ratnabhandar census - The Sakala

ଆସନ୍ତାକାଲିଠାରୁ ସ୍ଥଗିତ ରହିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ
ପୁରୀ: ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ, ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି। ସେହିପରି ଆଗାମୀ ପର୍ବପର୍ବାଣୀ, ବିଶେଷ କରି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଅଛି। ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଅଛି।

ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ ସହ ରଥଯାତ୍ରା ପାଇଁ ବିଭିନ୍ନ ବୈଠକ ଆୟୋଜିତ ହେବ। ଏଣୁ ଆସନ୍ତାକାଲି ଠାରୁ ରତ୍ନଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟକୁ ସ୍ଥଗିତ ରଖାଯିବା ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଜୁନ୍ ମାସରେ ପୁନର୍ବାର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟ କରାଯିବା ନେଇ ଦିନ ସ୍ଥିରୀକୃତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଅଛନ୍ତି।

ଆସନ୍ତା ୧୧ ଓ ୧୨ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି
ପୁରୀ: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଏବଂ ରବିବାର ଠାକୁରଙ୍କ ହଳଦୀ ପାଣି ନୀତି ରହିଛି। ଏଣୁ ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ସେଥିପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରଖାଯାଇଛି। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଆସନ୍ତା ୧୧ ତାରିଖରୁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ପରେ ଆଉ କେଉଁ ଦିନ ଗଣତି ମଣତି କାର୍ଯ୍ୟ କରାଯିବ ସେନେଇ ସୂଚନା ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଆଜିଠୁ ହେବ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, କେବଳ ବାହାର କାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ
ପୁରୀ: ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି ଆଜିଠାରୁ ଆରମ୍ଭ ହେବ। ପୂର୍ବରୁ ଅର୍ଥାତ୍‌ ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାର ଗଣତିମଣତି ସରିଥିବା ବେଳେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତିମଣତି କରାଯିବ। ଏହା ଏପ୍ରିଲ ୮, ୯, ୧୦ ଓ ୧୧ ତାରିଖ ଲଗାତାର ୪ଦିନ ଧରି ଚାଲିବା ପରେ ପରବର୍ତ୍ତୀ ଗୋଟିଏ ଦିନ  ଅର୍ଥାତ୍‌ ରବିବାର ବନ୍ଦ ରହିବ। ପୁନଶ୍ଚ ୧୩, ୧୬, ୧୭ ଓ ୧୮ତାରିଖରେ ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଆଧାରରେ ଗଣତିମଣତି ହେବ। ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଙ୍ଗ୍‌ କରାଯିବ। ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରଖାଯିବ। ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିପାରିବେ। କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତିମଣତି ଦିନମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତରକାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ। ଏଣୁ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟରେ ପୂର୍ବପରି ପୂର୍ଣ୍ଣ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ୧୮ତାରିଖ ପରେ ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଆଗୁଆ ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଥାଉ କି, ଶେଷଥର ପାଇଁ ୧୯୭୮ ମସିହାରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତିମଣତି ହୋଇଥିଲା। ମେ’ ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୭୦ଦିନ ଧରି ଏହା ଚାଲିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶିତ ରତ୍ନଭଣ୍ଡାର ପୁସ୍ତକ ଅନୁଯାୟୀ, ବାହାର ରତ୍ନଭଣ୍ଡାର ଘରେ ୭୯ ପ୍ରକାରର ୮୧.୦୭ କେଜିର ସ୍ୱର୍ଣ୍ଣ, ୩୯ ପ୍ରକାରର ୪୬.୦୭ କେଜିର ରୁପା ଅଳଙ୍କାର ରହିଛି। ରତ୍ନଅଳଙ୍କାର ଗଣତିମଣତି ବେଳେ ତାହାକୁ ମେଳକ କରାଯିବ।

ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ
ପୁରୀ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି । ଏପ୍ରିଲ ୮, ୯ ଓ ୧୦ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି କାର୍ଯ୍ୟ ହେବ । ଗଣତମଣତି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ୱା ନୀତିକାନ୍ତିରେ କିଭଳି ବାଧାପ୍ରାପ୍ତ ନହେବ ସେନେଇ ଗୁରୁତ୍ବ ଦିଆଯିବ । ଏହା ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ମନ୍ତ୍ରୀ କହିଛନ୍ତି କି, ରଥଯାତ୍ରା ପାଇଁ ୬ ମାସ ଆଗରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ତାପରେ ଭିତର ରତ୍ନ ଭଣ୍ଡାର ଗଣତିମଣତି ହେବ । ଆଶା କରାଯାଉଛି ସବୁ କାମ ଠିକଣା ସମୟରେ ସରିବ । ସେହିପରି ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥର ରଥଯାତ୍ରାକୁ ସୁରୁଖୁରରେ କରିବାକୁ ୬ ମାସ ଆଗରୁ ପ୍ରସ୍ତୁତି ବୈଠକ ବସିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି। ବଡ଼ଦାଣ୍ଡକୁ ଯେପରି ଅଧିକ ଗାଡ଼ି ପ୍ରବେଶ ନକରିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି। ରଥଦାଣ୍ଡକୁ ସଂଲଗ୍ନ ରାସ୍ତା ଗୁଡ଼ିକର ପ୍ରସସ୍ତିକରଣ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି।

ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ, ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ
ପୁରୀ: ଦୀର୍ଘ ୪୭ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତିକୁ ନେଇ ଯେଉଁ ଆଶା ଆଶଙ୍କା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ । ଶୁଭ ମୁହୂର୍ତ୍ତ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ବୁଧବାର ଅର୍ଥାତ ଆଜି ମଧ୍ୟାହ୍ନ ୧୨ଟା ୯ରୁ ଅପରାହ୍ଣ ୧ଟା ୪୫ମଧ୍ୟରେ ରତ୍ନ ଅଳଙ୍କାର ଗଣତିମଣତିର ଶୁଭାରମ୍ଭ ହେବ। ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ, ଆଉ ୧୯୭୮ ମସିହା ପରେ ପୁଣିଥରେ ଜଳଜଳ ହୋଇ ଦିଶିବ କାଳିଆ ସାଆନ୍ତଙ୍କ ସୁନା-ରୁପା ଅଳଙ୍କାର । ଏଥିପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ସରିଛି। ପୂର୍ବ ନିର୍ଦ୍ଧାରିତ ମାହେନ୍ଦ୍ର ବେଳାରେ ଅଧିକୃତ ବ୍ୟକ୍ତିମାନେ ୧୯୭୮ମସିହା ତାଲିକା ସହ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ମେଳକ କରିବେ।

ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଆଧାରରେ ହେବ ଗଣତିମଣତି। ଏଥିଲାଗି ଦୁଇଟି ଟିମ୍‌ ଗୋଟିଏ ତତ୍ତ୍ୱାବଧାରକ ବା ସୁପରଭାଇଜିଂ ଏବଂ ଅନ୍ୟଟି କାର୍ଯ୍ୟନିର୍ବାହୀ ବା ହ୍ୟାଣ୍ଡ୍‌ଲିଂ ଟିମ୍‌ ଗଠନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତତ୍ତ୍ୱାବଧାରକ ଟିମ୍‌ର ଅଧ୍ୟକ୍ଷ ରହିଥିବା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ, ଜଣେ ସେବାୟତ ସଦସ୍ୟ ରହିଛନ୍ତି। ସେହିପରି କାର୍ଯ୍ୟବାହୀ ଟିମ୍‌ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାରମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ଜେମୋଲୋଜିଷ୍ଟ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ।

ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଙ୍ଗ୍‌ କରାଯିବ। ଗଣତିମଣତି ସମୟରେ ଶ୍ରୀଜୀଉଙ୍କର ନୀତି ସମ୍ପାଦନ ଅବ୍ୟାହତ ରଖାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ୱଚ୍ଛନ୍ଦ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଗଣତି ପ୍ରକ୍ରିୟାର ସୁରକ୍ଷା ଦୃଷ୍ଟିରୁ ଭକ୍ତଗଣଙ୍କ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ସୁବିଧା ଉପଲବ୍ଧ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମ୍ପାଦନରେ ସମସ୍ତ ସେବକ, ନିୟୋଜିତ ଅଧିକାରୀ, ବ୍ୟକ୍ତିବିଶେଷ ତଥା ଭକ୍ତଗଣଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

ସୂଚନାଥାଉ କି, ଶେଷଥର ପାଇଁ ୧୯୭୮ ମସିହାରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରର ଗଣତିମଣତି ହୋଇଥିଲା। ମେ’ ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୭୦ ଦିନ ଧରି ଏହା ଚାଲିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶିତ ରତ୍ନଭଣ୍ଡାର ପୁସ୍ତକ ଅନୁଯାୟୀ, ରତ୍ନଭଣ୍ଡାରରେ ୪୫୪ ପ୍ରକାରର ୧୨୮.୩୮କେଜିର ସ୍ୱର୍ଣ୍ଣ, ୨୯୩ ପ୍ରକାରର ୨୨୧.୫୩ କେଜିର ରୁପା ରହିଛି। ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ୪୩.୦୬ କେଜିର ସ୍ୱର୍ଣ୍ଣ ଓ ୨୩୧ ପ୍ରକାରର ୧୪୮.୭ କେଜିର ରୁପା ଅଳଙ୍କାର ରହିଛି। ବାହାର ରତ୍ନଭଣ୍ଡାର ଘରେ ୭୯ ପ୍ରକାରର ୮୧.୦୭ କେଜିର ସ୍ୱର୍ଣ୍ଣ, ୩୯ ପ୍ରକାରର ୪୬.୦୭ କେଜିର ରୁପା ଅଳଙ୍କାର ରହିଛି। ସେହିପରି ଚଳନ୍ତି ଭଣ୍ଡାର ଘରେ ୮ ପ୍ରକାରର ୨୯୯ ଭରିର ସ୍ୱର୍ଣ୍ଣ ଓ ୨୩ ପ୍ରକାରର ୨,୬୦୩ ଭରିର ରୁପା ରହିଛି। ରତ୍ନ ଅଳଙ୍କାର ଗଣତିମଣତି ବେଳେ ତାହାକୁ ମେଳକ କରାଯିବ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ଗଠନ ହେବ ଦୁଇଟି ଟିମ୍, SOP ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବଡ଼ ସୂଚନା । ରତ୍ନଭଣ୍ଡାର ଗଣତିମଣତି ପାଇଁ ରହିବେ ଦୁଇଟି ଟିମ୍ । ତତ୍ତ୍ବାବଧାରକ ଟିମ୍‌ ଓ କାର୍ଯ୍ୟବାହୀ ଟିମ୍‌ ଗଠନ ହେବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ବୈଠକ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି ଆସିଛି । ୧୪ ପୃଷ୍ଠା ବିଶିଷ୍ଟ ରହିଛି ଏସଓପି । ଶ୍ରୀମନ୍ଦିର ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ସରକାରଙ୍କ ଅନୁମୋଦିତ ଏସଓପିକୁ ପରିଚାଳନା କମିଟିରେ ଆଲୋଚନା କରାଯିବ । ଦର୍ଶନ ବ୍ୟବସ୍ଥା ଓ ନୀତିକୁ ଗୁରୁତ୍ୱ ଦିଆଯାଇଛି । ପର୍ବପର୍ବାଣି ଓ ବହୁଳ ନୀତି ସମୟରେ ଗଣତି ମଣତି ହେଇପାରିବ ନାହିଁ ।  ଶୁଭ ମୁହୂର୍ତ୍ତ ଦେଖି ନିଷ୍ପତି ନିଆଯିବ ।  ମରାମତି ଓ ସ୍ଥାନାନ୍ତରଣ ପ୍ରକ୍ରିୟା ନିର୍ବିଘ୍ନରେ ଶେଷ ହୋଇଛି । କାର୍ଯ୍ୟ ତଦାରଖ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପ ମୁଖ୍ୟ ପ୍ରଶାସକ । ଉଚ୍ଚସ୍ତରୀୟ କମିଟିର ଦୁଇ ଜଣ ରହିବେ ।

ଗଣତିମଣତି ପାଇଁ ତତ୍ତ୍ବାବଧାରକ ଟିମ୍‌ ଓ କାର୍ଯ୍ୟବାହୀ ଟିମ୍‌ ଗଠନ କରାଯିବ। ଏହି ଟିମରେ ରତ୍ନ ଚିହ୍ନିବା ପାଇଁ RBIର ଦୁଇ ଜଣ ଏକ୍ସପର୍ଟ ରହିବେ। ଦୁଇ ଜଣ ଫଟୋଗ୍ରାଫର ରହିବେ । ସମସ୍ତ କାର୍ଯ୍ୟର ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯିବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯିବ ।  ଦ୍ୱିତୀୟରେ ବାହାର ରତ୍ନଭଣ୍ଡାର ଗଣତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କରାଯିବ। ନିଳଦ୍ରୀ ବିଜେ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ କେଉଁଦିନ ଠାରୁ ଗଣତି ହେବ ତାହା ପରିଚାଳନା କମିଟି ସ୍ଥିର କରିବ।

୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କର । ଏ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ୧୯୭୮ ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ ନିର୍ଦ୍ଦେଶ ରହିଛି । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରବର୍ତ୍ତୀ ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ରହିଛି । ୩ ମାସ ପରେ ଏ ନେଇ ହାଇକୋର୍ଟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର ।