Covod Period - The Sakala

କରୋନା କାଳରେ ବଢ଼ିଲା ଦାରିଦ୍ର୍ୟ, ୧୦ ବର୍ଷ ତଳକୁ ଗଲା ଦେଶର ଅର୍ଥନୀତି
କରୋନା କାଳରେ ୧୦ ବର୍ଷ ତଳକୁ ଗଲା ଦେଶର ଅର୍ଥନୀତି । ବଢ଼ିଲା ଦାରିଦ୍ର୍ୟତା । ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି । ଦେଶର ଅଭିବୃଦ୍ଧି ହାର ମାଇନସ୍‌ ୭.୬ ପ୍ରତିଶତକୁ ହ୍ରାସ ପାଇଛି । ଏଥିପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୀତିକୁ ଦାୟୀ କରିଛି କଂଗ୍ରେସ । ତେବେ କରୋନାକୁ ବାହାନା କରିବା କଥାକୁ କଟାକ୍ଷ କରିଛି କଂଗ୍ରେସ। ଦଳ କହିଛି, ବିମୁଦ୍ରୀକରଣ ଯୋଗୁ ୪ ବର୍ଷ ତଳୁ ଅର୍ଥନୀତି ନିମ୍ନଗାମୀ ହୋଇଚାଲିଛି । ୨୦୧୯-୨୦୨୦ରେ ମହାମାରୀ ନଥିଲା। ସେ ସମୟରେ ଅଭିବୃଦ୍ଧି ହାର ଥିଲା ୪ ପ୍ରତିଶତ । ୨୦୧୪ରେ ଆର୍ଥିକ ସ୍ଥିତି ଖରାପ ହେବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଚେଷ୍ଟା ଯୋଗୁ ୨୦୧୪-୧୫ରେ ଅଭିବୃଦ୍ଧି ହାର ୪ଦଶମିକ ୧ ପ୍ରତିଶତ ଥିଲା। ଯଦି କରୋନା ପାଇଁ ଆର୍ଥିକ ସ୍ଥିତି ବିଗିଡ଼ିଥାନ୍ତା, ତେବେ ୧ଲକ୍ଷ ୩୧ ହଜାର କୋଟି ଟଙ୍କା ଜିଏସ୍‌ଟି କେମିତି ଏପ୍ରିଲରେ ସଂଗ୍ରହ ହେଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି। ୨୩ କୋଟି ଲୋକ ପୁଣି ଗରିବୀ ସୀମାରେଖା ତଳକୁ ଗଲେଣି। ଏଭଳି ସ୍ଥିତିରେ ଗରିବ ଆହୁରି ଗରିବ ହେବେ ବୋଲି ଆକଳନ କରିଛି ବିଜେଡି । ଅନ୍ୟପଟେ କରୋନା ଯୋଗୁ ଉତ୍ପାଦନ ଓ ବ୍ୟବହାର କମିଥିବାରୁ ଅଭିବୃଦ୍ଧି ହାର କମିଥିବା ଅନୁମାନ କରିଛି ବିଜେପି । ଭାରତୀୟ ଅର୍ଥନୀତି ପ୍ରଗତିଶୀଳ ହୋଇଥିବାରୁ ଧୀରେ ଧୀରେ ଅଭିବୃଦ୍ଧି ହାର ବଢ଼ିବ ବୋଲି ବିଜେପି ହିସାବ କରିଛି ।

ଅର୍ଥନୀତିର ବିକାଶ ଉପରେ ଆଗାମୀ ପିଢ଼ିର ଜୀବନଜୀବିକା ନିର୍ଭର କରୁଛି। କରୋନା ଯୋଗୁ ଶିକ୍ଷା ପ୍ରଭାବିତ ହୋଇଥିବାରୁ ଦକ୍ଷତାଭିତ୍ତିକ ଜୀବିକା ନିର୍ବାହ କରିବାକୁ ପଡ଼ିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ଗୁରୁତ୍ୱ ବହନ କରୁଛି।

ତେବେ ଜୁନ ଶେଷ ଯାଏ ମାଗଣା ରାସନ ବଣ୍ଟନ, ମନରେଗାରେ ଦିନ ଓ ବଜେଟ ବୃଦ୍ଧି ସହ କେନ୍ଦ୍ର ସରକାର ରୋଜଗାର ନିୟମ ଲାଗୁ କରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ନୂଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଆଣିବା ଆବଶ୍ୟକ। ଗତବର୍ଷ ପରି ରାଜ୍ୟ ସରକାର ମହାମାରୀ ପ୍ୟାକେଜ ଆଣିଲେ ରାଜ୍ୟ ଅର୍ଥନୀତି ସୁଧୁରିବ ବୋଲି ବିଶେଷଜ୍ଞ କହିଛନ୍ତି।