Co-Win7 - The Sakala

ଆରମ୍ଭରୁ କ୍ରାସ୍‍ କରିଗଲା ‘କୋ-ୱିନ୍‍’ ସାଇଟ୍‌ , ଖୋଲୁଖୋଲୁ ସ୍ଲଟ୍‍ ଉଭାନ୍‌
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଟିକା ନେବା ପାଇଁ ବ୍ୟାପକ ଅବ୍ୟବସ୍ଥା ଆରମ୍ଭ ହୋଇଯାଇଛି। କିଛିଦିନ ହେବ ଯୁବ ବର୍ଗଙ୍କ ପାଇଁ ଟିକା ନେବା ଏକ ପ୍ରକାର କାଠିକର ପାଠ ହୋଇପଡ଼ିଛି। ଗୋଟିଏ ପଟେ ଯୁବବର୍ଗଙ୍କ ପାଇଁ ଟିକାର ଅଭାବ ସହିତ ଅନ୍ୟପଟେ ଅବଧି ମଧ୍ୟରେ ଟିକା ନେବାକୁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗତ କିଛିଦିନ ହେବ ଯୁବବର୍ଗଙ୍କ ପାଇଁ ସ୍ଲଟ୍‍ ବୁକିଂ କରାଯାଉ ନ ଥିବା ବେଳେ ମଙ୍ଗଳବାର ୧୮-୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ଡୋଜ୍‍ ଟିକାକରଣର ସ୍ଲଟ୍‍ ଖୋଲିଥିଲା। ମାତ୍ରା ସ୍ଲଟ୍‍ ଖୋଲୁଖୋଲୁ କୋ-ୱିନ୍‍ ପୋର୍ଟାଲ କ୍ରାସ ହୋଇଯାଇଥିଲା।

ଦ୍ୱିତୀୟ ଡୋଜ୍‍ ଟିିକା ପାଇଁ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ଅପେକ୍ଷା କରିଥିବାରୁ ୬ଟା ହେଲା ମାତ୍ରା ସମସ୍ତେ ସ୍ଲଟ୍‍ ବୁକିଂ କରିବା ଆରମ୍ଭ କରିଦେଇଥିଲେ। ଏକା ସାଥିରେ ଅନେକ ଲୋକ ୱେବ୍‍ସାଇଟ ଖୋଲିବା ମାତ୍ରେ ସାଇଟ୍‍ କ୍ରାସ ହୋଇଯାଇଥିଲା। ଯେତେ ବେଳେ ସାଇଟ ଠିକ୍‍ ହେଲା ସେତେବେଳକୁ ସମସ୍ତ ସ୍ଲଟ ବୁକିଂ ହୋଇଯାଇଥିଲା। ଏଭଳି ପିରିସ୍ଥିତି ଉପୁଜିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସାଇଟ କ୍ରାସ ଠିକ ହେଉ ହେଉ ଏତେ ମାତ୍ରାରେ ସ୍ଲଟ୍‍ ବୁକିଂ କିପରି ଶେଷ ହୋଇଗଲା ତାହା ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଅନ୍ୟପଟେ ବିଏମ୍‍ସି କେତେ ସଂଖ୍ୟକ ସ୍ଲଟ ଉପଲବ୍ଧ କରାଉଛି ତାହାର ସଂଖ୍ୟା ଦେଉ ନ ଥିବାରୁ ବିଭାଗର ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମଙ୍ଗଳବାର ହୋଇଥିବା ସ୍ଲଟ ବୁକିଂରେ ୟୁନିଟ-୩, ଘାଟିକିଆ, ପୋଖରୀପୁଟ୍‍ ୟୁପିଏଚ୍‍ସି ସମେତ କ୍ୟାପିଟାଲ୍‍ ହସ୍ପିିଟାଲ୍‍ରେ ହେବାକୁ ଥିବା ଟିକାକରଣର ସ୍ଲଟ ବୁକିଂ ପାଇଁ ବିଏମ୍‍ସି ଟୁଇଟର୍‍ରେ ସୂଚନା ଦେଇଥିଲା। ମାତ୍ର ଏଥିରେ କେତେ ଲୋକ ସ୍ଲଟ ପାଇଲେ ତାହା କାହାରିକୁ ଜଣାନାହିଁଁ। ଯେଉଁ ଲୋକ ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ସ୍ଲଟ ପାଇନାହାନ୍ତି ସେମାନେ ଟ୍ୱିଟର୍‍ରେ ନିଜର ଅସନ୍ତୋଷ ଝାଡ଼ିଛନ୍ତିି। ବିଏମ୍‍ସିି କରିଥିବା ପୋଷ୍ଟରେ କମେଣ୍ଟ କରିବା ସହିତ ଟିକା ସ୍ଲଟ୍‍ ବୁକିଂ ନାଁରେ ବିଏମ୍‍ସି କାର୍ଯ୍ୟକୁ କଡ଼ା ସମାଲୋଚନା କରିଛନ୍ତି।