Karnataka News - The Sakala

ସୋସିଆଲ ମିଡିଆରେ ହନିଟ୍ରାପ୍: ଧନୀ ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ମହିଳା ଫ୍ୟାଶନ ଡିଜାଇନର
ବେଲାଗାଭି: କର୍ଣ୍ଣାଟକର ବେଲାଗାଭି ଅଞ୍ଚଳରେ ଜଣେ ମହିଳା ଫ୍ୟାଶନ ଡିଜାଇନରଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ମାଧ୍ୟମରେ ଧନୀ ବ୍ୟକ୍ତିଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଲୁଟ୍ କରୁଥିବା ଅଭିଯୋଗରେ ପୋଲିସ ଦୀପା ଅବତାଗୀ ନାମକ ଜଣେ ୩୩ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି। ସେ ଲୋକଙ୍କୁ ହନିଟ୍ରାପ୍‌ରେ ଫସାଇ ସେମାନଙ୍କ ଠାରୁ ଟଙ୍କା, ସୁନା ଏବଂ ଦାମୀ ଗାଡ଼ି ଲୁଟି ନେଉଥିବା ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ, ଦୀପା ମୂଳତଃ ବାଗଲକୋଟ ଜିଲ୍ଲାର ବାସିନ୍ଦା। ସେ ଜଣେ ବୃତ୍ତିଗତ ଫ୍ୟାଶନ ଡିଜାଇନର ହୋଇଥିବା ବେଳେ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ। ପ୍ରଥମେ ସେ ପ୍ରଭାବଶାଳୀ ଏବଂ ସମ୍ପନ୍ନ ବ୍ୟକ୍ତିଙ୍କ ସହ ବନ୍ଧୁତା କରୁଥିଲେ ଏବଂ ଧୀରେ ଧୀରେ ସେମାନଙ୍କ ବିଶ୍ୱାସ ଜିତୁଥିଲେ। ସମ୍ପୂର୍ଣ୍ଣ ବିଶ୍ୱାସ ଜନ୍ମିବା ପରେ ସେ ସେମାନଙ୍କୁ କୌଣସି ଏକ ଲଜ୍ କିମ୍ବା ହୋଟେଲରେ ଦେଖା କରିବା ପାଇଁ ପ୍ରସ୍ତାବ ଦେଉଥିଲେ।

ଗାଧୋଇବାକୁ ପଠାଇ କରୁଥିଲେ ଚମ୍ପଟ

ମୁଲାକାତ ସମୟରେ ଯେତେବେଳେ ପୀଡ଼ିତ ବ୍ୟକ୍ତି ଜଣକ ଲଜ୍ କିମ୍ବା ହୋଟେଲ ରୁମ୍‌ରେ ପହଞ୍ଚୁଥିଲେ, ଦୀପା ସେମାନଙ୍କ ସହ ସାଧାରଣ ଭାବେ କଥାବାର୍ତ୍ତା କରି ନିଜର ଜାଲରେ ପକାଉଥିଲେ। ଏହାପରେ କୌଣସି ବାହାନା କରି ସେମାନଙ୍କୁ ବାଥରୁମ୍‌କୁ ପଠାଇ ଦେଉଥିଲେ। ବ୍ୟକ୍ତି ଜଣକ ଫ୍ରେସ୍ ହେବାକୁ ଯିବା ମାତ୍ରେ ସେ ରୁମ୍‌ରେ ଥିବା ନଗଦ ଟଙ୍କା, ସୁନା ଗହଣା ଏବଂ ଗାଡ଼ିର ଚାବି ଧରି ସେଠାରୁ ଫେରାର ହୋଇଯାଉଥିଲେ। ଅନେକ ସମୟରେ ସେ ପୀଡ଼ିତଙ୍କ କାର୍ ମଧ୍ୟ ନେଇ ପଳାଉଥିଲେ।

ବ୍ଲାକମେଲିଂ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ଲୁଟ୍ କରିବା ପରେ ଦୀପା ପୀଡ଼ିତଙ୍କୁ ଫୋନ୍ କରି ପୁଣି ଟଙ୍କା ମାଗୁଥିଲେ। ଯଦି କେହି ଟଙ୍କା ଦେବାକୁ ମନା କରୁଥିଲେ, ସେ ସେମାନଙ୍କୁ ମିଥ୍ୟା ପୋଲିସ ମାମଲାରେ ଫସାଇ ଦେବାକୁ ଏବଂ ସାମାଜିକ ଭାବେ ବଦନାମ କରିବାକୁ ଧମକ ଦେଉଥିଲେ। ଭୟ ଏବଂ ଲୋକଲଜ୍ଜା କାରଣରୁ ଅନେକ ପୀଡ଼ିତ ପୋଲିସ ନିକଟକୁ ଯାଉନଥିଲେ। ତେବେ ଏକ ଅଭିଯୋଗ ଆଧାରରେ ତିଲକୱାଡି ପୋଲିସ ତଦନ୍ତ କରି ଦୀପାଙ୍କୁ ଗିରଫ କରିଛି। ଏହି ମାମଲାରେ ଶିବାନନ୍ଦ ମାତାପତି ନାମକ ଜଣେ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି, ଯାହାଙ୍କୁ ଧରିବା ପାଇଁ ପୋଲିସ ଖୋଳତାଡ ଜାରି ରଖିଛି।

ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା: ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ
କର୍ଣ୍ଣାଟକର କୋପାଲ ଜିଲ୍ଲାର ଏକ ସେସନ୍ସ କୋର୍ଟ ଜଣେ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଏବଂ ଜଣେ ଓଡ଼ିଆ ପର୍ଯ୍ୟଟକଙ୍କୁ ହତ୍ୟା ମାମଲାରେ ସୋମବାର ତିନିଜଣ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ହାମ୍ପି ନିକଟସ୍ଥ ସାନାପୁରଠାରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। କୋର୍ଟ ଏହି ଅପରାଧକୁ ବିରଳରୁ ଅତି ବିରଳ ଶ୍ରେଣୀଭୁକ୍ତ କରି ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ତିନିଜଣ ବ୍ୟକ୍ତି ହେଲେ ମଲ୍ଲେଶ ଓରଫ ହାଣ୍ଡିମଲ୍ଲା, ସାଇ ଏବଂ ଶରଣପ୍ପା। ଗାଙ୍ଗାବତୀ ଜିଲ୍ଲା ଏବଂ ସେସନ୍ସ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ କୋର୍ଟ ସେମାନଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାକ୍ରମ ଓ ଅମାନୁଷିକ କାଣ୍ଡ

ସୂଚନା ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ୬ ତାରିଖ ରାତିରେ ହାମ୍ପି ନିକଟସ୍ଥ ସାନାପୁରର ତୁଙ୍ଗଭଦ୍ରା ବାମ କେନାଲ ନିକଟରେ ଏହି ଘଟଣା ଘଟିଥିଲା। ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକ, ଜଣେ ହୋମଷ୍ଟେ ଅପରେଟର ଏବଂ ସେମାନଙ୍କର ତିନିଜଣ ପୁରୁଷ ପର୍ଯ୍ୟଟକ ବନ୍ଧୁ ବୁଲୁଥିବା ସମୟରେ ତିନି ଅଭିଯୁକ୍ତ ସେମାନଙ୍କ ନିକଟକୁ ଆସି ଟଙ୍କା ମାଗିଥିଲେ। ପର୍ଯ୍ୟଟକମାନେ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

ଆକ୍ରମଣ ସମୟରେ ଅଭିଯୁକ୍ତମାନେ ତିନିଜଣ ପୁରୁଷ ପର୍ଯ୍ୟଟକଙ୍କୁ ଟାଣି ନେଇ କେନାଲ ଭିତରକୁ ଫିଙ୍ଗି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ପହଁରି କୂଳକୁ ଆସିବାରେ ସଫଳ ହୋଇଥିବା ବେଳେ ଓଡ଼ିଶାର ଜଣେ ପର୍ଯ୍ୟଟକ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଦୁଇଜଣ ମହିଳାଙ୍କୁ ଅମାନୁଷିକ ଭାବେ ଶାରୀରିକ ନିର୍ଯାତନା ଦେବା ସହ ଗଣଦୁଷ୍କର୍ମ କରିଥିଲେ।

ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା

ଏହି ଘଟଣା ସେତେବେଳେ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି, ଯାହା ସମାଜରେ ଏକ ଶକ୍ତ ବାର୍ତ୍ତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।