A day for Love - The Sakala

ଆଜି ଭାଲେଣ୍ଟାଇନ୍ସ ଡେ’, ପ୍ରେମକୁ ସାଥୀଙ୍କ ସାମ୍ନାରେ ପରିପ୍ରକାଶ କରିବାର ଦିନ
ପ୍ରେମ ଶାଶ୍ୱତ, ଚିରନ୍ତନ, ନୈସର୍ଗିକ ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ ପାଳନ କରାଯାଏ। ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡି ଡେ, ପ୍ରମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ଶିଡ଼ି ଚଢ଼ି ଭାଲେଣ୍ଟାଇନ୍ସ ଡେ’ରେ ପହଞ୍ଚେ। ପ୍ରେମୀ ଯୁଗଳଙ୍କ ପାଇଁ ଏହା ଏକ ବହୁ ପ୍ରତୀକ୍ଷିତ ଦିନ।  ଦୁଇ ହୃଦୟର ମିଳନରେ ଆରମ୍ଭ ହୁଏ ପ୍ରେମ । ପ୍ରେମ ସଫଳ କିମ୍ବା ବିଫଳ ହୋଇପାରେ କିନ୍ତୁ ଅନୁଭବ ସବୁବେଳେ ଅନନ୍ୟ। ସମାଜର ଆକଟ ପାଇଁ ପ୍ରେମ କେବେ ଯନ୍ତ୍ରଣା ଦିଏ ଆଉ କେବେ ଦୁଇ ହୃଦୟର ମିଳନ ଆତ୍ମାକୁ ଶାନ୍ତି ଦେଇଥାଏ ।

ପ୍ରକୃତିର ସିନା ୬ ଋତୁ ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ। ଏହି ସାତ ଋତୁକୁ ପ୍ରେମ ଋତୁ ବୋଲି କୁହାଯାଏ। ସେହିପରି ଇତିହାସ ହେଉ କି କିମ୍ବଦନ୍ତୀ, ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ । କେଦାର ଗୌରୀ ହୁଅନ୍ତୁ କି ହୀର ରାଞ୍ଝା, ଲୈଲା ମଜନୁ। ଏସବୁର ଉଦାହରଣ ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣା । ସତ୍ୟ, ତ୍ରେତୟା, ଦ୍ୱାପର, କଳି ପ୍ରତ୍ୟେକ ଯୁଗରେ ପ୍ରେମ ରହିଆସିଛି, ଆଉ ଆସନ୍ତାକାଲି ବି ରହିବ।

ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ନୂଆ ପରିଚୟ ଦେଇଛନ୍ତି ଆଜିର ଯୁବପିଢ଼ି । ବସନ୍ତ ଋତୁର ମଳୟ ପବନରେ ପୁଲକିତ ହୋଇଉଠେ ପ୍ରେମୀ ଯୁଗଳଙ୍କ ମନ ଏବଂ ହୃଦୟ । ଗୋଲାପ ଦିଆନିଆରୁ ପଡ଼ିଥାଏ ପ୍ରେମ ସପ୍ତାହର ମୂଳଦୁଆ। ପ୍ରେମ ସପ୍ତାହର ଅନ୍ତିମ ଦିନରେ ନିଜର ମନର ମଣିଷ ଆଗରେ ହୃଦୟର କଥା କହି ଭାଲେଣ୍ଟାଇନ୍ସ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଯୁବପିଢ଼ି କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ରଙ୍ଗ ବେରଙ୍ଗର ଗୋଲାପ ଫୁଲ ସାଙ୍ଗକୁ ଚକୋଲେଟ୍, ଟେଡି ବିୟର, କାର୍ଡ ଦେଇ ପ୍ରେମଦିବସ ପାଳନ କରନ୍ତି ପ୍ରେମପକ୍ଷୀ । ଏହି ଦିନରେ ପ୍ରେମୀଯୁଗଳ ହୃଦୟ ଯୋଡ଼ିବା ସହ ଭବିଷ୍ୟତ ପାଇଁ ସୁନେଲି ସ୍ବପ୍ନ ଦେଖନ୍ତି । ଯେତେ ବି ବାଧାବିଘ୍ନ ଆସୁ ନା କାହିଁକି ଜୀବନ ସାରା ଏକାଠି ରହିବାକୁ ପରସ୍ପରକୁ କଥା ଦେଇଥାନ୍ତି। ଭାଲେଣ୍ଟାଇନ୍ସ ଡେ’ରେ କିଏ ବିତିଯାଇଥିବା ଦିନର ମିଠାମିଠା ସ୍ମୃତିକୁ ମନେ ପକାଏ ତ ଆଉ କିଏ ନୂଆନୂଆ ଆରମ୍ଭ ହୋଇଥିବା ସମ୍ପର୍କକୁ ମଜଭୁତ କରିବାକୁ ଚେଷ୍ଟା କରେ। ପ୍ରେମର ପରିଭାଷା ପରିପ୍ରକାଶ କରିବା ପାଇଁ ଗୋଟିଏ ଜୀବନ କ’ଣ ସାତ ଜନ୍ମ ମଧ୍ୟ କମ୍‌ ପଡିଯାଇଥାଏ । ତଥାପି ଗୋଟିଏ ଦିନ ନିଜ ମନର ମଣିଷ ସହ ଏକାନ୍ତରେ କାଟିବା ଉଦ୍ଦେଶ୍ୟରେ ପ୍ରେମୀ ଯୁଗଳ ଭାଲେଣ୍ଟାଇନ୍ସ ଡେକୁ ସାରା ବର୍ଷ  ଅପେକ୍ଷା କରିଥାନ୍ତି। ଏସବୁ ଭିତରେ ବି ପ୍ରେମକୁ ଗୋଟିଏ ଦିବସ କିମ୍ବା ଗୋଟିଏ ସପ୍ତାହ ଭିତରେ ବାନ୍ଧି ରଖିବା ଅସମ୍ଭବ । ମଣିଷର ମୃତ୍ୟୁ ପରେ ବି ତା ପ୍ରେମ ଅନ୍ୟ ପାଇଁ ଉଦାହରଣ ସାଜେ। ସେଥିପାଇଁ ତ ରୋମିଓ ଜୁଲିଏଟଙ୍କଠୁ ଆରମ୍ଭ କରି ଅନେକ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ଆଜି ବି ଅମର ହୋଇ ରହିଛି ।

ତେବେ ଭାଲେଣ୍ଟାଇନ୍ସ ଡେ’ କୌଣସି ଦିବସର ନାଁ ନୁହେଁ, ରୋମ୍‌ର ଜଣେ ସନ୍ଥଙ୍କ ନାମ। ଭାଲେଣ୍ଟାଇନ୍ସ ଡେ’ର ପର୍ବ ଆରମ୍ଭ ହୁଏ ରୋମାନ ରାଜତ୍ୱ କାଳରୁ । ରୋମରେ ସେତେବେଳେ ଶାସନ କରୁଥାନ୍ତି ଅତି ନିଷ୍ଠୁର ଶାସକ କ୍ଲାଉଡିୟସ୍ ଦ୍ୱିତୀୟ । ଅତି କ୍ରୁର ଓ କଠୋର ଶାସନ ପାଇଁ ତାଙ୍କର ସେନା ବାହିନୀରେ କୌଣସି ଯୁବକ ଯୋଗ ଦେବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ତାଙ୍କର ଭ୍ରାନ୍ତ ଧାରଣା ଥିଲା ଯେ, ରାଜ୍ୟର ସବୁ ଲୋକେ ସେମାନଙ୍କର ପ୍ରିୟଜନ ଓ ପରିବାରଙ୍କ ସହ ଅୟସ ଆରାମରେ ଜୀବନ ବିତାଉଥିବାରୁ ସେନାବାହିନୀରେ କେହି ଯୋଗ ଦେଉନାହାଁନ୍ତି। ସେଥିପାଇଁ ସେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ନିଷେଧାଦେଶ ଜାରି କରିଥିଲେ ଏବଂ ଆଉ ଏକ ତାଙ୍କର ଧାରଣା ଥିଲା ଯେ ସେନାବାହିନୀର ସିପାହୀମାନେ ସେମାନଙ୍କ ପ୍ରେମିକା ସହ ସଂପର୍କ ରଖିବା ବା ବିବାହ କରିବା ଦ୍ୱାରା ଶକ୍ତିହୀନ ହୋଇଯିବେ। ସେଥିପାଇଁ ସେମାନଙ୍କୁ ନାନା କଟକଣା ଜାରି କରିଥିଲେ । ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚିଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜଣାପଡ଼ିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେଣ୍ଟାଇନ୍। ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟାଦ୍ଦ ୨୬୯ରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେବେଠାରୁ, ଏହି ଦିନଟିକୁ ପ୍ରେମ ଏବଂ ସମର୍ପଣର ପ୍ରତୀକ ଭାବରେ ବିବେଚନା ହେଲା ଓ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ’ ଭାବରେ ପାଳନ ଆରମ୍ଭ ହେଲା। ସନ୍ଥ ଭାଲଣ୍ଟୋଇନ୍‌ଙ୍କ ମୃତ୍ୟୁକୁ ଇତିମଧ୍ୟରେ ଶହ ଶହ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଏହି ଦିନଟି ବିଶ୍ବବାସୀଙ୍କୁ ପ୍ରେମ ହିଁ ଜୀବନ ବୋଲି  ବାର୍ତ୍ତା ଦେଇଚାଲିଛି ।