Boeing 787 - The Sakala

ଅହମ୍ମଦାବାଦ ଏୟାର ଇଣ୍ଡିଆ ଦୁର୍ଘଟଣା: ଯାନ୍ତ୍ରିକ ତ୍ରୁଟି ନୁହେଁ, ପାଇଲଟ୍ ଜାଣିଶୁଣି ବନ୍ଦ କରିଥିଲେ 'ଫୁଏଲ୍ ସୁଇଚ୍'!
ଗତ ବର୍ଷ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୁହେଁ, ବରଂ ପାଇଲଟଙ୍କ ଏକ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ଯୋଗୁଁ ଘଟିଥିବା ଏକ ରିପୋର୍ଟରେ ଦାବି କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ, ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଜଣେ ପାଇଲଟ୍ ଜାଣିଶୁଣି ଇଞ୍ଜିନର ଫୁଏଲ୍ ସୁଇଚ୍ (ଇନ୍ଧନ ସୁଇଚ୍) ବନ୍ଦ କରିଦେଇଥିଲେ।

ଇଟାଲୀୟ ଗଣମାଧ୍ୟମର ଦାବି

ଇଟାଲୀର ପ୍ରମୁଖ ଖବରକାଗଜ 'କୋରିଏର ଡେଲା ସେରା' (Corriere della Sera) ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ତଦନ୍ତକାରୀ ସଂସ୍ଥା ଏହି ଦୁର୍ଘଟଣା ପଛରେ ପାଇଲଟଙ୍କ ଭୂମିକା ଥିବା ନେଇ ପ୍ରମାଣ ପାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, କକପିଟ୍ ଭଏସ୍ ରେକର୍ଡର (CVR) ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି ଯେ ପାଇଲଟ୍ ମାନୁଆଲି ଇନ୍ଧନ କଣ୍ଟ୍ରୋଲ ସୁଇଚକୁ 'ରନ୍' ରୁ 'କଟ୍-ଅଫ୍' ମୋଡକୁ ବଦଳାଇ ଦେଇଥିଲେ। ଏହା ଫଳରେ ବିମାନର ଇଞ୍ଜିନ୍ ବନ୍ଦ ହୋଇଯାଇଥିଲା ଏବଂ କିଛି ସେକେଣ୍ଡ ମଧ୍ୟରେ ଏହା ତଳେ ଖସି ପଡ଼ିଥିଲା।

ମୁଖ୍ୟ ସନ୍ଦିଗ୍ଧ କ୍ୟାପଟେନ୍ ସୁମିତ ସଭରୱାଲ

ଏହି ଘଟଣାରେ ବିମାନର କମାଣ୍ଡର କ୍ୟାପଟେନ୍ ସୁମିତ ସଭରୱାଲଙ୍କୁ ମୁଖ୍ୟ ସନ୍ଦିଗ୍ଧ ଭାବରେ ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ସେ ସମ୍ଭବତଃ ମାନସିକ ଅବସାଦରେ ଥିଲେ। ତେବେ ପାଇଲଟଙ୍କ ପରିବାର ଏବଂ ପାଇଲଟ୍ ଆସୋସିଏସନ୍ ଏହି ଦାବିକୁ ଖଣ୍ଡନ କରିଛନ୍ତି ଏବଂ ବିମାନ ନିର୍ମାତା କମ୍ପାନୀ ଉପରେ ତଦନ୍ତ ପାଇଁ ଦାବି କରିଛନ୍ତି। କକପିଟ୍ ରେକର୍ଡିଂରେ ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ "ତୁମେ କାହିଁକି ଇନ୍ଧନ ବନ୍ଦ କଲ?" ବୋଲି ପଚାରୁଥିବା ଶୁଣିବାକୁ ମିଳିଥିବା କୁହାଯାଉଛି।

୨୬୦ ଜଣଙ୍କର ଯାଇଥିଲା ଜୀବନ

ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ଜୁନ୍ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ (AI 171) ଉଡ଼ାଣର କିଛି ସମୟ ପରେ ଏକ ମେଡିକାଲ୍ ହଷ୍ଟେଲ ଉପରେ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସମେତ ଭୂମିରେ ଥିବା ୧୯ ଜଣ ଲୋକ ପ୍ରାଣ ହରାଇଥିଲେ। ମୋଟ ୨୬୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ କେବଳ ଜଣେ ଯାତ୍ରୀ ଏଥିରୁ ବର୍ତ୍ତି ଯାଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାରେ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।