Senior Leader of BJD - The Sakala

ଆଜି ପଞ୍ଚଭୂତରେ ବିଲୀନ ହେବ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର, ବିଜେଡି ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳି
ଆଜି ପଞ୍ଚଭୂତରେ ବିଲୀନ ହେବ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ମରଶରୀର। ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମକର୍ତ୍ତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିଜେଡି କାର୍ଯ୍ୟାଳୟ ପରେ ବିଧାନସଭା ନିଆଯାଇଥିଲା ମରଶରୀର ।

ବିଧାନସଭା ପରିସରରେ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବାଚସ୍ପତିଙ୍କ ସମେତ ଦଳୀୟ ବିଧାୟକ । ଏହାପରେ ନିଜ କର୍ମଭୂମି ତଥା ଜନ୍ମଭୂମି ବାସୁଦେବପୁର ଓ ତିହିଡି ନିଆଯାଉଛି । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଧବାର ସନ୍ଧ୍ୟା ସାଢ଼େ ୫ଟାବେଳେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ । କୋଭିଡ୍‌ରୁ ମୁକ୍ତ ହେବା ପରେ ବି ଜଟିଳ ରୋଗ (କୋମର୍‌ବିଡିଜ୍‌)ରେ ପୀଡ଼ିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

ବିଜୟଶ୍ରୀ ରାଉତରାୟ ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା ଥିଲେ । ୧୯୯୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୬ଥର ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି ବିଜୟଶ୍ରୀ । ଜଙ୍ଗଲ ପରିବେଶ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଶ୍ରମ ଓ ପର୍ଯ୍ୟଟନ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ୱ ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ସେ ବିଧାନସଭାର ବିଭିନ୍ନ ଗୃହ କମିଟିର ସଦସ୍ୟ ଭାବେ କାମ କରିଥିଲେ । ବିଜୟଶ୍ରୀ ରାଉତରାୟ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ।