Jiamin Metro Line - The Sakala

ଚୀନ୍‌ରେ ଭୟଙ୍କର ଦୃଶ୍ୟ: ହଠାତ୍ ଦବିଗଲା ମୁଖ୍ୟ ରାସ୍ତା, ଅଳ୍ପକେ ବର୍ତ୍ତିଲେ ଲୋକେ
ସାଂଘାଇ: ଚୀନ୍‌ର ସାଂଘାଇ ସହରରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ହଠାତ୍ ମୁଖ୍ୟ ରାସ୍ତାର ଏକ ବଡ଼ ଅଂଶ ଦବିଯିବା ଫଳରେ ଏକ ବିରାଟ ଗର୍ତ୍ତ (ସିଙ୍କହୋଲ୍) ସୃଷ୍ଟି ହୋଇଛି। ମିନହାଙ୍ଗ ଜିଲ୍ଲାରେ ଏକ ନବନିର୍ମିତ ଛକରେ ଏହି ଘଟଣା ଘଟିଛି। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ ହୋଇନଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି।

WATCH: Massive sinkhole opens in Shanghai, China, swallowing a large section of roadway. pic.twitter.com/XP1FMzRqV1

— AZ Intel (@AZ_Intel_) February 12, 2026

ମେଟ୍ରୋ ନିର୍ମାଣ କାର୍ଯ୍ୟ ଯୋଗୁଁ ଅଘଟଣ

ସୂଚନା ଅନୁଯାୟୀ, କିକ୍ସିନ୍ ରୋଡ୍ ଏବଂ ଲିଆନ୍ ରୋଡ୍ ସଂଯୋଗସ୍ଥଳରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳରେ ନୂତନ ଜିଆମିନ୍ ମେଟ୍ରୋ ଲାଇନ୍ ପାଇଁ ଭୂତଳ କାର୍ଯ୍ୟ ଚାଲିଥିଲା। ନିର୍ମାଣ ସ୍ଥଳରେ ଯାନ୍ତ୍ରିକ ତ୍ରୁଟି କିମ୍ବା ପାଣି ଲିକ୍ ହେବା କାରଣରୁ ରାସ୍ତାଟି ଦବିଯାଇଥିବା କୁହାଯାଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାର ଏକ ବିରାଟ ଅଂଶ ହଠାତ୍ ଭୁଶୁଡି ପଡୁଛି, ଯାହା ଅତ୍ୟନ୍ତ ଭୟାନକ ଦେଖାଯାଉଛି।

ଟଳିଗଲା ବଡ଼ ବିପଦ

ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଘଟଣାସ୍ଥଳକୁ ସିଲ୍ କରାଯାଇଛି। ଉଭୟ କିକ୍ସିନ୍ ଏବଂ ଲିଆନ୍ ରୋଡ୍‌ରେ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଛି। ଘଟଣା ପୂର୍ବରୁ ପାଣି ଲିକ୍ ହେଉଥିବା ଖବର ମିଳିଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଲୋକଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା, ଫଳରେ କୌଣସି ଧନଜୀବନ ହାନି ଘଟିନାହିଁ। ଜରୁରୀକାଳୀନ ଟିମ୍ ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କାମ କରୁଛନ୍ତି।