deadly financial crisis - The Sakala

ସାଂଘାତିକ ଆର୍ଥିକ ସଂକଟରେ , ବସ୍‌ ମାଲିକ ଓ କର୍ମଚାରୀ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର କାରଣରୁ ଗତ ୨ ମାସ ଏବଂ ଚଳିତ ମାସକୁ ମିଶାଇ ରାଜ୍ୟରେ ବସ୍‍ ଚଳାଚଳ ବନ୍ଦ ରହିଛି। ଫଳରେ ଏହା ବସ୍‍ ମାଲିକଙ୍କ ସହ ଏଥିରେ କାର୍ଯ୍ୟରତ କର୍ମଚାରୀଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ବିଶେଷକରି ଏହି ବ୍ୟବସାୟରେ ୮୦ ପ୍ରତିଶତ ବସ୍‍ ମାଲିକଙ୍କର ୨ରୁ ୩ ଖଣ୍ଡ ଲେଖାଏଁ ବସ୍‍ ଥିବାବେଳେ ସେମାନେ ଏଥିରୁ ହିଁ ନିଜର ଜୀବିକା ନିର୍ବାହ କରିଥାନ୍ତି। ତେଣୁ ସେମାନଙ୍କର ଏବଂ ଏଥିରେ ସଂପୃକ୍ତ କର୍ମଚାରୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି କେତେକ ଦାବି କରିଛି ଅଲ ଓଡ଼ିଶା ବସ ମାଲିକ ସଂଘ। ଚିଠିରେ ମାଲିକ ସଂଘ ଉଲ୍ଲେଖ କରିଛି ଯେ ବର୍ତ୍ତମାନ ବ୍ୟାଙ୍କ ସହ ବିଭିନ୍ନ ଆର୍ଥିକ ସଂସ୍ଥା ବସ୍‍ ମାଲିକମାନଙ୍କୁ ସମୟାନୁଯାୟୀ ଇଏମଆଇ ନଦେଲେ ବସ୍‍ ମାଲିକମାନଙ୍କର ସମ୍ପତ୍ତି ନିଲାମ କରିବାକୁ ଧମକ ଦେଉଛନ୍ତି। ଗତ ବର୍ଷ ଏବଂ ଚଳିତ ବର୍ଷ ବସ୍‍ ଏପ୍ରିଲ ମାସରୁ ଏଯାବତ୍‍ ବସ ଚଳାଚଳ ବନ୍ଦ ଥିବାରୁ ଆମେ ଇଏମଆଇ ଦେବାକୁ ସକ୍ଷମ ନୋହୁଁ। ତେଣୁ ବସ୍‍ ମାଲିକ ଉପରେ ଥିବା ଋଣ ପରିଶୋଧ କିସ୍ତି ୬ ମାସ ଘୁଞ୍ଚାଇ ଦିଆଯିବା ସହ ଏହି ୬ ମାସ ପାଇଁ ସୁଧ ନିଆନଯାଉ।

ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ସେହିପରି ଦ୍ୱିତୀୟ ଦାବି ଅନୁଯାୟୀ ଇସୁରାନ୍ସ କମ୍ପାନୀମାନେ ଆମ ପାଖରୁ ବାର୍ଷିକ କୋଟି କୋଟି ଟଙ୍କା ନେଉଛନ୍ତି। ମାତ୍ର ବର୍ତ୍ତମାନ ରାସ୍ତାରେ ଗାଡି ଚଳାଚଳ କରୁନଥିବାରୁ ଥାର୍ଡ ପାଟି କ୍ଲେମ ନାହିଁ। ତେଣୁ ପ୍ରିମିୟମ ପ୍ରଦାନ ସମୟସୀମାକୁ ଆଉ ୬ ମାସ ଘୁଞ୍ଚାଇ ଦିଆଯାଉ। ଏନେଇ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାର ଆଇଆରଡିଏ ସହ ଆଲୋଚନା କରି ଆମ ଦାବି ନେଇ ସମାଧାନର ରାସ୍ତା ବାହାର କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ତୃତୀୟ ଦାବି ପୂର୍ବକ ଦିଲ୍ଲୀ ସରକାରଙ୍କ ପରି ରାଜ୍ୟ ସରକାର ରାଜ୍ୟର ବସ୍‍ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ସଂଘ ଦାବି କରିଥିବା ନେଇ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସେହିପରି କେନ୍ଦ୍ର ପରିବହନ ମନ୍ତ୍ରାଳୟ ଗାଡିର ଫିଟନେସ, ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ରର ବୈଧତାକୁ ଆସନ୍ତା ଜୁନ୍‍ ୩୦ ଯାଏଁ ବୃଦ୍ଧି କରିଛି। ଏହାକୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ବୃଦ୍ଧି କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସେହିପରି ଯେବେଠାରୁ ରାଜ୍ୟରେ ବସ୍‍ ଚଲାଚଳ ଆରମ୍ଭ କରିବ ସେବେଠାରୁ ତାର ପରବର୍ତ୍ତୀ ୩ ମାସ ପାଇଁ ରୋଡ ଟ୍ୟାକ୍ସ ଛାଡ କରିବାକୁ ମଧ୍ୟ ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି। ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ପୂର୍ବରୁ ମେ ଓ ଜୁନ୍‍ ମାସର ରୋଡ୍‍ ଟିକସ ଛାଡ଼ କରିସାରିଛନ୍ତି।