CovidVaccine - The Sakala

ଘରୋଇ ସଂସ୍ଥା ହେର୍‌ଫେର୍‌ କରିଛନ୍ତି କୋଭିଡ୍‌ ଟିକା
ଭୁବନେଶ୍ୱର : ଘର ପାଖରେ ଟିକାକରଣ କେନ୍ଦ୍ର ଅଧୀନରେ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ହେରଫେର୍‍ କରୁଥିବା ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏପରିସ୍ଥଳେ ଟିକାକରଣରେ ହେରଫେର କରୁଥିବା ଘରୋଇ ସଂସ୍ଥାଙ୍କ ଉପରେ ନଜର ରଖିବା ସହିତ ଦୋଷୀଙ୍କ ତରୋଡ଼ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିସନର, ସିଡିଏମ୍‍ ଏବଂ ପିଏଚ୍‍ଓଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଥ ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ କୋଭିଶିଲ୍ଡ ଟିକାକରଣ ତଥ୍ୟ ଏପଟ ସେପଟ କରାଯାଉଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅବଗତ କରିଛି।

ଗତ ୨୫ ତାରିଖ ଦିନ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟସଚିବ ମାନଙ୍କୁ ପତ୍ର ଲେଖି ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ମେ’ ଏବଂ ଜୁ୍‍ନ୍‍ ମାସରେ ପଶ୍ଚିବ ବଙ୍ଗ, ମହାରାଷ୍ଟ୍ରରେ ଟିକାକରଣ ତଥ୍ୟରେ ହେରଫେର୍‍ କରାଯାଉ ଥିବା ନଜରକୁ ଆସିଥିଲା। ଏଥର ମଧ୍ୟ ସମାନ ଘଟଣା ଘଟିଥିବା ଜଣାପଡ଼ିଛି। ଟିକା ଯୋଗାଣ ହୋଇ ନଥିବା ସତ୍ତ୍ବେ ଟିକାଦାନ କରାଯାଇ ଥିବା ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଜଣାଇଥିବା ଟିକା ଉତ୍ପାଦନ କମ୍ପାନୀ ସ୍ପଷ୍ଟ କରିଛନ୍ତି। ଏହା ଏକ ଗୁରୁତର ସମସ୍ୟା। ତେଣୁ ଆଗକୁ କୋଭିସିଲ୍ଡ, କୋଭାକ୍ସିନ୍‍ ଏବଂ ସ୍ପୁଟ୍‍ନିକ୍‍-ଭି ଟିକା ଯୋଗାଣ, ଗଛିତ ଏବଂ ଦିଆଯାଇ ଥିବା ଟିକା ତାଲିକା ଯାଞ୍ଚ କରିବା ଆବଶ୍ୟକ। କେତେ ଟିକା ଯୋଗାଣ ହୋଇଛି, କେତେ ଗଛିତ ଅଛି ତାହା ଯାଞ୍ଚ କରାଯିବା ସହ ଟିକାଦାନ ପୂର୍ବରୁ ଷ୍ଟକ୍‍ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ଭାବେ କଡ଼ାକଡି ଯାଞ୍ଚ ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ୧୧ ଜିଲ୍ଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର: ରାଜ୍ୟର ୧୧ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । କେନ୍ଦ୍ର ଆବଶ୍ୟକୀୟ ଟିକା ଦେଉନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ ।  ଆଜି ବଲାଙ୍ଗିର, ବାଲେଶ୍ୱର, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ାରେ ବନ୍ଦ ରହିଛି ଟିକାକରଣ  । ସେହିଭଳି କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ନୂଆପଡ଼ାରେ ବନ୍ଦ ରହିବ ଟିକାକରଣ  । ଆସନ୍ତା ୧୫ରେ କେନ୍ଦ୍ର ସରକାର କୋଭିସିଲଡ ଟିକା ପଠାଇବେ । ତେଣୁ ସେ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ  । ୧୫ ତାରିଖ ପରେ ଟିକାକରଣରେ ସାମିଲ ହେବେ ଗର୍ଭବତୀ । ଏନେଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ ।

ବିଦେଶରୁ ରାଜ୍ୟ ପାଇଁ ଟିକା କିଣୁ କେନ୍ଦ୍ର , ଅର୍ଥ ଦେବାକୁ ଓଡ଼ିଶା ପ୍ରସ୍ତୁତ
ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ମାଗଣାରେ ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଟିକା ନିମନ୍ତେ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଟିକା ନିମନ୍ତେ କମ୍ପାନୀକୁ ଆଗୁଆ ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି; କିନ୍ତୁ କେନ୍ଦ୍ର ସରକାରଙ୍କ ଜଟିଳ ନିୟମ ଓ ବୈଷୟିକ ସମସ୍ୟା ଯୋଗୁଁ କମ୍ପାନୀଗୁଡ଼ିକ ସିଧାସଳଖ ରାଜ୍ୟକୁ ଟିକା ଯୋଗାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହାଯୋଗୁଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥଳେ ଟିକା କ୍ରୟ କ୍ଷେତ୍ରରେ କେନ୍ଦ୍ର ସରକାର ମଧ୍ୟସ୍ଥତା କରିବା ଆବଶ୍ୟକ। ତେବେ ଓଡ଼ିଶା ଅନ୍ୟ ରାଜ୍ୟ ପରି କେନ୍ଦ୍ରଠାରୁ ବିନା ମୂଲ୍ୟରେ ଟିକା ଚାହୁଁନାହିଁ; ଏ ବାବଦ ସମ୍ପୂର୍ଣ୍ଣ ଅର୍ଥ ରାଜ୍ୟ ସରକାର ବହନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ବିଦେଶରୁ ଟିକା କ୍ରୟ ବ୍ୟବସ୍ଥାରେ ନୋଡାଲ ଏଜେନ୍ସି ଭାବରେ କେନ୍ଦ୍ର କାର୍ଯ୍ୟ କରୁ ବୋଲି ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

ଏହି ମର୍ମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ନିଜ ପାଇଁ ବିଦେଶରୁ ଆମଦାନୀ ହେଉଥିବା ଟିକାର ସବୁ ଖର୍ଚ୍ଚ ବହନ କରିବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି। ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ନିମନ୍ତେ ଟିକାକରଣ ଏକମାତ୍ର ବିକଳ୍ପ। ଲୋକଙ୍କ ଜୀବନ ରକ୍ଷା ଓ ଅନୁରୂପ ଭାବରେ ଅର୍ଥନୀତିକୁ ବଜାୟ ରଖିବା ନିମନ୍ତେ ଟିକାକରଣ ଅତି ଆବଶ୍ୟକ। ତୃତୀୟ ଲହର ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଲୋକଙ୍କ ଟିକାକରଣ କରି ଜୀବନର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଟିକା ଯୋଗାଡ଼ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହୋଇଛି। ଯୁକ୍ତ ୨ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶେଷ ଭାବରେ ଓଡ଼ିଶାରେ ପାହାଡ଼ିଆ, ଦୁର୍ଗମ ଇଲାକାରେ ରହୁଥିବା ଲୋକଙ୍କ ପାଖରେ ଇଣ୍ଟରନେଟ୍‍ , କମ୍ପ୍ୟୁଟର, ମୋବାଇଲ୍‍ ଫୋନ୍‍ର ସାଧନ ନାହିଁ।

ଏହି ଲୋକମାନଙ୍କ ଟିକାକରଣ ନିମନ୍ତେ ପଞ୍ଜୀକରଣ ନିୟମ କୋହଳ କରିବା ସହ ରାଜ୍ୟର ସ୍ଥାନୀୟ ପରିସ୍ଥିତି ଅନୁସାରେ ଟିକାକରଣରେ ପ୍ରାଥମିକତା ନିମନ୍ତେ ରାଜ୍ୟ ସରକାରଙ୍କୁ ସ୍ୱାଧୀନତା ଦିଆଯାଉ ବୋଲି ମଧ୍ୟ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ବିଦେଶରୁ ଟିକା କିଣିବା କ୍ଷେତ୍ରରେ ପ୍ରସ୍ତୁତକାରୀ କମ୍ପାନୀଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ ନିୟମ ରହିଛି। ପୁନଶ୍ଚ ଟିକା ଯୋଗାଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଜଟିଳ ନିୟମ ଯୋଗୁଁ ସେମାନେ ସିଧାସଳଖ ରାଜ୍ୟଗୁଡ଼ିକୁ ଟିକା ବିକିବା ପାଇଁ ଅକ୍ଷମତା ପ୍ରକାଶ କରୁଛନ୍ତି। ବୈଷୟିକ ସମସ୍ୟା ଓ କେନ୍ଦ୍ର ଅନୁମୋଦନ ଜରୁରୀ ଥିବାରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ ସତ୍ୱେ ରାଜ୍ୟ ଆବଶ୍ୟକ ସଂଖ୍ୟକ ବିଡର୍‍ ପାଉ ନାହାନ୍ତି। ତେଣୁ ଏହି ସମସ୍ୟା ଦୂର କରିବା ନିମନ୍ତେ କେନ୍ଦ୍ର ସରକାର ଦେଶ ବାହାରୁ ଟିକା ଆମଦାନୀ ଦାୟିତ୍ୱ ନିଅନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ପ୍ରାରମ୍ଭରୁ ଓଡ଼ିଶା କୋଭିଡ୍‍ ଟିକାକରଣରେ ଅଗ୍ରଣୀ ରାଜ୍ୟ ହୋଇ ରହି ଆସିଛି। ରାଜ୍ୟରେ ଟିକା ନଷ୍ଟ ପରିମାଣ ବିଯୁକ୍ତ ୪ % ଯାହା କି ଜାତୀୟ ସ୍ତରରେ ବହୁତ କମ୍‍। ଆମର ସୁଚିନ୍ତିତ ରଣନୀତି ଫଳରେ ଏପ୍ରିଲ ମାସରେ ଆମେ ଦୈନିକ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ପାରୁଥିଲୁ। ଏବେ ଆମେ ଦୈନିକ ୩ ଲକ୍ଷରୁ ଅଧିକ ଡୋଜ୍‍ ଟିକାକରଣ କରିବା ପାଇଁ ପୂର୍ଣ୍ଣ ସମର୍ଥ। ଆମ ରାଜ୍ୟରେ ଏପ୍ରିଲ ସୁଦ୍ଧା ୬୧,୦୬, ୪୧୫ ଲୋକ ପ୍ରଥମ ଡୋଜ୍‍ ଟିକା ନେଇ ସାରିଛନ୍ତି। କିନ୍ତୁ ଟିକାର ଉତ୍କଟ ଅଭାବ ଯୋଗୁଁ ସମ୍ପ୍ରତି ଦୈନିକ ୬୦ ହଜାରରୁ ୭୦ ହଜାର ମଧ୍ୟରେ ଲୋକଙ୍କୁ ଟିକା ଦିଆଯାଇପାରୁଛି। ୧୮ରୁ ୪୪ ବର୍ଷ ବର୍ଗର ହିତାଧିକାରୀଙ୍କୁ ମାଗଣାରେ ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟ ସରକାର ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିିଆକୁ ୨ କୋଟି ୨୦ ଲକ୍ଷ ଡୋଜ୍‍ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‍କୁ ୧୦ ଲକ୍ଷ ୩୪ ହଜାର ଡୋଜ୍‍ କୋଭାକ୍ସିନ୍‍ ଟିକା ଯୋଗାଇ ଦେବା ପାଇଁ ବରାଦ କରିଥିଲେ।

ତେବେ ସେରମ୍‍ ପକ୍ଷରୁ ଓଡ଼ିଶାକୁ ୫, ୭୮, ୪୮୦ ଡୋଜ୍‍ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‍ ମାତ୍ର ୧,୬୫,୪୯୦ ଡୋଜ୍‍ କୋଭାକ୍ସିନ୍‍ ଯୋଗାଇବାକୁ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଟିକାର ଚାହିଦା ବହୁତ ବଢ଼଼ି ଯାଇଥିବା ବେଳେ ସ୍ୱଳ୍ପ ଯୋଗାଣ ସମଗ୍ର ରାଜ୍ୟରେ ପରିସ୍ଥିତିକୁ ବେଶ୍‍ ଜଟିଳ କରିଛିି। ଲୋକଙ୍କ ଜୀବନ ଜୀବିକା ଦୃଷ୍ଟିରୁ ତ୍ୱରିତ ଟିକାକରଣ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍‍ ଟିକା ଆଣିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି କ୍ୟାବିନେଟର ଅନୁମୋଦନକ୍ରମେ ଓଡ଼ିଶା ଗ୍ଲୋବାଲ୍‍ ଟେଣ୍ଡର ଆହ୍ୱାନ କରିଛି। ଏହା ସହିତ ଟିକା ନିମନ୍ତେ କମ୍ପାନୀଗୁଡ଼ିକୁ ଅଗ୍ରୀମ ଅର୍ଥ ପ୍ରଦାନଠାରୁ ଆରମ୍ଭ କରି ଅନେକ ସର୍ତ୍ତ କୋହଳ କରିଛି। ଏହା ସତ୍ୱେ ଆବେଦନକାରୀଙ୍କ ସଂଖ୍ୟା ନଗଣ୍ୟ ରହିଛି। ଏପରିକି ସେରମ୍‍ କିମ୍ବା ଭାରତ ବାୟୋଟେକ୍‍ ମଧ୍ୟ ଏଥିରେ ଅଂଶଗ୍ରହଣ କରି ନାହାନ୍ତି। ଫାଇଜର୍‍ ଅବା ମଡେର୍ଣ୍ଣା ଭଳି ବିଦେଶୀ କମ୍ପାନୀ ଭାରତ ସରକାରଙ୍କ ଗ୍ୟାରେଣ୍ଟି ଚାହୁଁଛନ୍ତି।।

ଓଡ଼ିଶା ଭଳି ଅନେକ ରାଜ୍ୟ ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଜଟିଳ ନିୟମ ପାଇଁ ଟିକା ନିର୍ମାତା କମ୍ପାନୀ ରାଜ୍ୟମାନଙ୍କୁ ସିଧାସଳଖ ଟିକା ବିକିବା ପାଇଁ ପ୍ରସ୍ତୁତ ହେଉ ନାହାନ୍ତି; ବରଂ କେନ୍ଦ୍ର ସରକାରଙ୍କ ଜରିଆରେ ଟିକା ବିକ୍ରୟ ନିମନ୍ତେ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଯଦି ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ସରକାର ଟିକା କ୍ରୟ କରନ୍ତେ, ତା’ହେଲେ କମ୍‍ ଦରରେ ଏହା ମିଳିପାରନ୍ତା ଏବଂ ଟିକା ଯୋଗାଣ ତ୍ୱରାନ୍ୱିତ ହୋଇ ପାରନ୍ତା। ଏଥିପାଇଁ କେନ୍ଦ୍ର ସରକାର ଦାୟିତ୍ୱ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।