Trade Union Strike - The Sakala

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ: ବସ୍‌ଷ୍ଟାଣ୍ଡରେ ଅଟକିଛି ଯାନବାହନ,ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ
ଭୁବନେଶ୍ବର : ଆଜି ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇଛି ବନ୍ଦ ଡାକରା। ବିଜୁ ଶମ୍ରିକ ସାମୁଖ୍ୟ, କଂଗ୍ରେସ, ବାମଦଳର ବନ୍ଦକୁ ସମର୍ଥନ କରିଛନ୍ତି । ମନରେଗା ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ ଓ ଅନ୍ୟାନ୍ୟ ଦାବି ନେଇ ଦେଶବ୍ୟାପୀ ବନ୍ଦ ଧର୍ମଘଟ କରିଛି ଟ୍ରେଡ ୟୁନିୟନ । ଫଳରେ ପରିବହନ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଉପରେ ବନ୍ଦର ପ୍ରଭାବ ପଡିଛି । ଏହି ଧର୍ମଘଟରେ ଦେଶର ୩୦ କୋଟି ଶ୍ରମିକ ସାମିଲ ହୋଇଥିବା ଦାବି କରିଛି ଟ୍ରେଡ ୟୁନିୟନ । ଭାରତ ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି ।

ଭାରତ ବନ୍ଦର ପ୍ରଭାବ ଭୁବନେଶ୍ବରରେ ମଧ୍ୟ ଦେଖଯାଇଛି । ବିଭିନ୍ନ ଛକରେ ଆନ୍ଦୋଳନ କରିବା ସହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଆନ୍ଦୋଳନକାରୀ ପ୍ରତିବାଦ କରୁଛନ୍ତି । ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।

ଭାରତ ବନ୍ଦର ପ୍ରଭାବ ରାଉରକେଲା ସହରରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଉରକେଲା ସହରରେ ଘରୋଇ ବସ ଚଳାଚଳ ବନ୍ଦ। ଦୋକାନ ବଜାର ବି ବନ୍ଦ ରହିଛି ।

ଭାରତ ବନ୍ଦର ପ୍ରଭାବ ରାୟଗଡ଼ା ଜିଲ୍ଲା ଗୁଣପୁରରେ ଦେଖିବାକୁ ମିଳିଛି । ସ୍ଥାନୀୟ ବାଇପାସ ଛକରେ ଏଆଇସିସିଟିୟୁ, ଆଇରେଲା, ସଂଯୁକ୍ତ କିଷାନ ମୋର୍ଚାର ମିଳିତ ସହଯୋଗରେ ବନ୍ଦ ପାଳନ କରାଯାଇଛି | ଗୁଣପୁରର ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି । ସ୍ଥାନୀୟ ବାଇପାସ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରି ନାରାବାଜି କରାଯାଉଛି ।

ଆସନ୍ତାକାଲି ଭାରତ ବନ୍ଦ: ଓଡ଼ିଶାରେ ପଡ଼ିବ ବଡ଼ ପ୍ରଭାବ, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ?
ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୨ ତାରିଖ (ଗୁରୁବାର) ଦିନ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ନୀତି ଏବଂ ନୂତନ ଶ୍ରମ କୋଡ୍ ବିରୋଧରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯିବ। ଓଡ଼ିଶାରେ ଏହି ବନ୍ଦର ବ୍ୟାପକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି, ଯାହାଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇପାରେ।

କାହିଁକି ହେଉଛି ଭାରତ ବନ୍ଦ?

କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ୪ଟି ନୂଆ ଶ୍ରମ କୋଡ୍‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏଥିସହ ପୁରୁଣା ପେନସନ୍ ଯୋଜନା (OPS) ଲାଗୁ କରିବା, ଘରୋଇକରଣ ବନ୍ଦ କରିବା ଏବଂ କୃଷକମାନଙ୍କ ପାଇଁ ନ୍ୟୁନତମ ସହାୟକ ମୂଲ୍ୟ (MSP) ସୁନିଶ୍ଚିତ କରିବା ଭଳି ଦାବିଗୁଡ଼ିକୁ ନେଇ ୧୦ଟି ପ୍ରମୁଖ ଟ୍ରେଡ୍ ୟୁନିୟନ୍ ଏକାଠି ହୋଇଛନ୍ତି। କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ ଓଡ଼ିଶାରେ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି।

କ’ଣ ରହିବ ବନ୍ଦ?

ବନ୍ଦ ସମୟରେ ଓଡ଼ିଶାରେ ସ୍କୁଲ୍, କଲେଜ୍ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛି। ଏହାଛଡ଼ା ବ୍ୟାଙ୍କିଙ୍ଗ୍ ସେବା, ବୀମା କାର୍ଯ୍ୟାଳୟ ଏବଂ ସରକାରୀ ଅଫିସ୍ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ। ରାସ୍ତାରେ ବସ୍ ଓ ଟ୍ରକ୍ ଚଳାଚଳ ପ୍ରଭାବିତ ହେବା ସହ ‘ଚକା ଜାମ୍’ ଭଳି ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

କ’ଣ ରହିବ ଖୋଲା?

ସାଧାରଣ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି। ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନ, କ୍ଷୀର ଓ ଖବରକାଗଜ ବିତରଣ ଭଳି ଜରୁରୀ ସେବା ସ୍ୱାଭାବିକ ଭାବେ ଚାଲୁ ରହିବ। ତେବେ ଘରୁ ବାହାରିବା ପୂର୍ବରୁ ସ୍ଥିତି ପରଖି ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।