Rafale Deal - The Sakala

ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି: ୩.୨୫ ଲକ୍ଷ କୋଟିରେ କିଣାଯିବ ୧୧୪ ରାଫେଲ୍ ଯୁଦ୍ଧ ବିମାନ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଭାରତ ସରକାର ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫ୍ରାନ୍ସ ସହିତ ୩.୨୫ ଲକ୍ଷ କୋଟି ଟଙ୍କାର ଏକ ବୃହତ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି। ଏହି ଚୁକ୍ତି ଅଧୀନରେ ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କ୍ରୟ କରାଯିବ। ସୂଚନା ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ସପ୍ତାହରେ ଏହି ଚୁକ୍ତିକୁ ମଞ୍ଜୁରୀ ଦେବାର ସମ୍ଭାବନା ରହିଛି।

ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ଏହା ଭାରତର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଚୁକ୍ତି ହେବ। ଏହି ଚୁକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମ। ମୋଟ ୧୧୪ ବିମାନ ମଧ୍ୟରୁ ପ୍ରାୟ ୧୦୦ଟି ବିମାନ ଭାରତରେ ନିର୍ମାଣ କରାଯିବ। ଏଥିପାଇଁ ଫ୍ରାନ୍ସ ଭାରତକୁ ଉନ୍ନତ ଜ୍ଞାନକୌଶଳ ବା ଟେକ୍ନୋଲୋଜି ହସ୍ତାନ୍ତର କରିବ ଏବଂ ଏକ ରଣନୈତିକ ଭାଗିଦାରୀ ମାଧ୍ୟମରେ ଦେଶୀୟ ଜ୍ଞାନକୌଶଳରେ ଏହି ଲଢୁଆ ବିମାନ ପ୍ରସ୍ତୁତ ହେବ।

ବର୍ତ୍ତମାନ ଭାରତ ନିକଟରେ ୩୬ଟି ରାଫେଲ୍ ବିମାନ ରହିଛି, ଯାହାର ଶେଷ 'ସି' (C) ଭାରିଆଣ୍ଟ ଡିସେମ୍ବର ୨୦୨୪ରେ ବାୟୁସେନାରେ ସାମିଲ ହୋଇଥିଲା। ଏହାବ୍ୟତୀତ ନୌସେନା ପାଇଁ ୨୬ଟି 'ଏମ୍' (M) ଭାରିଆଣ୍ଟ ରାଫେଲ୍ ପାଇଁ ୬୩,୦୦୦ କୋଟି ଟଙ୍କାର ଚୁକ୍ତି ମଧ୍ୟ ହୋଇସାରିଛି। ଏହି ନୂତନ ୧୧୪ଟି ବିମାନ ସାମିଲ ହେଲେ ଭାରତ ବିଶ୍ୱର ଅନ୍ୟତମ ବୃହତ୍ତମ ରାଫେଲ୍ ଅପରେଟର୍ ହେବ। ରାଫେଲ୍ ଏକ ବହୁମୁଖୀ ଯୁଦ୍ଧ ବିମାନ, ଯାହା ଆକାଶମାର୍ଗରେ ଶତ୍ରୁକୁ ମାତ୍ ଦେବା ଏବଂ ସଠିକ୍ ଲକ୍ଷ୍ୟଭେଦ କରିବାରେ ବିଶ୍ୱସ୍ତରରେ ପରିଚିତ।

ବାୟୁସେନାରେ ସାମିଲ ହେବ ୧୧୪ ନୂଆ ରାଫେଲ, ମାକ୍ରୋନଙ୍କ ଭାରତ ଗସ୍ତ ପୂର୍ବରୁ ହୋଇପାରେ ବଡ଼ ଚୁକ୍ତି
ଯୁଦ୍ଧ ବିମାନ ଅଭାବର ସମ୍ମୁଖୀନ ହେଉଥିବା ଭାରତୀୟ ବାୟୁସେନା (IAF) ଖୁବଶୀଘ୍ର ୧୧୪ଟି ନୂଆ ରାଫେଲ (Rafale) ଜେଟ୍ ପାଇପାରେ। ୨୦୨୬ ମାର୍ଚ୍ଚ ଶେଷରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ପ୍ରସ୍ତାବିତ ରହିଛି। ଏହି ଗସ୍ତ ପୂର୍ବରୁ ଡିଫେନ୍ସ ଆକ୍ୱିଜିସନ୍ କାଉନସିଲ୍ (DAC) ଏହି କ୍ରୟକୁ ଅନୁମୋଦନ କରିପାରେ। ରିପୋର୍ଟ ଅନୁଯାୟୀ, ରକ୍ଷା ମନ୍ତ୍ରଣାଳୟର ଏହି ସର୍ବୋଚ୍ଚ ସଂସ୍ଥାର ଅନୁମୋଦନ ପରେ ଏହି ଐତିହାସିକ ଡିଲ୍ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି।

କାହିଁକି ଜରୁରୀ ରାଫେଲ ଚୁକ୍ତି?

ବର୍ତ୍ତମାନ ଭାରତୀୟ ବାୟୁସେନା ମାତ୍ର ୨୯ଟି ସ୍କ୍ୱାଡ୍ରନ୍ ସହ କାର୍ଯ୍ୟ କରୁଛି, ଯେଉଁଠାରେ ଗୋଟିଏ ସ୍କ୍ୱାଡ୍ରନରେ ୧୮-୨୦ଟି ବିମାନ ଥାଏ। ଦେଶର ସୁରକ୍ଷା ଦୃଷ୍ଟିରୁ ୪୨ଟି ସ୍କ୍ୱାଡ୍ରନ୍ ମଞ୍ଜୁର କରାଯାଇଥିଲେ ମଧ୍ୟ ବାସ୍ତବ ଚିତ୍ର ଏହାଠାରୁ ଭିନ୍ନ। ଚୀନ୍ ଏବଂ ପାକିସ୍ତାନର ବିପଦକୁ ଦୃଷ୍ଟିରେ ରଖି ବାୟୁସେନାକୁ ଶକ୍ତିଶାଳୀ କରିବା ଜରୁରୀ ହୋଇପଡିଛି। ସ୍ୱଦେଶୀ ତେଜସ୍ ବିମାନର ଡେଲିଭରୀ ଧିମା ଥିବାବେଳେ AMCA ଆସିବାକୁ ଅନେକ ବର୍ଷ ବାକି ଅଛି। ତେଣୁ ଏହି ୧୧୪ଟି ରାଫେଲ ବିମାନ କ୍ରୟ ବାୟୁସେନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି।

ମେକ୍ ଇନ୍ ଇଣ୍ଡିଆ ଯୋଜନା

ପ୍ରସ୍ତାବିତ ଯୋଜନା ଅନୁଯାୟୀ, ୧୧୪ଟି ରାଫେଲ ମଧ୍ୟରୁ ୧୮ଟି ବିମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ (ଫ୍ଲାଏ-ଆୱେ) କିଣାଯିବ ଏବଂ ବାକି ବିମାନ ଭାରତରେ ନିର୍ମାଣ କରାଯିବ। 'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ ପ୍ରାୟ ୮୦ ପ୍ରତିଶତ ବିମାନ ଦେଶରେ ତିଆରି ହେବାର ଆଶା କରାଯାଉଛି, ଯେଉଁଥିରେ ୬୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ହେବ। ଏଥିରେ ୮୮ଟି ସିଙ୍ଗଲ୍-ସିଟ୍ ଏବଂ ୨୬ଟି ଟ୍ୱିନ୍-ସିଟ୍ ବିମାନ ସାମିଲ ରହିବ। ଡସଲ୍ଟ ଏଭିଏସନ୍ ଏଥିପାଇଁ ଭାରତୀୟ ଘରୋଇ କମ୍ପାନୀଗୁଡିକ ସହ ଚୁକ୍ତି କରିପାରେ।

ସୋର୍ସ କୋଡ୍ ସମସ୍ୟା କ’ଣ?

ରାଫେଲ କ୍ରୟ ସହ 'ସୋର୍ସ କୋଡ୍' ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସୋର୍ସ କୋଡ୍ ହେଉଛି ବିମାନର 'ମସ୍ତିଷ୍କ', ଯାହା ସ୍ଥିର କରେ ଜେଟ୍ କିପରି ଉଡ଼ିବ ଏବଂ ଯୁଦ୍ଧ କ୍ଷେତ୍ରରେ କିପରି କାମ କରିବ। ପୂର୍ବରୁ ଫ୍ରାନ୍ସ ଭାରତକୁ ଏହି କୋଡ୍ ଦେଇନଥିଲା, ଫଳରେ ଭାରତ ନିଜ ଇଚ୍ଛା ମୁତାବକ ଅନ୍ୟ ଦେଶର ଅସ୍ତ୍ରଶସ୍ତ୍ର ଏଥିରେ ସଂଯୋଗ କରିପାରିନଥିଲା। ଯଦି ଏଥର ମଧ୍ୟ ସୋର୍ସ କୋଡ୍ ନ ମିଳେ, ତେବେ ଅସ୍ତ୍ରଶସ୍ତ୍ର ପାଇଁ ଭାରତକୁ ପୁଣିଥରେ ଫ୍ରାନ୍ସ ଉପରେ ନିର୍ଭର କରିବାକୁ ପଡ଼ିବ।