Bengaluru Crime - The Sakala

ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
ବେଙ୍ଗାଲୁରୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦ ଏକ ଭୟଙ୍କର ରୂପ ନେଇଛି। ଜଣେ ଅଟୋରିକ୍ସା ଚାଳକ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ବେଙ୍ଗାଲୁରୁର ଏଚଏଏଲ୍ ପୋଲିସ ଷ୍ଟେସନ ଅଧୀନରେ ଥିବା ବିଭୂତିପୁରା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି। ମୃତକମାନେ ହେଲେ ୩୮ ବର୍ଷୀୟ ରାଘବେନ୍ଦ୍ର ଏବଂ ତାଙ୍କ ୩୦ ବର୍ଷୀୟା ସ୍ତ୍ରୀ ଶ୍ରୁତି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସ୍ତ୍ରୀ ଶ୍ରୁତିଙ୍କର ମୋବାଇଲରେ ରୀଲ୍ ଦେଖିବାର ଅଭ୍ୟାସ ଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ମଙ୍ଗଳବାର ରାତିରେ ମଧ୍ୟ ରାଘବେନ୍ଦ୍ର ନିଜ ସ୍ତ୍ରୀଙ୍କୁ ମୋବାଇଲରେ ରୀଲ୍ ଦେଖୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା। ରାଗରେ ଉତକ୍ଷିପ୍ତ ହୋଇ ରାଘବେନ୍ଦ୍ର ଏକ ବିଅର ବୋତଲରେ ଶ୍ରୁତିଙ୍କ ପେଟକୁ ଭୁସି ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ରାଘବେନ୍ଦ୍ର ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ପ୍ରାୟ ୧୮ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ପରିବାରର ସମ୍ମତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ସେମାନେ ନିଜ ନିଜର ଜନ୍ମସ୍ଥାନ ଦାବଣଗେରେ ଛାଡି ବେଙ୍ଗାଲୁରୁ ଆସିଥିଲେ ଏବଂ ବିଭୂତିପୁରାରେ ଏକ ଘର କିଣି ରହୁଥିଲେ। ରାଘବେନ୍ଦ୍ର ଅଟୋ ଚଲାଉଥିବା ବେଳେ ଶ୍ରୁତି ଏକ ଆପାର୍ଟମେଣ୍ଟରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ଦାବଣଗେରେରେ ସେମାନଙ୍କ ଅଜା-ଆଇଙ୍କ ପାଖରେ ରହୁଛନ୍ତି। ଘଟଣା ଦିନ ଘରେ କେବଳ ସ୍ୱାମୀ-ସ୍ତ୍ରୀ ଦୁହେଁ ଉପସ୍ଥିତ ଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଏଚଏଏଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ଏବଂ ଏକ ମାମଲା ରୁଜୁ କରାଯାଇଛି। ଯଦିଓ ରୀଲ୍ ଦେଖିବା ଏହି ବିବାଦର ମୁଖ୍ୟ କାରଣ ବୋଲି କୁହାଯାଉଛି, ତଥାପି ପୋଲିସ ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି।

'ମୋ ପରେ ତାଙ୍କର ଯତ୍ନ କିଏ ନେବ?' ଭାବି ୬୩ ବର୍ଷୀୟା ପତ୍ନୀଙ୍କୁ ହତ୍ୟା କଲେ ୭୬ ବର୍ଷୀୟ ଅବସରପ୍ରାପ୍ତ ଇସ୍ରୋ କର୍ମଚାରୀ
ବେଙ୍ଗାଲୁରୁରେ ଏକ ଅତ୍ୟନ୍ତ ଦୁଃଖଦାୟକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୭୬ ବର୍ଷୀୟ ଅବସରପ୍ରାପ୍ତ ଇସ୍ରୋ (ISRO) କର୍ମଚାରୀ ନିଜ ପତ୍ନୀଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ତାଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ଦେଖାଶୁଣା କରିବାକୁ କେହି ନଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି।

କାହିଁକି ଘଟିଲା ଏଭଳି ଘଟଣା?

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ନାଗେଶ୍ୱର ରାଓ (୭୬) ଏବଂ ତାଙ୍କ ପତ୍ନୀ ସନ୍ଧ୍ୟା ଶ୍ରୀ (୬୩) ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ। ତାଙ୍କର ଏକମାତ୍ର ଝିଅ ଆମେରିକାରେ ରୁହନ୍ତି। ନାଗେଶ୍ୱରଙ୍କ ମନରେ ସବୁବେଳେ ଭୟ ଥିଲା ଯେ ତାଙ୍କ ମୃତ୍ୟୁ ପରେ ପତ୍ନୀ ଅସହାୟ ହୋଇଯିବେ ଏବଂ ତାଙ୍କର ଯତ୍ନ ନେବାକୁ କେହି ରହିବେ ନାହିଁ। ଏହି ମାନସିକ ଦୁଶ୍ଚିନ୍ତାର ବଶବର୍ତ୍ତୀ ହୋଇ ସେ ରୋଷେଇ ଘରେ କାମ କରୁଥିବା ସମୟରେ ପତ୍ନୀଙ୍କୁ ଏକ ଟାୱେଲ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲେ।

ପୋଲିସ ନିକଟରେ ଦୋଷ ସ୍ୱୀକାର

ହତ୍ୟାକାଣ୍ଡ ଘଟାଇବା ପରେ ନାଗେଶ୍ୱର ପ୍ରଥମେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ। ପରେ ସେ ପଡ଼ୋଶୀଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ନିଜ ଦୋଷ ସ୍ୱୀକାର କରି କହିଥିଲେ, "ମୁଁ ଆଉ ବେଶି ଦିନ ବଞ୍ଚିବି ନାହିଁ, ତେଣୁ ମୋ ପରେ ତାଙ୍କର କିଏ ଯତ୍ନ ନେବ? ସେଥିପାଇଁ ମୁଁ ତାଙ୍କୁ ମାରିଦେଲି।" ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ବେଙ୍ଗାଲୁରୁରେ ରକ୍ତର ସମ୍ପର୍କରେ ଲାଗିଲା ଦାଗ: ବାପା-ମା’ଙ୍କୁ ବିଭତ୍ସ ଭାବେ ହତ୍ୟା କଲା ସଫ୍ଟୱେୟାର ଇଞ୍ଜିନିୟର ପୁଅ
ବେଙ୍ଗାଲୁରୁ: ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ଯେଉଁ ବାପା ମା’ ପିଲାଟି ଦିନରୁ କଷ୍ଟ କରି ପାଠ ପଢ଼ାଇ ମଣିଷ କଲେ, ଶେଷରେ ସେହି ପୁଅ ହାତରେ ସେମାନଙ୍କ ଜୀବନ ଯାଇଛି। ବେଙ୍ଗାଲୁରୁରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୩ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ପୁଅ ନିଜର ବାପା ଏବଂ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ ନବୀନ ଚନ୍ଦ୍ର ଭଟ୍ଟ (୬୦) ଏବଂ ତାଙ୍କ ପତ୍ନୀ ଦାନ୍ତ ଡାକ୍ତର ଶ୍ୟାମଳା ଭଟ୍ଟ (୫୫)।

ପାରିବାରିକ କଳହର କରୁଣ ପରିଣତି

ପୁଲିସ ସୂଚନା ଅନୁଯାୟୀ, ହାଲ୍‌ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ବିଜ୍ଞାନ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଅଭିଯୁକ୍ତ ପୁଅ ରୋହନ ଚନ୍ଦ୍ର ଭଟ୍ଟ (୩୩) ପାରିବାରିକ ବିବାଦକୁ କେନ୍ଦ୍ର କରି ଉତକ୍ଷିପ୍ତ ହୋଇ ଘର ଭିତରେ ବାପା-ମା’ଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପୁଅର ଛୁରାମାଡ଼ରେ ଉଭୟ ଗୁରୁତର ଆହତ ହୋଇପଡିଥିଲେ। ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସକାଳ ୮.୧୫ରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଅଭିଯୁକ୍ତ ଗିରଫ, ତଦନ୍ତ ଜାରି

ସେହି ଆପାର୍ଟମେଣ୍ଟରେ ରହୁଥିବା ଡାକ୍ତର ମାଧବୀ ନାଏରଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରୋହନକୁ ଗିରଫ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ଏହା ପାରିବାରିକ କଳହର ପରିଣାମ ବୋଲି ଅନୁମାନ କରାଯାଉଛି।

ଆମେରିକାରୁ ଝିଅ ଆସିବା ପରେ ହେବ ଶବ ବ୍ୟବଚ୍ଛେଦ

ମୃତ ଦମ୍ପତିଙ୍କ ଝିଅ ଆମେରିକାରେ ବସବାସ କରନ୍ତି। ବର୍ତ୍ତମାନ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବୋୱରିଙ୍ଗ ହସ୍ପିଟାଲର ଶବାଗାରରେ ରଖିଛି। ଝିଅ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏବଂ ତାଙ୍କ ଅନୁମତି ମିଳିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।