Moa Poster - The Sakala

ରାୟଗଡାରେ ମାଓ ସଂଗଠନ ସକ୍ରିୟ, ମାଓ ବ୍ୟାନର ଲଗାଇ ସଂଗଠନ ରହିଛି ବୋଲି ଉଲ୍ଲେଖ
ରାୟଗଡା: ରାୟଗଡାରେ ପୁଣି ମାଓ ଆତଙ୍କ ଦେଖାଦେଇଛି । ଆସନ୍ତା ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଓଡିଶାକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛନ୍ତି ମାଓ ସଂଗଠନ। ରାୟଗଡା ସହରରୁ ମାତ୍ର ଦେଢ କି.ମି ଦୁରରେ ଥିବା  ରାୟଗଡା - ବାଇଶିଙ୍ଗ ମୁଖ୍ୟ ରାସ୍ତାର ଧୁମାଗୁଡା ଗ୍ରାମ ନିକଟରେ ମାଓ ବ୍ୟାନର ଲଗାଯାଇଛି। ମାଓବାଦୀ ରାଜ୍ୟ ସଂପାଦକ ମେଘ ଜାନି ଓ ଡମ୍ବୁରୁ ମାଝୀଙ୍କ ନାଁରେ ଲାଗିଥିବା ଏହି ପୋଷ୍ଟରରେ ମାଓନେତା ସବ୍ୟସାଚୀ ପଣ୍ଡା, ଆଜାଦ୍, ଉଦୟ ଓ ନିଖିଲ ଆଦିବାସୀ ନ ଥିବା ଉଲେଖ କରାଯିବା ସହ ଜିଲ୍ଲାରେ ଗଢିଉଠିଥିବା କମ୍ପାନୀମାନେ ଲୋକଙ୍କୁ ଶୋଷଣ ନକରି ନିରବ ରହିବାକୁ ଉଲ୍ଲେଖ କରାଯାଇଛି। କେବିକେ ମାଓ ଡିଭିଜନ୍ ପକ୍ଷରୁ ଏହି ବ୍ୟାନର ଲଗାଯାଇଛି । ପୋଷ୍ଟରରେ ସଂଗଠନ ସବୁବେଳ ପାଇଁ ରହିଛି ରହିବ ବୋଲି ଉଲ୍ଲେଖ ରହିଛି।

ତେବେ ମାଓ ପୋଷ୍ଟର ଲାଗିବା ପରେ ଧୁମାଗୁଡା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରେ ରାୟଗଡା ଜିଲ୍ଲା ପୋଲିସ ପହଞ୍ଚିନଥିବା ବେଳେ ସିଆରପିଏଫ ଯବାନମାନେ ଆସି ବ୍ୟାନରକୁ ହଟେଇଛନ୍ତି। ସିଆରପିଏଫ ର ସ୍ବତନ୍ତ୍ର ବୋମ୍ ସ୍କ୍ବାଡ ଘଟଣାସ୍ଥଳକୁ ଆସି ଯାଞ୍ଚ୍ କରିଛନ୍ତି। ସେହିପରି ଆତଙ୍କିତ ନ ହେବା ପାଇଁ ସ୍ଥାନୀୟ ଲୋକଙ୍କୁ କହିଛନ୍ତି। ପ୍ରକାଶ ଥାଉ କି ନିକଟରେ ମାଓନେତା ନିଖିଳ, ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଓଡିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟମାନଙ୍କୁ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଖିଳ ଆହ୍ୱାନ କରିଥିଲେ ।