Car Accident - The Sakala

ୟୁଟ୍ୟୁବର୍ ଅନୁରାଗ ଡୋଭାଲଙ୍କ ବଡ଼ ଖୁଲାସା: 'ଦୁର୍ଘଟଣା ରାତିରେ ବାପା କରିଥିଲେ ମିଥ୍ୟା ମାମଲା'
ଲୋକପ୍ରିୟ ୟୁଟ୍ୟୁବର୍ ତଥା ବିଗ୍ ବସ୍ ଫେମ୍ ଅନୁରାଗ ଡୋଭାଲ ଓରଫ୍ ୟୁକେ୦୭ ରାଇଡର (UK07 Rider) ନିଜ ପରିବାର ସଦସ୍ୟଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। କାର୍ ଦୁର୍ଘଟଣାର ଶିକାର ହେବାର କିଛି ମାସ ପରେ ଏବେ ସେ ଦାବି କରିଛନ୍ତି ଯେ, ତାଙ୍କ ପରିବାର ଲୋକେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି ଏବଂ ଦୁର୍ଘଟଣା ରାତିରେ ହିଁ ତାଙ୍କ ବାପା ପୋଲିସରେ ଏକ ମିଥ୍ୟା ମାମଲା ରୁଜୁ କରିଥିଲେ।

ବାପାଙ୍କ ନାମରେ ସାଂଘାତିକ ଅଭିଯୋଗ

ନିଜର ନୂଆ ୟୁଟ୍ୟୁବ୍ ଭ୍ଲଗ୍‌ରେ ଅନୁରାଗ କହିଛନ୍ତି ଯେ, "ଯେଉଁ ରାତିରେ ମୋର କାର୍ ଦୁର୍ଘଟଣା ହୋଇଥିଲା, ଠିକ୍ ସେହି ରାତିରେ ମୋ ବାପା ଥାନାକୁ ଯାଇ ମୋ ବିରୋଧରେ ଅଭିଯୋଗ କରିଥିଲେ। ସେହି ରିପୋର୍ଟରେ ସେ ଅନେକ ମିଥ୍ୟା କଥା ଲେଖିଥିଲେ, ଯାହା ବିଷୟରେ ମୋତେ କିଛି ଜଣା ନଥିଲା।" ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପରିବାର ଏବେ ପୁଣିଥରେ ତାଙ୍କ ବିରୋଧରେ ୫୦-୬୦ ପୃଷ୍ଠାର ଏକ ଲମ୍ବା ଅଭିଯୋଗ ଦାଖଲ କରିଛନ୍ତି। ଯଦି ସେ ନିଜକୁ ନବଞ୍ଚାନ୍ତି ତେବେ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ହସ୍ପିଟାଲ୍‌ର ସେହି କଷ୍ଟଦାୟକ ଦିନ

ମାର୍ଚ୍ଚ ୨୦୨୬ରେ ହୋଇଥିବା ସେହି ମର୍ମନ୍ତୁଦ କାର୍ ଦୁର୍ଘଟଣା ପରେ ଅନୁରାଗ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ସେ କହିଛନ୍ତି ଯେ, ହସ୍ପିଟାଲ୍‌ରେ ବିତାଇଥିବା ସମୟ ତାଙ୍କ ପାଇଁ ଅତ୍ୟନ୍ତ ଅପମାନଜନକ ଥିଲା। ସେ କେବଳ ନିଜ ପରିବାରଠାରୁ ଭଲପାଇବା ଚାହୁଁଥିଲେ, କିନ୍ତୁ ପରିବାର ଲୋକେ ତାଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ଏପରିକି ଦୁର୍ଘଟଣା ପରେ ହସ୍ପିଟାଲ୍‌ରେ ତାଙ୍କ ପରିବାରର କୌଣସି ସଦସ୍ୟ ତାଙ୍କୁ ଦେଖିବାକୁ ମଧ୍ୟ ଆସିନଥିଲେ।

ପତ୍ନୀ ଓ ସନ୍ତାନଙ୍କ ସହ ନୂଆ ଜୀବନ

ସୂଚନାଯୋଗ୍ୟ ଯେ, ପତ୍ନୀ ରିତିକାଙ୍କ ସହ ପ୍ରେମ ବିବାହ କରିବା ପରେ ଅନୁରାଗଙ୍କର ନିଜ ପରିବାର ସହ ବିବାଦ ଆରମ୍ଭ ହୋଇଥିଲା। ସେ ପୂର୍ବରୁ ମଧ୍ୟ ନିଜ ପରିବାର ଉପରେ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଅନୁରାଗ ନିଜ ପରିବାରଠାରୁ ଅଲଗା ରହୁଛନ୍ତି ଏବଂ ନିକଟରେ ସେ ଏକ ପୁତ୍ର ସନ୍ତାନର ପିତା ମଧ୍ୟ ହୋଇଛନ୍ତି। ପିତା ହେବା ପରେ ସେ ସବୁ ପୁରୁଣା କଥା ଭୁଲି ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ନୂଆ ପୋଲିସ୍ ମାମଲା ତାଙ୍କୁ ଗଭୀର ଆଘାତ ଦେଇଛି।

ବାପା-ମା’ଙ୍କୁ ଘରେ ତାଲା ପକାଇ କାର୍ ଧରି ବୁଲିବାକୁ ବାହାରିଲା ୧୪ ବର୍ଷର ପୁଅ, ରାସ୍ତାରେ ଘଟିଲା ବଡ଼ ଅଘଟଣ
କେରଳର ତିରୁବନନ୍ତପୁରମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୪ ବର୍ଷର ନାବାଳକ ନିଜ ପରିବାର ଲୋକଙ୍କୁ ଘରେ ବନ୍ଦ କରି ଏକ କାର୍ ନେଇ ବୁଲିବାକୁ ବାହାରିଥିଲା। ଏହି 'ଜୟରାଇଡ୍' ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା। ଘଟଣାଟି କରମନା ଅଞ୍ଚଳରେ ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଘର ବାହାରୁ ତାଲା ପକାଇ ଫେରାର୍ ହେଲା ପୁଅ

ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଥିଲା। ୧୪ ବର୍ଷୀୟ ଛାତ୍ର ଜଣକ ମଧ୍ୟରାତ୍ରିରେ ନିଜ ବାପା-ମା’ ଶୋଇଥିବା ବେଳେ ଘରର ମୁଖ୍ୟ ଦ୍ୱାରରେ ବାହାର ପଟୁ ତାଲା ପକାଇ ଦେଇଥିଲା। ଏହାପରେ ସେ ଘରର କାର୍ ନେଇ ନିଜର ଜଣେ ୧୫ ବର୍ଷୀୟ ସାଙ୍ଗ ସହିତ ବୁଲିବାକୁ ବାହାରି ଯାଇଥିଲା। ପିଲାମାନେ ରାତିର ନିରୋଳା ରାସ୍ତାରେ ଗାଡ଼ି ଚଳାଇ ମଜା ନେଉଥିବା ବେଳେ ଏହି ଅଘଟଣ ଘଟିଥିଲା।

ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା କାର୍

ରାତି ପ୍ରାୟ ୨:୩୦ ସମୟରେ କରମନା ଅଞ୍ଚଳରେ ଦ୍ରୁତ ଗତିରେ ଯାଉଥିବା କାରଟି ନିୟନ୍ତ୍ରଣ ହରାଇଥିଲା। ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଘରର ପାଚେରୀ ଭାଙ୍ଗି ଏକ ଗଡ଼ାଣିଆ ସ୍ଥାନକୁ ଖସି ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ସୌଭାଗ୍ୟବଶତଃ କାରରେ ଥିବା ଉଭୟ ନାବାଳକ ସାମାନ୍ୟ ଆହତ ହୋଇ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ବାପାଙ୍କ ନାମରେ ମାମଲା ରୁଜୁ

ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଛି। ନାବାଳକ ପୁଅକୁ ଗାଡ଼ି ଚଳାଇବାକୁ ଦେଇଥିବାରୁ କାରର ମାଲିକ ତଥା ପିଲାଟିର ବାପାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ମୋଟର ଯାନ ଆଇନର ବିଭିନ୍ନ ଦଫା ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟ ଅତୀତରେ କେରଳରେ ନାବାଳକମାନେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଉଥିବା ମାମଲା ବୃଦ୍ଧି ପାଉଥିବାରୁ ପ୍ରଶାସନ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁଭବନ ଛକରେ ଘଟିଥିବା ସଡକ ଦୁର୍ଘଟଣା କେସରେ ମର୍ଡର ଲିଙ୍କ୍
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ରାଜଧାନୀର ଶିଶୁ ଭବନ ଛକ ଓଭର ବ୍ରିଜ୍ ତଳକୁ କାର୍ ଖସି ପଡ଼ିବା ଘଟଣା ପଛରେ ରହିଛି ମର୍ଡର ଲିଙ୍କ୍। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ଖସି ପଳାଉଥିବା ବେଳେ କାରଟି ବ୍ରିଜ ତଳକୁ ଖସିପଡ଼ିଥିଲା । ପୁରୁଣା ପ୍ରେମ ବିଷୟରେ ଜାଣିବାରୁ ପୁରୁଣା ପ୍ରେମିକା ସହ ମିଶି ନୂଆ ପ୍ରେମିକକୁ ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସତ୍ୟବ୍ରତ ପ୍ରଧାନ । ତାଙ୍କ ଘର ବ୍ରହ୍ମଗିରି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ମଙ୍ଗଳା ମନ୍ଦିର ନିକଟ ଭଡାଘରେ ଘଟିଛି ହତ୍ୟାକାଣ୍ଡ। ମୃତକଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ଦିନେଶ କାଣ୍ଡି ଓ ଲିଜା ଭୋଇ । ହତ୍ୟାକାଣ୍ଡ ସ୍ଥଳରେ ସାଇଣ୍ଟିଫିକ ଟିମ ଚଳାଇଛି ଛାନଭିନ । ଚନ୍ଦ୍ରଶେଖରପୁର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିଛି । ମୃତ ସତ୍ୟବ୍ରତ ଜଣେ ଟ୍ୟାକ୍ସି ଡ୍ରାଇଭର ।

ଆଜି ସକାଳୁ ଶିଶୁଭବନ ଛକରେ ଘଟିଥିବା ଦୁର୍ଘଟଣା କେସରେ ମଧ୍ୟ ଏ କେସର ଲିଙ୍କ ରହିଥିବା ସୂଚନା ମିଳିଛି । ମୃତ ସତ୍ୟବ୍ରତ ଚଳାଉଥିବା ଗାଡିଟି ଦୁର୍ଘଟଣାଗସ୍ତ ହୋଇଛି । ସୂଚନା ଅନୁସାରେ, ସତ୍ୟବ୍ରତ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ତାଙ୍କ ପ୍ରେମିକାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ପ୍ରେମିକା, ସତ୍ୟବ୍ରତଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକାକୁ ଥାନାକୁ ଆଣି ଅଟକ ରଖିଛି ପୋଲିସ୍।

ସେପଟେ ସତ୍ୟବ୍ରତଙ୍କ ମୃତ୍ୟୁ ଖବର ପାଇ ଗାଡ଼ି ମାଲିକ ନିଜେ ଆସି ଆଉ ଜଣେ ଡ୍ରାଇଭର ସହାୟତାରେ ଗାଡ଼ି ନେଇ ପଳାଉଥିବା ବେଳେ କାର୍ ଟି ବ୍ରିଜ୍ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।

ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡରେ଼ ପିଟି ତଳକୁ ଖସି ପଡିଲା କାର୍‌, ଅଳ୍ପେକେ ବଞ୍ଚିଲେ ଡ୍ରାଇଭର
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ବର ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡରେ଼ ପିଟି ହୋଇ ୧୦ ଫୁଟ ତଳକୁ ଖସି ପଡ଼ିଲା କାର୍ । ତଳେ ଥିବା ଗଛରେ ପିଟି ହୋଇ ଏକ ଘର ଉପରକୁ ଛିଟିକି ପଡ଼ିଥିଲା କାର । ତେବେ ଏହି ସଡକ ଦୁର୍ଘଟଣାରେ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ ଚାଳକ ଓ ଘରେ ଥିବା ଲୋକେ । ଆଜି ସକାଳୁ ସକାଳୁ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କାର ଡ୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ ଓ ଗାଡି ଅଧିକ ବେଗରେ ଚଳାଇଥିବାରୁ ଏଭଳି ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଯୁବକ ମାନେ କହୁଛନ୍ତି ।