Shreemandir - The Sakala
ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ, ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ
ପୁରୀ: ଦୀର୍ଘ ୪୭ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତିକୁ ନେଇ ଯେଉଁ ଆଶା ଆଶଙ୍କା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ । ଶୁଭ ମୁହୂର୍ତ୍ତ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ବୁଧବାର ଅର୍ଥାତ ଆଜି ମଧ୍ୟାହ୍ନ ୧୨ଟା ୯ରୁ ଅପରାହ୍ଣ ୧ଟା ୪୫ମଧ୍ୟରେ ରତ୍ନ ଅଳଙ୍କାର ଗଣତିମଣତିର ଶୁଭାରମ୍ଭ ହେବ। ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ, ଆଉ ୧୯୭୮ ମସିହା ପରେ ପୁଣିଥରେ ଜଳଜଳ ହୋଇ ଦିଶିବ କାଳିଆ ସାଆନ୍ତଙ୍କ ସୁନା-ରୁପା ଅଳଙ୍କାର । ଏଥିପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ସରିଛି। ପୂର୍ବ ନିର୍ଦ୍ଧାରିତ ମାହେନ୍ଦ୍ର ବେଳାରେ ଅଧିକୃତ ବ୍ୟକ୍ତିମାନେ ୧୯୭୮ମସିହା ତାଲିକା ସହ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ମେଳକ କରିବେ।
ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଆଧାରରେ ହେବ ଗଣତିମଣତି। ଏଥିଲାଗି ଦୁଇଟି ଟିମ୍‌ ଗୋଟିଏ ତତ୍ତ୍ୱାବଧାରକ ବା ସୁପରଭାଇଜିଂ ଏବଂ ଅନ୍ୟଟି କାର୍ଯ୍ୟନିର୍ବାହୀ ବା ହ୍ୟାଣ୍ଡ୍‌ଲିଂ ଟିମ୍‌ ଗଠନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତତ୍ତ୍ୱାବଧାରକ ଟିମ୍‌ର ଅଧ୍ୟକ୍ଷ ରହିଥିବା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ, ଜଣେ ସେବାୟତ ସଦସ୍ୟ ରହିଛନ୍ତି। ସେହିପରି କାର୍ଯ୍ୟବାହୀ ଟିମ୍‌ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାରମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ଜେମୋଲୋଜିଷ୍ଟ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ।
ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଙ୍ଗ୍‌ କରାଯିବ। ଗଣତିମଣତି ସମୟରେ ଶ୍ରୀଜୀଉଙ୍କର ନୀତି ସମ୍ପାଦନ ଅବ୍ୟାହତ ରଖାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ୱଚ୍ଛନ୍ଦ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଗଣତି ପ୍ରକ୍ରିୟାର ସୁରକ୍ଷା ଦୃଷ୍ଟିରୁ ଭକ୍ତଗଣଙ୍କ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ସୁବିଧା ଉପଲବ୍ଧ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମ୍ପାଦନରେ ସମସ୍ତ ସେବକ, ନିୟୋଜିତ ଅଧିକାରୀ, ବ୍ୟକ୍ତିବିଶେଷ ତଥା ଭକ୍ତଗଣଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।
ସୂଚନାଥାଉ କି, ଶେଷଥର ପାଇଁ ୧୯୭୮ ମସିହାରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରର ଗଣତିମଣତି ହୋଇଥିଲା। ମେ’ ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୭୦ ଦିନ ଧରି ଏହା ଚାଲିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶିତ ରତ୍ନଭଣ୍ଡାର ପୁସ୍ତକ ଅନୁଯାୟୀ, ରତ୍ନଭଣ୍ଡାରରେ ୪୫୪ ପ୍ରକାରର ୧୨୮.୩୮କେଜିର ସ୍ୱର୍ଣ୍ଣ, ୨୯୩ ପ୍ରକାରର ୨୨୧.୫୩ କେଜିର ରୁପା ରହିଛି। ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ୪୩.୦୬ କେଜିର ସ୍ୱର୍ଣ୍ଣ ଓ ୨୩୧ ପ୍ରକାରର ୧୪୮.୭ କେଜିର ରୁପା ଅଳଙ୍କାର ରହିଛି। ବାହାର ରତ୍ନଭଣ୍ଡାର ଘରେ ୭୯ ପ୍ରକାରର ୮୧.୦୭ କେଜିର ସ୍ୱର୍ଣ୍ଣ, ୩୯ ପ୍ରକାରର ୪୬.୦୭ କେଜିର ରୁପା ଅଳଙ୍କାର ରହିଛି। ସେହିପରି ଚଳନ୍ତି ଭଣ୍ଡାର ଘରେ ୮ ପ୍ରକାରର ୨୯୯ ଭରିର ସ୍ୱର୍ଣ୍ଣ ଓ ୨୩ ପ୍ରକାରର ୨,୬୦୩ ଭରିର ରୁପା ରହିଛି। ରତ୍ନ ଅଳଙ୍କାର ଗଣତିମଣତି ବେଳେ ତାହାକୁ ମେଳକ କରାଯିବ।
ଭୁବନେଶ୍ବର: ୟୁଟ୍ୟୁବର କାମିଆ ଜାନିଙ୍କ ଜଗନ୍ନାଥ ମନ୍ଦିରରେ ପ୍ରବେଶକୁ ନେଇ ବିବାଦ ପ୍ରସଙ୍ଗ । ବିବାଦ ଜୋର ଧରିବା ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ୟୁଟ୍ୟୁବର କାମିଆ ଜାନି । ଖାଦ୍ୟ, ଯାତ୍ରା ଏବଂ ସାଂସ୍କୃତିକ ବିଷୟକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତି କାମିଆ । କହିଲେ- ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ସେଠାରେ ହୋଇଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଲାଗି ଯାଇଥିଲି । ଶ୍ରୀମନ୍ଦିର ପ୍ରଶାସନର ନୀତି ନିୟମ ଅନୁଯାୟୀକୁ ଜଗନ୍ନାଥଙ୍କ ଦର୍ଶନ କରିଥିଲି । ଶ୍ରୀମନ୍ଦିର ପ୍ରଶାସନ କୌଣସି ନିୟମ ଉଲ୍ଲଂଘନ କରିନହାନ୍ତି ।
ସେ ଆହୁରି କହିଛନ୍ତି, ‘ମୁଁ ଜଣେ ହିନ୍ଦୁ । ନା କେବେ ଗୋମାଂସ ଖାଇଛି, ନା ଏହାର ପ୍ରଚାର ପ୍ରସାର କରିଛି । ଭାରତୀୟ ଖାଦ୍ୟ ଓ ଚାଲିଚଳଣୀ ବିଷୟରେ ମୁଁ ଲୋକଙ୍କୁ ଜଣାଇଥାଏ । କେରଳର ଏକ ହୋଟେଲ ଘଟଣାକୁ ନେଇ ବିବାଦ ସୃଷ୍ଟି କରାଯାଉଛି । ଫୁଡ୍ ମିଡିଆ ପ୍ଲାଟଫର୍ମ ହିସାବରେ ମୁଁ ଖାଦ୍ୟ ବିଷୟରେ ସୂଚନା ଦେଇଥିଲି । ଏହା ଏକ ଭୁଲ ବୁଝାମଣା ହୋଇଥାଇପାରେ । ଏହି ଭୁଲ ବୁଝାମଣାର ଅନ୍ତ ଘଟିବା ଆବଶ୍ୟକ । ଘଟଣାକୁ ନେଇ ଯେଉଁମାନେ ବ୍ୟଥିତ ସେମାନଙ୍କ ନିକଟକୁ ଏହି ସୂଚନା ନିଶ୍ଚୟ ପହଞ୍ଚିବ । ଜଣେ ଭାରତୀୟ ହିସାବରେ ଭାରତର ସୁନ୍ଦରତା, କଳା, ସଂସ୍କୃତି ଓ ବିକାଶର ବାର୍ତ୍ତା ସାରା ବିଶ୍ବରେ ପହଞ୍ଚାଇବାକୁ ଚାହିଁବି ।
ଆଗକୁ ସେ କହିଛନ୍ତି, ‘ମୁଁ ଜଣେ ୟୁଟ୍ୟୁବର । ଦେଶରେ ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ, ଜୀବନଶୈଳୀ ସହ ସେହି ସ୍ଥାନର ସ୍ବାତନ୍ତ୍ର୍ୟତା ବିଷୟରେ ଲୋକଙ୍କୁ ଜଣାଇବା ମୋ କାମ । ଗତବର୍ଷ ଧରୋହର ଭାରତ ଶୀର୍ଷକରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଭାରତର ଏକାଧିକ ଐତିହ୍ୟସ୍ଥଳ ପରିଦର୍ଶନ କରିବା ସହ ସେଠାକାର କାହାଣୀ ଓ ଭିତ୍ତିଭୂମି ବିକାଶର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇଥିଲି । ମୋ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ଲୋକ ପ୍ରଶଂସା କରିଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କଲଚରରାଲ ବ୍ରାଣ୍ଡ ଆମ୍ବାସଡରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।’
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଭକ୍ତଙ୍କୁ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାବିଗ୍ରହ
ପୁରୀ: ଶେଷ ହେଲା ଧର୍ମମାସ କାର୍ତ୍ତିକ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କର ଦୁର୍ଲ୍ଲଭ ସୁନାବେଶ ଲାଗି ଶ୍ରୀକ୍ଷେତ୍ର ହୋଇଥିଲା ଭକ୍ତମୟ । ଭୋରରୁ ସିଂହଦ୍ୱାରରେ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା । ତେବେ ସଅଳ ନୀତିକାନ୍ତି ଏବଂ ପୁଲିସ ପ୍ରଶାସନର ପୂର୍ଣ୍ଣ ସହଯୋଗ ଫଳରେ ଭକ୍ତମାନେ ବେଶ୍ ଖୁସିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଛନ୍ତି । ପ୍ରାୟ ୨ ଲକ୍ଷ ୧୦ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ରାଜାଧିରାଜ ବେଶ ଦେଖି କୃତାର୍ଥ ହୋଇଛନ୍ତି । ବିଶେଷକରି ହ୍ୟୁମାନ ଚେନ (ମାନବ ଶୃଙ୍ଖଳ) ଦ୍ୱାରା ଶ୍ରଦ୍ଧାଳୁମାନେ ଠେଲାପେଲାରୁ ମୁକ୍ତି ପାଇ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରକୁ ପ୍ରବେଶ କରି ଦର୍ଶନ କରିଥିଲେ ।
ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ପୁରୀ ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିଲା । ମହୋଦଧିରେ ଲକ୍ଷାଧିକ ଭକ୍ତ ସ୍ନାନ କରିବା ସହ କଦଳୀ ପଟୁକା ବା ସୋଲ ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଡ଼ଙ୍ଗା ଭସାଇବା ସହ ଆ-କା-ମା-ବୈ, ପାନ ଗୁଆ ଥୋଇରେ ଗୁଞ୍ଜରିତ ହୋଇଥିଲା ସମଗ୍ର ବେଳାଭୂମି। ନିଜ ପରିବାର ତଥା ସାଙ୍ଗସାଥୀଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ତଟକୁ ଆସି ଡଙ୍ଗା ଭସାଇଥିଲେ। ଏଥିସହ ପବିତ୍ର କାର୍ତ୍ତିକ ମାସର ପୁର୍ଣ୍ଣିମା ପାଇଁ ହବିଷ୍ୟାଳୀ ମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିବା ସହିତ ଆଜିର ପ୍ରଥମ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ଲାଭ କରିଛନ୍ତି। ବିଶ୍ୱାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ, ଗଜାନନ ବେଶରେ ସ୍ନାନ ବେଦୀରେ ଭକ୍ତଙ୍କୁ ଦେବେ ଦର୍ଶନ
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉମାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଛି । ଆଉ କିଛି ସମୟ ପରେ ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ପୂର୍ବରୁ ସୁନାକୁଅ ବି ଶୋଧ ହୋଇ ସାରିଛି। ପୁଣି ହାତୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର।
ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିଛନ୍ତି ଜଗତରନାଥ ଶ୍ରୀଜଗନ୍ନାଥ। ଏହା ପରେ ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳ ଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ଗରାବଡୁ ସେବକମାନେ ୧୦୮ ଗଡ଼ୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦୀରେ ରଖିବେ। ପୂର୍ବାହ୍ନ ୧୧ଟା ୨୦ରୁ ସ୍ନାନବିଧି ଆରମ୍ଭ କରାଯିବ। ଜଳ ବିଜେ ଓ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିବେ। ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୨ଟା ୪୦ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟ ଛତା ସକାଳ ଧୂପ ଭୋଗ ସରିବ। କିନ୍ତୁ ମଙ୍ଗଳ ଆଳତି ସରିବା ପରଠାରୁ ନିରବଚ୍ଛିନ୍ନ ଭାବେ ସ୍ନାନବେଦୀ ସମ୍ମୁଖ ତଳ ର‍୍ୟାମ୍ପରେ ଭକ୍ତମାନେ ଦର୍ଶନ କରିପାରିବେ। ସନ୍ଧ୍ୟା ୬ରୁ ରାତି ସାଢେ ୯ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ରାତି ୧୦ଟାରେ ହାତୀବେଶ ମଇଲମ ହେବ। ଏହାପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ସରିବା ପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ୧୦ଟାରୁ ୧ଟା ମଧ୍ୟରେ ବାହୁଡା ପହଣ୍ଡି ଶେଷ କରାଯିବା ଲାଗି ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ସୁନାଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ। ଆରମ୍ଭ ହେବ ଅଣସର ନୀତି। ସ୍ନାନ ପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ମହାପ୍ରଭୁ ସୁସ୍ଥ ହୋଇ ଆସନ୍ତା ୧୯ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଜୁନ ୨୦ ତାରିଖରେ ରଥରେ ବସି ଯିବେ ଜନ୍ମବେଦୀକୁ।
ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଅନ୍ୟପକ୍ଷରେ ଘୋଷଯାତ୍ରା ବିଧି ଯୋଗୁ ପ୍ରାୟ ମାସେ ପର୍ଯ୍ୟନ୍ତ ରତ୍ନବେଦୀରେ ଆଉ ଦାରୁବିଗ୍ରହଙ୍କ ଦର୍ଶନ ମିଳିବ ନାହିଁ। ତେଣୁ ଶ୍ରୀମନ୍ଦିରରେ ଶନିବାର ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅପରପକ୍ଷେ ଚାରବନ୍ଧା ଏବଂ ସେନାପଟା ଲାଗି ଯୋଗୁ ଶୁକ୍ରବାର ରାତି ୧୦ଟାରୁ ଶନିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହାପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଭକ୍ତ।
ଆଜିଠୁ ତିନିଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ
ପୁରୀ: ଆଜିଠୁ ତିନିଦିନ ଯାଏଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନ ଘୋଷଣା କରିଛି । ସୋମବାରଠୁ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ଖୋଲିବାକୁ ଥିବା ବେଳେ, ନୂଆ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ଗଣେଶ ପୂଜା, ଦୁଇଦିନିଆ ସପ୍ତାହାନ୍ତ ଦର୍ଶନ ବନ୍ଦ ପରିପ୍ରେକ୍ଷୀରେ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ତେଣୁ ଲଗାତର ୩ଦିନ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ପରେ ସୋମବାରଠୁ ମନ୍ଦିର ଖୋଲିବା ପରେ ନୂଆ ଏସ୍ଓପି ଅନୁଯାୟୀ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ନୂଆ ଏସଓପିରେ କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରବିବାର ଦିନ ମନ୍ଦିରକୁ ବନ୍ଦ ରଖିବା ସହ ମନ୍ଦିରର ବାହାର ଓ ଭିତର ପାର୍ଶ୍ୱକୁ ସାନିଟାଇଜ କରିବ ଶ୍ରୀମନ୍ଦିର ପ୍ରଶାସନ । ଏହି ନୂଆ ଏସଓପି ଅନୁଯାୟୀ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅର୍ଥାତ୍ ସପ୍ତାହର ୬ ଦିନ ମନ୍ଦିର ଖୋଲାରହିବ । ସକାଳ ୬ଟାରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅନୁମତି ମିଳିଛି । ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଥିବାରୁ ସୋମବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ସପରିବାର ମହାପ୍ରସାଦ ସେବନ କରିପାରିବେ ।
ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ୧୦ ନୂଆ ସଦସ୍ୟ ମନୋନୀତ
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ପରିଚାଳନା କମିଟିକୁ ୧୦ ଜଣ ନୂଆ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କୁ ସଦସ୍ୟ କରାଯାଇଛି । ସେ ମୁକ୍ତିମଣ୍ଡପକୁ ପ୍ରତିନିଧିତ୍ୱ କରିବେ । ସେହିପରି ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ମଧ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର, ସୁଆର ମହାସୁଆର ନିଯୋଗ ଅନନ୍ତ ତିଆଡି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମଧ୍ୟ କମିଟିରେ ସଦସ୍ୟ ରହିବେ । ରାମକୃଷ୍ଣ ଦାସ ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧିତ୍ୱ କରିବେ । ଅନ୍ୟମାନଙ୍କ ମଧ୍ୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ଚାର୍ଟାଡ୍ ଆକାଂଉଟାଂଟ୍ ଶରତ ଚନ୍ଦ୍ର ଭଦ୍ରା ମଧ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।
ଆସନ୍ତାକାଲିଠୁ ଗୁଣ୍ଡିଚା ମନ୍ଦିରର ସ୍ୱତନ୍ତ୍ର ଷ୍ଟଲରେ ମିଳିବ ଆଡ଼ପ ଅବଢା
ପୁରୀ: ଶରଧାବାଲିରେ ତିନି ରଥ, ରଥାରୂଢ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ। ଆଜି ସନ୍ଧ୍ୟାରେ ଶରଧାବାଲିରୁ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ରତ୍ନବେଦୀରୁ ଜନ୍ମବେଦୀକୁ ଆସିବା ପରେ ଥକିଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାଳିଆ ଦେହ ଦରଜକୁ କମାଇବା ପାଇଁ ମଙ୍ଗଳ ଆଳତି ପରେ ସେବାୟତ ମାନେ କରିଥିଲେ ଘଷାମୋଡ଼ା। ସେପଟେ ଆସନ୍ତାକାଲିଠୁ ମିଳିବ ଆଡ଼ବ ଅବଢା। ଗୁଣ୍ଡିଚା ମନ୍ଦିର ଆଡ଼ପ ଅବଢ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅବଢ଼ା ବିକ୍ରି ବ୍ୟବସ୍ଥା। ସୁଆର ମହାସୁଆର ନିଯୋଗ ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେପଟେ ଶରଧାବାଲିରେ ରହିଛନ୍ତି ତିନି ରଥ। ରଥାରୂଢ ଠାକୁରଙ୍କର ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ଅପରାହ୍ନରେ ଆଡ଼ପ ମଣ୍ଡପ ବିଜେ ହେବେ ଚତୁର୍ଦ୍ଧାମୂର୍ତ୍ତି। ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୁରତି।
ଶ୍ରୀମନ୍ଦିରରୁ ତିନି ରଥକୁ ବିଜେ ହେଲା ଆଜ୍ଞାମାଳ
ପୁରୀ: ଶ୍ରୀମନ୍ଦିରରୁ ତିନି ରଥକୁ ବିଜେ ହେଲା ଆଜ୍ଞାମାଳ । ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ କରାଯିବ। ତିନି ବାଡ଼ରେ ପୂଜାପଣ୍ଡା ସେବକ ମାନେ ଏହି ଆଜ୍ଞା ମାଳ ବିଜେ କରାଇବେ। ଆଜ୍ଞା ମାଳ ବିଜେ ହୋଇ ବିଜେ କାହାଳୀ ବାଜିବା ପରେ ଵିଧି ପରମ୍ପରା ଅନୁସାରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ୱାରକୁ ବିଜେ କରାଯିବ। ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚିଛି।
ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍ଆଇ ଦାୟିତ୍ୱ ଦିଆ ଯାଇଛି। ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ। ଏଥିସହ ବଡ଼ଦାଣ୍ଡରେ ଥିବା ସବୁ ହୋଟେଲକୁ ମଧ୍ୟ ଖାଲି କରାଯାଇଛି । ବଡ଼ ଦାଣ୍ଡରେ ଥିବା ଘରର ଲୋକ ମାନେ ମଧ୍ୟ ଛାତ ଉପରେ ଠିଆ ହୋଇ ରଥ ଯାତ୍ରା ଦେଖିପାରିବେ ନାହିଁ । ଏଭଳି ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ ।
ସୁରକ୍ଷା ବଳୟ ଭାଙ୍ଗି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଲା ଗାଡ଼ି
ପୁରୀ: ଶ୍ରୀମନ୍ଦିର ସୁରକ୍ଷା କରିଡର ମଧ୍ୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ | ସୁରକ୍ଷା ବଳୟ ଭାଙ୍ଗି ଆଜି ଏକ ଗାଡ଼ି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ସମ୍ପୃକ୍ତ ଗାଡ଼ିରେ କେହି ଜଣେ ଅଧିକାରୀ ତାଙ୍କ ପରିବାରକୁ ନେଇ ଆସିଥିବା ବେଳେ 75ମିଟର କରିଡର ମଧ୍ୟରେ ଗାଡି ପାର୍କିଂ କରି ଦର୍ଶନ କରି ଫେରିଛନ୍ତି ।
ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ଏହା ଦେଖି ମଧ୍ୟ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଅରୁଣ ସ୍ତମ୍ଭ ନିକଟକୁ ଭିଆଇପି ଓ ଭିଭିଆଇପି ଗାଡି ଆସୁ ନଥିବା ବେଳେ ଏହି ଗାଡିଟି କିଭଳି ପହଞ୍ଚିଲା ତାହାର ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଘଟଣାରେ ଏସପି କେ.ଵିଶାଲ ସିଂହ କହିଛନ୍ତି କେଉଁ ପରିସ୍ଥିତିରେ ଗାଡିଟି ଗଲା,ସୁରକ୍ଷା ଜୋନ କଟକଣା ଉଲ୍ଲଘଂନ ହୋଇଛି କି ନାହିଁ ତାର ତଦନ୍ତ ହେବ।
ଭକ୍ତଙ୍କ ପାଇଁ ଜୁଲାଇ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
ମନ୍ଦିର ଖୋଲିବା ନେଇ ପୁଣି କଟକଣା ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ରଥ ଯାତ୍ରା ପରେ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ବନ୍ଦ କାରଣରୁ ଖାଁ ଖାଁ ବଡ଼ଦାଣ୍ଡ। ଭକ୍ତ ମାନେ ଚାହିଁ ରହିଛନ୍ତି କେବେ ଖୋଲିବ ମନ୍ଦିର ଆଉ ଆଖିରେ ଆଖି ମିଶାଇ ମନଭରି ଟିକେ କାଳିଆକୁ ଦେଖିବେ। ତେବେ ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ନୀଳାଦ୍ରି ବିଜେ ନୀତି ପରେ କୋଭିଡ ସ୍ଥିତି ଦେଖି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଏନେଇ ବସିଥିବା ବୈଠକରେ ସେବାୟତଙ୍କ ସହ ବ୍ୟାପକ ଆଲୋଚନା ପରେ ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି। ଆଗରୁ ଲକଡାଉନ୍‌ ପାଇଁ ୧୭ ଜୁନ୍‌ ପର୍ଯ୍ୟନ୍ତ କଟକଣା ରହିଥିଲାୟ।
କରୋନାରେ ମାତିଲେ ଚୋର, ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ଦାନବାକ୍ସରୁ ଲୁଟ
ପୁରୀ: ଠାକୁରଙ୍କ ସମ୍ପତିକୁ ମଧ୍ୟ ଛାଡ଼ୁନାହାନ୍ତି ଚୋର। ତାକୁ ଚୋରି କରିବାକୁ ଟିକେ ବି ପଛଘୁଞ୍ଚା ଦେଉନାହାନ୍ତି ଚୋରମାନେ। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।
ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି । ହେଲେ ୨୪ ଘଣ୍ଟିଆ ପୋଲିସ ପହରା ସତ୍ୱେ କିପରି ଚୋରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଏପର୍ଯ୍ୟନ୍ତ ଚୋର ଧରାପଡିନଥିବା ବେଳେ ଆଉ ଗୋଟିଏ ମନ୍ଦିରରୁ ଚୋରି ହେବା ପରେ ସୁରକ୍ଷା ବ୍ୟବସ୍ଥାର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି।