4 zodiac sign - The Sakala

ଆଜି ବର୍ଷର ପ୍ରଥମ ବଳୟ ସୂର୍ଯ୍ୟ ପରାଗ, ଏହି ୪ ରାଶି ପାଇଁ ଅତ୍ୟନ୍ତ ଶୁଭ...
ଭୁବନେଶ୍ୱର: ଆଜି ସଂଗଠିତ ହେବ ବର୍ଷର ପ୍ରଥମ ବଳୟ ସୂର୍ଯ୍ୟ ପରାଗ। ଆଜି ଏହା ଆଫ୍ରିକା ଓ ଦକ୍ଷିଣ ଆମେରିକାର ଦକ୍ଷିଣଭାଗ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଭାରତ ମହାସାଗରର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ସେହିପରି ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ଏହା ଦେଖାଦେବ। ଭାରତୀୟ ସମୟ ଦିନ ୩ଟା ୨୬ ମିନିଟ୍‌ରୁ ପରାଗ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୫୭ ମିନିଟ୍‌ରେ ଶେଷ ହେବ। ତେବେ ଭାରତ ବା ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନାହିଁ।  ଅନ୍ୟପକ୍ଷରେ ଆସନ୍ତା ୨ ତାରିଖରେ ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ ଏବଂ ଏହା ଭାରତରେ ଆଂଶିକ ଭାବରେ ଦୃଶ୍ୟମାନ ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଟିଏ ମାସରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣକୁ ଏକ ବିରଳ ଘଟଣା ଭାବରେ ଗଣାଯାଏ । ସେହିପରି ୧୭ ତାରିଖରେ କୁମ୍ଭ ରାଶିରେ ଏକ ବିରଳ ଓ ପାଞ୍ଚ ଶକ୍ତିଶାଳୀ ଗ୍ରହଙ୍କ ଯୋଗ (ପଞ୍ଚଗ୍ରହୀ ରାଜଯୋଗ) ଘଟିବାକୁ ଯାଉଛି । ଯାହାକୁ ବୈଦିକ ଜ୍ୟୋତିଷରେ କୁମ୍ଭ ଷ୍ଟେଲିଅମ ଭାବରେ ବର୍ଣ୍ଣନା କରାଯାଇଛି।

ପରିବର୍ତ୍ତନଶୀଳ ଗ୍ରହ ସ୍ଥିତି ଯୋଗୁଁ ଫେବୃଆରୀ ମାସକୁ ଜ୍ୟୋତିଷ ଦୃଷ୍ଟିକୋଣରୁ ବିଶେଷ ଭାବରେ ବିବେଚନା କରାଯାଉଛି।  ବୈଦିକ ପଞ୍ଜିକାନୁସାରେ ବୁଧ, ଶୁକ୍ର ଏବଂ ରାହୁ ବର୍ତ୍ତମାନ ଶନି ସହିତ କୁମ୍ଭ ରାଶିରେ ଅଛନ୍ତି। ଫେବୃଆରୀ ୧୩ ତାରିଖରେ ସୂର୍ଯ୍ୟ ମଧ୍ୟ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି।  ଫେବୃଆରୀ ୧୭ ତାରିଖରେ ଚନ୍ଦ୍ରଙ୍କ ଆଗମନ ପରେ ପଞ୍ଚଗ୍ରହୀ ଯୋଗ ସୃଷ୍ଟି କରିବ। ଚନ୍ଦ୍ର ଫେବୃଆରୀ ୧୯ ତାରିଖ ସକାଳ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ, ତେଣୁ ଏହି ଦୁଇଟି ଦିନ ଏକ ବିଶେଷ ପ୍ରଭାବ ପକାଇବ। ବୁଧାଦିତ୍ୟ ଏବଂ ଶଶା ଯୋଗ ପରି ପାଞ୍ଚ ରାଜଯୋଗର ପ୍ରାୟ ୩୦୦ ବର୍ଷରେ ଥରେ ଘଟିଥାଏ ବୋଲି ଜ୍ୟୋତିଷାଚାର୍ଯ୍ୟମାନେ ମତ ଦେଇଥାଆନ୍ତି। ଏପରି ଗ୍ରହର ଏକତ୍ରୀକରଣ ଦ୍ୱାରା ପ୍ରଯୁକ୍ତିବିଦ୍ୟା, ରାଜନୀତିରେ ପ୍ରମୁଖ ପରିବର୍ତ୍ତନ ଆଣିପାରେ ବୋଲି କିଛି ଜ୍ୟୋତିଷ ଶାସ୍ତ୍ରବିତ୍‌ ପୂର୍ବାନୁମାନ କରିଛନ୍ତି।

ତେବେ ଏହା କିଛି ରାଶି ପାଇଁ ବେଶ୍‌ ଭଲ ଫଳ ଦେଇପାରେ ବୋଲି ଜ୍ୟୋତିଷ ଶାସ୍ତ୍ରୀମାନେ ମତ ଦେଇଛନ୍ତି। ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନୂତନ କର୍ମନିଯୁକ୍ତି ସୃଷ୍ଟି ହୋଇପାରେ, ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଏହା ଆର୍ଥିକ ଆଶ୍ୱସ୍ତି ଆଣିବ, ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସମର୍ଥନ ମିଳିବ ଓ ଆୟର ନୂତନ ପନ୍ଥା ବାହାରିବ, ସେହିପରି କନ୍ୟାରାଶି ଜାତ ବ୍ୟକ୍ତିଙ୍କ ଆର୍ଥିକ ପରିସ୍ଥିତି ଅପେକ୍ଷାକୃତ ଉନ୍ନତ କରିବ ଓ ଜୀବନରେ ସ୍ଥିରତା, ସନ୍ତୁଳନ ଆଣିବ ବୋଲି କୁହାଯାଉଛି ।