Odisha Home Department - The Sakala

ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍: ବଢିଲା ପୁରସ୍କାର ରାଶି, ଆତ୍ମସମର୍ପଣ କଲେ ମିଳିବ କୋଟିଏରୁ ଅଧିକ ଟଙ୍କା
ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟକୁ ନକ୍ସଲମୁକ୍ତ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଏକ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ମାତ୍ର ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସଂଶୋଧନ କରାଯାଇଛି। ଗତ ଫେବୃୟାରୀ ୯ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏବେ ଅନ୍ୟ ରାଜ୍ୟର ନକ୍ସଲ ଯଦି ଓଡ଼ିଶାରେ ସକ୍ରିୟ ଥାଆନ୍ତି, ତେବେ ସେମାନେ ମଧ୍ୟ ଆତ୍ମସମର୍ପଣ କଲେ ରାଜ୍ୟ ସରକାରଙ୍କ ଏହି ଯୋଜନାର ସମସ୍ତ ସୁବିଧା ପାଇପାରିବେ।

କାହା ପାଇଁ କେତେ ପୁରସ୍କାର?

ନୂଆ ସଂଶୋଧିତ ନୀତିରେ ନକ୍ସଲ ନେତାଙ୍କ ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ କମିଟି ସଭ୍ୟ ବା ପଲିଟବ୍ୟୁରୋ ସଭ୍ୟଙ୍କ ପାଇଁ ସର୍ବାଧିକ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ସେହିପରି ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ, ଯେଉଁ ସକ୍ରିୟ ନକ୍ସଲମାନଙ୍କ ନାମରେ ୫ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ରହିଛି, ସେମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଏକକାଳୀନ ରାଶି ଫିକ୍ସଡ୍ ଡିପୋଜିଟ୍ ଆକାରରେ ପ୍ରଦାନ କରାଯିବ।

ଅସ୍ତ୍ରଶସ୍ତ୍ର ଜମା କଲେ ମିଳିବ ଅର୍ଥ

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡରମାନଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ଦର ତାଲିକା ମଧ୍ୟ ଜାରି କରିଛନ୍ତି। ଏଲଏମଜି (LMG) ବନ୍ଧୁକ ପାଇଁ ୪.୯୫ ଲକ୍ଷ ଟଙ୍କା, ଏକେ-୪୭ ପାଇଁ ୩.୩୦ ଲକ୍ଷ ଟଙ୍କା ଏବଂ ଇନସାସ୍ ବା ଏସଏଲଆର ରାଇଫଲ୍ ପାଇଁ ୧.୬୫ ଲକ୍ଷ ଟଙ୍କା ଅଲଗା ଭାବେ ପ୍ରଦାନ କରାଯିବ। ଏପରିକି ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତିଟି ଗୁଳି ପାଇଁ ୫୫ ଟଙ୍କାର ପୁରସ୍କାର ରଖାଯାଇଛି। ଯଦି କେହି କୌଣସି ଅସ୍ତ୍ର ନଥାଇ ଖାଲି ହାତରେ ଆତ୍ମସମର୍ପଣ କରନ୍ତି, ତେବେ ସମସ୍ତଙ୍କୁ ଅତିରିକ୍ତ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି।