଂ ତ୍ରିଲୋଚନ ଅପଟ (୬୦)। ଗୁରୁତର ଆହତ ରଞ୍ଜିତ ଅପଟ (୩୫)ଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପରିବାରର ସଦସ୍ୟମାନେ ଅସୁସ୍ଥ ବାପାଙ୍କୁ ଚିକିତ୍ସା ପାଇଁ ରିମୁଳିରୁ ଚମ୍ପୁଆ ଆଣୁଥିଲେ। ରଜିଆ ନିକଟରେ ପହଞ୍ଚିବା ବେଳେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ପ୍ରଚଣ୍ଡ ବେଗରେ ପିଟି ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିର ସାମ୍ନା ଅଂଶ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା।ଘଟଣାସ୍ଥଳରେ ଭାସ୍କର ଅପଟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ି ଭିତରୁ ଆହତମାନଙ୍କୁ ଉଦ୍ଧାର କରି ଚମ୍ପୁଆ ହସ୍ପିଟାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ କଇଫୁଲ ଅପଟ ଓ ତ୍ରିଲୋଚନ ଅପଟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକାସାଙ୍ଗରେ ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣହାନି ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ହିଟ୍-ଆଣ୍ଡ-ରନ୍: ଦୁଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ମର୍ମନ୍ତୁଦ ହିଟ୍-ଆଣ୍ଡ-ରନ୍ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଦୁଇ ଯୁବକ ଏକ ମୋଟରସାଇକେଲରେ ଯାଉଥିବା ସମୟରେ ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ସେମାନଙ୍କୁ ଜୋରରେ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଉଭୟ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମୃତକ ଦ୍ୱୟଙ୍କର ପରିଚୟ ଆନୁଷ୍ଠାନିକ ଭାବେ ମିଳିପାରି ନାହିଁ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଖଣ୍ଡଗିରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଉଭୟ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇଛି। ଫେରାର ହୋଇଯାଇଥିବା ଗାଡ଼ି ଓ ଚାଳକଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ ଜାରି ରହିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଏବଂ ଗାଡ଼ିକୁ ଚିହ୍ନଟ କରିବା ପାଇଁ ପୋଲିସ ଅଧିକାରୀମାନେ ଖଣ୍ଡଗିରି ଓଭରବ୍ରିଜ୍ ନିକଟସ୍ଥ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜକୁ ଟିକନିଖି ଯାଞ୍ଚ କରୁଛନ୍ତି।

ଅଟୋକୁ ଧକ୍କା ଦେଲା ଟ୍ରକ; ଦୁର୍ଘଟଣାରେ ବାପ-ପୁଅ ମୃତ, ମା' ଗୁରୁତର
ବାରିପଦା: ଅଟୋକୁ ଧକା ଦେଲା ଟ୍ରକ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ମାଆ ଗୁରୁତର । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କାଳିକାପୁର ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ହେଲେ ଗାନସା କିସ୍କୁ ଓ ୮ ବର୍ଷର ପୁଅ ରାମରାଜ କିସ୍କୁ । ସୂଚନା ଅନୁସାରେ, କରଞ୍ଜିଆ ହସ୍ପିଟାଲରୁ ପୁଅକୁ ଡାକ୍ତରଙ୍କୁ ଦେଖାଇ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗାଁରେ ବୋଲି ସୂଚନା । ଘରକୁ ଯିବା ବେଳେ କାଳିକାପୁର ନିକଟରେ ଅଟୋକୁ ଧକ୍କା ଦେଇଥିଲା ଟ୍ରକ । ଅଟୋରେ ବାପ, ମା ଓ ପୁଅ  ବସିଥିଲେ । ଦୁର୍ଘଟଣାରେ ଅଟୋ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ମହିଳାଙ୍କୁ କେନ୍ଦୁଝର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୁନ୍ଦରଗଡ଼ରେ ଯୁବକଙ୍କୁ ଅପହରଣ ଓ ହତ୍ୟା: ଖସି ପଳାଇବା ବେଳେ ସଡକ ଦୁର୍ଘଟଣାରେ ଜଣେ ଅଭିଯୁକ୍ତର ମୃତ୍ୟୁ
ସୁନ୍ଦରଗଡ଼: ଅପହରଣ ଓ ହତ୍ୟାକରି ଫେରିବା ବେଳେ ଦୁର୍ଘଟଣାରେ ଜଣେ ମୃତ । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଖମାରବାହାଲ ନିକଟରେ ଘଟିଛି ଦୁର୍ଘଟଣା । ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଖସି ପଳାଉଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ବାସିନ୍ଦା ଶିବଧନ ଲୋହାର। ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡରୁ ଦୁଇ ଜଣ ବ୍ୟକ୍ତି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଜ ସମ୍ପର୍କୀୟଙ୍କୁ ଭର୍ତ୍ତି କରିବା ପରେ ଦୁଇଟି କାର୍‌ରେ ଫେରୁଥିଲେ। ଏହି ସମୟରେ ତଳସରା ଥାନା ଅନ୍ତର୍ଗତ ସୁବଡେଗା ନିକଟରେ ଏକ ବାଇକ୍‌ରେ ଆସିଥିବା ୩ ଜଣ ଯୁବକ ସେମାନଙ୍କ ଗାଡ଼ିକୁ ପିଛା କରିଥିଲେ।

ଗୋଟିଏ କାର୍ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ, ଦୁର୍ବୃତ୍ତମାନେ ଅନ୍ୟ କାର୍‌କୁ ଅଟକାଇ ଶିବଧନ ଲୋହାରଙ୍କୁ ଅପହରଣ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଛୁରୀ ଭୁସିବା ସହ ତାଙ୍କ ମୋବାଇଲ୍ ଫୋନ୍ ଏବଂ ପର୍ସ ଛଡ଼ାଇ ନେଇଥିଲେ। ପୋଲିସ ସୂଚନା ଅନୁଯାୟୀ, ହେମଗିରି ଥାନା ଅନ୍ତର୍ଗତ ଦୁଦୁକା ଅଞ୍ଚଳରେ ଥିବା ରେଳ ଓଭରବ୍ରିଜ୍ ନିକଟରେ ତାଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହକୁ ନିକଟସ୍ଥ ଏକ ଡ୍ରେନ୍‌ରେ ଫିଙ୍ଗି ଦିଆଯାଇଥିଲା।

ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ଅପହୃତ ବ୍ୟକ୍ତିଙ୍କ ସେହି କାର୍‌ରେ ସୁନ୍ଦରଗଡ଼ ଆଡ଼କୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ଭସ୍ମା ଥାନା ଅନ୍ତର୍ଗତ ଖମାରବାହାଲ ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭଦ୍ରକରୁ ଡ୍ୟୁଟି ସାରି ଫେରୁଥିବା ବେଳେ ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ଡ଼ିଏସପିଙ୍କ ସମେତ ତିନି ଜଣ ଗୁରୁତର
ବାରିପଦା: ଭଦ୍ରକୁର ଡ୍ୟୁଟି ସାରି ବାରିପଦା ‌ଫେରୁଥିବା ବେଳେ ପୁଲିସ ଗାଡ଼ି ଦୁର୍ଘଟଣା ଘଟି ୨ଜଣ ଡିଏସପିଙ୍କ ସହିତ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ଵର ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତମାନେ ହେଲେ ମୟୂରଭଞ୍ଜ ଏଚଆରପିଏସ ଡ଼ିଏସପି ପାସ୍କେଲ ଏକ୍କା, କ୍ରାଇମ ଡ଼ିଏସପି ନିରୁପମା ମଲ୍ଲିକ ଓ ଚାଳକ ବାଦଲ ପ୍ରଧାନ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ପୁଲିସ ମୁଖ୍ୟାଳୟ ବାରିପଦାରେ କାର୍ଯ୍ୟରତ ୨ଡିଏସପି ଭଦ୍ରକକୁ ମହରମ ଡ୍ୟୁଟିରେ ଯାଇଥିବାବେଳେ ଶନିବାର ବାରିପଦା ଫେରୁଥିଲେ। ଅପରାହ୍ନରେ ପୋଲିସ ଗାଡି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ ଏକ କଣ୍ଟେନର ପଛରେ ଶକ୍ତ ଧକ୍କା ଦେଇଥିଲା l ଦୁର୍ଘଟଣାରେ ପୋଲିସ ଭ୍ୟାନଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ସ୍ଥାନୀୟ ଲୋକ ୨ଡ଼ିଏସପିଙ୍କ ସମେତ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛିl ତେବେ ଚାଳକ ବାଦଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି l ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ଖବର ପାଇ ସଙ୍ଗେ ସଙ୍ଗେ ବାରିପଦାରୁ ଅତିରିକ୍ତ ଏସପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ରେମୁଣା ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲକୁ ପଠାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୂର୍ବାଞ୍ଚଳ ଡିଆଜି ପିନାକ ମିଶ୍ର ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ।

ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ
ଭୁବନେଶ୍ୱର: ରାଜଧାନୀରେ ପୁଣି ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା। ଧିରିକୁରି ବସ୍ତିରେ ଘରେ ପଶିଗଲା କାର୍। ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର । ଭାଙ୍ଗିଲା ଘର ପାଚେରୀ କାନ୍ଥ ଓ ଗାଧୁଆ ଘର। ଗାଡ଼ି ଟିର ଚାରିପଟୁ ଭାଙ୍ଗିରୁଜି ହୋଇଛି ଚୁରମାର୍। ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ ସଦସ୍ୟ। ୭ଜଣଙ୍କ ମଧ୍ୟରେ ଥିଲା ୧୫ଦିନର ଶିଶୁପୁତ୍ର। କାର ଡ୍ରାଇଭରଜଣକ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଛି । XUV କାରରେ ଫସି ରହିଥିବା ଡ଼୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲା ପିଶିଆର୍ ଟିମ୍। ଡ଼୍ରାଇଭରଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିବା ବେଳେ ମଞ୍ଚେଶ୍ଵର ଥାନା ପୋଲିସର ଛାନଭିନ ଚଳାଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ରେଳ ଡବା କାରଖାନା ଆଡ଼ୁ ଏକ କାରଟି ଦ୍ରୁତଗତିରେ ଆସିଥିଲା । ଗାଡ଼ିଟି ଭାରସାମ୍ୟ ହରାଇ ସିଧା ବସ୍ତି ଭିତରକୁ ଯାଇଥିଲା ଏବଂ ଜଣଙ୍କ ଝୁମ୍ପୁଡ଼ି ଘର ଉପରକୁ ମାଡ଼ି ଯାଇଥିଲା । ଗାଡ଼ିର ବେଗ ଏତେ ଦ୍ରୁତ ଥିଲା ଯେ ଘର ସହିତ ତାଙ୍କ ପଡ଼ୋଶୀଙ୍କ କାନ୍ଥ ଭାଙ୍ଗି ଦେଇଥିଲା ଏବଂ ଅଟକି ଯାଇଥିଲା । ସୌଭାଗ୍ୟକୁ ଝୁମ୍ପୁଡ଼ିର ଶୋଇବା ଘର ବେଶି କ୍ଷତିଗ୍ରସ୍ତ ହୋଇନଥିଲା। ସେହିଭଳି କାନ୍ଥ ଭାଙ୍ଗିଯିବାରୁ ଭିତରେ ଶୋଇଥିବା କିଛି ଲୋକ ଆହତ ହୋଇଥିଲେ । ଏଥିସହିତ କାର୍‌ ଧକ୍କାରେ ଦୁଇଟି ବାଇକ୍‌ ମଧ୍ୟ ଭାଙ୍ଗିଯାଇଛି। ‌‌ଘଟଣା ପରେ ବସ୍ତି ‌ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଆହତ ଲୋକଙ୍କ ଚିତ୍କାର ଶୁଣି ବସ୍ତିବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ସେମାନେ ଗାଡ଼ିଟିକୁ ବାଡ଼େଇ ଭାଙ୍ଗିଦେବା ସହିତ ଚାଳକକୁ ବାନ୍ଧି ମାରଧର କରିଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ଓ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସେମାନଙ୍କ କବଳରୁ ଚାଳକକୁ ଉଦ୍ଧାର କରି ଥାନାକୁ ନେଇଥିଲା।

ରାଜଧାନୀରେ କିଲର କାର୍ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଣା: ଡ୍ରାଇଭରଙ୍କ କାଶ ପାଇଁ ହୋଇଥିଲା ଦୁର୍ଘଟଣା
ଭୁବନେଶ୍ୱର: ରାଜଧାନୀରେ କିଲର କାର ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଣା । ଜୋନ-୫ ଏସିପି ବିଶ୍ୱରଂଜନ ସେନାପତିଙ୍କ ପ୍ରତିକ୍ରିୟା । ଡ୍ରାଇଭରଙ୍କୁ ଲଗାତାର କାଶ ହେବାରୁ ଅଜାଣତରେ ଗାଡି ସ୍ପୀଡ଼ ଅଧିକ ହୋଇଯାଇଥିଲା । ଅଭିଯୁକ୍ତ କାଶ ପାଇଁ ମେଡିସିନ ଖାଉଥିଲା । ସେ ସମ୍ପର୍କିତ ମେଡିକାଲ କାଗଜପତ୍ର ଜବତ ହୋଇଛି । EV କାର ହୋଇଥିବାରୁ ଗାଡି ଦୃତବେଗରେ ଆସି ଧକ୍କା ଦେଇଥିଲା । ଗିରଫ ଅଭିଯୁକ୍ତ ହେଲେ ଅନିଲ ଗୌଡ଼ । ଅନିଲ ସେଇ ପାଖରେ ଥିବା ନିୟୁ ଗମେଣ୍ଟ କଲୋନୀ ରେ ଜଣଙ୍କ ଗାଡି ଡ୍ରାଇଭର ଥିଲା । ମାଲିକଙ୍କୁ ବିମାନ ବନ୍ଦରରେ ଛାଡି କଲୋନୀକୁ ଫେରୁଥିବେଳେ ବେଳେ ଦୁର୍ଘଟଣା ଘଟିଛି । ତିନି ମୃତକ ହେଲେ ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ସନ୍ତୋଷ ବେହେରା, ସୁନ୍ଦରଗଡ଼ ର ଲଷ୍ମୀପଧର ଟପ୍ପୋ ଓ ରାଇରଙ୍ଗପୁର ଅଂଚଳର ଜେରମ ଏକ୍କା । ମୃତଦେହ ବ୍ୟବଛେଦ କରାଯାଇଛି । କେସ ରୁଜୁ ହୋଇଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସିସିଟିଭି ଆଧାରରେ ତଦନ୍ତ କୁ ବ୍ୟାପକ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସିପି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ମୈତ୍ରିବିହାର ଥାନା ଅଞ୍ଚଳ ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ସନ୍ତୋଷ ବେହେରା ଓ ଜେରମ ଏକାଙ୍କ ମୃତ୍ୟୁ ଘଟିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ସିରିଜ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଅନ୍ୟ ୩ ଜଣ ଗୁରୁତର
ଭୁବନେଶ୍ୱର: ୩ ଜୀବନ ନେଲା ଇଭି କାର୍ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଘଟିଥିବା ସିରିଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ।  ଏମ୍ସ (AIIMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଲକ୍ଷ୍ମୀଧର ଟାପୁ, ସନ୍ତୋଷ ବେହେରା ଏବଂ ଜଣେ ଆଇଏଏସ (IAS) ଅଫିସରଙ୍କ ସ୍ୱାମୀ ଜେରୋମ୍ ଏକ୍କା ସାମିଲ ଅଛନ୍ତି। ସୋମବାର ରାତିରେ ଦୁର୍ଘଟଣା ଘଟିବାର କିଛି ସମୟ ପରେ ଜେରୋମ୍ ଏବଂ ସନ୍ତୋଷଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଲକ୍ଷ୍ମୀଧର ଆଖି ବୁଜିଛନ୍ତି।

ସୂଚନା ଅନୁଯାୟୀ, ଏକ ଇଭି କାର୍ ପ୍ରେସ୍ ଛକରୁ ଏମସିଏଲ୍ (MCL) ଅଫିସ୍ ରୋଡ୍ ଆଡକୁ ଯାଉଥିବା ବେଳେ ଚାଳକ ଜଣକ ଭାରସାମ୍ୟ ହରାଇଥିଲେ। କାରଟି ପ୍ରଥମେ ଏକ ଅଟୋ-ରିକ୍ସା ଓ କିଛି ବାଇକକୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଥିବା ଏକ ଚା' ଦୋକାନ ନିକଟରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାରେ ୬ ଜଣ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ଏମ୍ସ (AIIMS) କୁ ସ୍ଥାନାନ୍ତର କରିଥିଲେ।

ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ଚାଳକ ଜଣକ ଗଞ୍ଜାମ ଜିଲ୍ଲା ଗାଙ୍ଗପୁରର ଅନିଲ ଗୌଡ଼ ବୋଲି ଜଣାପଡିଥିଲା ଏବଂ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଗୃହିଣୀମାନେ 'ରାଷ୍ଟ୍ର ନିର୍ମାତା', ସେମାନଙ୍କ କାମର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା
ନୂଆଦିଲ୍ଲୀ: ଗୃହିଣୀମାନଙ୍କ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ଦିନ ଏକ ବଡ଼ ରାୟ ଶୁଣାଇଛନ୍ତି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଗୃହିଣୀମାନଙ୍କ ପାଇଁ କ୍ଷତିପୂରଣ ଆକଳନ କରିବା ସମୟରେ, ସେମାନଙ୍କର ବିନା ଦରମାରେ କରୁଥିବା ଘରୋଇ କାର୍ଯ୍ୟର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା ଭାବରେ ଗଣନା କରାଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି। ଏଥିସହ ପରିବାର ଏବଂ ସମାଜରେ ମହିଳାମାନଙ୍କର କେନ୍ଦ୍ରୀୟ ଭୂମିକାକୁ ଗୁରୁତ୍ୱ ଦେଇ ଗୃହିଣୀମାନଙ୍କୁ 'ରାଷ୍ଟ୍ର ନିର୍ମାତା' ଭାବରେ ସ୍ୱୀକୃତି ମିଳିବା ଉଚିତ୍ ବୋଲି ଖଣ୍ଡପୀଠ ଘୋଷଣା କରିଛନ୍ତି।

ବିଚାରପତି ସଞ୍ଜୟ କାରୋଲ ଏବଂ ଏନ୍ କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୂର୍ବରୁ ଦେଶରେ ଗୃହିଣୀମାନଙ୍କ ଆୟକୁ କୁଶଳୀ ଶ୍ରମିକଙ୍କ ମଜୁରୀ ସହିତ ସମାନ ଭାବେ ଗଣନା କରାଯିବାର ନ୍ୟାୟିକ ପ୍ରଥା ରହିଥିଲା। ତେବେ ଏହି ପୁରୁଣା ନିୟମକୁ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ ଦର୍ଶାଇଛନ୍ତି ଯେ ଏପରି ଆଭିମୁଖ୍ୟ ଘରୋଇ କାର୍ଯ୍ୟର ପ୍ରକୃତ ଅର୍ଥନୈତିକ ଏବଂ ସାମାଜିକ ମୂଲ୍ୟକୁ ଠିକ୍‌ ଭାବେ ଆକଳନ କରିବାରେ ବିଫଳ ହୋଇଥାଏ। ବିଚାରପତି କାରୋଲ କହିଛନ୍ତି ଯେ, କୋର୍ଟ ଏକ ନୂତନ ନିୟମ ଲାଗୁ କରିଛନ୍ତି, ଯାହା ଅନୁଯାୟୀ ଘରୋଇ ଯତ୍ନର କ୍ଷତି ପାଇଁ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ଆକଳନ କରାଯିବ।

ପଞ୍ଜାବର ଏକ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଆବେଦନର ଶୁଣାଣି ବେଳେ ଏହି ରାୟ ଆସିଛି। ନଭେମ୍ବର ୨୦୦୧ ମସିହାରେ ପଞ୍ଜାବର ରେଶମା ନାମକ ଜଣେ ମହିଳାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଏବଂ ତିନି ପିଲା କ୍ଷତିପୂରଣ ଦାବି କରି ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୦୩ ରେ ଟ୍ରିବ୍ୟୁନାଲ କ୍ଷତିପୂରଣ ପ୍ରଦାନ କରିଥିଲେ ମଧ୍ୟ ଏହି ମାମଲା ବର୍ଷ ବର୍ଷ ଧରି ନ୍ୟାୟାଳୟରେ ପଡ଼ିରହିଥିଲା। ଶେଷରେ ଡିସେମ୍ବର ୨୦୨୪ ରେ, ଅର୍ଥାତ୍ ଦୁର୍ଘଟଣାର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ଆବେଦନ ଉପରେ ନିଷ୍ପତ୍ତି ନେଇଥିଲେ।

କ୍ଷତିପୂରଣ ମାମଲାରେ ଏତେ ବର୍ଷର ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାଧାରଣତଃ ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବିର ଶୁଣାଣି ସାଧାରଣତଃ ଗୋଟିଏ ବର୍ଷ ମଧ୍ୟରେ ଶେଷ ହେବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ଏଭଳି ମାମଲା ଉପରେ ନଜର ରଖିବାକୁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଯେପରି ଶୁଣାଣି ଶେଷ ହେବ, ସେଥିପାଇଁ ଉପଯୁକ୍ତ ପ୍ରଶାସନିକ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟ ଅନୁରୋଧ କରିଛନ୍ତି। ଯଦି ପୀଡ଼ିତ ପରିବାରକୁ ନ୍ୟାୟ ପାଇଁ ଦଶନ୍ଧି ଦଶନ୍ଧି ଅପେକ୍ଷା କରିବାକୁ ପଡ଼େ, ତେବେ ମୋଟର ଯାନ ଆଇନର କଲ୍ୟାଣକାରୀ ଉଦ୍ଦେଶ୍ୟ ବିଫଳ ହେବ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିଥିବା ଏହି ନୂତନ ମାନଦଣ୍ଡଟି ୨୦୧୭ ମସିହାରେ କୋର୍ଟଙ୍କ ସାମ୍ବିଧାନିକ ପୀଠ ଦ୍ୱାରା ଦିଆଯାଇଥିବା ପ୍ରଣୟ ସେଠୀ ମାମଲାର ରାୟ ସହିତ ମିଳିତ ଭାବେ କାର୍ଯ୍ୟକାରୀ ହେବ। ପୂର୍ବରୁ ମଧ୍ୟ କୋର୍ଟ ସ୍ପଷ୍ଟ କରିଥିଲେ ଯେ ଗୃହିଣୀମାନେ ମାସିକ ଦରମା ପାଉନଥିବାରୁ ସେମାନଙ୍କ ସେବାକୁ କେବେ ମଧ୍ୟ ମୂଲ୍ୟହୀନ ବୋଲି ବିବେଚନା କରାଯାଇପାରିବ ନାହିଁ। ବର୍ତ୍ତମାନର ଏହି ନୂଆ ଐତିହାସିକ ରାୟ ଦ୍ୱାରା ଦେଶବ୍ୟାପୀ ମୋଟର ଦୁର୍ଘଟଣା ମାମଲାରେ ଗୃହିଣୀମାନଙ୍କ ମୃତ୍ୟୁ ହେଲେ, ମିଳିବାକୁ ଥିବା କ୍ଷତିପୂରଣ ରାଶି ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସିମେଣ୍ଟ ମିକ୍ସଚର ଟ୍ରକ୍ ଧକ୍କାରେ ବାପା ଓ ଝିଅଙ୍କ ମୃତ୍ୟୁ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ବୁଧବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ସିମେଣ୍ଟ ମିକ୍ସଚର ଟ୍ରକ୍ ଏବଂ ଏକ ଇଭି ଅଟୋରିକ୍ସା ମଧ୍ୟରେ ଧକ୍କା ହେବା ଫଳରେ ବାପା ଓ ନାବାଳିକା ଝିଅଙ୍କର ପ୍ରାଣହାନି ଘଟିଛି। ଧନୁପାଲି ଥାନା ଅନ୍ତର୍ଗତ ଝଙ୍କାର ବନ୍ଧ ନିକଟରେ ଏହି ହୃଦୟ ବିଦାରକ ଘଟଣା ଘଟିଛି।

ମୃତକ ଦ୍ୱୟ ହେଲେ ଧନୁପାଲି ଅଞ୍ଚଳର ଅଟୋରିକ୍ସା ଚାଳକ ସୁରେନ୍ଦ୍ର ବେହେରା ଏବଂ ତାଙ୍କ ନାବାଳିକା ଝିଅ ଶୁଭଶ୍ରୀ ବେହେରା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସେମାନେ ନିଜ ଇଭି ଅଟୋରେ ଯାଉଥିବା ସମୟରେ ଏକ ସିମେଣ୍ଟ ମିକ୍ସଚର ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଝିଅ ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ବୁର୍ଲା ସ୍ଥିତ ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଜରୁରୀକାଳୀନ ବିଭାଗରେ କୌଣସି ଡାକ୍ତର ଉପସ୍ଥିତ ନଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ବାଧ୍ୟ ହୋଇ ତାଙ୍କୁ ବୁର୍ଲାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଫେରାର ଡ୍ରାଇଭରକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।