lowest petrol price in world - The Sakala
ନୂଆଦିଲ୍ଲୀ: ଭାରତରେ ବର୍ଦ୍ଧିିତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ, ଉଦ୍ୟୋଗୀ ଅତିଷ୍ଠ ହୋଇପଡ଼ିଛନ୍ତି। ମଙ୍ଗଳବାର ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ମଧ୍ୟ ସର୍ବାଧିକ ସ୍ତରରେ ପହଞ୍ଚିଛି। କରୋନା କାଳରେ ବିଶ୍ୱସ୍ତରରେ ଅଶୋଧିତ ପେଟ୍ରୋଲିୟମର ଚାହିଦା ହ୍ରାସକୁ ନେଇ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସେମାନଙ୍କ ଉତ୍ପାଦନ ସ୍ଥିତିରେ ହ୍ରାସ ଆଣିଥିଲେ। ପେଟ୍ରୋଲିୟମ ସାମଗ୍ରୀର ଚାହିଦା ହ୍ରାସକୁ ନେଇ ଆନ୍ତର୍ଜାତିକ ବଜାରରେ ତୈଳ ଦର ମଧ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ହେଲେ ଏବେ କରୋନା ସ୍ଥିତିରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଉତ୍ପାଦନ ବୃଦ୍ଧି କରାଯାଇନଥିବାରୁ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ ପିଛା କଞ୍ଚାତେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ଯାହାକୁ ନେଇ ଘରୋଇସ୍ତରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଛି। ଏଭଳି ସ୍ଥଳେ ଏବେ ମଧ୍ୟ ବିଶ୍ୱର ଅନେକ ରାଷ୍ଟ୍ରରେ ପେଟ୍ରୋଲ ମୂଲ୍ୟ ୩୦ ଟଙ୍କା ତଳକୁ ରହିଛି। ହଂକଂ ଭଳି ବିଶ୍ୱର ଅନ୍ୟତମ ପ୍ରମୁଖ ବ୍ୟାବସାୟିକ ସ୍ଥଳରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୦ ଟଙ୍କା ରହିଥିଲା ବେଳେ ଭେନେଜୁଏଲାରେ ଲିଟର ପିଛା ମୂଲ୍ୟ ସର୍ବନିମ୍ନ ଭାବେ ୧.୪୮ ଟଙ୍କା ରହିଛି। ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ କ୍ୱାତାରରେ ପେଟ୍ରୋଲ ମୂଲ୍ୟ ୨୯.୮୨ ଟଙ୍କା ରହିଥିବା ବେଳେ କାଜାକସ୍ତାନରେ ୨୯.୬୫ ଟଙ୍କା,ସୁଦାନରେ ୨୭.୪୦ ଟଙ୍କା, କ୍ୱଏତ୍‍ରେ ୨୫.୧୩ ଟଙ୍କା, ଆଲଜେରିଆରେ ୨୫.୦୩ ଟଙ୍କା,ଆଙ୍ଗୋଲାରେ ୧୭.୭୭ ଟଙ୍କା, ଇରାନରେ ୪.୩୯ ଟଙ୍କା ରହିଛି। ତେବେ ଭାରତରେ କେନ୍ଦ୍ରୀୟ ଟିକସ ଏବଂ ଅନ୍ୟାନ୍ୟ ଶୁଳ୍କ ସମେତ ବିଭିନ୍ନ ରାଜ୍ୟମାନଙ୍କ ରହିଥିବା ଟିକସ ବ୍ୟବସ୍ଥାକୁ ନେଇ ପେଟ୍ରୋଜାତ ଦ୍ରବ୍ୟ ମୂଲ୍ୟ ବୃଦ୍ଧିର ଅନ୍ୟ କାରଣ ହୋଇଛି।