Mulund Accident - The Sakala

ମୁମ୍ବାଇରେ ଅଘଟଣ: ଚଳନ୍ତା ଅଟୋ ଉପରେ ଖସିଲା ମେଟ୍ରୋ ପିଲାର ଅଂଶ, ଜଣେ ମୃତ ଓ ୩ ଗୁରୁତର
ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ଏହି ଅଘଟଣରେ ଅନ୍ୟ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁଲୁଣ୍ଡର ଏଲବିଏସ ରୋଡ୍ ସ୍ଥିତ ଜନସନ ଆଣ୍ଡ ଜନସନ କମ୍ପାନୀ ନିକଟରେ ଶନିବାର ଅପରାହ୍ନ ପ୍ରାୟ ୧୨ଟା ୨୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି। ମେଟ୍ରୋ କାମ ଚାଲିଥିବା ବେଳେ ପିଲାରର ଏକ ବଡ଼ ସିମେଣ୍ଟ ଅଂଶ ରାସ୍ତାରେ ଯାଉଥିବା ଏକ ଅଟୋ-ରିକ୍ସା ଉପରେ ଖସି ପଡ଼ିଥିଲା।

🚨 Mumbai Metro Line-4 concrete slab has fallen on cars below on LBS Marg, Mulund West near Johnson & Johnson/Oberoi. 1:15 PM.

Immediate site safety action needed. @MMRDAOfficial @mybmc @MTPHereToHelp pic.twitter.com/mSaC5eaYeF

— Mumbai Rains (@rushikesh_agre_) February 14, 2026

ବୃହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାମ ରାମଧନ ଯାଦବ ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ରାଜକୁମାର ଇନ୍ଦ୍ରଜିତ ଯାଦବ (୪୫), ମହେନ୍ଦ୍ର ପ୍ରତାପ ଯାଦବ (୫୨) ଏବଂ ଦୀପା ରୁହିଆ (୪୦) ରହିଛନ୍ତି। ସେମାନଙ୍କ ମଧ୍ୟରୁ ରାଜକୁମାରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ମୁମ୍ବାଇ ମେଟ୍ରୋପଲିଟାନ ଅଞ୍ଚଳ ବିକାଶ ପ୍ରାଧିକରଣ (MMRDA) ଏକ୍ସ (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ସୂଚନା ଦେଇଛି ଯେ, ମେଟ୍ରୋ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପିଲାର ନମ୍ବର P196 ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୧୨ଟା ୧୫ ମିନିଟରେ ଏକ ପାରାପେଟ୍ ଅଂଶ ଉଚ୍ଚତାରୁ ଖସି ଚଳନ୍ତା ଅଟୋ ଉପରେ ପଡ଼ିଥିଲା। ଖବର ପାଇବା ମାତ୍ରେ ମେଟ୍ରୋ ପ୍ରକଳ୍ପ ଟିମ୍, ମୁମ୍ବାଇ ଅଗ୍ନିଶମ ବାହିନୀ, ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଏବଂ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି।