Legal Notice - The Sakala

'କାଲା ହିରଣ' ଫିଲ୍ମ ଉପରେ ସଲମାନ ଖାନଙ୍କ ବଡ଼ ଆକ୍ସନ: ନିର୍ମାତାଙ୍କୁ ପଠାଇଲେ ଲିଗାଲ ନୋଟିସ
ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଆଇନଗତ ଟିମ୍ ନିକଟରେ ଆଗାମୀ ଫିଲ୍ମ 'କାଲା ହିରଣ: ଦି ବ୍ୟାଟେଲ ଫର୍ ଲେଗାସି'ର ନିର୍ମାତାଙ୍କୁ ଏକ ଲିଗାଲ ନୋଟିସ (Legal Notice) ପଠାଇଛନ୍ତି। ଏହି ନୋଟିସରେ ଫିଲ୍ମର ରିଲିଜ୍ ଏବଂ ପ୍ରମୋସନ ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରାଯାଇଛି। ଫିଲ୍ମର ପ୍ରଯୋଜକ ଅମିତ ଜାନୀ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ନୋଟିସରେ କ'ଣ ରହିଛି ଅଭିଯୋଗ?

ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ଓକିଲମାନେ ଅଭିଯୋଗ କରିଛନ୍ତି ଯେ ଏହି ଫିଲ୍ମଟି ୧୯୯୮ ମସିହା କଳା ହରିଣ ଶିକାର ମାମଲା ଉପରେ ଆଧାରିତ। ଏହି ମାମଲା ବର୍ତ୍ତମାନ ମଧ୍ୟ ରାଜସ୍ଥାନ ହାଇକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଏହି ବିଷୟରେ କୌଣସି ଫିଲ୍ମ ନିର୍ମାଣ କରିବା ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ସହ ସମାନ ହୋଇପାରେ। ବିନା ଅନୁମତିରେ ଅଭିନେତାଙ୍କ ନାମ ଏବଂ ତାଙ୍କ ଜୀବନ ସହ ଜଡିତ ଘଟଣାଗୁଡ଼ିକୁ ବ୍ୟବହାର କରିବା ତାଙ୍କର ବ୍ୟକ୍ତିଗତ ଅଧିକାର (Personality Rights) ଏବଂ ଗୋପନୀୟତାର ଉଲ୍ଲଂଘନ ଅଟେ ବୋଲି ନୋଟିସରେ ଦର୍ଶାଯାଇଛି।

ପ୍ରଯୋଜକ ଅମିତ ଜାନୀଙ୍କ ପ୍ରତିକ୍ରିୟା

ଏହି ଲିଗାଲ ନୋଟିସ ପାଇବା ପରେ ଫିଲ୍ମର ପ୍ରଯୋଜକ ଅମିତ ଜାନୀ କହିଛନ୍ତି ଯେ ଏହା ତାଙ୍କ ଟିମ୍‌କୁ ଭୟଭୀତ କରିବାର ଏକ ପ୍ରୟାସ। ଷ୍ଟାର ପାୱାର୍ ବ୍ୟବହାର କରି ଲୋକଙ୍କୁ ଚାପରେ ପକାଇବା ପାଇଁ ଏହି ନୋଟିସ ପଠାଯାଇଛି ବୋଲି ସେ ଦାବି କରିଛନ୍ତି। ତେବେ ଏହି ଆଇନଗତ ଚାପ ସତ୍ତ୍ୱେ ଫିଲ୍ମର ରିଲିଜ୍ କିମ୍ବା ପ୍ରମୋସନକୁ ବର୍ତ୍ତମାନ ସୁଦ୍ଧା ସ୍ଥଗିତ କରାଯାଇ ନାହିଁ।

नोटिस भेजकर काला हिरण मूवी से जुड़े लोगो को धमकाने लगे है फ़िल्म अभिनेता सलमान खान pic.twitter.com/jdzlwZqqd2

— Amit Jani (@AmitJaniIND) June 2, 2026

କେବେ ଆସିବ ଟିଜର?

ଭରତ ଏସ. ଶ୍ରୀନେତଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ନିକଟରେ ସୋସିଆଲ ମିଡିଆରେ ରିଲିଜ୍ ହୋଇଥିଲା। ଏହି ପୋଷ୍ଟରରେ ଏକ ରହସ୍ୟମୟ ଚରିତ୍ର ନଜର ଆସିଛନ୍ତି। ଫିଲ୍ମର ଅଫିସିଆଲ୍ ଟିଜର ୨୦ ଜୁନ୍ ୨୦୨୬ରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ସମସ୍ତଙ୍କ ନଜର ଏହି ଫିଲ୍ମର ଆଗାମୀ ଭବିଷ୍ୟତ ଉପରେ ରହିଛି।

ସେଲିନା ଜେଟଲୀଙ୍କୁ ସ୍ୱାମୀ ପିଟର ହାଗଙ୍କ ମାନହାନି ନୋଟିସ୍, ମାଗିଲେ ସାର୍ବଜନୀନ କ୍ଷମା
ବଲିଉଡ ଅଭିନେତ୍ରୀ ସେଲିନା ଜେଟଲୀ ଏବଂ ତାଙ୍କ ପୃଥକ ସ୍ୱାମୀ ପିଟର ହାଗ୍ଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ସେଲିନାଙ୍କ ଦ୍ୱାରା ଲଗାଯାଇଥିବା ବିଭିନ୍ନ ଅଭିଯୋଗ ପରେ ଏବେ ପିଟର ତାଙ୍କୁ ମାନହାନି ନୋଟିସ୍ ପଠାଇଛନ୍ତି ଏବଂ ସାର୍ବଜନୀନ ଭାବେ କ୍ଷମା ମାଗିବାକୁ ଦାବି କରିଛନ୍ତି।

ମିଥ୍ୟା ଆରୋପ ଲଗାଇଥିବା ଅଭିଯୋଗ

ମୁମ୍ବାଇ ସ୍ଥିତ ଆଇନ ସଂସ୍ଥା ସେମୱାଲ ଆଣ୍ଡ କୋ. ସ୍ପଷ୍ଟ କରିଛି ଯେ, ପିଟର ହାଗ୍ ଏବଂ ତାଙ୍କ ପିତା ଡିଆଇ ଉଲ୍ଫଗ୍ୟାଙ୍ଗ୍ ଜେ. ହାଗ୍ଙ୍କ ପକ୍ଷରୁ ସେଲିନାଙ୍କୁ ଦୁଇଟି ପୃଥକ ଆଇନଗତ ନୋଟିସ୍ ପଠାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟ, ସାକ୍ଷାତକାର ଏବଂ ଗଣମାଧ୍ୟମ ସହ ଆଲୋଚନା ମାଧ୍ୟମରେ ସେଲିନା ମିଥ୍ୟା, ମାନହାନିକାରକ ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବା ଏହି ନୋଟିସରେ ଦର୍ଶାଯାଇଛି। ପିଟରଙ୍କ କହିବା ଅନୁଯାୟୀ, ତାଙ୍କ ପରିବାର ଏବଂ ପିଲାମାନଙ୍କର ଗୋପନୀୟତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

କାହିଁକି ପଠାଗଲା ନୋଟିସ୍?

ହାଗ୍ ପରିବାର ଦାବି କରିଛନ୍ତି ଯେ, ସେମାନେ ନିଜର ପାରିବାରିକ ମାମଲାକୁ ସାର୍ବଜନୀନ କରିବାକୁ ଚାହୁଁନଥିଲେ, ତେଣୁ ଦୀର୍ଘ ସମୟ ଧରି ନୀରବ ରହିଥିଲେ। ମାତ୍ର ସେଲିନାଙ୍କ କ୍ରମାଗତ ଅଭିଯୋଗ ଏବଂ ଗଣମାଧ୍ୟମର ଧ୍ୟାନ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରିଛି। ଆଇନଜୀବୀ ଦଳ ସୂଚନା ଦେଇଛନ୍ତି ଯେ, ସେଲିନା ଏବଂ ପିଟରଙ୍କ ମଧ୍ୟରେ ବୈବାହିକ ତଥା ଶିଶୁ ଅଧିକାର (କଷ୍ଟଡି) ମାମଲା ବର୍ତ୍ତମାନ ଅଷ୍ଟ୍ରିଆର ଅଦାଲତରେ ବିଚାରାଧୀନ ରହିଛି।

ସେଲିନାଙ୍କ ପୂର୍ବ ଅଭିଯୋଗ

ଉଲ୍ଲେଖଯୋଗ୍ୟ ଯେ, କିଛି ସପ୍ତାହ ପୂର୍ବରୁ ସେଲିନା ନିଜ ସ୍ୱାମୀ ପିଟରଙ୍କ ବିରୋଧରେ ମୁମ୍ବାଇରେ ଏକ ଏଫଆଇଆର୍ ରୁଜୁ କରିଥିଲେ। ସେ ପିଟରଙ୍କ ବିରୋଧରେ ଘରୋଇ ହିଂସା, ନିର୍ଯାତନା ଏବଂ ଧମକ ଦେବା ଭଳି ଗମ୍ଭୀର ଅଭିଯୋଗ ଆଣିବା ସହ କ୍ଷତିପୂରଣ ବାବଦକୁ ୧୦୦ କୋଟି ଟଙ୍କା ଦାବି କରିଥିଲେ। ଏହା ସହିତ ତାଙ୍କର ତିନି ପିଲାଙ୍କୁ ତାଙ୍କଠାରୁ ଦୂରେଇ ରଖାଯାଇଥିବା ଏବଂ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଥିବା ନେଇ ସେଲିନା ଅଭିଯୋଗ କରିଥିଲେ। ବର୍ତ୍ତମାନ ପିଟରଙ୍କ ଏହି ଆଇନଗତ ପଦକ୍ଷେପ ଉଭୟଙ୍କ ମଧ୍ୟରେ ଥିବା ବିବାଦକୁ ଆହୁରି ଘନୀଭୂତ କରିଛି।

ବ୍ରିଟିଶ ସରକାରଙ୍କୁ ଋଣ ଦେଇଥିଲେ ଭାରତୀୟ ବ୍ୟବସାୟୀ! ୧୦୯ ବର୍ଷ ପରେ ହିସାବ ମାଗିଲେ ପରିବାର, ଆଦାୟ ହେବ କୋଟି କୋଟି ଟଙ୍କା
ବ୍ରିଟିଶ ଶାସନ କାଳରେ ଭାରତରୁ ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟ୍ ହୋଇଥିବା କଥା ଇତିହାସରେ ଲିପିବଦ୍ଧ ରହିଛି। କିନ୍ତୁ ମଧ୍ୟପ୍ରଦେଶର ସିହୋର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଭାରତୀୟ ବ୍ୟବସାୟୀ ବ୍ରିଟିଶ ସରକାରଙ୍କୁ ଋଣ ଦେଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେହି ଟଙ୍କା ଫେରସ୍ତ ମିଳିନାହିଁ। ବର୍ତ୍ତମାନ ସେହି ବ୍ୟବସାୟୀଙ୍କ ପରିବାର ୧୦୯ ବର୍ଷ ପୁରୁଣା ଋଣ ଆଦାୟ ପାଇଁ ବ୍ରିଟିଶ ସରକାରଙ୍କୁ ଆଇନଗତ ନୋଟିସ ପଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି।

୧୯୧୭ ମସିହାର ଘଟଣା

ଘଟଣାଟି ହେଉଛି ୧୯୧୭ ମସିହାର। ସିହୋରର ପ୍ରତିଷ୍ଠିତ ବ୍ୟବସାୟୀ ସେଠ୍ ଜୁମ୍ମାଲାଲ ରୁଠିଆ ସେତେବେଳେ ବ୍ରିଟିଶ ସରକାରଙ୍କୁ ୩୫,୦୦୦ ଟଙ୍କା ଋଣ ଦେଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଆର୍ଥିକ ସଙ୍କଟର ମୁକାବିଲା ଏବଂ ଭୋପାଳ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ରିଟିଶ ଅଧିକାରୀମାନେ ଏହି ଋଣ ନେଇଥିଲେ। ସେହି ସମୟରେ ୩୫,୦୦୦ ଟଙ୍କାର ମୂଲ୍ୟ ବହୁତ ଅଧିକ ଥିଲା।

ଦାବି କରୁଛନ୍ତି ନାତି ବିବେକ ରୁଠିଆ

ସେଠ୍ ଜୁମ୍ମାଲାଲଙ୍କ ନାତି ବିବେକ ରୁଠିଆ ଦାବି କରିଛନ୍ତି ଯେ ତାଙ୍କ ପାଖରେ ଏହି ଋଣ ସମ୍ବନ୍ଧୀୟ ସମସ୍ତ ମୂଳ ଦସ୍ତାବିଜ ରହିଛି। ତାଙ୍କ କହିବାନୁସାରେ, ୧୯୩୭ରେ ତାଙ୍କ ଜେଜେବାପାଙ୍କ ଦେହାନ୍ତ ପରେ ଏହି କାଗଜପତ୍ରଗୁଡ଼ିକ ତାଙ୍କ ବାପାଙ୍କ ନିକଟରେ ଥିଲା। ବର୍ତ୍ତମାନ ପରିବାର ଲୋକେ ପୁରୁଣା ବାକ୍ସ ଖୋଜୁଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ ମିଳିଥିଲା। ବିବେକ କହିଛନ୍ତି ଯେ ଆନ୍ତର୍ଜାତିକ ଆଇନ ଅନୁଯାୟୀ କୌଣସି ସାର୍ବଭୌମ ସରକାର ନିଜର ପୁରୁଣା ଋଣ ପରିଶୋଧ କରିବାକୁ ବାଧ୍ୟ।

କୋଟି କୋଟି ଟଙ୍କାର ମୂଲ୍ୟ

ରୁଠିଆ ପରିବାରର ଦାବି ଅନୁଯାୟୀ, ୧୯୧୭ ମସିହାର ୩୫,୦୦୦ ଟଙ୍କା ଆଜିର ବଜାର ମୂଲ୍ୟ ଏବଂ ସୁଧ ହିସାବ କଲେ କୋଟି କୋଟି ଟଙ୍କାରେ ପହଞ୍ଚିବ। ପରିବାର ଏବେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି ଏବଂ ଖୁବଶୀଘ୍ର ବ୍ରିଟିଶ କ୍ରାଉନ୍ ବା ବ୍ରିଟିଶ ସରକାରଙ୍କୁ ଋଣ ପରିଶୋଧ ପାଇଁ ନୋଟିସ ଜାରି କରିବେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଡୁଆରେ ଧନୁଷ: ସୁଟିଂ ବିଳମ୍ବ କରିବାରୁ ପାଇଲେ ଲିଗାଲ ନୋଟିସ, ୨୦ କୋଟି କ୍ଷତିପୂରଣ ଦାବି କଲେ ପ୍ରଯୋଜକ
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷ ବର୍ତ୍ତମାନ ଆଇନଗତ ଅଡୁଆରେ ଫସିଥିବା ଜଣାପଡ଼ିଛି। ଏକ ପୁରୁଣା ଚଳଚ୍ଚିତ୍ରର ସୁଟିଂରେ ବିଳମ୍ବ କରିବା କାରଣରୁ ଏକ ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ତାଙ୍କୁ ଆଇନଗତ ନୋଟିସ ପଠାଇଛି। କେବଳ ସେତିକି ନୁହେଁ, କ୍ଷତିପୂରଣ ବାବଦରେ ପ୍ରଯୋଜନା ସଂସ୍ଥା ଧନୁଷଙ୍କ ଠାରୁ ୨୦ କୋଟି ଟଙ୍କା ଦାବି କରିଛି।

କାହିଁକି ମିଳିଲା ନୋଟିସ?

ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଧନୁଷ 'ଶ୍ରୀ ଥେନାନ୍ଦଲ ଫିଲ୍ମସ୍' (Sri Thenandal Films) ସହ ଏକ ଚଳଚ୍ଚିତ୍ର ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଏହି ଚଳଚ୍ଚିତ୍ରର ନାମ ଥିଲା 'ନାନ ରୁଦ୍ରନ' (Naan Rudran)। ଏହି ପ୍ରୋଜେକ୍ଟ ପାଇଁ ଧନୁଷ ଅଗ୍ରୀମ ଟଙ୍କା ମଧ୍ୟ ନେଇଥିଲେ। କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସେ ଏହି ଚଳଚ୍ଚିତ୍ରର କାମ ଆରମ୍ଭ କରିନଥିଲେ। ବରଂ ସେ ଅନ୍ୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଏବଂ ଅଭିନୟରେ ବ୍ୟସ୍ତ ରହିଥିଲେ, ଯାହା ପ୍ରଯୋଜନା ସଂସ୍ଥାକୁ କ୍ଷତିରେ ପକାଇଥିଲା।

୨୦ କୋଟି ଟଙ୍କାର ଦାବି

ପ୍ରଯୋଜନା ସଂସ୍ଥା ଅଭିଯୋଗ କରିଛି ଯେ, ଏହି ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସେମାନେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଏଥିରେ ନାଗାର୍ଜୁନ ଆକିନେନି ଏବଂ ଏସ.ଜେ ସୂର୍ଯ୍ୟାଙ୍କ ଭଳି କଳାକାରଙ୍କୁ ଦିଆଯାଇଥିବା ଅଗ୍ରୀମ ଅର୍ଥ ମଧ୍ୟ ଅନ୍ତର୍ଭୁକ୍ତ। ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ଯଦି ଧନୁଷ ଏହି ପ୍ରୋଜେକ୍ଟ ପାଇଁ ତୁରନ୍ତ ତାରିଖ (Dates) ନ ଦିଅନ୍ତି, ତେବେ ତାଙ୍କୁ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କା ସହ ଅତିରିକ୍ତ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ।

୭ ଦିନର ମହଲତ

ଆଇନଜୀବୀଙ୍କ ଜରିଆରେ ପଠାଯାଇଥିବା ଏହି ନୋଟିସରେ ଧନୁଷଙ୍କୁ ନିଜର ପକ୍ଷ ରଖିବା ପାଇଁ ୭ ଦିନ ସମୟ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ କୌଣସି ସମାଧାନ ନହୁଏ କିମ୍ବା ଧନୁଷ ସୁଟିଂ ପାଇଁ ରାଜି ନହୁଅନ୍ତି, ତେବେ ପ୍ରଯୋଜନା ସଂସ୍ଥା ଅଦାଲତର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି।