emraan hashmi - The Sakala

'ଆୱାରାପନ୍ ୨' ଟିଜର ରିଲିଜ୍: ୧୯ ବର୍ଷ ପରେ ଶିବମ୍ ପଣ୍ଡିତ୍ ରୂପରେ ଫେରିଲେ ଇମ୍ରାନ୍ ହାସମୀ
ବଲିଉଡ ଦର୍ଶକଙ୍କ ପାଇଁ ଏକ ବଡ଼ ଖବର। ୨୦୦୭ ମସିହାର ସୁପରହିଟ୍ ତଥା କଲ୍ଟ କ୍ଲାସିକ୍ ଫିଲ୍ମ 'ଆୱାରାପନ୍'ର ସିକ୍ୱେଲ୍ 'ଆୱାରାପନ୍ ୨'ର ଟିଜର ଶେଷରେ ରିଲିଜ୍ ହୋଇଛି। ପ୍ରାୟ ୧୯ ବର୍ଷ ପରେ ବଲିଉଡ୍ ଅଭିନେତା ଇମ୍ରାନ୍ ହାସମୀ ପୁଣିଥରେ ନିଜର ଆଇକନିକ୍ ଚରିତ୍ର ଶିବମ୍ ପଣ୍ଡିତ୍ ରୂପରେ ପରଦାକୁ ଫେରୁଛନ୍ତି। ରିଲିଜ୍ ହେବା ମାତ୍ରେ ହିଁ ଏହି ଟିଜର ଦର୍ଶକଙ୍କ ମଧ୍ୟରେ ଭାରି ଉତ୍ସାହ ସୃଷ୍ଟି କରିଛି। ନଷ୍ଟାଲଜିଆ, ଦମଦାର୍ ମ୍ୟୁଜିକ୍ ଏବଂ ଜବରଦସ୍ତ ଡାଏଲଗ୍‌ରେ ଭରା ଏହି ଟିଜର ସୋସିଆଲ୍ ମିଡିଆରେ ବର୍ତ୍ତମାନ ଟ୍ରେଣ୍ଡ୍ କରୁଛି।

ଟିଜରରେ ଦମଦାର୍ ଡାଏଲଗ୍ ଏବଂ ନଷ୍ଟାଲଜିଆ

ଟିଜରର ଆରମ୍ଭରେ ଇମ୍ରାନ୍ ହାସମୀ ଏକ ବାଇକ୍ ଚଲାଉଥିବାର ନଜର ଆସିଛନ୍ତି ଏବଂ ବ୍ୟାକ୍‌ଗ୍ରାଉଣ୍ଡରେ ଏକ ଦମଦାର୍ ଡାଏଲଗ୍ ଶୁଣିବାକୁ ମିଳୁଛି, "କିଛି ଲୋକଙ୍କ କାହାଣୀ ସେମାନଙ୍କ ଇଚ୍ଛାରେ ଶେଷ ହୁଏନାହିଁ, ସେମାନଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ଲେଖାଯାଇଥାଏ।" ଏହା ସହିତ ସେ ପ୍ରଥମ ଫିଲ୍ମର ହିରୋଇନ୍ ଆଲିୟା ହମିଦ୍ (ଶ୍ରିୟା ଶରଣଙ୍କ ଚରିତ୍ର)ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ପ୍ରଶଂସକଙ୍କୁ ସବୁଠାରୁ ଅଧିକ ଭାବପ୍ରବଣ କରିଛି ଫିଲ୍ମର ଆଇକନିକ୍ ଗୀତ 'ତୋ ଫିର୍ ଆଓ'ର ନୂଆ ଭର୍ସନ୍, ଯାହା ଟିଜରର ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଛି। ଇମ୍ରାନଙ୍କ ଆଉ ଏକ ଡାଏଲଗ୍, "ଦର୍ଦ ସେ ପୁରାନା ରିସ୍ତା ହୈ ମେରା" (ଯନ୍ତ୍ରଣା ସହ ମୋର ପୁରୁଣା ସମ୍ପର୍କ ଅଛି) ଏବଂ ଶେଷରେ "ଇସ୍ ବାର୍ ୟା ତୋ ୟେ ଆୱାରାପନ୍ ଖତମ୍ ହୋଗା ୟା ମେଁ" ଦର୍ଶକଙ୍କ ଲୋମ ଟାଙ୍କୁରି ଦେଇଛି।

ଷ୍ଟାର୍ କାଷ୍ଟ୍ ଏବଂ ରିଲିଜ୍ ଡେଟ୍

ଏହି ସିକ୍ୱେଲରେ ଇମ୍ରାନ୍ ହାସମୀଙ୍କ ସହ ଲିଡ୍ ରୋଲରେ ଦିଶା ପାଟନୀ ନଜର ଆସୁଛନ୍ତି। ଟିଜରରେ ଦିଶାଙ୍କ ବ୍ୟତୀତ ବର୍ଷୀୟାନ୍ ଅଭିନେତ୍ରୀ ଶବାନା ଆଜମୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଏହି ଫିଲ୍ମଟିକୁ ନିର୍ଦ୍ଦେଶକ ନିତିନ୍ କକ୍କର ନିର୍ଦ୍ଦେଶନା ଦେଉଥିବା ବେଳେ ବିଶେଷ ଫିଲ୍ମସ୍ ବ୍ୟାନରରେ ବିଶେଷ ଭଟ୍ଟ ଏହାର ପ୍ରଯୋଜନା କରୁଛନ୍ତି। ଆସନ୍ତା ୧୪ ଅଗଷ୍ଟ ୨୦୨୬ରେ ଏହା ସିନେମାଘରକୁ ଆସିବ ବୋଲି ନିର୍ମାତା ଘୋଷଣା କରିଛନ୍ତି।

କଲ୍ଟ କ୍ଲାସିକ୍ ଥିଲା ୨୦୦୭ର 'ଆୱାରାପନ୍'

ସୂଚନାଯୋଗ୍ୟ ଯେ, ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଅରିଜିନାଲ୍ ଫିଲ୍ମ 'ଆୱାରାପନ୍' ୨୯ ଜୁନ୍ ୨୦୦୭ରେ ରିଲିଜ୍ ହୋଇଥିଲା। ଯଦିଓ ଆରମ୍ଭରୁ ଏହା ବକ୍ସ ଅଫିସରେ ବିଶେଷ ସଫଳତା ପାଇନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର କାହାଣୀ, ଇମ୍ରାନଙ୍କ ଅଭିନୟ ଏବଂ ଲୋକପ୍ରିୟ ସଙ୍ଗୀତ ଯୋଗୁଁ ଏହା ଏକ 'କଲ୍ଟ କ୍ଲାସିକ୍'ର ମାନ୍ୟତା ଲାଭ କରିଥିଲା। ଏବେ ୧୯ ବର୍ଷ ପରେ ପୁଣିଥରେ ସେହି ଆବେଗ, ଯନ୍ତ୍ରଣା ଏବଂ ପ୍ରତିଶୋଧର କାହାଣୀକୁ ନେଇ ଶିବମ୍ ପଣ୍ଡିତ୍ ଫେରୁଥିବାରୁ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

‘ଟାଇଗର- ୩’ରେ ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ପାଇଁ ଖର୍ଚ୍ଚ ହେବ ୧୦ କୋଟି
ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ ଏବେ ତାଙ୍କ ଫିଲ୍ମ ‘ଟାଇଗର ୩’କୁ ନେଇ  ଚର୍ଚ୍ଚାରେ ଅଛନ୍ତି। ନିକଟରେ ସଲମାନ୍‌ ଏହାର ଏକ ଭିଡିଓ ଜାରି କରି ଫିଲ୍ମର ଆରମ୍ଭ ନେଇ ଔପଚାରିକ ଘୋଷଣା କରିଛନ୍ତି। ‘ଟାଇଗର ୩’ ସଲମାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’  ଫିଲ୍ମର ତୃତୀୟ ସଂସ୍କରଣ ହେବ। ଏହି ଫିଲ୍ମରେ ଖଳନାୟକ ଭାବେ ଦେଖାଯିବେ ଅଭିନେତା ଇମ୍ରାନ୍‌ ହାସ୍‌ମୀ। ଫିଲ୍ମରେ  ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ଲାଗି ନିର୍ମାତା ଅଧିକ ୧୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ସଲମାନ୍‌ଙ୍କ ପ୍ରତ୍ୟେକ ଫିଲ୍ମରେ ହିରୋର ଏଣ୍ଟ୍ରି ପାଇଁ ସ୍ବତନ୍ତ୍ର ସିନ୍‌ ସୁଟ୍‌ କରାଯାଇଥାଏ।  ସେହିଭଳି ‘ଟାଇଗର -୩’ ଲାଗି ମଧ୍ୟ ଏହି କାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅବଶ୍ୟ ଏଥର ଖଳନାୟକ ପାଇଁ ଏପରି ଏକ ବଡ଼ ଆକାରର ଅର୍ଥ ଖର୍ଚ୍ଚ କରାଯିବ।

‘ଟାଇଗର୍-୩’ରେ ସଲମାନ୍-କ୍ୟାଟ୍ରିନାଙ୍କ ଏଣ୍ଟ୍ରି ସିନ୍‌ ପାଇଁ ମଧ୍ୟ ଜବରଦସ୍ତ ଅର୍ଥ ଖର୍ଚ୍ଚ କରାଯିବ। ତେବେ ମନୀଷ ଶର୍ମା, ଆଦିତ୍ୟ ଚୋପ୍ରା ଏବଂ ଷ୍ଟଣ୍ଟ ଟିମ୍‌ ଇମରାନ୍‌ଙ୍କ ସ୍ବତନ୍ତ୍ର ଏଣ୍ଟ୍ରି ଦେଖାଇବା ଲାଗି ଏକ ଆକ୍ସନ ସିନ୍ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ହାରାହାରି ଦଶ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ସିନ୍‌ର ସୁଟିଂ ଚଳିତ ମାସ ଶେଷ ଆଡକୁ କରାଯିବ। ଏହି ଫିଲ୍ମରେ ସଲମାନ ଓ ଇମ୍ରାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖୀବାକୁ ପାଇବେ ପ୍ରଶଂସକ। ଫିଲ୍ମର ସୁଟିଂ ମୁମ୍ବାଇସ୍ଥିତ  ୟଶରାଜ ଷ୍ଟୁଡିଓରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସଲମାନ୍‌ ଓ କ୍ୟାଟ୍ରିନା ସୁଟିଂ ଆରମ୍ଭ କରିଛନ୍ତି। ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ ହୋଇଥିବାରୁ ସଲମାନ୍‌ ଅଧିକ ସମୟ ଜିମ୍‌ରେ କାଟୁଥିବାର ଦେଖାଯାଇଛି। ଏନେଇ ନିକଟରେ ସଲମାନ୍‌ ଏକ  ଛୋଟ ଭିଡ଼ିଓ କ୍ଲିପ୍‌ ସେୟାର କରିଛନ୍ତି। ଏହି ଭିଡିଓରେ ସଲମାନ୍‌ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖୀବାକୁ ମିଳିଛି।

‘ଚେହେରେ’ର ପୋଷ୍ଟର୍‌ ରିଲିଜ୍
ବିଗ୍‌ ବି ଅମିତାଭ ଓ ଇମ୍ରାନ୍‌ ହାସ୍‌ମୀଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚେହେରେ’ର ପୋଷ୍ଟର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ଅମିତାଭ-ଇମ୍ରାନ୍‌ଙ୍କ ଯୋଡ଼ି ପରଦା ଉପରେ ଦେଖିବାକୁ ମିଳିବ। ଫିଲ୍ମର ରିଲିଜ୍ ଡେଟ୍ ପ୍ରକାଶ ପାଇବା ପରେ ଏହାର ଜୋରସୋରରେ ପ୍ରମୋସନ୍‌ କରାଯାଉଛି। ଏହାର ଟିଜର୍‌ ମାର୍ଚ୍ଚ ୧୧ରେ ରିଲିଜ୍‌ ହେବ। ଏହା ଏକ ମିଷ୍ଟ୍ରି ଥ୍ରିଲର୍‌ ଫିଲ୍ମ ହେବ। ଅପ୍ରେଲ୍ ୩୦ରେ ଏହି ଫିଲ୍ମ ପରଦା ଉପରକୁ ଆସିବ। ୨୦୨୧ରେ ଅମିତାଭଙ୍କ ଏହା ପ୍ରଥମ ରିଲିଜ୍‌ ହେବ। ‘ଚେହେରେ’ରେ ଅନୁ କପୁର, କ୍ରିଷ୍ଟାଲ୍ ଡିସୁଜା, ଧୃତିମାନ ଚକ୍ରବର୍ତ୍ତୀ, ରଘୁବୀର ଯାଦବ ଓ ସିଦ୍ଧାନ୍ତ କପୁର ଆଦି ଅଭିନୟ କରୁଛନ୍ତି।

‘ଟାଇଗର୍-୩’ରେ ଇମ୍ରାନ୍
ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କ ଆଗାମୀ ବିଗ୍ ବଜେଟର ଫିଲ୍ମ ମଧ୍ୟରେ ‘ଟାଇଗର୍-୩’ ରହିଛି। ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଇମ୍ରାନ୍ ହାସମି ନଜର ଆସିବେ। ଅବଶ୍ୟ ଇମ୍ରାନଙ୍କୁ ନେଇ ସେହିଭଳି କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ‘ଦ ଡାର୍ଟି ପିକଚର୍’ ଫିଲ୍ମ ପରେ ଇମ୍ରାନ ଗୋଟିଏ ବି ହିଟ୍ ଫିଲ୍ମ ଦେଇ ପାରିନାହାନ୍ତି। ଲଗାତାର ତାଙ୍କ ଫିଲ୍ମଗୁଡିକ ଫ୍ଲପ୍ ହୋଇ ଚାଲିଛି।

ଫିଲ୍ମ ଫ୍ଲପ୍ ହେବା ସତ୍ତ୍ବେ ‘ହମାରି ଅଧୁରି କହାନୀ’, ‘ବାଦଶାହୋ’ ଆଦି ଫିଲ୍ମରେ ଇମ୍ରାନଙ୍କ ଅଭିନୟକୁ ପ୍ରଶଂସା କରାଯାଇଛି। ଇମ୍ରାନଙ୍କ ଅଭିନୀତ ତିନି ଚାରୋଟି ଫିଲ୍ମ ଏବେ ମୁକ୍ତିଲାଭ ଅପେକ୍ଷାରେ। କରୋନା ମହାମାରୀ ଯୋଗୁଁ ଏହି ଫିଲ୍ମଗୁଡ଼ିକ ରିଲିଜ୍ ହୋଇପାରିନାହିଁ। ଇମ୍ରାନ ମଧ୍ୟ ତାଙ୍କ କ୍ୟାରିୟରରେ ସୁଧାର ଆଣିବା ପାଇଁ ଏହି ଫିଲ୍ମ ସାଇନ୍ କରିଥ଄ବା କଥା ଚର୍ଚ୍ଚା ହେଉଛି। ‘ଟାଇଗର୍-୩’ର ସୁଟିଂ ଆସନ୍ତା ମାସରୁ ମୁମ୍ବାଇରେ ଆରମ୍ଭ ହେବ।