oxygen cylinders - The Sakala

ଚୀନ୍‌ରୁ ଅକ୍ସିଜେନ୍ ସିଲିଣ୍ଡର ଆସିଲା ପରେ କୋଭିଡ୍ ବିରୋଧରେ ଓଏସ୍ଏଲ୍‌ର ଲଢ଼େଇ ଜାରି
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନ୍‌ରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ସିଲିଣ୍ଡର ଓ ଅନ୍ୟାନ୍ୟ ମେଡିକାଲ୍ ଉପଯୋଗୀ ସାମଗ୍ରୀ ଆଣିଛି। ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ଏହି ସାମଗ୍ରୀ ବହନ କରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ୩୦ ତାରିଖରେ ଅବତରଣ କରିଥିବାବେଳେ ବିମାନର କଷ୍ଟମ ଓ ଏୟାରପୋର୍ଟ କ୍ଲିୟରାନ୍ସ କାର୍ଯ୍ୟ ସମ୍ପାଦିତ ହୋଇଛି। ଓଏସ୍ଏଲ୍ ଗ୍ରୁପ୍ ବିନା କୌଣସି ସେବା ଦେୟରେ ଏହି ସହାୟତା ପ୍ରଦାନ କରିଛି। ଏହି ମାସରେ ଦ୍ୱିତୀୟଥର ପାଇଁ ଓଏସ୍ଏଲ୍ ଗ୍ରୁପ୍ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି।

କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମର ଅଂଶ ଭାବେ ଓଏସ୍ଏଲ୍ ଗ୍ରୁପ୍ ସରକାର ଓ ରାଜ୍ୟର ଜନସାଧାରଣଙ୍କୁ ସମ୍ବଳ ବଣ୍ଟନ, ଟିକାକରଣ ପ୍ରକ୍ରିୟାରେ ସହଯୋଗ, କର୍ମଚାରୀ କଲ୍ୟାଣକୁ ଗୁରୁତ୍ୱ ଓ ଆହୁରି ଅନେକ ପ୍ରକାର ସହାୟତା ପ୍ରଦାନ କରୁଛି। ରାଜ୍ୟକୁ ସହାୟତାର ହାତ ବଢ଼଼ାଇ ଓଏସ୍ଏଲ୍ ଗ୍ରୁପ୍ର ପରିଚାଳନା ନିର୍ଦେଶକ ଶ୍ରୀ ମହିମାନନ୍ଦ ମିଶ୍ର କହିଛନ୍ତି ଯେ, ଜୀବନ ବଞ୍ଚାଇବା ପାଇଁ ଗୁରୁତର ସ୍ୱାସ୍ଥ୍ୟସେବା ଯୋଗାଣ ଓ ଉପକରଣ ଉପଲବ୍ଧ କରାଇବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା। ଏହା ଆମ ସମସ୍ତଙ୍କର ସାଧାରଣ ସଂଗ୍ରାମ ଓ ଏଥିରେ ଆମର ଯୋଗଦାନ ଆମ ରାଜ୍ୟ ପ୍ରତି ଥିବା ସ୍ଥିର ପ୍ରତିବଦ୍ଧତାକୁ ପ୍ରମାଣ କରୁଛି। ରାଜ୍ୟ ପାଇଁ ଏତେ ବହୁଳ ମାତ୍ରାରେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ଼ କରିପାରିଥିବାରୁ ମୁଁ ଏଏମ୍ଏନ୍ଏସ୍ ଇଣ୍ଡିଆ ଲିମିଟେଡ୍‌କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି।