special state status - The Sakala

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି, ପ୍ରତିଶ୍ରୁତି ଦେଇ ଭୁଲିଗଲେ ଡବଲ ଇଞ୍ଜିନ ସରକାର
ଭୁବନେଶ୍ୱର: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ନେଇ ଆଜି ବିଜୁ ଜନତା ଦଳ ପ୍ରଶ୍ନ ଉଠାଇବା ସହିତ ରାଜ୍ୟ ସରକାରଙ୍କୁ ଘେରିଛି । ଶଙ୍ଖ ଭବନଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର  ସସ୍ମିତ ପାତ୍ର କହିଥିଲେ, ଓଡିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ଆସିଛି । ନବୀନ ବାବୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସରକାର ଦ୍ୱାରା ନିୟମିତ ଭାବରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦୃଢ଼ ଦାବି କରାଯାଇ ଆସୁଛି । ୨୦୧୨ ମସିହାରେ, ଦିଲ୍ଲୀର ଲାଲକିଲ୍ଲା ପଡିଆରେ, ଏକ ବିଶାଳ ଜନସଭା ଆୟୋଜନ କରି ଏହି ଦାବିକୁ ଭାରତ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ଜଣା ଥିବା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ, ଓଡ଼ିଶାରେ ଭିତିଭୂମିର ବିକାଶ, ଜନଜାତି ସମ୍ପ୍ରଦାୟର ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାରେ ସହାୟକ ହେବ ବୋଲି ଯୁକ୍ତି କରାଯାଇ ଆସୁଛି । ପରେ, ୨୦୧୪ ମସିହାର ବିଧାନସଭା ନିର୍ବାଚନରେ, ବିଜେପି ଏହାର ନିର୍ବାଚନ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଦାବି କରିବ ଓ ଏହି ଦାବି ହାସଲ ପର୍ଯ୍ୟନ୍ତ ନିରନ୍ତର ସଂଗ୍ରାମ ଜାରି ରଖିବ  ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ବିଡ଼ମ୍ୱନାର ବିଷୟ, ରାଜ୍ୟରେ କ୍ଷମତାକୁ ଆସିବାର ଦୁଇ ବର୍ଷ ପୂରିବାକୁ ଯାଉଥିବା ବେଳେ, ବିଜେପି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ସମ୍ପୂର୍ଣ୍ଣ ନିରବ ରହିଛି ।

ନିକଟରେ, ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନରେ ଶ୍ରୀ ସସ୍ମିତ ପାତ୍ରଙ୍କ ଦ୍ୱାରା ସରକାରଙ୍କୁ ପଚରାଯାଇଥିଲା । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ କୌଣସି ପ୍ରସ୍ତାବ ରହିଛି କି, ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ତାଙ୍କର ଉତ୍ତରରେ, ଏଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ଜଣାଇଥିଲେ । ତେଣୁ, ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ, ଏହି ସମ୍ୱନ୍ଧରେ, ରାଜ୍ୟ ବିଜେପି ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର ।

ଶ୍ରୀ ପାତ୍ର କହିଥିଲେ, ଆମେ ଜାଣିବାକୁ ପାଇଛୁ, ବଜେଟ ସେସନ ଆରମ୍ଭ ହେବାକୁ ଥିବାରୁ, ଆଜି ରାଜ୍ୟ କ୍ୟାବିନେଟ ବସୁଛି । ରାଜ୍ୟ ସରକାରଙ୍କୁ ଆମେ ଆହ୍ୱାନ କରିବାକୁ ଚାହୁଁଛୁ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କର ଯଦି ସତସାହସ ଅଛି, ତାହେଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିବେ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଅନ୍ତୁ । ଯଦି ରାଜ୍ୟ ସରକାର, ଏହା ନକରନ୍ତି, ତାହେଲେ ଆମେ ବୁଝିବୁ ଯେ, ଡବଲ ଇଞ୍ଜିନ ସରକାର ରାଜ୍ୟର ସାଢ଼େ ଚାରି କୋଟି ଓଡ଼ିଆଙ୍କ ସହିତ ପ୍ରତାରଣା କରୁଛନ୍ତି । ୨୦୧୪ ମସିହାରେ ଦେଇଥିବା ପ୍ରତିଶ୍ରୁତି, ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରକୃତରେ ପାଣିର ଗାର ପାଲଟିଛି । ନବୀନ ସରକାରଙ୍କ ବିକଶିତ ଓଡିଶା ଗଠନର ସ୍ୱପ୍ନକୁ ଡବଲ ଇଞ୍ଜିନ ସରକାର ଆଜି ବିପର୍ଯ୍ୟସ୍ତ ଓଡିଶାରେ ପରିଣତ କରିବାକୁ ଯାଉଛି । ଏହା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଉଛି ।