Raghav Juyal - The Sakala

‘ରାମାୟଣ’ରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଲେ ବିକ୍ରାନ୍ତ ମେସି, ପୋଷ୍ଟ କରି ପୁଣି କଲେ ଡିଲିଟ୍
ନିତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ'କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଖବର ଆସିଥିଲା ଯେ ଏହି ଫିଲ୍ମରେ ଅଭିନେତା ବିକ୍ରାନ୍ତ ମେସିଙ୍କ ସ୍ଥାନରେ ରାଘବ ଜୁୟାଲଙ୍କୁ ନିଆଯାଇଛି। ତେବେ ଏହି ଖବର ଉପରେ ବିକ୍ରାନ୍ତ ମେସି ନିଜର ପ୍ରତିକ୍ରିୟା ରଖିଛନ୍ତି କିନ୍ତୁ କିଛି ସମୟ ପରେ ସେ ନିଜ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ।

ଦାୟିତ୍ୱହୀନ ସାମ୍ବାଦିକତା କହି ବର୍ଷିଲେ ବିକ୍ରାନ୍ତ

ମିଡିଆ ରିପୋର୍ଟ ଅନୁଯାୟୀ, 'ରାମାୟଣ'ରେ ରାବଣର ପୁତ୍ର ମେଘନାଦ ଭୂମିକାରେ ବିକ୍ରାନ୍ତ ମେସି ଅଭିନୟ କରିବାର ଥିଲା, କିନ୍ତୁ ପରେ ତାଙ୍କ ସ୍ଥାନରେ ରାଘବ ଜୁୟାଲଙ୍କୁ ଚୟନ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ଏହି ଖବରକୁ ଖଣ୍ଡନ କରି ବିକ୍ରାନ୍ତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ସେ ଲେଖିଥିଲେ, "ମୁଁ ଏହି ଚଳଚ୍ଚିତ୍ରର କେବେବି ଅଂଶ ନଥିଲି। ପ୍ରତିଷ୍ଠିତ ଗଣମାଧ୍ୟମ ଦ୍ୱାରା ଏଭଳି ଦାୟିତ୍ୱହୀନ ଖବର ପ୍ରକାଶ ପାଇବା ଆଶ୍ଚର୍ଯ୍ୟଜନକ। ତଥାପି ମୁଁ ରାମାୟଣର ପୁରା ଟିମକୁ ଶୁଭେଚ୍ଛା ଜଣାଉଛି ଏବଂ ନିଶ୍ଚିତ ଭାବରେ ଟିକେଟ କିଣି ସିନେମା ହଲରେ ଏହି ଫିଲ୍ମ ଦେଖିବି।"

ପୋଷ୍ଟ ଡିଲିଟ୍ କରିବା ନେଇ ବଢିଲା ଦ୍ୱନ୍ଦ୍ୱ

ଆଶ୍ଚର୍ଯ୍ୟର କଥା ହେଉଛି, ନିଜର ସ୍ପଷ୍ଟୀକରଣ ଦେବାର କିଛି ସମୟ ପରେ ବିକ୍ରାନ୍ତ ସେହି ପୋଷ୍ଟଟିକୁ ଡିଲିଟ୍ କରିଦେଇଥିଲେ। ସେ କାହିଁକି ପୋଷ୍ଟଟିକୁ ହଟାଇଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ତାଙ୍କର ଏହି କାର୍ଯ୍ୟ ଫ୍ୟାନ୍ସଙ୍କ ମଧ୍ୟରେ ଅଧିକ କୌତୁହଳ ସୃଷ୍ଟି କରିଛି।

ରାମାୟଣରେ କିଏ କେଉଁ ଭୂମିକାରେ?

ସୂଚନାଯୋଗ୍ୟ ଯେ, ନିତେଶ ତିୱାରୀଙ୍କ ଏହି ବିଗ୍ ବଜେଟ୍ ଫିଲ୍ମରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ସେହିପରି ସାଇ ପଲ୍ଲବୀ ମାତା ସୀତା ଏବଂ କନ୍ନଡ ସୁପରଷ୍ଟାର ୟଶ୍ ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ଖବର ଅନୁଯାୟୀ, ରାଘବ ଜୁୟାଲ ଫିଲ୍ମର ଦ୍ୱିତୀୟ ଭାଗରେ ମେଘନାଦ ଚରିତ୍ରରେ ନଜର ଆସିପାରନ୍ତି, ଯାହା ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।